ମିଲନ (୧୯୬୭ର ହିନ୍ଦୀ କଥାଚିତ୍ର)

ଉଇକିପିଡ଼ିଆ‌ରୁ

ମିଲନ , ଏକ ୧୯୬୭ରେ ନିର୍ମିତ ହିନ୍ଦୀ ଫିଲ୍ମ ଯାହା ପ୍ରକୃତରେ ମୂଳ ତେଲୁଗୁ ଫିଲ୍ମ ' ମୁଗା ମନସୁଲୁ "ର ଭାଷାନ୍ତରିକରଣ ନିର୍ମାଣ ଥିଲା । ଏହି ଫିଲ୍ମ ସୁବା ରାଓଙ୍କ ନିର୍ଦ୍ଦେଶନା ଓ ଏଲ॰ ଭି ॰ ପ୍ରସାଦଙ୍କ ପ୍ରଯୋଜନାରେ ହେଇଥ୍ଯିଲା । ଜନପ୍ରିୟ ଓ ପୁରସ୍କୃତ ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପ୍ୟାରେଲାଲଙ୍କ ଚମତ୍କାର ଭାବେ ଆକର୍ଷକ ସଙ୍ଗୀତ ଥିବା ଏହି ଫିଲ୍ମର ମୁଖ୍ୟ ଭୂମିକା ସବୁରେ ସୁନୀଲ ଦତ୍ତ , ନୂତନ , ପ୍ରାଣ ଓ ଦେବେନ ବର୍ମା ଅଭିନୟ କରିଥିଲେ । ଏହି ଫିଲ୍ମର ଔ ଏକ ନୂତନତ୍ୱ ହେଲା ଯେ ଏହା ହିନ୍ଦୁ ମାନଙ୍କଦ୍ୱାରା ବିଶ୍ୱାସ କରାଯାଉଥିବା ପୁନର୍ଜନ୍ମ ତତ୍ତ୍ୱକୁ ନେଇ ଆଧାରିତ କାହାଣୀ ଉପରେ ନିର୍ମିତ ହେଇଥିଲା । 

କାହାଣୀର ସାରାଂଶ [ସମ୍ପାଦନା]

ମୁଖ୍ୟ ଭୂମିକାରେ [ସମ୍ପାଦନା]

'ଗୋପୀ' ଭୂମିକାରେ ସୁନୀଲ ଦତ୍ତ 

'ରାଧା' ଭୂମିକିଆରେ ନୂତନ

'ଗୌଡ଼ିୟ ' ଭୂମିକାରେ ଯମୁନା 

'ରାଧାଙ୍କ ମାମୁଁ' ଭୂମିକାରେ ପ୍ରାଣ

'ରାଧାଙ୍କ ସ୍ୱାମୀ' ଭୂମିକାରେ ଦେବେନ ବର୍ମା 

ଗୀତ ଓ ସଂଗୀତ [ସମ୍ପାଦନା]

ମିଲନ ଫିଲ୍ମର ବହୁଳ ଜନପ୍ରିୟତାର ଅନ୍ୟତମ ମୁଖ୍ୟ କାରଣ ତାହାର ବହୁତ ମଧୁର ସଂଗୀତା ଓ ଭାବମୟ ଭାଷାରେ ଲିଖିତ ଗୀତ ସବୁ । ଆନନ୍ଦ ବକ୍ସି ଲେଖିଥିବା ଗୀତ ସବୁ ଏତେ ସୁନ୍ଦର ଥିଲା ଯେ ଆଜିଯାଏ ତାହା ଲୋକପ୍ରିୟ ରହିଛି ଓ ଏବେ ଭି ଲୋକେ ଶୁଣୁଛନ୍ତି ।ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପ୍ୟାରେଳାଲଙ୍କ ସଙ୍ଗୀତ ଅତି ଉତ୍ଛ କୋଠିର ଥିଲା ।  ମୁକେଶ ଓ ଲତା ମଙ୍ଗେସ୍ଜ୍କରଙ୍କ କଣ୍ଠଦାନ ଭି ଏହି ଫିଲ୍ମରେ ଖୁବ ସୁନ୍ଦର ଥିଲା ।  ଫିଲ୍ମରେ ଥିବା ସମସ୍ତ ୧୧ଟି ଜକ ଗୀତ ସେ ସମୟରେ ବହୁଳ ଆଦୃତ ହେଇଥିଲା ।   

# Title Singer(s)
1 "Sawan Ka Mahina" Mukesh, Lata Mangeshkar
2 "Hum Tum Yug Yug Se (Part 1)" Mukesh, Lata Mangeshkar
3 "Bol Gori Bol Tera Kaun Piya" Mukesh, Lata Mangeshkar
4 "Aaj Dil Pe Koi" Lata Mangeshkar
5 "Hum Tum Yug Yug Se (Part 2)" Mukesh, Lata Mangeshkar
6 "Main To Diwana" Mukesh
7 "Ram Kare Aisa Ho Jaye" Mukesh
8 "Ye Geet Milan Ke" Mukesh, Lata Mangeshkar
9 "Bol Gori Bol Tera Kaun Piya" Mukesh, Lata Mangeshkar
10 "Aaj Dil Pe Koi Zor Chalta Nahin" Lata Mangeshkar
11 "Tohe Sanwariya" Lata Mangeshkar

ପୁରସ୍କାର ସମୂହ [ସମ୍ପାଦନା]

  • ଫିଲ୍ମଟି ପାଇଁ ନୂତନ ଶ୍ରେଷ୍ଠ ଅଭିନେତ୍ରୀ , ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ଶ୍ରେଷ୍ଠ ସଂଗୀତା ନିର୍ଦ୍ଦେଶକ , ଯମୁନା ଶ୍ରେଷ୍ଠ ସହ ଅଭିନେତ୍ରୀ ହିସାବରେ ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲେ । 

ଆଧାର ସବୁ [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ Milan Internet Movie Database