ସୁରେଖା ଯାଦବ
Surekha Yadav | |
---|---|
ଜନ୍ମ | Surekha R. Bhosale ୨ ସେପ୍ଟେମ୍ବର ୧୯୬୫ Satara, Maharashtra, India |
ପ୍ରସିଦ୍ଧି | India's first female (locopilot) train driver |
ବୈବାହିକ-ସାଥୀ | Shankar Yadav |
ସନ୍ତାନ | 2 |
ପିତାମାତା | Sonabai & Ramchandra Bhosale |
ସୁରେଖା ଯାଦବ(ଜନ୍ମ -୨ ସେପ୍ଟେମ୍ବର ୧୯୬୫ ) ଜଣେ ମହିଳା ରେଳ ଇଞ୍ଜିନ ଡ୍ରାଇଭର । [୧][୨] ସେ ୧୯୮୮ ମସିହାରେ ଭାରତୀୟ ରେଳବାଇରେ ପ୍ରଥମ ମହିଳା ଡ୍ରାଇଭର ଭାବରେ ଯୋଗଦାନ କରିଥିଲେ । ୨୦୦୦ ଏପ୍ରିଲ ମାସରେ ଭରତର ୪ଟି ମେଟ୍ରୋପାଳିତାନ ସହରରେ " ମହିଳା ସ୍ପେଶିଆଲ " ଟ୍ରେନର ପ୍ରଚାଳନ ହେଲା ବେଳେ କେନ୍ଦ୍ର ରେଳ ଡିଭିଜନ ତରଫରୁ ସେ ପ୍ରଥମ " ମହିଳା ସ୍ପେଶିଆଲ " ଟ୍ରେନ ଚଳେଇଥିଲେ । ମାର୍ଚ ୨୦୧୧ରେ ସେ ଡେକାନ କୁଇନ ଟ୍ରେନକୁ ପୁନେରୁ ମୁମ୍ବାଇ ଛତ୍ରପତି ଟର୍ମିନସ ଯାଏ ଦୁର୍ଗମ ଅଥଚ ସୁନ୍ଦର ପଥ ଦେଇ ଚଳେଇବାରେ ପ୍ରଥମ ଏସୀୟ ମହିଳା ହେବାର ଗୌରବ ଅର୍ଜନ କରିଥିଲେ । [୩][୪] ଏହି ଯାତ୍ରା ପରେ ମୁମ୍ବାଇର ମେୟର ତାଙ୍କୁ ବ୍ୟକ୍ତିଗତ ଭାବରେ ଅଭିନନ୍ଦନ ଜଣେଇଥିଲେ । .[୧]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]୨, ସେପ୍ଟେମ୍ବର ୧୯୬୫ରେ ମହାରାଷ୍ଟ୍ର ରାଜ୍ୟର ସତାରାଠାରେ ସୁରେଖାଙ୍କ ଜନ୍ମ ହେଇଥିଲା ।ତାଙ୍କ ପିତା ଜଣେ କୃଶକ ଥ୍ଲେ ଓ ୫ଟି ସନ୍ତାନ ସନ୍ତତି ଙ୍କ ପିତା ଥିଲେ । ସୁରେଖା ସବୁଠୁ ବଡ଼ ଥିଲେ । ସେ ସତାରା ପବ୍ଲିକ ସ୍କୁଲ ଶିକ୍ଷା ଲାଭ କଳା ପରେ ଏଲେକ୍ଟ୍ରିକଳ ଇଂଜିନିଯରିଂରେ ଡିପ୍ଲୋମା କରିଥିଲେ । ତାହା ପରେ ସେ ଭାରତୀୟ ରେଳବାଇରେ ଚାକିରି ପାଇବା ସୁଯୋଗପାଇବାରୁ ଆଉ ଅଧିକାନ ପଢ଼ି ଚାକିରିରେ ଯୋଗ ଦେଇଥିଲେ ।
କାର୍ଯ୍ୟ ଜୀବନ
[ସମ୍ପାଦନା]୧୯୮୭ ମସିହାରେ ସେ ଭାରତୀୟ ରେଳ ବିଭାଗରେ ଯୋଗ ଦେଇ ଟ୍ରେନି ଡ୍ରାଇଭର ଭାବରେ କାର୍ଯ୍ୟ ଶିକ୍ଷା ଲାଭ କଲେ । ୧୯୮୯ରେ ସେ ନିୟମିତ ଭାବରେ ଏସିଷ୍ଟାଣ୍ଟ ଡ୍ରାଇଭର ରହିଥିଲେ । ସେ ରେଳବାଇର ଟ୍ରାକ ପରିକ୍ଷ୍ୟା କରିବା କାର୍ଯ୍ୟରେ ଇଞ୍ଜିନ ଚଳଉଥିଲେ । ସେ ୧୯୯୬ ମସିହାରେ ମାଲବାହୀ ରେଳଗାଡି ଚାଳନା କରିଥିଲେ ।୨୦୦୦ ମସିହାରେ ସେ ଯାତ୍ରୀବାହି ଟ୍ରେନ ଡ୍ରାଇଭର ଭାବରେ ନିଯୁକ୍ତ ହେଇଥିଲେ । ୨୦୧୧ ମସିହାରେ ତାଙ୍କୁ ଏକ୍ସପ୍ରେସ/ ମେଲ ଟ୍ରେନ ଡ୍ରାଇଭର ଭାବରେ ପ୍ରମୋଶନ ହେଇଥିଲା । ବର୍ତ୍ତମାନ ସେ କଲ୍ଯାଣଠାରେ ଥିବା ଡ୍ରାଇଭର ଟ୍ରେନିଂ ପ୍ରତିଷ୍ଠାନରେ ନୂତନ ଡ୍ରାଇଭରମାନଙ୍କୁ ଟ୍ରେନିଂ ପ୍ରଦାନ କରୁଛନ୍ତି ।
