ଅର୍ପିତା ସିଂହ

ଉଇକିପିଡ଼ିଆ‌ରୁ
ଅର୍ପିତା ସିଂହ

ଅର୍ପିତା ସିଂହ,  ଜଣେ ସାଂପ୍ରତିକ ଭାରତୀୟ  ମହିଳା ଚିତ୍ରକାର । ସେ ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗ[୧][./Arpita_Singh#cite_note-ContemporaryWomenArtists-1 [1]]ରେ ଜନ୍ମ ଗ୍ରହଣ କରିଥିଲେ । ସେ ବର୍ତ୍ତମାନ  ନୂଆ ଦିଲ୍ଲୀର ନିଜାମୁଦ୍ଦିନଠାରେ ଅବସ୍ଥାନ କରୁଛନ୍ତି । ସେ କାଣେ ଚିତ୍ରକାର ପରମଜିତ ସିଂହଙ୍କୁ ବିବାହ କରିଛନ୍ତି ଓ ତାଙ୍କର ଝିଅ ଅଞ୍ଜୁମ ସିଂହ ମଧ୍ୟ ଜଣେ ଚିତ୍ରକାର । 

ଅର୍ପିତା 1954 ମସିହାରୁ 1959 ମସିହା ଯାଏ ନୂଆ ଦିଲ୍ଲୀସ୍ଥିତ ଦିଲ୍ଲୀ ପଳିଟେକ୍ନିକରେ ଆର୍ଟ ଶିକ୍ଷା ଲାଭ କରିବା ପରେ ଭାରତ ସରକାରଙ୍କ କୁଟୀର ଶିଳ୍ପ ପୁନର୍ବିନ୍ୟାସ ପ୍ରକଳ୍ପରେ କାର୍ଯ୍ୟ କରିଥିଲେ । ସେହି ଅବସରରେ ସେ ଭାରତର ଅନେକ ପାରମ୍ପରିକ କଳା ଓ ବୁଣାକାରମାନଙ୍କ ସହ ଭେଟ ହୋଇ ତାଙ୍କର କଳାକୃତିଦ୍ୱାରା ଅନେକ ଅନୁଭବ ହାସଲ କରିଥିଲେ । ସେହି ଅନୁଭବ ତାଙ୍କର ଚିତ୍ରାଙ୍କନ ମାନଙ୍କରେ ଉପଯୋଗ କରି ସୁନ୍ଦର ଚିତ୍ର ସବୁ ଅଙ୍କନ କରିଥିଲେ । 1970 ଦଶକ ଆଡକୁ ସେ ମୁଖ୍ଯତଃ କଳା ଧଳା ଭୌତିକ ଢଙର ଚିତ୍ରାଙ୍କନ ସବୁ କରିଥିଲେ । .[୨]

କିନ୍ତୁ ତଦ-ପାଶ୍ଚ୍ୟତ ସେ ତାଙ୍କର ଶୈଳୀରେ ପରିବର୍ତ୍ତନ ଆଣି ବଙ୍ଗଳାର ଲୋକ ଚିତ୍ର ଅଙ୍କନ ପ୍ରତି ଅଧିକ ଦୃଷ୍ଟି ଦେଇଥିଲେ । ତାଙ୍କର ଚିତ୍ରାଙ୍କନ ଗୁଡିକରେ ସାଧାରଣ ଗ୍ରାମୀଣ ମହିଳା ମାନଙ୍କ ଚିତ୍ର  ପ୍ରତି ଅଧିକ ପ୍ରାଧାନ୍ୟ ଦଉଥିଲେ । ମହିଳାମାନେ ଦୈନନ୍ଦିନ କାର୍ଯ୍ୟ କରୁଥିବାର ଦୃଶ୍ୟକୁ ସେ କାନଭାସ ଓ ରଙ୍ଗରେ ସୁନ୍ଦର ଓ ଜୀବନ୍ତ ଭାବରେ ଉପସ୍ଥାପନ କରୁଥିଲେ । ଚିତ୍ରର ମାଧ୍ୟମ ଭାବରେ ସେ ପ୍ରଥମେ କାଗଜ ଓ ୱାଟର କଲର ବ୍ୟବହାର କରୁଥିଲେ । ପରେ 1990 ଦଶକ ଆଡକୁ ସେ କାନଭାସ ଓ ତୈଳ ରଙ୍ଗର ପ୍ରୟୋଗ କରିଥିଲେ । ତାଙ୍କର ଅଙ୍କିତ କିଛି ନଗ୍ନ-ପ୍ରାୟ ମହିଳା ଚିତ୍ର ସମାଜରେ ମହିଳା ମାନଙ୍କ ଅସହାୟତାକୁ ବେଶୀ ମାତ୍ରାରେ ସୂଚଉ ଥିଲା , ନଗ୍ନତା ନୁହେଁ । ଭାରତୀୟ ନାରୀର ମାସସିକତାକୁ ସେ ରଙ୍ଗ -ତୁଳି ମାଧ୍ୟମରେ ଫୁଟେଇ ପାରୁଥିଲେ । ସାରା ବିଶ୍ୱର ବିଭିନ୍ନ ସହରରେ ତାଙ୍କର ଚିତ୍ର ସମୂହର ଏକକ ବା ସାମୁହିକ ପ୍ରଦର୍ଶନ ହେଇ ସାରିଥିବା ସହ ସେ ତାଙ୍କର ଉତ୍କୃଷ୍ଟ କଳା କୃତି ପାଇଁ ଅନେକ ସମ୍ମାନ ପାଇଛନ୍ତି ।  [୩]

ପୁରସ୍କାର ସମୂହ [ସମ୍ପାଦନା]

  • ସର୍ବ ଭାରତୀୟ ଚିତ୍ରାଙ୍କନ ପ୍ରତିଯୋଗିତା , ଚଣ୍ଡିଗଡରେ ୧୯୮୧ଓ ୧୯୯୧ରେ ପୁରସ୍କୃତ 
  • ୧୯୮୭ରେ ଅଲଜେରିଆ ବାଇ- ଏନ୍ନିଆଲ ପୁରସ୍କାର 
  • ନୂଆ ଦିଲ୍ଲୀ ସାହିତ୍ଯ କଳା ପରିଷଦ ପୁରସ୍କାର , ୧୯୯୧ 
  • ୨୦୧୧ରେ ପଦ୍ଣଭୂଷଣ

ଆଧାର [ସମ୍ପାଦନା]

  1. Contemporary Women Artists.
  2. Milford-Lutzker, Mary-Ann, "Intersections: Urban and Village Art in India" Art Journal
  3. Arpita Singh. 20th Century Museum of Contemporary Indian Art.

ବାହାର ଲିଙ୍କ [ସମ୍ପାଦନା]