ଆନା ସାଗର ହ୍ରଦ

Coordinates: 26°28′30″N 74°37′30″E / 26.475°N 74.625°E / 26.475; 74.625
ଉଇକିପିଡ଼ିଆ‌ରୁ
Ana Sagar Lake
ଅବସ୍ଥାନAjmer, Rajasthan
ଦିଗବାରେଣି26°28′30″N 74°37′30″E / 26.475°N 74.625°E / 26.475; 74.625
ନିଷ୍କାସନ କ୍ଷେତ୍ରସ୍ଥ  ଦେଶIndia
ଆନା ସାଗର ହ୍ରଦ

ଆନା ସାଗର ହ୍ରଦ ,  ଭାରତୀୟ ରାଜ୍ୟ ରାଜସ୍ଥାନର ଅଜମର ସହରରେ ଅବସ୍ଥିତ ଏକ କୁତ୍ରିମ ହ୍ରଦ । ଏହା ଏଇତିହାସିକ ସମ୍ରାଟ ପୃଥ୍ଭିରାଜ ଚୌହାନଙ୍କ ପିତାମହ ଅମୋରାଜା ( ଆନା )ଙ୍କଦ୍ୱାରା ୧୧୩୫ରୁ ୧୧୫୦ ମସିହା ମଧ୍ୟରେ ନିର୍ମିତ ହେଇଥିଲା । ଏହି ହ୍ରଦ ୧୩ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ । ପରେ ୧୬୩୭ ମସିହାରେ ଦିଲ୍ଲୀର ମୋଗଲ ସମ୍ରାଟ ସାହାଜାହାନ ଏହାର ବରାଦରୀ ବା ପାଭିଲିଆନ ନିର୍ମାଣ କରେଇଥିଲେ । ଜାହାଙ୍ଗୀର ତାଙ୍କ ରାଜୁତି କାଳରେ ଏଠାରେ ଦୌଲତ ବାଗ ବଗିଚା ସ୍ଥାପନ କରିଥିଲେ । 


ପର୍ଯ୍ୟଟନ [ସମ୍ପାଦନା]

ଏହା ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ଜନପ୍ରିୟ ସ୍ଥାନ । ଏହି ହ୍ରଦର ନିକଟରେ ଅବସ୍ଥିତ ପାହାଡ ଉପରେ ଏକ ସର୍କିଟ ହାଉସ ରହିଛି । ଏହି ସର୍କିଟ ହାଉସ ବ୍ରିଟିଶମାନଙ୍କ ଶାସନ ସମୟରେ ନିର୍ମିତ ହେଇଥିଲା । ହ୍ରଦ ମଧ୍ୟରେ ଥିବା ଦ୍ୱିପକୁ ବୋଟ ସାହାଯ୍ୟରେ ଯିବାର ସୁବିଧା ରହିଛି । ଏହି ହ୍ରଦର ସୁନ୍ଦରତାକୁ ବଜାୟ ରଖିବାକୁ ଏହା ନିକଟବର୍ତୀ ଅଞ୍ଚଳରେ ନୂତନ ନିର୍ମାଣକୁ ହାଇ କୋର୍ଟ ବନ୍ଦ କରିଛନ୍ତି । 

କିମ୍ବଦନ୍ତୀ[ସମ୍ପାଦନା]

ଲୋକ କଥାରେ ପ୍ରଚଳିତ ଅଛି , ଯେତେବେଳେ ମୁସଲିମ ସନ୍ଥ ମୋଇନୁଦ୍ଦିନ ଚୃଷ୍ଟି ତାଙ୍କର ସହଚର ମାନଙ୍କ ସହ ଏହି ହ୍ରଦ ଭ୍ରମଣରେ ଆସିଲେ ତାଙ୍କୁ ଏହି ହ୍ରଦର ପାଣି ବ୍ୟବହାର କରିବାକୁ ବାରଣ କରାଗଲା । ସେ ଗୋଟିଏ କପରେ ପଣି ମାଗିଲେ । ତାହା ତାଙ୍କୁ ଦିଅ ଯିବା ପରେ ସେ ସେଇ ପାଣି ପିଇବା ପରେ ଦେଖାଗଲା ପୁରା ହ୍ରଦର ପାଣି ଶୁଖିଗଲା । ଏହା ପରେ ଲୋକ  ମାନେ ମାଫି ମାଗି ତାଙ୍କୁ ଅନୁରୋଧ କରିବାରୁ  ସେ ପୁଣି ହ୍ରଦରେ ଜଳ ଭର୍ତ୍ତି ହେଇଯିବାକୁ ଆଦେଶ ଦେଲେ । ସେହି ଦିନରୁ ତାଙ୍କର ବହୁ ସଂଖ୍ୟାରେ ଅନୁଗତ ସେ ଅଞ୍ଚଳରେ ରହିଲେ । 

ଭାରତର ହ୍ରଦ ସମୂହର ତାଲିକା [ସମ୍ପାଦନା]

ଆଧାର [ସମ୍ପାଦନା]