ଟ୍ୱିଙ୍କଲ ଖାନ୍ନା
ଟ୍ୱିଙ୍କଲ ଖାନ୍ନା | |
---|---|
ଜନ୍ମ | ଟୀନା ଯତିନ ଖାନ୍ନା ୨୯ ଡିସେମ୍ବର ୧୯୭୪[୧] |
ଅନ୍ୟ ନାମ | ଟିନା |
ବୃତ୍ତି(ସମୂହ) | ଅଭିନେତ୍ରୀ, ଚଳଚ୍ଚିତ୍ର ପ୍ରଯୋଜିକା, ଲେଖିକା |
ସକ୍ରିୟ ବର୍ଷ | ୧୯୯୫–୨୦୦୧ |
ବୈବାହିକ-ସାଥୀ | |
ସନ୍ତାନ | ୨ |
ପିତାମାତା | ରାଜେଶ ଖାନ୍ନା (ବାପା) ଡିମ୍ପଲ କପାଡିଆ (ମାଆ) |
ସମ୍ପର୍କୀୟ | ରେଣୁକା ଖାନ୍ନା (ଭଉଣୀ) ସିମ୍ପଲ କପାଡିଆ (ମାଉସୀ) |
ଟ୍ୱିଙ୍କଲ ଖାନ୍ନା (ଜନ୍ମ: ୨୯ ଡିସେମ୍ବର ୧୯୭୪) ଜଣେ ପ୍ରାକ୍ତନ ଭାରତୀୟ କଥାଚିତ୍ର ଅଭିନେତ୍ରୀ, ଚଳଚ୍ଚିତ୍ର ପ୍ରଯୋଜିକା, ଲେଖିକା ଏବଂ ଖବରକାଜଗର ଜଣେ ସ୍ତମ୍ଭକାର । ଟ୍ୱିଙ୍କଲଙ୍କର ଲିଖିତ ପ୍ରଥମ ପୁସ୍ତକ ମିସେସ୍ ଫନିବୋନ୍ସ୍ ଭାରତବର୍ଷରେ ଏକ ଲକ୍ଷ ଖଣ୍ଡରୁ ଅଧିକ ବିକ୍ରି ହୋଇଥିଲା, ଯାହାକି ୨୦୧୫ରେ ଜଣେ ମହିଳା ଲେଖିକାଙ୍କର ଅଧିକ ବିକ୍ରିହୋଇଥିବା ବହି ଥିଲା ।[୨] ଏହି ବହି ପାଇଁ ତାଙ୍କୁ ୨୦୧୬ରେ କ୍ରସ୍ୱାର୍ଡ଼ ବୁକ୍ ଆୱାର୍ଡ଼-୨୦୧୬ରେ ସମ୍ମାନିତ କରାଯାଇଥିଲା ।[୩] ଟ୍ୱିଙ୍କଲ ତାଙ୍କର ଦ୍ୱିତୀୟ ବହି ଲକ୍ଷ୍ମୀ ପ୍ରସାଦ ପାଇଁ ୨୦୧୭ରେ ସେ ଇଂରାଜୀ ଖବରକାଗଜ India Today ଦ୍ୱାରାର ଶ୍ରେଷ୍ଠ ଲେଖିକା ସମ୍ମାନ ପାଇଥିଲେ[୪], ଯାହାକି ପ୍ରକାଶ ହେବା ପରେ ଆମାଜନ୍ରେ ଦ୍ୱିତୀୟ ସ୍ଥାନରେ ରହିଥିଲା।[୫]
୨୦୧୬ରେ ଶ୍ରେଷ୍ଠ ପ୍ରେରଣାଦାୟିକା ମହିଳା ଭାବରେ ଟ୍ୱିଙ୍କଲଙ୍କୁ ସମ୍ମାନିତ କରାଯାଇଥିଲା ।[୬] ଟ୍ୱିଙ୍କଲ ୧୯୯୫ରେ ଅଭିନେତା ବବି ଦେଓଲଙ୍କ ସହ ବରଷାତ୍ ଚଳଚ୍ଚିତ୍ରର ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଫିଲ୍ମଫେୟାରର ଶ୍ରେଷ୍ଠ ନବାଗତା ସମ୍ମାନ୍ନ ପ୍ରଦାନ କରାଯାଇଥିଲା । ସେ ୧୯୯୯ରେ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ଟ୍ୱିଙ୍କଲ ଅଭିନେତା ରାଜେଶ ଖାନ୍ନା ଏବଂ ଅଭିନେତ୍ରୀ ଡିମ୍ପଲ କପାଡିଆଙ୍କ ସୁପୁତ୍ରୀ । ଅଭିନେତା ଅକ୍ଷୟ କୁମାରଙ୍କୁ ୨୦୦୧ରେ ବିବାହ କରିବା ପରେ ଟ୍ୱିଙ୍କଲ ଅଭିନୟ ଜଗତରୁ ବିଦାୟ ନେଇଥିଲେ, ମାତ୍ର ଚଳଚ୍ଚିତ୍ର ପ୍ରଯୋଜିକା ଭାବରେ କାର୍ଯ୍ୟ କରୁଛନ୍ତି । ନାୟିକା ଭାବରେ ଟ୍ୱିଙ୍କଲଙ୍କର ଶେଷ ଅଭିନୀତ କଥାଚିତ୍ର ହେଉଛି ଲଭ୍ କେ ଲିୟେ କୁଛ୍ ଭି କରେଗା, ଯାହାକି ୨୦୦୧ରେ ମୁକ୍ତିଲାଭ କରିଥିଲା । ଟ୍ୱିଙ୍କଲ ବବି ଦେଓଲ, ଅଜୟ ଦେବଗନ, ସୈଫ ଅଲ୍ଲୀ ଖାନ, ଅମିର ଖାଁ, ଶାହାରୁଖ ଖାଁ, ସଲମାନ ଖାଁ, ଭେଙ୍କଟେଶ ଦଗୁପତି, ଗୋବିନ୍ଦା ଏବଂ ଅକ୍ଷୟ କୁମାର ଭଳି ଅଭିନେତାମାନଙ୍କ ସହ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଟ୍ୱିଙ୍କଲ ଖାନ୍ନା ୨୯ ଡିସେମ୍ବର ୧୯୭୪ରେ ବମ୍ବେଠାରେ ଜନ୍ମଗ୍ରହଣ କରିଥିଲେ । ସେ ଅଭିନେତା ରାଜେଶ ଖାନ୍ନା ଏବଂ ଅଭିନେତ୍ରୀ ଡିମ୍ପଲ କପାଡିଆଙ୍କର ବଡ଼ ଝିଅ ଥିଲେ ।[୭] ଟ୍ୱିଙ୍କଲ ତାଙ୍କ ପିତାଙ୍କର ୩୨ତମ ଜନ୍ମଦିବସରେ ଜନ୍ମଗ୍ରହଣ କରିଥିଲେ । ଟ୍ୱିଙ୍କଲଙ୍କର ସାନ ଭଉଣୀ ହେଉଛନ୍ତି ରେଣୁକା ଖାନ୍ନା, ଯିଏ ପେଶାରେ ଜଣ ଅଭିନେତ୍ରୀ ।[୮] ଟ୍ୱିଙ୍କଲଙ୍କର ମାଉସୀ ହେଉଛନ୍ତି ସିମ୍ପଲ କପାଡିଆ ।[୯] ସେ ଫିଲ୍ମଫେୟାର ପତ୍ରିକା ପାଇଁ ଫଟୋଉଠା ସମୟରେ ଅକ୍ଷୟ କୁମରଙ୍କୁ ପ୍ରଥମଥର ପାଇଁ ଭେଟିଥିଲେ ।[୧୦] ଏହା ପରେ ସେ ଅକ୍ଷୟ କୁମାରଙ୍କୁ ୧୭ ଜାନୁଆରୀ ୨୦୦୧ରେ ବିବାହ କରିଥିଲେ ।[୧୧] ଟ୍ୱିଙ୍କଲ ଏବଂ ଅକ୍ଷୟଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି ।[୧୨][୧୩] ଅକ୍ଷୟ ତାଙ୍କ ସଫଳତାର ଶ୍ରେୟ ସବୁବେଳେ ଟ୍ୱିଙ୍କଲଙ୍କୁ ହିଁ ଦେଇଥାନ୍ତି ।[୧୪][୧୫]
ଅଭିନୟ ଜୀବନ
[ସମ୍ପାଦନା]ଟ୍ୱିଙ୍କଲ ୧୯୯୫ରେ ଅଭିନେତା ବବି ଦେଓଲଙ୍କ ସହ ବରଷାତ୍ ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ଅଭିନୟ ଆରମ୍ଭ କରିଥିଲେ । ବବିଙ୍କ ବାପା ଧର୍ମେନ୍ଦ୍ର ସେହି ଚଳଚ୍ଚିତ୍ର ପାଇଁ ଟ୍ୱିଙ୍କଲଙ୍କୁ ନାୟିକା ଭାବରେ ବାଛିଥିଲେ । ଏବଂ ସେହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପୂର୍ବରୁ ଟ୍ୱିଙ୍କିଲ ଆଉ ଦୁଇଟି ଚଳଚ୍ଚିତ୍ରରେ ଅଭିନୟ ପାଇଁ ସୁଯୋଗ ପାଇଥିଲେ ।