ସୁଭାସିନୀ ଅଲୀ

ଉଇକିପିଡ଼ିଆ‌ରୁ
ସୁଭାସିନୀ ଅଲୀ
ବ୍ୟକ୍ତିଗତ ସବିଶେଷ
ଜନ୍ମଡିସେମ୍ବର ୧୯୪୭
ରାଜନୀତିକ ଦଳଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)
ଜୀବନ ସାଥୀମୁଜାଫର ଅଲୀ (ଛାଡ଼ପତ୍ର)
ସନ୍ତାନଶାଦ ଅଲୀ
୨୭ ଜାନୁଆରୀ, ୨୦୦୭ ସୁଦ୍ଧା
ଆଧାର: [୧]

ସୁଭାସିନୀ ଅଲୀ ଜଣେ ଭାରତୀୟ ରାଜନିତୀଜ୍ଞ ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ସଦସ୍ୟା । ସେ ଅଖିଳ ଭାରତୀୟ ଲୋକତାନ୍ତ୍ରିକ ମହିଳା ସଂଗଠନର ଅଧକ୍ଷା ଅଟନ୍ତି । ସେ କିଛି ଚଳଚ୍ଚିତ୍ରରେ ପୋଷାକ ତିଆରି କରିଥିଲେ ।

ପରିବାର[ସମ୍ପାଦନା]

ସୁବାସିନୀ କର୍ଣ୍ଣେଲ ପରେମ ସେଗଲ ଏବଂ କ୍ୟାପ୍ଟେନ ଲକ୍ଷ୍ମୀ ସେଗଲଙ୍କ ଦୁହିତା ।[୧] ତାଙ୍କର ପିତାମାତା ଭାରତୀୟ ସେନାର ପୂର୍ବତନ କର୍ମଚାରୀ । ସେ ୱେଲହମ୍ ବାଳିକା ବିଦ୍ୟାଳୟରେ ପଢ଼ୁଥିଲେ ।[୨] ସେ ପ୍ରଥମେ ଚଳଚ୍ଚିତ୍ର ନିର୍ମାତା ମୁଜାଫର ଅଲ୍ଲୀଙ୍କୁ ବିବାହ କରିଥିଲେ । ତାଙ୍କର ପୁଅ ଶାଦ୍ ଅଲ୍ଲୀ ମଧ୍ୟ ଜଣେ ଚଳଚ୍ଚିତ୍ର ନିର୍ମାତା ଏବଂ ନିର୍ଦ୍ଦେଶକ । ସେ ଲୋକପ୍ରିୟ କଥାଚିତ୍ର ସାଥିୟା, ବଣ୍ଟି ଅଉର ବବ୍‌ଲି ଏବଂ ଝୁମ୍ ବରାବର ଝୁମ୍ ଆଦି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ଅଲ୍ଲୀ ଜଣେ ନାସ୍ତିକ ।[୩]

ରାଜନୈତିକ ଜୀବନ[ସମ୍ପାଦନା]

ଜଣେ ଶ୍ରମିକ ନେତା ଏବଂ ଅଖିଳ ଭାରତୀୟ ଲୋକତାନ୍ତ୍ରିକ ମହିଳା ସଙ୍ଘର ନେତା ଭାବରେ ସେ କାନପୁରରେ କମୁନିଷ୍ଟ ପାର୍ଟିରେ ଯୋଗ ଦେଇ ରାଜନିତୀରେ ପ୍ରବେଶ କରିଥିଲେ । ସେହି ସଭାରେ ୧୯୫୭ରୁ ୧୯୭୧ ଯାଏଁ ଚାରିଥର ଲୋକ ସଭାକୁ ନିର୍ବାଚିତ ହୋଇଥିବା କମୁନିଷ୍ଟ ନେତା ଏସ୍. ଏମ୍. ବାନାର୍ଜୀ ଉପସ୍ଥିତ ଥିଲେ । ତାଙ୍କ ପ୍ରେରଣାରେ ଏବଂ କମୁନିଷ୍ଟର ପ୍ରଭାବରେ ସେ ୧୯୮୯ ସାଧାରଣ ନିର୍ବାଚନରେ ସଂସଦକୁ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ସେ କାନପୁର ଲୋକ ସଭା ମଣ୍ଡଳରୁ ବିଜେପିର ନିକଟତମ ପାର୍ଥୀକୁ ୫୬,୫୮୭ଖଣ୍ଡ ଭୋଟରେ ହରାଇ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ୧୯୯୬ ସାଧାରଣ ନିର୍ବାଚନରେ ୧୪୧,୦୯୦ ଖଣ୍ଡ ଭୋଟରେ ହାରିଯାଇଥିଲେ । ୨୦୦୪ ସାଧାରଣ ନିର୍ବାଚନରେ ସେ ମାତ୍ର ୪୫୫୮(୦.୭୪%) ଖଣ୍ଡ ଭୋଟ ପାଇ ପଞ୍ଚମ ସ୍ଥାନରେ ରହିଥିଲେ । ପୁଣିଥରେ ୨୦୧୪ ସାଧାରଣ ନିର୍ବାଚନରେ ସେ କମୁନିଷ୍ଟର ପାର୍ଥୀ ହୋଇଥିଲେ, ମାତ୍ର ପୁଣି ହାରିଯାଇଥିଲେ । ସେ ବର୍ତ୍ତମାନ କେନ୍ଦ୍ର କମୁନିଷ୍ଟ ପାର୍ଟିର ଜଣେ ସଦସ୍ୟା ।

ଚଳଚ୍ଚିତ୍ର[ସମ୍ପାଦନା]

ସୁଭାସିନୀ ତାଙ୍କ ପତି ମୁଜାଫର ଅଲ୍ଲୀଙ୍କ ନିର୍ଦ୍ଦେଶିତ ଶାସ୍ତ୍ରୀୟ ଚଳଚ୍ଚିତ୍ର ଉମରାଓ ଜାନ୍‌‌ରେ ପୋଶାକ ଏବଂ ବେଶଭୂଷା ତିଆରି କରିଥିଲେ । ସେ ମଧ୍ୟ ଅଭିନୟ କରିଥିଲେ । ୨୦୦୧ରେ ଅଶୋକଙ୍କ ଭୂମିକାକୁ ନେଇ ନିର୍ମିତି ଚଳଚ୍ଚିତ୍ର ଦ ଗୁରୁରେ ସେ ଅଭିନୟ କରିଥିଲେ । କାନପୁରରେ ତାଙ୍କର ସଙ୍ଘର୍ଷକୁ ନେଇ ତାଙ୍କ ପତି ମୁଜାଫର ଅଲ୍ଲୀଙ୍କ ନିର୍ଦ୍ଦେଶରେ ଅଞ୍ଜୁମାନ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା ।

ଆଧାର[ସମ୍ପାଦନା]

  1. LAXMI SEHGAL:THE DOCTOR WHO SOLDIERS ON Archived 2006-11-11 at the Wayback Machine. the-south-Asian,October 2001.
  2. Fernandes, Vivek (2001-07-21). "The Subhashini Ali 5 Questions". rediff.com. Retrieved 2007-10-01.
  3. "There are religions that have very rigid rules and there are others that don't. Religion is something that I, as a person, am not interested in. I have always been an atheist. My parents were atheists. It doesn't bother me if somebody is religious. My problem is when religion is used to institutionalise other things."The Rediff Interview/ Subhasini Ali, 8 August 2001 (accessed 21 April 2008).

ଅଧିକ ତଥ୍ୟ[ସମ୍ପାଦନା]