ସେ ଯୋଗଦାନ କଳା ବେଳେ ରେଳ ଡ୍ରାଇଭର କାର୍ଯ୍ୟ କେବଳ ପୁରୁଷ ମାନଙ୍କଦ୍ୱାରା ସମ୍ଭବ ବୋଲି କୁହା ଯାଉଥିଲା । ତେବେ ସୁରେଖା ପ୍ରଥମ କରି ରେଳ ଡ୍ରାଇଭର ଭାବରେ ଅତି ସୂଚାରୁ ଭାବରେ କାର୍ଯ୍ୟ କରି ଆଦର୍ଶ ପଲତିଯାଇଥିଲେ । ତାଙ୍କର ଉଦାହରଣ ଯୋଗୁଁ ବର୍ତ୍ତମାନ ଭାରତୀୟ ରେଳରେ ୫୦ରୁ ଉର୍ଦ୍ଧ ମହିଳା ଡ୍ରାଇଭର କାର୍ଯ୍ୟ କରୁଛନ୍ତି । ସେ ସର୍ବଦା ଖୁବ ସାବଧାନତାର ସହ ଟ୍ରେନ ଚଳେଇଥାନ୍ତି ଓ ସମସ୍ତ ପ୍ରକାର ସୁରକ୍ଷ୍ୟା ପ୍ରତି ଧ୍ୟାନ ଦେଇ ଥାନ୍ତି । ତାଙ୍କ କରଜ୍ୟକାଳ ମଧ୍ୟରେ ସେ କେବେ ଦୁର୍ଘଟଣା ସହ ଜଡ଼ିତ ହେଇ ନାହାନ୍ତି । [୫] ସେ ସମସ୍ତ ପ୍ରକାର ଟ୍ରେନ ଚଳେଇଛନ୍ତି । ଏହା ସହ ସେ ମହିଳା ମାନଙ୍କ ବିରୁଦ୍ଧରେ ହାଉଥିବା ଯୌନ ଶୋଷଣ ନିରାକରଣ ପାଇଁ ମଧ୍ୟ ସ୍ୱର ଉତ୍ତୋଳନ କରିଛନ୍ତି ।
୧୯୯୧ ମସିହାରେ ସେ " ହମ କିସି ସେ କମ ନହିଁ " ନାମକ ଏକ ସିରିୟାଲରେ ମଧ୍ୟ ଅଭିନୟ କରିଥିଲେ । ଜାତୀୟ ସ୍ତରରେ ଟିଭିରେ ତାଙ୍କର ସାକ୍ଷତକାର ଅନେକ ଥର ପ୍ରକାଶ ହୋଇଛି । ଆନ୍ତର୍ଜାତିକ ଟିଭିରେ ମଧ୍ୟ ସେ ନିଜର ଅନୁଭୂତି ବର୍ଣ୍ଣନା କରିଛନ୍ତି । .[୨]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ମହାରାଷ୍ଟ୍ର ସରକାରଙ୍କ ଅଧୀନରେ ପୋଲିସ ବିଭାଗରେ ଇନିସପେକ୍ଟର ଥିବା ଶଙ୍କର ଯାଦବଙ୍କୁ ସୁରେଖା 1990 ମସିହାରେ ବିବାହ କରିଥିଲେ । ତାଙ୍କର ଦୁଇଟି ପୁତ୍ର ବର୍ତ୍ତମାନ ଶିକ୍ଷାଲାଭ କରୁଛନ୍ତି ଓ ତାଙ୍କ ସ୍ୱାମୀ ତାଙ୍କୁ ତାଙ୍କର କାର୍ଯ୍ୟରେ ସର୍ବଦା ଉତ୍ଶାହ ପ୍ରଦାନ କରିଥାନ୍ତି ।
Awards Received
[ସମ୍ପାଦନା]- Jijau puraskar (1998)
- Women achievers award (2001) (by lions)
- Rashtriya mahila aayog, delhi (2001)
- Lokmat sakhi manch (2002)
- S.B.I. Platinum jubilee year celebrations (2003-2004)
- Sahyadri hirkani award (2004)
- Prerna puraskar (2005)
- G.M.award (2011)
- Woman achievers award (2011) (by central railway)
- RWCC Best Women award of year 2013. For first lady locopilot on Indian Railways on date 5 April 2013
- GM award for first lady locopilot on Indian Railways. April 2011
ଅଧିକ ପଠନ
[ସମ୍ପାଦନା]- List of firsts in India
ଆଧାର
[ସମ୍ପାଦନା]- ↑ ୧.୦ ୧.୧ & Rights 2001, p. 185.
- ↑ ୨.୦ ୨.୧ Hanshaw 2003, p. 96.
- ↑ "Realigning the tracks". The Hindu. 8 January 2013.
- ↑ "Mumbai Western Railway believes in woman-power". DNAIndia. 9 March 2011.
- ↑
{{cite web}}
: Empty citation (help)
- http://epaper.eprahaar.in/detail.php?cords=22,136,1472,2268&id=story2&pageno=http://epaper.eprahaar.in/08032015/Mumbai/Suppl/Page8.jpg Archived 2016-03-12 at the Wayback Machine.
- http://epaper.loksatta.com/451544/indian-express/04-03-2015?show=touch#page/28/3 Archived 2016-03-05 at the Wayback Machine.