ସୁନାମି
ସୁନାମି (ଇଂରାଜୀ: tsunami; ଏହା ଜାପାନୀ: 津波 ରୁ ଆସିଛି; ଅର୍ଥ: "ପୋତାଶ୍ରୟରେ ଉଠୁଥିବା ଢେଉ (harbor wave)"[୧]) ହେଉଛି କ୍ରମାନ୍ଵୟରେ ଆସୁଥିବା ଜଳ-ତରଙ୍ଗ, ଯାହାକି ମୁଖ୍ୟତଃ ହ୍ରଦ କିମ୍ବା ସମୁଦ୍ରରେ ବିଶାଳ ଜଳରାଶିର ସ୍ଥାନାନ୍ତରଣ ଯୋଗୁଁ ହୋଇଥାଏ । ଭୂମିକମ୍ପ, ଅଗ୍ନି ଉଦ୍ଗିରଣ, ଓ ପଣି ଭିତରେ ହେଉଥିବା ଅନ୍ୟ ବିସ୍ଫୋରଣ, ଭୂ-ସ୍ଖଳନ, ଉଲକାପାତ ଏବଂ ଜଳସ୍ଥର ତଳେ କିମ୍ବା ଉପରେ ହେଉଥିବା ଯେକୌଣସି ଅସ୍ଥିରତା ଯୋଗୁଁ ହିଁ ସୁନାମି ସୃଷ୍ଟି ହୋଇଥାଏ ।[୨]
ସୁନାମି ସାଧାରଣ ସାମୁଦ୍ରିକ ଢେଉ ନୁହେଁ, କାରଣ ଏହାର "ତରଙ୍ଗ ଦୈର୍ଘ୍ୟ" ବହୁତ ଲମ୍ବା ହୋଇଥାଏ । ଏହା ସାଧାରଣ ଢେଉ ଭାଙ୍ଗିବା ପରି ଦେଖା ନ ଯାଇ ବରଂ କ୍ଷିପ୍ର ଗତିରେ ଉଠୁଥିବା ଜୁଆର ପରି ଦେଖାଯାଏ, ଏଣୁ ଏହାକୁ ଇଂରାଜୀରେ tidal waves କହନ୍ତି । ସୁନାମି ସାଧାରଣତଃ ତରଙ୍ଗ ଶୃଙ୍ଖଳ କୁ ନେଇ ତିଆରି ହୋଇଥାଏ ଓ ଏହାର ଆବର୍ତ୍ତିକାଳ ଗୋଟିଏ ମିନିଟରୁ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ହୋଇପାରେ । (ଇଂରାଜୀରେ ଏହାକୁ wave train[୩] କୁହାଯାଏ) ସୁନାମିର ପ୍ରଭାବ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକ ମଧ୍ୟରେ ସୀମିତ ଥିଲେ ହେଁ ସେମାନଙ୍କର ଧ୍ଵଂସକାରୀ ଶକ୍ତି ବହୁତ ଅଧିକ ହୋଇଥାଏ ଓ ଏହା ସଂପୂର୍ଣ୍ଣ ମହାସାଗର ତଳକୁ ପ୍ରଭାବିତ କରିପାରେ । ୨୦୦୪ ଭାରତ ମହାସାଗରରେ ହୋଇଥିବା ସୁନାମି, ମାନବ ଇତିହାସରେ ସବୁଠାରୁ ଧ୍ଵଂସକାରୀ ପ୍ରକୃତିକ ବିପର୍ଜୟ ଥିଲା । ଏଥିରେ ଭାରତ ମହାସାଗରରେ ଥିବା ୧୪ ଟି ଦେଶରେ ୨୩୦,୦୦୦ ରୁ ଊର୍ଦ୍ଧ୍ଵ ଲୋକଙ୍କର ପ୍ରାଣହାନୀ ହୋଇଥିଲା ।
ଖ୍ରୀ.ପୂ. ୪୨୬ ରେ ଜଣେ ଗ୍ରୀସ ଐତିହାସିକ (ଇତିହାସକାର) Thucydides କହିଥିଲେ ଯେ ସୁନାମି ସବୁ ସମୁଦ୍ର ଭିତରେ ହେଉଥିବା ଭୂମିକମ୍ପ ଯୋଗୁଁ ସୃଷ୍ଟି ହେଇଥାଏ, [୪][୫] କିନ୍ତୁ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ସୁନାମି ସମ୍ପର୍କିତ ଧାରଣା ସ୍ପଷ୍ଟ ହୋଇନଥିଲା ଓ ଆଜି ବି ଏହା ସଂପୂର୍ଣ୍ଣ ସ୍ପଷ୍ଟ ନୁହେଁ । ବର୍ତ୍ତମାନ ଗବେଷଣାର ମୁଖ୍ୟ ବିଷୟ ହେଉଛି, କାହିଁକି ବହୁତ ବଡ ବଡ ଭୂମିକମ୍ପ ସୁନାମି ସୃଷ୍ଟି କରୁନଥିବା ବେଳେ ଛୋଟ ଛୋଟ ଭୂମିକମ୍ପ ଦ୍ଵାରା ସୁନାମି ସମ୍ଭବ ହେଉଛି; ଚେଷ୍ଟା ଚାଲିଛି କିପରି ସଠିକ ଭାବେ ସୁନାମି ସମ୍ପର୍କିତ ଆଗୁଆ ସତର୍କ ସୂଚନା ମିଳିପାରିବ; ଓ ଏକଥା ବି ଆଗୁଆ ଜାଣିବା ପାଇଁ ଚେଷ୍ଟା ଚାଲିଛି ଯେ କିପରି ଏକ ସୁନାମି ତରଙ୍ଗ ନିର୍ଦ୍ଧିଷ୍ଟ ଉପକୂଳକୁ ପ୍ରଭାବିତ କରିବ ।
