ହେଣ୍ଡୁଆ

ଉଇକିପିଡ଼ିଆ‌ରୁ

ହେଣ୍ଡୁଆ (ଅନ୍ୟ ନାମ ହେଣ୍ଡୁଆ ଚୁଟଚୁଟା) ଭାରତରେ ଥିବା ପଶ୍ଚିମ ଓଡ଼ିଶାର ଏକ ପ୍ରକାର ଖାଦ୍ୟ ଯାହା ସାଧାରଣତଃ ଆଚାର ବା ମସଲା[୧] ଭାବରେ ଖିଆଯାଏ, ମଦ ଫରମେଣ୍ଟେସନ କଲାବେଳେ ଦିଆଯାଏ[୨] ଓ ସିଝା ଓ ଭଜା ଟମାଟୋ ସାଥୀରେ ଖିଆଯାଏ । ହେଣ୍ଡୁଆ ଏକ ସୂର୍ଯ୍ୟତାପରେ ଶୁଷ୍କ[୩] ବା ଆଚାର ହୋଇଥିବା ବାଉଁଶ ଶାଖା (କରଡ଼ି), ଯାହାକୁ ସେହିଭଳି ଖିଆଯାଏ ବା ଅନ୍ୟ ଖାଦ୍ୟରେ ମିଶେଇ,[୪] ସଜ ବା ସାଉତି ରଖି ଖିଆଯାଏ ।[୫] ବାଉଁଶ ଜଙ୍ଗଲରୁ ନୂଆ ଗଜା ସଂଗ୍ରହ କରି କାଟି ଆଚାର କରାଯାଏ । ତାହାକୁ ଭାଜିକରି ଖାଆନ୍ତି । [୬] ମୂଳ ଅଧିବାସୀ ଓ ସ୍ଥାନୀୟ ଲୋକମାନେ ହେଣ୍ଡୁଆ ଦେଇ ତରକାରୀ କରନ୍ତି । ହେଣ୍ଡୁଆ ଘରମାନଙ୍କରେ ତିଆରି ହୁଏ ଓ ହାଟ ବଜାରରେ ବିକ୍ରି ହୁଏ ।[୫]

ଔଷଧୀୟ ବ୍ୟବ‌ହାର[ସମ୍ପାଦନା]

ହେଣ୍ଡୁଆକୁ ଔଷଧ ରୂପେ ମଧ୍ୟ ବ୍ୟବ‌ହାର କରାଯାଏ । ଏହା ସାଥୀରେ ମହୁଆ ମଞ୍ଜି ତେଲ ମିଶେଇ ସର୍ଦ୍ଦି ରୋଗରେ ଦେହ ମାଲିସ କରାଯାଏ ଓ ମଣିଷ ତ‌ଥା ପଶୁମାନଙ୍କଠାରେ ବ୍ୟବ‌ହାର କରାଯାଏ । ଗୋଜାତି ପଶୁଙ୍କର ପେଟ ସମସ୍ୟା ହେଲେ ହେଣ୍ଡୁଆ ଓ ପୁରୁଣା ଗୁଡ଼ ଦେଇ ଚିକିତ୍ସା କରାଯାଏ ।[୫]

ଆଧାର[ସମ୍ପାଦନା]

  1. "Kakharu Saga (Pumpkin leaves)". odiakitchen.com. Odia Kitchen. Archived from the original on 25 December 2015. Retrieved 3 November 2015.
  2. Choudhury, Sahu, Sharma, Debangana, Jatindra K and GD (April 2012). "Bamboo shoot: Microbiology, Biochemistry and Technology of fermentation - a review" (PDF). Indian Journal of Traditional Knowledge. 11 (2): 242–249. Retrieved 3 November 2015.{{cite journal}}: CS1 maint: multiple names: authors list (link)
  3. "Bamboo Shoots". Odishabamboo.org. Retrieved 3 November 2015.
  4. Patnaik, Nageshwar (16 January 2009). "'Orissa can make Rs 600 cr from bamboo trade'". The Economic Times. Retrieved 3 November 2015.
  5. ୫.୦ ୫.୧ ୫.୨ Rath, Bikash. "Bamboo in Orissa: Trade and Livelihood Perspective (Therapeutic applications)" (PDF). Vasundhara. Vasundhara Odisha. Archived from the original (PDF) on 25 December 2015. Retrieved 3 November 2015.
  6. "Bamboo shoots". Bambootech.org. Retrieved 1 November 2015.