କାଂଗଳ ଶିଳାଲେଖ

ଉଇକିପିଡ଼ିଆ‌ରୁ

ଛାଞ୍ଚ:Infobox artifactକାଂଗଳ ଶିଳାଲେଖ  ଏକ 732 ମସିହାର ଜାଭାଜିଜ ସିଲଲେଖ , ଯାହା କେନ୍ଦ୍ରୀୟ ଜାଭାର ମାଗେଲାଙ୍ଗ ଋଜେଂସୀ , ସାଲେମସ୍ଥିତ କୁଡିଲୁବି ଗ୍ରାମରେ ଥିବା ଗୁରୁଙ୍ଗ ୱୁକିର ମନ୍ଦିର ପରିସରରେ ଅବିଷ୍କୃତ ହେଇଥିଲା । ଏହି ଲେଖା ସଂସ୍କୃତ ଭାଷାରେ ପଲଲାୱା ଲିପିରେ ଲେଖାଯାଇଥିଲା । ଏହା ଜଣେ ସଞ୍ଜୟଙ୍କ ନାମରେ ଥିଲା ଓ ସେ ସେଥିରେ ନିଜକୁ ମେଡଙ୍ଗ ଅଞ୍ଚଳର ସର୍ବୋଛ ଶାସକ ବୋଲି ଘୋଷଣା କରିଥିଲେ । 

ଲେଖନ ବିଷୟବସ୍ତୁ [ସମ୍ପାଦନା]

ଲେଖାରେ ସଞ୍ଜୟଙ୍କଦ୍ୱାରା କୁଞ୍ଜରକୁଞ୍ଜ ଦେଶରେ ଶିବ ଲିଙ୍ଗ ସ୍ଥାପନ କରିବା ପାଇଁ ଆଦେଶ ଦେଇଥିବା କଥା ଉଲ୍ଲେଖ ରହିଛି ।ଏହା ଜାଭା ଦ୍ୱିପରେ ସ୍ଥାପିତ ହେଇଥିବା କଥା ଲେଖା ଯାଇଛି । ଏଥିରେ ଜାଭା ବିଷୟରେ ଏହା ଏକ ଗଶଯ ଶ୍ୟାମଳ ଓ ସ୍ୱର୍ଣ ରେ[୧] ପରିପୂର୍ଣ ସ୍ଥାନ ବୋଲି ବର୍ଣ୍ଣନା କରାଯାଇଛି । ଏଥିରେ ପୁଣି ଲେଖା ରହିଛି ଯେ ଯବଦ୍ୱୀପ ଅନେକ କାଳରୁ ବିଜ୍ଞ ଓ ବଳିଷ୍ଠ ଶାସକ ରାଜା ସନ୍ନାଙ୍କଦ୍ୱାରା ଶାସିତ ହାଉଥିଲା ଓ ତାଙ୍କ ଅନ୍ତେ ବିଚ୍ଛିନ୍ନ ହେଇଯାଇଥିଲା । ସେହି ସମୟରେ ସନ୍ନାଙ୍କ ଭଗିନୀ ସନ୍ନାହାଙ୍କ ପୁତ୍ର ସଞ୍ଜୟ ରାଜଗାଦି ଅଧିଗ୍ରହଣ କରିଥିଲେ । ସଞ୍ଜୟ ପବିତ୍ର ଗ୍ରନ୍ଥ ବିଦ୍ୟା , ସାମରିକ କଳାରେ ଧୁରନ୍ଧର ଥିଲେ ଓ ସାମରିକ ଶକ୍ତିର ପ୍ରଦର୍ଶନ କରିଥିଲେ । ସେ ନିକଟବରତି ଅଞ୍ଚଳ ସବୁ ବିଜଯ କଳା ପରେ ଶାନ୍ତି ଓ ସମୃଦ୍ଦି ସହ ଶାସନ କରିଥିଲେ । [୨]

ଏହି ସିଲାଲେଖ "କୁଞ୍ଜରକୁଞ୍ଜ-ଦେଶ ",  ଯାହାର ଅର୍ଥ "କୁଞ୍ଜର ଅଞ୍ଚଳର ସନ୍ୟାସୀ "କୁ ଭୁଝାଏ , ତାକୁ ଆଧାରିତ କରିଥାଏ । ଏହି କୁଞ୍ଜରଙ୍କୁ ଦକ୍ଷିଣ ଭାରତର ମହାମୁନି ଋଷି ଅଗସ୍ୟ ବୋଲି ଚିହ୍ନଟ କରାଯାଇଥାଏ । ରାମାୟଣରେ ରାମ , ସୀତା ଓ ଲକ୍ଷ୍ମଣ କୁଞ୍ଜରରେ ଥିବା ଆଶ୍ରମକୁ  ଅଗସ୍ୟଙ୍କୁ ଭେଟିବାକୁ ଆସିଥିବା କଥା ଉଲ୍ଲେଖ ରହିଛି । 

କୌତୁହଳର ବିଷୟ ଏହା ଯେ ସଞ୍ଜୟ , ସନ୍ନା ଓ ସନ୍ନାହ ନାମ ସବୁ ପରବର୍ତୀ କାଳରେ (16 ତମ ଶତାବ୍ଦୀରେ )ରଚିତ ଏକ ପୁସ୍ତକ "କରିତା ପରହୟଙ୍ଗନ "ରେ ମଦ୍ୟ ଉଲ୍ଲେଖ ଥିବାର ଦେଖିବାକୁ ମିଳେ । 

ପୁନଶ୍ଚ ଦେଖଣା [ସମ୍ପାଦନା]

  • Sojomerto inscription (c. 725)
  • Kalasan inscription (778)
  • Kelurak inscription (782)
  • Karangtengah inscription (824)
  • Tri Tepusan inscription (842)
  • Kedu Plain

ଟୀକା [ସମ୍ପାଦନା]

  1. Coedès, George (1968). Walter F. Vella (ed.). The Indianized States of Southeast Asia. trans.Susan Brown Cowing. University of Hawaii Press. ISBN 978-0-8248-0368-1.
  2. Drs. R. Soekmono, (1973). Pengantar Sejarah Kebudayaan Indonesia 2, 2nd ed. Yogyakarta: Penerbit Kanisius. p. 40.{{cite book}}: CS1 maint: extra punctuation (link)

ଆଧାର [ସମ୍ପାଦନା]

  • Damais, L.C., 1952, 'Etudes d'épigraphie indonésienne, III, Liste des principales inscriptions datées de 1'Indonésie', Bulletin de l'École Française d'Extrême-Orient (Hanoi) XLVI: 1-103.
  • Dowson, J., 1957, A classical dictionary of Hindu mythology. London: Kegan Paul.
  • H. Kern, 1917, Verspreide Geschriften, deel VII. 's-Gravenhage: Nijhoff.
  • J.J. Ras, 1994, ‘Geschiedschrijving en de Legitimateit van het Koningschap op Java' BKI 150-3 (1994): 518-38.

ବାହାର ଲିଙ୍କ [ସମ୍ପାଦନା]