ହରିଶ୍ଚନ୍ଦ୍ର ବକ୍ସିପାତ୍ର

ଉଇକିପିଡ଼ିଆ‌ରୁ
ହରିଶ୍ଚନ୍ଦ୍ର ବକ୍ସିପାତ୍ର
Born
ହରିଶ୍ଚନ୍ଦ୍ର ବକ୍ସିପାତ୍ର

(1933-11-17)୧୭ ନଭେମ୍ବର ୧୯୩୩
Died୨୭ ଅକ୍ଟୋବର ୨୦୦୦(2000-10-27) (ବୟସ ୬୬)
Resting placeପୁରୀ
Nationality ଭାରତୀୟ
Spouseବନଲତା ବକ୍ସିପାତ୍ର
Parent(s)ଗୋପିନାଥ ବକ୍ସିପାତ୍ର (ପିତା), ଶଶୀରେଖା ବକ୍ସିପାତ୍ର (ମାତା)

ହରିଶ୍ଚନ୍ଦ୍ର ବକ୍ସିପାତ୍ର (୧୯୩୩-୨୦୦୦) କୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରୁ ଦଶମ ବିଧାନ ସଭାର ସଭ୍ୟ ରୂପେ ୦୩ ମାର୍ଚ୍ଚ ୧୯୯୦ରୁ ୧୫ ମାର୍ଚ୍ଚ ୧୯୯୫ ପର୍ଯ୍ୟନ୍ତ ଓଡ଼ିଶା ବିଧାନ ସଭାରେ ପ୍ରତିନିଧିତ୍ୱ କରିଥିଲେ ।

ଛାତ୍ର ଜୀବନ[ସମ୍ପାଦନା]

ରାୟଗଡ଼ାରେ ଜନ୍ମିତ ବକ୍ସିପାତ୍ର ଛାତ୍ର ଜୀବନରେ ହିଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କାଳରେ ସେ ମଧ୍ୟ ମହାବିଦ୍ୟାଳୟର ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ସେ ଅଖିଳ ଭାରତୀୟ ଛାତ୍ର ପରିଷଦର ଓଡ଼ିଶା ଶାଖାର ମୁଖ୍ୟ ଭାବେ ମଧ୍ୟ କିଛିଦିନ କାର୍ଯ୍ୟଭାର ତୁଲାଇ ଥିଲେ ।[୧]

୧୯୭୩ରେ ଉତ୍କଳ କଂଗ୍ରେସ ଦଳରେ ଯୋଗ ଦେଇ ସେ ଜୟ ପ୍ରକାଶଙ୍କ ସହ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ଓଡ଼ିଶା ଦଶମ ବିଧାନ ସଭାରେ ସେ ଶିଳ୍ପ ବିକାଶ ମନ୍ତ୍ରୀ ଭାବେ ତାଙ୍କ ଦାୟିତ୍ୱ ତୁଲାଇ ଥିଲେ । ଜଣେ ଦକ୍ଷ କର୍ମୀ ଓ ଟ୍ରେଡ ୟୁନିୟନ ନେତା ସାଙ୍ଗକୁ ଜଣେ ଲେଖକ ଏବଂ ରାଜନେତା ଭାବେ ସେ ବେଶ ଜଣାଶୁଣା ।[୨] ତାଙ୍କର ଗୋଟିଏ ପୁଅ ଭୃଗୁ ବକ୍ସିପାତ୍ର ଭାରତୀୟ ଜନତା ପାର୍ଟି, ଓଡ଼ିଶା ଶାଖାର ସଂପାଦକ ଅଛନ୍ତି ଏବଂ ତିନିଝିଅ ମଧ୍ୟରୁ ଗୋଟିଏ ଝିଅ ଲୋପାମୁଦ୍ରା ବକ୍ସିପାତ୍ର ଓଡ଼ିଶା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି । ସ୍ୱର୍ଗତ କୃଷ୍ଣଚନ୍ଦ୍ର ବକ୍ସିପାତ୍ର ହେଉଛନ୍ତି ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜ୍ୟେଷ୍ଠ ଭାଇ ।

ତାଙ୍କ ସମ୍ମାନାର୍ଥେ ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତି ସମିତି ତରଫରୁ ପ୍ରତିବର୍ଷ ବକ୍ତୃତାମାଳାର ଆୟୋଜନ କରାଯାଉଛି ।[୩]

ଆଧାର[ସମ୍ପାଦନା]

  1. "MLA Harish Chandra Buxipatra Profile | KORAPUT Constituency". www.odishahelpline.com. Retrieved 28 November 2018.
  2. "A Tribute to late Harishchandra Baxipatra -". Odisha News Insight. 17 November 2017. Retrieved 28 November 2018.
  3. "The Hindu : Poverty all set to get aggravated". www.thehindu.com. Retrieved 28 November 2018.