[୧୬] ଏହା ପରେ ଟ୍ୱିଙ୍କଲ ଦିଲ୍ ତେରା ଦିୱାନା, ଇତିହାସ, ଜାନ୍, ମେଲା, ବାଦ୍ଶାହା, ଇଣ୍ଟରନେସନାଲ ଖିଲାଡ଼ି, ଜୋରୁ କା ଗୋଲାମ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ଟ୍ୱିଙ୍କଲ ବବି ଦେଓଲ, ଅଜୟ ଦେବଗନ, ସୈଫ ଅଲ୍ଲୀ ଖାନ, ଅମିର ଖାଁ, ଶାହାରୁଖ ଖାଁ, ସଲମାନ ଖାଁ, ଭେଙ୍କଟେଶ ଦଗୁପତି, ଗୋବିନ୍ଦା ଏବଂ ଅକ୍ଷୟ କୁମାର ଭଳି ଅଭିନେତାମାନଙ୍କ ସହ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି । ଟ୍ୱିଙ୍କଲଙ୍କର ଶେଷ ଚଳଚ୍ଚିତ୍ର ଥିଲା ଲଭ୍ କେ ଲିୟେ କୁଛ୍ ଭି କରେଗା ।[୧୭] ୨୦୦୧ରେ ଅକ୍ଷୟ କୁମାରଙ୍କୁ ବିବାହ କରିବା ପରେ ଟ୍ୱିଙ୍କଲ ଅଭିନୀୟ ଜଗତରୁ ବିଦାୟ ନେଇଥିଲା । ମାତ୍ର ପରେ ସେ ଜଣେ ଚଳଚ୍ଚିତ୍ର ପ୍ରଯୋଜିକା ଭାବରେ କାର୍ଯ୍ୟ କରିଥିଲେ ।[୧୮] ତିସ୍ ମାର୍ ଖାନ୍, ପଟିଆଲା ହାଉସ୍, ଥ୍ୟାଙ୍କ ୟୁ, ଖିଲାଡ଼ି ୭୮୬, ହଲିଡେ ଭଳିଆ ଚଳଚ୍ଚିତ୍ରର ସହ-ପ୍ରଯୋଜିକା ଥିଲେ ଟ୍ୱିଙ୍କଲ ।[୧୯]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ୧୯୯୫: ବରଷାତ୍
- ୧୯୯୬: ଜାନ୍
- ୧୯୯୬: ଦିଲ୍ ତେରା ଦିୱାନା
- ୧୯୯୭: ଉଫ୍ ତେରା ମହବତ୍
- ୧୯୯୭: ଇତିହାସ
- ୧୯୯୮: ଜବ୍ ପ୍ୟାର୍ କିସିସେ ହୋତା ହେ
- ୧୯୯୯: ଇଣ୍ଟରନ୍ୟାସନଲ୍ ଖିଲାଡ଼ି
- ୧୯୯୯: ଜୁଲ୍ମି
- ୧୯୯୯: ଶୀନୁ
- ୧୯୯୯: ବାଦ୍ଶାହା
- ୧୯୯୯: ୟେ ହେ ମୁମ୍ବାଇ ମେରି ଜାନ୍
- ୨୦୦୦: ମେଲା
- ୨୦୦୦: ଚାଲ୍ ମେରେ ଭାଇ
- ୨୦୦୦: ଜୋରୁ କା ଗୁଲାମ୍
- ୨୦୦୧: ଯୋଡ଼ି ନଂ ୧
- ୨୦୦୧: ଲଭ୍ କେ ଲିୟେ କୁଛ୍ ଭି କରେଗା
- ୨୦୧୦: ତିସ୍ ମାର୍ ଖାନ୍ (ଅତିଥି କଳାକାର)
ପ୍ରଯୋଜିତ ଚଳଚ୍ଚିତ୍ର
[ସମ୍ପାଦନା]- ତିସ୍ ମାର୍ ଖାନ୍
- ଥ୍ୟାଙ୍କ ୟୁ
- ପଟିଆଲା ହାଉସ
- ଖିଲାଡ଼ି ୭୮୬
- ୭୨ ମାଇଲସ୍
- ହଲିଡେ: ଏ ସୋର୍ଲଜର୍ ଇଜ୍ ନେଭର ଅଫ୍ ଡ୍ୟୁଟି
ପୁରସ୍କାର ଏବଂ ସମ୍ମାନ
[ସମ୍ପାଦନା]- ଫିଲ୍ମଫେୟାର ପୁରସ୍କାର (ଶ୍ରେଷ୍ଠ ନବାଗତା)- ବରଷାତ୍ ଚଳଚ୍ଚିତ୍ର
- ବିଗ୍ ଷ୍ଟାର୍ ଏଣ୍ଟରଟେନମେଣ୍ଟ ଆୱାର୍ଡ଼ (ଅଧିକ ମନୋରଞ୍ଜନକାରୀ ଚଳଚ୍ଚିତ୍ର)- ହଲିଡେ
ଲିଖିତ ବହି
[ସମ୍ପାଦନା]- Khanna, Twinkle (18 August 2015). Mrs Funnybones. Penguin India. ISBN 9780143424468. OCLC 919186937.
