ସୀତା ସାହୁ

ଉଇକିପିଡ଼ିଆ‌ରୁ

ସୀତା ସାହୁ ଜଣେ ଭାରତୀୟ ଖେଳାଳୀ ଓ ଅଲମ୍ପିକରେ ଭାରତ ପାଇଁ ଦୁଇଥର ପଦକ ପାଇଥିଲେ । ସୀତା ସାହୁଙ୍କ ଜନ୍ମ ୨୩ ଏପ୍ରିଲ ୧୯୯୬ ମସିହାରେ ମଧ୍ୟପ୍ରଦେଶର "ରେବା" ଜିଲ୍ଲାରେ ହୋଇଥିଲା । ସେ ୨୦୧୧ ମସିହାରେ ଏନ୍ଥେସରେ ବିଶେଷ ଅଲମ୍ପିକଦ୍ୱାରା ୨୦୦ ଏବଂ ୪×୪୦୦ ମିଟର ଦୌଡ଼ରେ ପଦକ ପ୍ରାପ୍ତ ହୋଇ ନିଜ ଦେଶକୁ ଗର୍ବ ଅନୁଭବ କରାଇଥିଲେ । [୧]

ବାଲ୍ୟ ଜୀବନ[ସମ୍ପାଦନା]

ମାନସିକ ରୂପେ ବିକଳାଙ୍ଗ ବାଳିକା ସୀତା ସାହୁଙ୍କ ଜୀବନରେ ଦୁଇ ଉପେକ୍ଷିତ କାହାଣୀ ସେତେବେଳେ ଥିଲା ଯେତେବେଳେ ପ୍ରଥମ ଥର ସେ ୭ ବର୍ଷ ହୋଇଥିଲେ ଏବଂ ପିଲାମାନଙ୍କ ସହିତ ଶିବରାଜ ଚୌହାନଙ୍କ ଘରୁକୁ ଚାହା ପାଇଁ ଆମନ୍ତ୍ରିତ କରାଯାଇଥିଲା । ଦ୍ୱିତୀୟ ସେତେବେଳେ , ଯେତେବେଳେ ସେ କିଛି ସମୟ ପରେ ଏନ୍ଥେସରୁ ଦୁଇ ପିତ୍ତଳ ପଦକ ୨୦୦ ମିଟର ଏବଂ ୧୬୦୦ ମିଟର ପରି ବିଶେଷ ଖେଳରୁ ଜିତି ଆସିଥିଲେ । ଏନ୍ଥେସରେ ବିତେଇଥବା ସେହି ୧୫ ଦିନରେ ତାଙ୍କୁ ପୂର୍ଣ୍ଣ ରୂପେ ଅସନ୍ତୁଷ୍ଟ ଏବଂ ଆତ୍ମବିଶ୍ୱାସହିନ ଝିଅରୁ ବିଶ୍ୱାସ ବାଳିକାକୁ ବଦଳେଇ ଦେଇଥିଲା । ରାଜ୍ୟସରକାର ସେହି ସମୟରେ ସୀତାଙ୍କ ପାଇଁ ୧ ଲକ୍ଷ ଟଙ୍କାର ଉପହାର ଦେବାପାଇଁ କଥା ଦେଇଥଲେ, କିନ୍ତୁ ଏହି କଥାକୁ ପୁରଣ କରିବାରେ ସରକାର ବିଫଳ ହେଲେ ଏବଂ ଯାହାକାରଣରୁ ତାଙ୍କ ମା' ତାଙ୍କୁ ଅନ୍ୟ କୌଶଳ ଶିଖେଇବା ପାଇଁ ମତଦେଲେ ଯାହାଦ୍ୱାରା କି ସେ କିଛି ଟଙ୍କା କମେଇ ପାରନ୍ତେ । ସୀତା ଜଣେ ଗରିବ ଶ୍ରମିକ ଶ୍ରେଣୀୟ ପରିବାରରୁ ଅଟନ୍ତି ଯିଏ ପ୍ରତିଦିନ ୧୫୦ - ୧୮୦ ଟଙ୍କା ରୋଜଗାର କରିପାରନ୍ତି । ସେମାନଙ୍କ ପାଇଁ ଉପହାରରମାନେ ବହୁ ମାନ୍ୟତା ରଖୁଥିଲା କାରଣ ସୀତାଙ୍କ ବାପାଙ୍କର ଅବସ୍ଥା ମଧ୍ୟ ବହୁ ଖରାପ ଥିଲା ଏବଂ ଏହି କାରଣରୁ ହିଁ ତାଙ୍କୁ ସ୍କୁଲ ପାଠପଢ଼ା ଛାଡ଼ିବାକୁ ପଡିଥିଲା । କିଛି ସମୟ ପର୍ଯ୍ୟନ୍ତ ସୀତା ନିଜ ମା' ଏବଂ ଭାଈ - ଭଉଣୀମାନଙ୍କ ସହିତ ଗୁପଚୁପ ବିକ୍ରୟ କରି ଘର ଚଳାଉଥିଲେ । କିନ୍ତୁ ୨୦୧୩ ମାଡିହରେ ହିଁ ସରକାର ତାଙ୍କ ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ଏବଂ ତାଙ୍କୁ ୬ ଲକ୍ଷ ଟଙ୍କାର ଉପହାର ମଧ୍ୟ ଦେଲେ ଯାହା ସାହାଯ୍ୟରେ ସେ ଏବଂ ତାଙ୍କ ଭାଈ ଭଉଣୀମାନେ ସ୍କୁଲରେ ନିଜ ପାଠ ପଢ଼ା ସମ୍ପୂର୍ଣ୍ଣ କରୁଛନ୍ତି । [୨] ଏବେ ତାଙ୍କ ଜୀବନରେ ବହୁ ସୁଧାର ଆସିଛି ଏବଂ ଆଗକୁ ଯାଇ ସେ ଭାରତକୁ ଅନ୍ୟ ପଦକ ଦେଇ ଗର୍ବ ଅନୁଭବ କରିବେ , ଏହା ତାଙ୍କ ମା' କିରଣ ସାହୁ କୁହନ୍ତି । ସୀତାଙ୍କ ପରୀକ୍ଷକ ଏବଂ ତାଙ୍କ ଅଧ୍ୟାପିକା ଉଷା ସାହୁଙ୍କ ବହୁ ଯୋଗଦାନ ରହିଛି ଏବଂ ମିତଭାଷୀ ୧୩ ବର୍ଷୀୟ ବାଳିକା ଯେ ଚାଲିବା ବାଟରେ ଖୁଣ୍ଟୁ-ଥିଲେ , ସେ ତାକୁ ଧୀରେ ଧୀରେ ରାଜ୍ୟରେ ପକେଇଲେ ଏବଂ ରାଷ୍ଟ୍ରୀୟ ସ୍ତର ପ୍ରତିଯୋଗିତାର କାବିଲ କରେଇଲେ ଯାହା କାରଣରୁ ସେ ଦୁଇ ଅଲମ୍ପିକ ପଦକ ଜିତିପାରିଲେ । [୩]

ଆଧାର[ସମ୍ପାଦନା]

  1. Help us make a difference!. Special Olympics. Retrieved on 12 July 2015
  2. Do You Know Sita Sahu?. The Hans India. Retrieved on 12 July 2015.
  3. Sharapova doesn't know Tendulkar. But do you know any of these Indian athletes? : Sports, News - India Today. Indiatoday.intoday.in (4 July 2014). Retrieved on 2015-07-12.