ଯନ୍ତର ମନ୍ତର

ଉଇକିପିଡ଼ିଆ‌ରୁ
ଜୟପୁରରେ ଥିବା ଯନ୍ତର ମନ୍ତର 
ନୂଆ ଦିଲ୍ଲୀରେ ଥିବା ଯନ୍ତର ମନ୍ତର 

ଯନ୍ତର ମନ୍ତର ଏକ ସୂର୍ଯ୍ୟ ଘଣ୍ଟା ଯାହା ଯହିଁରେ ଏକ ବିଶାଳ ତ୍ରିକୋନୀୟ ସ୍ତମ୍ଭ ସହ ଏକ ଗୋଳାକୃତି ଚଟାଣ ସଂଯୁକ୍ତ ହେଇଥାଏ । ଏହି ସ୍ତମ୍ଭ equator ସହ ସମାନ୍ତରାଳ ଭାବେ ଥିବା ବେଳେ ଗୋଲାକାର ଚଟାଣ ପୃଥିବୀ ସହ ସମାନ୍ତରାଳ ଥାଏ । ଏହା ସାହାଜ୍ଯରେ ଦିନ ବେଳା ସୂର୍ଯ୍ୟର ସ୍ଥିତି ଅନୁସାରେ ସମୟ ଜଣାପଡେ । ଏହା ଏପରି ଗଣନା ସହ ନିର୍ମିତ ହେଇଥାଏ ଯେ ଏଥିରେ ଅଧ ସେକେଣ୍ଡ ଯାଏ ସଠିକତାର ସହ ସମୟ ଜଣାପଡେ । 

ଭାରତରେ ଏହିପାରେ ପାଞ୍ଚଟି ଯନ୍ତର ମନ୍ତର ସ୍ଥାପିତ ହୋଇଛି । ଜୟପୁରସ୍ଥିତ ଯନ୍ତର ମନ୍ତର ସେସବୁ ମଧ୍ୟରୁ ସର୍ବ ବୃହତ ଓ  ଏହା ପୃଥିବୀର ବୃହତ୍ତମ ପ୍ରସ୍ତର ନିର୍ମିତ ସୂର୍ଯ୍ୟ ଘଣ୍ଟା । .[୧] ବୃହତ ସମ୍ରାଟ ଜନ୍ତ୍ର ଏକ ସୂର୍ଯ୍ୟ ଘଣ୍ଟା ଯିଏ 2 ସେକେଣ୍ଡର ସଠିକତା ସହ ସମୟ ଦେଖାଇ ପାରେ । .[୨]

ଇତିହାସ [ସମ୍ପାଦନା]

18 ଶ ଶତାବ୍ଦୀରେ ଜୟପୁରର  ମହାରାଜା ଜୟ ସିଂହ II ସମୁଦାୟ 5ଟି ଯନ୍ତର ମନ୍ତର ନିର୍ମାଣ କରେଇଥିଲେ । ସେ ସବୁ ଜୟପୁର , ନୂଆ ଦିଲ୍ଲୀ , ଉଜ୍ଜୈନ , ମଥୁରା ଓ ବାରାଣାଶୀଠାରେ ଅବସ୍ଥିତ । 

ଜନ୍ତ୍ର ସବୁକୁ ବିବିନ୍ନ କାର୍ଯ୍ୟ ଅନୁସାରେ ସମ୍ରାଟ ଜନ୍ତ୍ର , ଜଇ ପ୍ରକାଶ , ରାମ ଜନ୍ତ୍ର ଓ ନିୟତି ଚକ୍ର ନାମରେ ନାମିତ କରା ଯାଇଥାଏ । ଏହା ସାହାଜ୍ଯରେ ପୁରାତନ କାଳରେ ସୂର୍ଯ୍ୟ , ଚନ୍ଦ୍ର ଓ ତାରା ମାନକ ଗତିବିଧି ନିରୀକ୍ଷୟନ କରାଯାଉଥିଲା । .[୩]

ଉଜ୍ଜୈନ ବେଦ ସ୍ଥଳ  ରେ ଥିବା ସୂର୍ଯ୍ୟ ଘଣ୍ଟା 
ଯନ୍ତର ମନ୍ତର 

Name[ସମ୍ପାଦନା]

"ଯନ୍ତର ମନ୍ତର "ନାମଟି ଅନ୍ତତଃ 200 ବର୍ଷ ପୁରାତନ ବୋଲି ଏକ 1803 ମସିହାର ତଥ୍ୟରେ ଉଲ୍ଲେଖ ରହିଛି । [୪]  ଟେବୁ ଜୟପୁର ରାଜ୍ୟ ସଂଗ୍ରହାଳୟରେ ଉପଲଭ୍ଧ ଥିବା1735 ଓ 1737-38ର ଦଲିଲରେ ଏହା କେବଳ " ଜନ୍ତ୍ର " ନାମରେ ଲିଖିତ ରହିଛି ଯାହା ପରେ ଭାଷାଗତ ଅପବ୍ରଂଶ ହେଇ ଯନ୍ତର ହେଇଯାଇଛି । [୪] 'ଜନ୍ତ୍ର "ଶବ୍ଦଟି ଜନ୍ତ୍ର ବସ୍ତୁକୁ ବୁଝାଉଥିବା ବେଳେ " ମନ୍ତ୍ର " ଉପଦେଶ ଦେବା ବ ହିସାବକାରିବା କାର୍ଯ୍ୟକୁ ବୁଝାଇଥାଏ । .[୪] ତେଣୁ ' ଯନ୍ତର ମନ୍ତର " ଶବ୍ଦ ଯୁଗଳ ହିସାବ କରିବାର ବସ୍ତୁ ଜନ୍ତ୍ରକୁ ବୁଝାଇ ଥାଏ । (calculation instrument.)

ଆଧାର [ସମ୍ପାଦନା]

  1. Smithsonian.
  2. pareek, Amit kumar pareek and Agam kumar.
  3. Sankalp India Foundation.
  4. ୪.୦ ୪.୧ ୪.୨ Sharma, V‌irendra Nath (1995), Sawai Jai Singh and His Astronomy, Motilal Banarsidass Publishers Pvt.

ବାହାର ଲିଙ୍କ [ସମ୍ପାଦନା]