ତାଳଚେର କୋଇଲାଖଣି ସମୂହ
ତାଳଚେର କୋଇଲାଖଣି ସମୂହ ଭାରତୀୟ ରାଜ୍ୟ ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଅବସ୍ଥିତ । ଏହା ବ୍ରାହ୍ମଣୀ ନଦୀ ଉପତ୍ୟକାରେ ଅବସ୍ଥିତ ।
କୋଇଲାଖଣି ସମୂହ
[ସମ୍ପାଦନା]ଭାରତୀୟ ଭୂତତ୍ତ୍ୱ ସର୍ଭେ ବିଭାଗ ଦ୍ୱାରା ଅନୁସନ୍ଧାନର ତଥ୍ୟ ଅନୁସାରେ ଏଠାରେ 38.65 ବିଲଲିଆନ ଟନ କୋଇଲା ଗଚ୍ଛିତ ଥିବାର ଜଣା ଯାଏ । ଏହା ଭାରତର ସର୍ବବୃହତ କୋଇଲା ଗଚ୍ଛିତ ଥିବା ସ୍ଥଳ । [୧]
ତାଳଚେର କୋଇଲାଖଣି ଅଞ୍ଚଳ 500 ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପ୍ତ । ଏହି କୋଇଲା ନିମ୍ମ ଗ୍ରେଡର ହୋଇଥାଏ । ଏଥିରେ ମାତ୍ର 35% କାର୍ବନ ସହ 40 % ଅନନ୍ୟ ଦହନଶୀଳ ଦ୍ରବ୍ଯ ଓ 25% ପାଉଶ ଅଂଶ ରହିଥାଏ । [୨] 2011 ମସିହା ଅନୁସାରେ ଏଠାରୁ ଦୈନିକ 100 ,000 ଟନ ପରିମାଣର କୋଇଲା ଉତ୍ତୋଳିତ ହେଇ ଓଡ଼ିଶା , ତାମିଲନାଡି , ଆନ୍ଧ୍ରା ପ୍ରଦେଶ , ପଶ୍ଚିମ ବଙ୍ଗ ଓ ଭାରତର ଅନନ୍ୟ ଅଞ୍ଚଳକୁ ଶକ୍ତି ଉତ୍ପାଦନ କେନ୍ଦ୍ରମାନଙ୍କୁ ପରବହନ ହେଇଥାଏ ।[୩]
ଇତିହାସ
[ସମ୍ପାଦନା]ଏଠାରେ କୋଇଲା ଖଣି ଥିବାର 1837 ମସିହାରେ ପ୍ରଥମେ ଉଦ୍ଭାବିତ ହେଇଥିଲା । 1921 ମସିହାରେ ଏଠାରେ ଏମ/ସ ଭିଲ୍ଲୀଏର୍ସ କମ୍ପାନୀଦ୍ୱାରା ହାଣ୍ଡିଧୁଆ କୋଇଲାଖଣି ଖୋଲା ଯାଇ କୋଇଲା ଉତ୍ତୋଳନ ଆରମ୍ଭ ହେଲା ପରେ NCDC ତରଫରୁ ଅନେକ କୋଇଲାଖଣି ଆରମ୍ଭ ହେଲା । ଦକ୍ଷିଣ ବଳାଣ୍ଡା ଖଣି 1960 ମସୁହାରେ , ନନ୍ଦିରା ଖଣି 1962ରେ , ଜଗନ୍ନାଥ ଖଣି 1972ରେ ଉତ୍ପାଦନ ଆରମ୍ଭ କଳା । 1972/73 ମସିହାରେ 0.91 ମିଲିୟନ ଟନ ଉତ୍ପାଦିତ ହାଉଥିବା ସ୍ଥଳେ 2001/02ରେ ତାହା ବୃଦ୍ଧହୀ ପାଇ 33.10 ମିଲିୟନ ଟନ କୁ ପହଞ୍ଚି ଥିଲା ।ତାଳଚେର କୋଇଲାଖଣି ଅଞ୍ଚଳକୁ ପାଞ୍ଚଟି ପ୍ରଶାସନିକ ଆଞ୍ଚଲ ଯଥା ତାଳଚେର , ଜଗନ୍ନାଥ , କଳିଙ୍ଗ , ଲିଙ୍ଗରାଜ ଓ ହିଙ୍ଗୁଳା [୪][୫][୬]
ପରିବହନ
[ସମ୍ପାଦନା]1922 ମସିହାରୁ ନିର୍ଗୁଣ୍ଡିଠାରୁ ରେଳପଥ ସଂଯୋଗ ହେଇ ରେଳ ଜରିଆରେ ପରିବହନ ହେବା ସହ ରାଜପଥରେ ମଧ୍ୟ ପରିବହନ ହୁଏ । [୭]
References
[ସମ୍ପାଦନା]- ↑ "Coal Resources of India (As on 1.1.2004)" (PDF). Coal Wing, Geological Survey of India, Kolkata. Archived from the original (PDF) on 27 March 2012. Retrieved 30 November 2012.
- ↑ Majid Hussain, Geography of India (for Civil Service Exams), pp. 6-8, Tata McGraw Hill sarkari naukri
- ↑ "Rail roko hits coal supply in Talcher". The Telegraph. 18 February 2011. Retrieved 31 August 2008.
- ↑ "Talcher Coalfield". Mahanadi Coalfields Limited. Retrieved 31 August 2008.
- ↑ "Collieries". IRFCA. Retrieved 31 August 2008.
- ↑ "Mahanadi Coalfields Limited". Retrieved 31 August 2008.
- ↑ Suhrid Sankar Chattopadhyay. "A saga of performance". Frontline, Vol 22, No 8, 12 – 25 March 2005. Retrieved 31 August 2008.