ହାଇଫେମା

ଉଇକିପିଡ଼ିଆ‌ରୁ
Hyphema
Hyphaema, anterior chamber hemorrhage
Hyphema - occupying half of anterior chamber of eye
ବିଭାଗOpthalmology
ଲକ୍ଷଣBlurry vision, pain with lights, visible blood[୧]
କାରଣInjury to the eye, spontaneously[୨]
ବିପଦ କାରକLeukemia, hemophilia, von Willebrand disease, sickle cell disease, diabetes, anticoagulants[୨]
ରୋଗ ନିର୍ଣ୍ଣୟ ପଦ୍ଧତିExamination[୩]
ସଠିକ ରୋଗ ନିର୍ଣ୍ଣୟOpen globe, vitreous bleed, corneal abrasion, iritis[୩]
ଚିକିତ୍ସାRaised head of bed, pain medication, ophthalmology follow-up[୨]
ପୁନଃପୌନିକ12 per 100,000 per year[୨]

ହାଇଫେମା କୁହାଯାଏ ଯେତେବେଳେ ଆଖିର ଆଣ୍ଟିରିଅର ଚାମ୍ବରରେ (ଆଇରିସ ଓ କର୍ଣ୍ଣିଆ ମଧ୍ୟରେ) ରକ୍ତ ପ୍ରବେଶ କରେ ।[୪] ଏହାର ଲକ୍ଷଣ ମଧ୍ୟରେ ଅସ୍ପଷ୍ଟ ଦୃଷ୍ଟି, ଉଜ୍ଜ୍ୱଳ ଆଲୋକରେ ଆଖିରେ ଯନ୍ତ୍ରଣା ହୁଏ ।[୧] ଠିଆ ହେବା ଅବସ୍ଥାରେ ରୋଗୀ ଆଖିର ତଳ ଭାଗରେ ରକ୍ତ ଜମିଥିବା ସ୍ତର ଥିବା ଦେଖାଯାଏ ।[୧] ଏହି ରୋଗ ଜଟିଳ ହେଲେ ଗ୍ଲକୋମା ଏବଂ ସ୍ଥାୟୀ ଦୃଷ୍ଟିହାନି ହୋଇପାରେ ।[୨]

ଆଖିରେ ସିଧାସଳଖ ଆଘାତ ହେତୁ ଏହା ସାଧାରଣଃ ଘଟେ; ଯଦିଓ ବେଳେବେଳେ ସ୍ୱତଃ ପ୍ରବୃତ୍ତ ଭାବରେ ହୋଇପାରେ ।[୨] କ୍ରୀଡା ସମୟରେ ଆଖିରେ ବଲ ବାଜିଲେ ବା କୌଣସି ଆକ୍ରମଣର ଶିକାର ହେଲେ ଏହି ରକ୍ତ ବାହାରେ ।[୨] ସଙ୍କଟକାରୀ ରୋଗ ମଧ୍ୟରେ ଲିଉକେମିଆ, ହେମୋଫିଲିଆ, ଭନ୍ ୱିଲବ୍ରାଣ୍ଡ ରୋଗ, ସିକ୍ଲ ସେଲ୍ ରୋଗ, ମଧୁମେହ ଏବଂ ଆଣ୍ଟିକୋଆଗୁଲାଣ୍ଟ ଔଷଧ ଯୋଗୁ ଏହା ରହିବାର ଆଶଙ୍କା ଥାଏ ।[୨] ସିଲିଆରି ବଡି କିମ୍ବା ଆଇରିସରୁ ରକ୍ତସ୍ରାବ ହେଲେ ଏପରି ହୁଏ ।[୨] ଆଖି ପରୀକ୍ଷା କରି ଓ ସ୍ଲିଟ୍ ଲ୍ୟାମ୍ପ ପରୀକ୍ଷା ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୩]

