କଲ୍ପନା ଲାଜମି

ଉଇକିପିଡ଼ିଆ‌ରୁ

କଲ୍ପନା ଲାଜମି (ଜନ୍ମ ୧୯୫୪ ) ଜଣେ ଭାରତୀୟ ଫିଲ୍ମ ନିର୍ଦ୍ଦେଶିକା , ନିର୍ମାତା ତଥା କଥାଚିତ୍ର ଲେଖିକା। ସେ ସର୍ବଦା ସ୍ୱାଧୀନ ଭାବରେ ଗତାନୁଗାତିକ ବ୍ୟବସାୟିକ ଫିଲ୍ମଠାରୁ ଭିନ୍ନ , ପ୍ରକୃତିକ କାହାଣୀ ଓ ଅଭିନୟ ସହ ଅଳ୍ପ ବଜେଟରେ ଫିଲ୍ମ ନିର୍ମାଣ କରିଥାନ୍ତି । ସେହି ଧାରଣର ଫିଲ୍ମକୁ ଭାରତରେ " ସମାନ୍ତରାଳ " ସିନେମା କୁହାଯାଇଥାଏ । ଆସାମୀୟ , ବଙ୍ଗାଳୀ ହିନ୍ଦୀ ଓ ଇଂରାଜୀ ଭାଷାରେ ଫିଲ୍ମ ନିର୍ମାଣ ସହ  ଗୀତିକାର , ଲେଖକ , ଗାୟକ ଭାବରେ କାର୍ଯ୍ୟ କରୁଥିବା ଡାଃ ଭୁପେନ ହଜାରିକାଙ୍କ ସହ ସେ ବହୁକାଳ ଧରି କାର୍ଯ୍ୟ କରି ଆସୁଛନ୍ତି । 

ସଂକ୍ଷିପ୍ତ ଜୀବନୀ [ସମ୍ପାଦନା]

କଳ୍ପନା ଲାଜମି ନାମୀ ଫିଲ୍ମ ନିର୍ମାତ୍ରୀ ଲଳିତା ଲାଜମିଙ୍କ ଝିଅ ଏବଂ ଫିଲ୍ମ ନିର୍ମାତା ତଥା ଅଭିନେତା ଗୁରୁ ଦତ୍ତ ବକ ଝିଆରୀ ଅଟନ୍ତି । ସେ ପ୍ରଥମେ ସମାନ୍ତରାଳ ଫିଲ୍ମ ନିର୍ମାଣ ପାଇଁ ଜଣାଶୁଣା ନିର୍ମାତା/ ନିର୍ଦ୍ଦେଶକ ଶ୍ୟାମ ବେନେଗାଳଙ୍କ ସହଯୋଗୀ ଭାବରେ ନିର୍ଦ୍ଦେଶନା ଆରମ୍ଭ କରିଥିଲେ । ସେ ଶ୍ଯାମ ବେନେଗାଳଙ୍କ ଫିଲ୍ମ " ଭୂମିକା "ରେ ପୋଷାକ ଡିଜାଇନର ହିସାବରେ କାର୍ଯ୍ୟ କରିଥିଲେ। ସେ ୧୯୭୮ ମସିହାରେ ଏକ ପ୍ରାମାଣିକ ଫିଲ୍ମ " Paioneer " ନିର୍ମାଣ କରି ବହୁତ ସଫଳତା ପାଇବା ପରେ ଅନେକ ନିରୀକ୍ଷଣ ଓ ବିଶ୍ଳେଷଣ ଭିତ୍ତିକ ତଥା ତଥ୍ୟ ପୂର୍ଣ  ପ୍ରାମାଣିକ ଫିଲ୍ମ ସବୁ ନିର୍ମାଣ କରିଥିଲେ । ତାହା ମଧ୍ୟରୁ ୧୯୮୧ ମସିହା ନିର୍ମିତ " Along The Brahmaputra " ଓ ୧୯୭୯ ନିର୍ମିତ "  Work Study In Tea Pluking " ଖୁବ ପ୍ରଶଂସିତ ହେଇଥିଲା । ସେ ୧୯୮୬ ମସିହାରେ ତାଙ୍କର ପ୍ରଥମ ଫିଲ୍ମ ସାବନା ଆଜମି ଓ ନାସିରୁଦ୍ଦିନ ସାହାଙ୍କୁ ନେଇ " ଏକ ପଲ୍ " ନିର୍ମାଣ କରିଥିଲେ । ସେ ଏହା ନିର୍ମାଣ କରିବା ସହ ଗୁଲଜାରଙ୍କୁ ଚିତ୍ରନାଟ୍ୟ , କାହାଣୀ ଆଦି ଲେଖିବାରେ ସହାୟତା କରିଥିଲେ । 

