ମହାମାୟା ଧାମ

ଉଇକିପିଡ଼ିଆ‌ରୁ

ଡାହାଣ|thumb|240x240_ପିକସେଲ|ଧୁବରୀ ମହାମାୟା ମନ୍ଦିର  ମହାମାୟା ଧାମ,ଭାରତୀୟ ରାଜ୍ୟ ଆସାମର ବିଳାସିପରାସହରରୁ 10 କିଲୋମିଟର ଦୂର ବର୍ତୀ ବିଗ୍ରିବାରୀଠାରେ ଅବସ୍ଥିତ । ଏହା ହିନ୍ଦୁ ଧର୍ମ ପାଇଁ  ଭାରତର ମୁଖ୍ୟ ଶକ୍ତି ପୀଠ[୧] ମଧ୍ୟରୁ ଅନ୍ୟତମ ।  ଏହାର ଆକର୍ଷଣ ଓ ଧାର୍ମିକ ପର୍ଯ୍ୟଟନ ପାଇଁ ଏହା କାମାକ୍ଷା ମନ୍ଦିର[୨] ସହ ସମତୁଲ କୁହାଯାଇଥାଏ । କଥିତ ଅଛି ଅତି ପ୍ରାଚୀନ କାଳରେ ପର୍ବତଜୋୱାରର ଜମିଦାର ତଥା ସ୍ଥାନୀୟ କଚେରୀ, କୋଚେସ ଓ ନାଥ ଜାତିର ଲୋକମାନଙ୍କ ଆରାଧ୍ୟା ଦେବୀ ଭାବରେ ମହାମାୟା ପୂଜା ଅପୁଥିଲେ । ପରେ ଆହୁରି ଅଧିକ  ହିନ୍ଦୁ  ତାଙ୍କୁ ଉପାସନା କରିବା ସହ ତଳ ଆସାମ ଅଞ୍ଚଳରେ ମହାମାୟା ମୁଖ୍ୟ ଦେବୀ ସ୍ଥାନ ନେଇଛନ୍ତି । 

ମନ୍ଦିରରେ ବିଗତ 400 ବର୍ଷ ଧରି ପଶୁବଳି ପ୍ରଥା ରହିଛି । ବିଶେଷ କରି ଦୁର୍ଗାପୂଜା ସମୟରେ ସହସ୍ତ୍ରାଧିକ ପଶୁ ଓ ପକ୍ଷୀଙ୍କୁ ବଳି ଦିଆ ଯାଇଥାଏ । ଏହି ଅଞ୍ଚଳରେ କିଛି ନୂତନ ନିର୍ମାଣ କରାଗଲା ବେଳେ ମଧ୍ୟ ବଳି ଦିଆଯାଉଥିବାର କୁହା ଯାଏ । ଏହି ପ୍ରଥା ବିରୁଦ୍ଧରେ ଜଣ ଜାଗରଣ ଆରମ୍ଭ ହେଇଥିଲେ ମଧ୍ୟ ତାହା ବନ୍ଧ ହେଇପାରି ନାହିଁ ।  .[୩]

ଧୁବରୀ ମହାମାୟା ମଦିରର ମୁଖ୍ୟ ପ୍ରବେଶ ଦ୍ୱାର

ଏଠାରୁ କିଛି କିଲୋମିଟର ଦୂରରେ ଅନନ୍ୟ ଏକ ପୀଠ ମହାମାୟା ସ୍ନାନଘାଟ ମନ୍ଦିର ରହିଛି । ଲୋକବାଦ ଅନୁସାରେ ଦେବୀ ମହାମାୟା ସେଠାରେ ସ୍ନାନ ପାଇଁ ଯାଉଥିଲେ । ସେଠାରେ ପ୍ରତି ବର୍ଷ ଜାନୁଆରୀରେ " ଶକ୍ତି ଯଜ୍ଞ "ଅନୁଷ୍ଠିତ ହେଇଥାଏ । 

ଆଧାର [ସମ୍ପାଦନା]

  1. Priceless heritage gets funds to survive.
  2. Sharma, B. K. Blueprint to develop tourist hotspots, The Telegraph, Kolkata, Jan 24, 2007
  3. "Fried Eye Killing the festive spirit, Oct 2011". Archived from the original on 2011-12-20. Retrieved 2017-01-04.

ବାହାର ଲିଙ୍କ [ସମ୍ପାଦନା]