ଶୋଇବା ସମୟରେ ଶେଜ ମୁଣ୍ଡ ପାଖ ୩୦ଡିଗ୍ରୀରୁ ଅଧିକ ଉପରକୁ ରଖାଯାଏ, ଏକ ଆଖି ସିଲ୍ଡ ଦିଆଯାଏ ଏବଂ ଚକ୍ଷୁ ବିଶେଷଜ୍ଞଦ୍ୱାରାଅନୁସରଣ କରି ରୋଗୀ ପରିଚାଳନା କରାଯାଏ ।[୨] ଯନ୍ତ୍ରଣା ଏବଂ ଅଇ ଉପଶମ ପାଇଁ ଔଷଧ ମଧ୍ୟ ଆବଶ୍ୟକ ହୋଇପାରେ ।[୨] ଏଥିରେ ଆଖି ପୁଅର ଦୋଳନ ପ୍ରତିରୋଧ କରିବା ପାଇଁ ସାଇକ୍ଲୋପେଣ୍ଟୋଲେଟ୍ ଆଖି ବୁନ୍ଦା ଦିଆଯାଇପାରେ, ଯେପର୍ଯ୍ୟନ୍ତ ଚକ୍ଷୁ ଭିତର ଚାପ ସ୍ୱାଭାବିକ ଥାଏ ।[୨] ରକ୍ତସ୍ରାବ ବ୍ୟାଧି ଥିଲେ ଚିକିତ୍ସା ଆବଶ୍ୟକ ହୋଇପାରେ ।[୨] ଉଚ୍ଚ ଇଣ୍ଟ୍ରୋକୋକୁଲାର୍ ଚାପ ଥିବା କିମ୍ବା ଯେଉଁମାନେ ଉନ୍ନତି କରୁନାହାଁନ୍ତି ସେମାନଙ୍କ ପାଇଁ ଅସ୍ତ୍ରୋପଚାର ପରାମର୍ଶ ଦିଆଯାଇପାରେ ।[୨]

ଅଧିକାଂଶ ଲୋକ, ବିଶେଷକରି ଅଳ୍ପ ରକ୍ତସ୍ରାବ ହୋଇବା ବ୍ୟକ୍ତିମାନେ ସମ୍ପୂର୍ଣ୍ଣ ସୁସ୍ଥ ହୁଅନ୍ତି ।[୨] ଯେଉଁମାନଙ୍କ ମଧ୍ୟରେ ୩୩%ରୁ କମ ଜଡିତ ଥିଲେ ପୁନରୁଦ୍ଧାର ପ୍ରାୟ ୯୦% ହୋଇଥିବାବେଳେ ଏହା ସମଗ୍ର ଆଣ୍ଟିଅର ଚାମ୍ବର ରକ୍ତରେ ପରିପୂର୍ଣ୍ଣ ଥିଲେ ପ୍ରାୟ ୫୦ରୁ ୭୫%କୁ କମିଯାଏ ।[୨] ହାଇଫେମା ପ୍ରତିବର୍ଷ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୧୨ଜଣ ପ୍ରଭାବିତ ହୋଇଥାଆନ୍ତି ।[୨] ଅଧିକାଂଶ କ୍ଷେତ୍ରରେ (ପ୍ରାୟ ୭୦%) ପିଲାମାନଙ୍କଠାରେ ଦେଖାଯାଏ ।[୨] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Hyphema - Injuries and Poisoning". Merck Manuals Consumer Version (in କାନାଡିୟ ଇଂରାଜୀ). Archived from the original on 27 June 2022. Retrieved 5 July 2022.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ Gragg, J; Blair, K; Baker, MB (January 2022). "Hyphema". PMID 29939579. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ DFAAPA, James Van Rhee, MS, PA-C.; DFAAPA, Christine Bruce, DMSc, MHSA, PA-C.; PA-C, Stephanie Neary, MPA, MMS (5 February 2022). Clinical Medicine for Physician Assistants (in ଇଂରାଜୀ). Springer Publishing Company. p. 76. ISBN 978-0-8261-8243-2. Archived from the original on 10 July 2022. Retrieved 5 July 2022.{{cite book}}: CS1 maint: multiple names: authors list (link)
  4. Gharaibeh, Almutez; Savage, Howard I.; Scherer, Roberta W.; Goldberg, Morton F.; Lindsley, Kristina (2019). "Medical interventions for traumatic hyphema". The Cochrane Database of Systematic Reviews. 1: CD005431. doi:10.1002/14651858.CD005431.pub4. ISSN 1469-493X. PMC 6353164. PMID 30640411.