ଅଧଃହନୁ ଅସ୍ଥିଭଗ୍ନ

ଉଇକିପିଡ଼ିଆ‌ରୁ
ଅଧଃହନୁ ଭଗ୍ନ
ଇଂରାଜୀରେ mandible fracture, fracture of the jaw
ଅଧଃହନୁର ଦୁଇଟି ସ୍ଥାନରେ ଭାଙ୍ଗିଥିବା ଦେଖାଯାଉଛି ୩ଡି କମ୍ପ୍ୟୁଟେଦ ଟୋମୋଗ୍ରାଫିରେ (computed tomographic) ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିtraumatology[*]
ଆଇସିଡ଼ି-୧୦S02.6
MeSHD008337

ଅଧଃହନୁ ଅସ୍ଥିଭଗ୍ନ, ନାମ ଦିଆଯାଏ ଯେତେବେଳେ ଅଧଃହନୁ ଅସ୍ଥିର ଅସ୍ଥି ଭଗ୍ନ ହୁଏ । ପ୍ରାୟ ୬୦% କେଶ୍‌ରେ ଏହି ହାଡ଼ ଦୁଇଟି ସ୍ଥାନରେ ଭାଙ୍ଗିଯିବା ଦେଖାଯାଏ । ଏହି ଭଙ୍ଗା ଯୋଗୁ ପାଟି ପୁରା ଖିଲିପାରେ ନାହିଁ । ଅଧିକାଂଶ ସମୟରେ ଉପର ଓ ତଳ ପାଟିର ଦାନ୍ତସବୁ ସଠିକ ଭାବରେ ଉପର-ତଳ ହୋଇ ରହିଥିବା ଅନୁଭବ (not feel properly aligned) ହୁଏ ନାହିଁ ଓ ମାଢ଼ିରୁ ରକ୍ତସ୍ରାବ ହୁଏ ।[୧] ସାଧାରଣତଃ ପୁରୁଷମାନଙ୍କର ଏହି ଭଙ୍ଗା ୩୦ରୁ ୪୦ ବର୍ଷ ବୟସ ମଧ୍ୟରେ ଦେଖାଯାଏ ।[୨]

ସ୍ୱାଭାବିକ ଭାବରେ ଆଘାତ ଯୋଗୁ ଏହି ଅସ୍ଥି ଭଗ୍ନ ହୁଏ । ପଡ଼ିଯାଇ ଥୋଡ଼ିରେ (chin) ଆଘାତ ଯୋଗୁ ବା ଏକ ପାର୍ଶ୍ୱରୁ ମାଡ଼ ହେଲେ ଏହି ଅସ୍ଥିଭଗ୍ନ ହୁଏ ।[୧] କତିପୟ ରୋଗ ଯୋଗୁ ଏହି ହାଡ଼ ଭାଙ୍ଗିଯାଏ ଯେପରିକି ଓସ୍ଟିଓନେକ୍ରୋସିସ (osteonecrosis) ବା ଅର୍ବୁଦ (tumors) ଯୋଗୁ ହୁଏ ।[୨] ସାଧାରଣତଃ ଏହି ହାଡ଼ର କଣ୍ଡାଇଲ (୩୬%), ବଡି (୨୧%), ଆଙ୍ଗ୍ଲ (୨୦%) ଓ ସିମ୍ଫିସିସରେ (୧୪%) ଇତ୍ୟାଦି ସ୍ଥାନରେ ଭାଙ୍ଗିଯାଏ । ସାଧାରଣ ଏକ୍ସ‌-ରେ କରି ରୋଗ ନିର୍ଣ୍ଣୟ କରାଯାଏ, କିନ୍ତୁ ଆଧୁନିକ ସିଟି ସ୍କାନ ଅଧିକ ସଠିକ ଫଳ ଦିଏ ।[୧]

ତୁରନ୍ତ ଅପରେଶନ ବା ଶଲ୍ୟ ଚିକିତ୍ସା ଅନାବଶ୍ୟକ । ବେଳେବେଳେ ରୋଗୀ ଘରକୁ ଯାଇ ଅଳ୍ପ କିଛି ଦିନ ପରେ ଅପରେଶନ କରିବାକୁ ଇଚ୍ଛା କରନ୍ତି ।[୧] ମାକ୍‌ସିଲୋମ୍ୟାଣ୍ଡିବୁଲାର ଫିକ୍ସେସନ (maxillomandibular fixation) ଓ ଓପନ ରିଡକ୍ସନ ଇଣ୍ଟରନାଲ ଫିକ୍ସେସନ (open reduction internal fixation)/ ଓରିଫ୍ ଆଦି ଅନେକ ପ୍ରକାର ଅପରେଶନ କରାଯାଏ ।[୩][୨] କିଛି ଦିନ ନିମନ୍ତେ ରୋଗୀଙ୍କୁ ଆଣ୍ଟିବାୟୋଟିକ (antibiotics) ଯେପରିକି ପେନିସିଲିନ (penicillin) ଦିଆଯାଏ ।[୪][୨] ଏହି ଔଷଧ ଦେବାର ଫଳ କିନ୍ତୁ ଉତ୍ସାହ ଜନ‌କ ନୁହେଁ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Murray, JM (May 2013). "Mandible fractures and dental trauma". Emergency medicine clinics of North America. 31 (2): 553–73. PMID 23601489.
  2. ୨.୦ ୨.୧ ୨.୨ ୨.୩ Murray, JM (May 2013). "Mandible fractures and dental trauma". Emergency medicine clinics of North America. 31 (2): 553–73. PMID 23601489.
  3. Al-Moraissi, EA; Ellis E, 3rd (March 2015). "Surgical treatment of adult mandibular condylar fractures provides better outcomes than closed treatment: a systematic review and meta-analysis". Journal of oral and maxillofacial surgery : official journal of the American Association of Oral and Maxillofacial Surgeons. 73 (3): 482–93. PMID 25577459.{{cite journal}}: CS1 maint: numeric names: authors list (link)
  4. Shridharani, SM; Berli, J; Manson, PN; Tufaro, AP; Rodriguez, ED (September 2015). "The Role of Postoperative Antibiotics in Mandible Fractures: A Systematic Review of the Literature". Annals of plastic surgery. 75 (3): 353–7. PMID 24691320.
  5. Kyzas, PA (April 2011). "Use of antibiotics in the treatment of mandible fractures: a systematic review". Journal of oral and maxillofacial surgery : official journal of the American Association of Oral and Maxillofacial Surgeons. 69 (4): 1129–45. PMID 20727642.