- Khanna, Twinkle (7 November 2016). The Legend Of Lakshmi Prasad. Juggernaut Books. ISBN 9789386228055.
ଆଧାର
[ସମ୍ପାଦନା]- ↑ "Happy Birthday Twinkle Khanna, Sprinkling Stardust @41". NDTV. 28 December 2015. Retrieved 15 April 2017.
- ↑ "NDTV news". Retrieved 15 April 2017.
- ↑ http://timesofindia.indiatimes.com/life-style/books/features/Celebrating-writing-at-the-14th-Raymond-Crossword-Book-Award/articleshow/55706315.cms.
{{cite news}}
: Missing or empty|title=
(help) - ↑ "India Today". Retrieved 15 April 2017.
{{cite web}}
: CS1 maint: url-status (link) - ↑ http://www.hindustantimes.com/bollywood/everybody-in-bollywood-wants-to-read-twinkle-khanna-s-new-book/story-2suuqi6EKMXAcZUvSLyGQM.html.
{{cite news}}
: Missing or empty|title=
(help) - ↑ "Outlook". Outlook India. Retrieved 15 April 2017.
- ↑ Bajaj, J.K. (26 March 2014). On & Behind the Indian Cinema. Diamond Pocket Books Pvt Ltd. p. 1971. ISBN 978-93-5083-621-7.
- ↑ Sharma, Garima (9 October 2013). "Rinke Khanna becomes a mummy again". The Times of India. The Times Group. Retrieved 15 April 2017.
- ↑ "Akki, Twinkle to support Simple's son". Hindustan Times. HT Media. 25 November 2009. Retrieved 15 April 2017.
- ↑ Singh, Raghuvendra (28 May 2013). ""I never had to do anything to impress Twinkle" – Akshay Kumar". Filmfare. The Times Group. Retrieved 15 April 2017.
- ↑ Sarkar, Suparno (17 January 2016). "Akshay Kumar, Twinkle Khanna celebrate wedding anniversary with PDA on Twitter". International Business Times, India Edition. Retrieved 15 April 2017.
- ↑ Saran, Renu (25 February 2014). Encyclopedia of Bollywood–Film Actors. Diamond Pocket Books Pvt Ltd. p. 15. ISBN 978-93-5083-690-3.
- ↑ "CONGRATS! Akshay Kumar-Twinkle Khanna blessed with a baby girl on 25th september named Nitara Khanna Bhatia". Hindustan Times. HT Media. Retrieved 25 September 2012.
- ↑ Indo-Asian News Service (12 May 2013). "On Mother's Day Akshay thanks Twinkle for his success". Daily Pioneer. New Delhi. Retrieved 15 April 2017.
- ↑ Press Trust of India (28 April 2010). "Twinkle is my lucky charm: Akshay Kumar". Deccan Herald. New Delhi. Retrieved 15 Apirl 2017.
{{cite news}}
: Check date values in:|accessdate=
(help) - ↑ "More On Amitabh". Stabroek News. Guyana. 23 October 1994. p. 28. Retrieved 10 March 2015 – via Google News Archive.
- ↑ Adarsh, Taran (29 June 2001). "Love Ke Liye Kuch Bhi Karega". Bollywood Hungama. Retrieved 15 April 2017.
- ↑ Indo-Asian News Service (21 November 2014). "Karan Johar clarifies why Akshay Kumar's 'Brothers' got preponed". The Times of India. The Times Group. Retrieved 15 April 2017.
- ↑ Sen, Sushmita (18 January 2015). "Akshay Kumar, Twinkle Khanna Celebrate 14th Marriage Anniversary, Snapped at PVR". International Business Times. IBT Media. Retrieved 15 April 2017.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଟ୍ୱିଙ୍କଲ ଖାନ୍ନା