ଏହା ପରେ ସେ ୧୯୮୮ ମସିହାରେ " ଲୋହିତ କିନାରେ " ନାମକ ଟେଲିଭିଜନ ଧାରାବାହିକ ନିର୍ମାଣ କରିଥିଲେ । ସେ ୧୯୯୩ ମସିହାରେ ଫିଲ୍ମ ନିର୍ମାଣକୁ ଫେରି ଡିମ୍ପଲ କପାଡିଆଙ୍କୁ ନେଇ ଏକ ଭିନ୍ନ ସ୍ୱାଦର ଫିଲ୍ମ " ରୁଦାଲି " ନିର୍ମାଣ କରିଥିଲେ । ଏହି ଫିଲ୍ମର ବଳିଷ୍ଠ ନାରୀ ଚରିତ୍ର ଅଭିନୟ ପାଇଁ ଡିମ୍ପଲଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଜାତୀୟ  ପୁରସ୍କାର ମିଳିଥିଲା । ଲାଜମିଙ୍କୁ ମଧ୍ୟ ଉତ୍ତମ ନିର୍ଦ୍ଦେଶନା ପାଇଁ ଏହି ଫିଲ୍ମ ପାଇଁ ଅନେକ ପ୍ରଶଂଶା ମିଳିଥିଲା । 

ନାରୀ ଚରିତ୍ରକୁ ମୁଖ୍ୟ କାହାଣୀ ଭାବରେ ନେଇ ସେ ମହିଳା ପ୍ରମୁଖ କାହାଣୀ ସହ " Daamiyaan : In Between " ନାମକ ଫିଲ୍ମ ନିଜେ ନିର୍ଦ୍ଦେଶନା ଦେଇ କିରଣ ଖେର ଓ ତବୁଙ୍କୁ ମୁଖ୍ୟ ଚରିତ୍ରରେ ନେଇ ନିର୍ମାଣ କରିଥିଲେ । 

୨୦୦୧ ମସିହାରେ ତାଙ୍କ ନିର୍ମିତ " Daman : "A Victim of Marital Violence " ନାମକ ଚିତ୍ର ଭାରତୀୟ ନାରୀମାନଙ୍କ ଉପରେ ଅତ୍ୟାଚାରର ବାରତା ନେଇ ନିର୍ମିତ ହେଇଥିଲା ଓ ଭାରତ ସରକାର ଏହାକୁ ସରକାରୀ ବ୍ହାବରେଭ ବିତରଣ କରିଥିଲେ ଏହାର ନାୟିକା "ରବିନା ଟଣ୍ଡନ"  ମଧ୍ୟ ଜାତୀୟ ପୁରସ୍କାର ପାଇଥିଲେ । ସେ କଳ୍ପନାଙ୍କ ନିର୍ଦ୍ଦେଶନା ଫଳରେ ଅତ୍ୟନ୍ତ ହୃଦୟସ୍ପର୍ଶୀ ଅଭିନୟ କରିଥିଲେ । 

୨୦୦୫ ମସିହାରେ କଳ୍ପନା ତାଙ୍କର ଅନ୍ତିମ  ଫିଲ୍ମ " ଚିଙ୍ଗାରି "ରେ ଅଭିନେତ୍ରୀ ସୁଷମା ସେନକୁ ବାରାଙ୍ଗନା ଚରିତ୍ରରେ ଅଭିନୟ କରେଇଥିଲେ । କିନ୍ତୁ ଏହି ଫିଲ୍ମ ବ୍ୟବସାୟ ଦ୍ରୁଷ୍ଟିରୁ ଖୁବ ଅସଫଳ ହେଇଯାଇଥିଲା । 

ଫିଲ୍ମୋଗ୍ରାଫି [ସମ୍ପାଦନା]

ବର୍ଷ ଫିଲ୍ମ ରୋଲ
୧୯୭୮ D.G. Movie Pioneer ନିର୍ଦ୍ଦେଶୀକା
୧୯୭୯ A Work Study in Tea Plucking ନିର୍ଦ୍ଦେଶୀକା
୧୯୮୧ Along the Brahmaputra ନିର୍ଦ୍ଦେଶୀକା
୧୯୮୬ Ek Pal ନିର୍ମାତା , ନିର୍ଦ୍ଦେଶୀକା। ଲେଖିକା
୧୯୮୮ ଲିହିତ କିନାରେ ନିର୍ଦ୍ଦେଶୀକା
୧୯୯୩ ରୁଡାଳି ନିର୍ଦ୍ଦେଶୀକା , ଲେଖିକା
1997 Darmiyaan: In Between Director, producer
୨୦୦୧ Daman: A Victim of Marital Violence ନିର୍ଦ୍ଦେଶିକ , ଲେଖିକା
୨୦୦୩ କ୍ୟୁନ ? ନିର୍ଦ୍ଦେଶୀକା , ନିର୍ମାନ୍ତ୍ରୀ
୨୦୦୬ ଚିଙ୍ଗରୀ ନିର୍ଦ୍ଦେଶୀକା , ନିରମତରୀ , ଲେଖିକା

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]