ବେଦବତୀ ( ରାମାୟଣ ଚରିତ୍ର )

ଉଇକିପିଡ଼ିଆ‌ରୁ

 ବେଦବତୀ ( ରାମାୟଣ ଚରିତ୍ର )(Sanskrit:वेदवती)ହିନ୍ଦୁ ମହାପୁରାଣ ରାମାୟଣର ଏକ ଚରିତ୍ର । ତାଙ୍କୁ ଭଗବାନ ରାମାଙ୍କ ପତ୍ନୀ ସୀତାଙ୍କ ଆତ୍ମା ବୋଲି କୁହାଯାଇଥାଏ । ତାଙ୍କୁ ଦେବୀ ଲକ୍ଷ୍ମୀଙ୍କ ଅବତାର ବୋଲି ମଧ୍ୟ କୁହା ଯାଇଥାଏ । 

ପ୍ରାରମ୍ଭିକ ଜୀବନ [ସମ୍ପାଦନା]

ବେଦବତୀ ବ୍ରାହମର୍ଷୀ କୁଶଦ୍ୱ୍ହାଜ  ଙ୍କ କନ୍ୟା ଥିଲେ । ଦେବତା ମାନଙ୍କ ଗୁରୁ ବୃହସ୍ପତି .କୁଶଦ୍ୱାଜଙ୍କ ପିତା । ସେ ସାରା ଜୀବନ ବେଦ ପଠନ କରୁଥିବାରୁ ତାଙ୍କ କନ୍ୟାର ନାମ ବେଦବତୀ ରଖିଥିଲେ । ତାଙ୍କ ମତ ଅନୁସାରେ ବେଦଭତୀ ତାଙ୍କ ଭକ୍ତି ଓ ତପସ୍ୟାର ଫଳ ହିସାବରେ ତାଙ୍କୁ କନ୍ୟା ରୂପରେ ପ୍ରାପ୍ତ ହେଇଥିଲେ । 

ଭଗବାନ ବିଷ୍ଣୁଙ୍କୁ ସମର୍ପଣ [ସମ୍ପାଦନା]

ବେଦବତୀଙ୍କ ପିତା ଭଗବାନ ବିଷ୍ଣୁଙ୍କୁ ତାଙ୍କ କନ୍ୟାଙ୍କ ସ୍ୱାମୀ ହିସାବରେ ପାଇବାକୁ ଚାହୁଥିଲେ । ସେଥିପାଇଁ ସେ ଅନେକ ଶକ୍ତିଶାଳୀ ରାଜା ଓ ଦେବଲୋକ ତାଙ୍କୁ କନ୍ୟାକୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ମନା କରିଥିଲେ । ଏଥିରେ କ୍ରୁଦ୍ଧ ହେଇ ରାଜା ଶମ୍ଭୁ ବେଦମତୀଙ୍କ ପିତା ଓ ମାତାଙ୍କୁ ଅମାବାସ୍ୟାର ନିଶାର୍ଦ୍ଧ ରାତ୍ର କାଳରେ ହତ୍ୟା କରିଥିଲେ । 

ବେଦମତୀ ତାହା ପରେ ମଧ୍ୟ ଆଶ୍ରମରେ ରହି ଭଗବାନ ବିଷ୍ଣୁଙ୍କୁ ତପସ୍ୟା କରିଚାଲିଥିଲେ । 

ରାମାୟଣରେ ବର୍ଣିତ ରହିଛି ଯେ ସେ ଋଷିଙ୍କ ପରି କଳା ହରିଣ ଚମଡାର ପୋଷାକ ପରିଧାନ କରି ରହୁଥିଲେ । ସେ ଅପୂର୍ବ ସୁନ୍ଦରୀ ଥିଲେ । ତପସ୍ୟା ବଳରେ ତାଙ୍କର ସୁନ୍ଦରତା ଆହୁରି ବୃଦ୍ଧି ଘଟିଥିଲା । 

ଆତ୍ମଦାହ [ସମ୍ପାଦନା]

ରାକ୍ଷସ  ରାଜା ରାବଣ ଥରେ ଅନନ୍ୟ ରକ୍ଷ୍ୟସ  ମାନଙ୍କ ସହ ଅରଣ୍ୟକୁ ଆସି ବେଦମତୀଙ୍କୁ ଦେଖିଲେ । ତାଙ୍କର ସୁନ୍ଦର ରୂପର ମୋହରେ ପଡି ତାଙ୍କୁ ବିଭାହର ପ୍ରସ୍ତାବ ଦେଲେ । ମାତ୍ର ବେଦମତୀ ତାହା ପ୍ରତ୍ୟାଖ୍ୟାନ କରିବାରୁ ରାବଣ ତାଙ୍କୁ ଅପମାନ ଦେଇ ତାଙ୍କ କେଶ ଧରି ଟାଣିଲେ । ବେଦମତୀ ନିକ କେଶ ସବୁ କାଟି ଦେଇ ରାବଣ ଆଗରେ ଆତ୍ମାହୁତି ଦେଲେ । ସେଇ ବେଦମତୀ ପୁନର୍ଜନ୍ମରେ ସୀତା ହେଇ ଜଣକ ରାଜାଙ୍କ କନ୍ୟା ରୂପରେ ଜନ୍ମ ହେଲେ ଓ ରାବଣର ମୃତ୍ୟୁର କାରଣ ହେଲେ । 

କିମ୍ବଦନ୍ତୀ[ସମ୍ପାଦନା]

ବେଦମତୀ ଚାହିଥିଲେ ତପସ୍ୟା ବଳରେ ରାବଣକୁ ଅଭିଶାପ ଦେଇ ପାରିଥାନ୍ତେ । କିନ୍ତୁ ତାହାଦ୍ୱାରା ତାଙ୍କ ତପସ୍ୟାର ଫଳ ନଷ୍ଟ ହେଇଯିବା ଭୟରେ ସେ ଅନନ୍ୟ ଜନ୍ମରେ ଆସି ପ୍ରତିଶୋଧ ନେବାକୁ ଇଚ୍ଛା କଲେ । 

ରାମାୟଣର କେତେକ ହାସରେ ଭିନ୍ନ ରୂପରେ ବେଦମତୀଙ୍କୁ ଦେଖାଯାଇଛି । ସେ ମାୟା ସୀତା ରୂପରେ ଆସି ରାବଣଦ୍ୱାରା ଅପହୃତ ହେଇଥିଲେ ଓ ପ୍ରକୃତ ସୀତା ଅଗ୍ନି ଭିତର ଗ୍ପାନ ଓ ନିରାପଦରେ ଥିଲେ ବୋଲି କୁହାଯାଇଛି । 

ରିଷି ଅଗସ୍ତ୍ୟ ଭଗବାନ ରାମାଙ୍କୁ ବେଦମତୀ ସ୍ୱାହା ନାମରେ ପୁନର ଜନ୍ମ ନେଇ ଅଗ୍ନିଙ୍କ ପତ୍ନୀ ହିସାବରେ ରହିଥିବା କଥା କହିଥିଲେ ବୋଲି କେତେକ ରାମାୟଣରେ ଉଲ୍ଲେଖ । 

ପୁନଶ୍ଚ ଦେଖଣା[ସମ୍ପାଦନା]

  • Vedavathi River

ଆଧାର [ସମ୍ପାଦନା]