ବିଷୟସୂଚୀ |
ବ୍ୟୁତ୍ପତି [ସମ୍ପାଦନା]
ଏହି ସୁନାମି ଶବ୍ଦଟି ଜାପାନୀ ଶବ୍ଦ 津波 ରୁ ଆସିଛି । ଏଥିରେ ଦୁଇଟି କାଞ୍ଜି (kanji- କିଛି ଚିନୀୟ ଶବ୍ଦ ଯାହା ଅଧୁନା ଜାପାନୀ ଭାଷାରେ ବ୍ୟବହୃତ ହେଉଛି) ଅଛି, ଯଥା : 津 (ସୁ) ମାନେ ପୋତାଶ୍ରୟ ଓ 波 (ନାମି) ମାନେ ଲହଡି ।
ସୁନାମି କୁ ବେଳେବେଳେ ଜୁଆରିଆ ଲହଡି (tidal wave) କୁହାଯାଇଥାଏ । କିଛି ବର୍ଷ ହେବ ଏହି ଶବ୍ଦର ବ୍ୟବହାର ବନ୍ଦ ହୋଇଯାଇଛି, ମୁଖ୍ୟତଃ ବୈଜ୍ଞାନିକ ଗୋଷ୍ଠୀ ଭିତରେ, କାରଣ ସୁନାମି ସହ ଜୁଆରର କୌଣସି ସମ୍ପର୍କ ନଥାଏ । ଦିନେ ଏତେ ଲୋକପ୍ରିୟ ଥିବା ନାଁ'ଟି ପ୍ରକୃତରେ ସେମାନଙ୍କର ଏକା ପ୍ରକାରର ଦୃଶ୍ୟପଟ ଯୋଗୁଁ ହୋଇଥିଲା । ସୁନାମି ଓ ଜୁଆର ଉଭୟ ଜଳ ଲହଡି ସୃଷ୍ଟି କରନ୍ତି ଯାହାକି ଭୁପୃଷ୍ଠ ଭିତରକୁ ମାଡି ଆସେ, କିନ୍ତୁ ସୁନାମି କ୍ଷେତ୍ରରେ ଏହା ବହୁତ ବିଶାଳ ହୋଇଥାଏ ଓ ଅଧିକ ଦିନ ପର୍ଯ୍ୟନ୍ତ ରହେ, ଏହାକୁ ଉଚ୍ଚ ଜୁଆର (high tides) କୁହାଯାଏ ।
ପ୍ରକୃତରେ ବହୁତ କମ୍ ଭାଷା ଅଛି ଯେଉଁଥିରେ "ସୁନାମି" ପାଇଁ କିଛି ନିଜସ୍ଵ ଶବ୍ଦ ରହିଛି । ଆସେନୀୟ ଭାଷାରେ (Acehenese) ଏହାକୁ ଇଏ ବେଉନା (ië beuna) [୬] କିମ୍ବା ଆଲୋନ ବୁଲୁଏକ୍ (alôn buluëk) କୁହାଯାଏ [୭] (ଏହା ଆଞ୍ଚଳିକ 'ବୋଲି' ଉପରେ ନିର୍ଭର କରେ) । ତାମିଲ ଭାଷାରେ ଏହା ହେଉଛି ଆଜାଇ ପେରାଲାଇ । ସୁମାତ୍ରାର ପଶ୍ଚିମ ତଟରେ ଥିବା ସିମେଉଲୁ (simeulue) ଦ୍ଵୀପରେ ଦେବ୍ୟାନ ଭାଷାରେ ଏହା ସ୍ମୋଙ୍ଗ ଓ ସିଗୁଲାଇ ଭାଷାରେ ଏହା ଏମୋଙ୍ଗ । [୮] ଆସେଃ ରାଜ୍ୟର ସିଙ୍ଗକିଲ୍ରେ ସୁନାମିକୁ ସ୍ଥାନୀୟ ଲୋକ ଗ୍ଲୋରୋ କହନ୍ତି । [୯]
ଐତିହାସିକ ସୁନାମି [ସମ୍ପାଦନା]
୪୨୬ ଖ୍ରୀ.ପୂ. ର ପ୍ରଥମାର୍ଦ୍ଧ ବେଳକୁ ଗ୍ରୀକ ଇତିହାସକାର Thucydides ତାଙ୍କ ବହି, History of Peloponnesian War ରେ ସୁନାମିର କାରଣ ବିଷୟରେ ଅନୁସନ୍ଧାନ କରିଥିଲେ ଓ ପ୍ରଥମେ ଯୁକ୍ତି ବଢିଥିଲେ ଯେ ମହାସାଗରୀୟ ଭୂମିକମ୍ପ ହିଁ ଏହାର କାରଣ ।[୪][୫]
"ମୋ ମତରେ ଏହି ଘଟଣାର କାରଣ ଭୂମିକମ୍ପରେ ଖୋଜିବା ଯିବା ଉଚିତ । ଯେଉଁ କେନ୍ଦ୍ରରେ ଏହି ଝଟକା ଅଧିକ ହୋଇଥାଏ, ସମୁଦ୍ର ସେଠାରେ ପଛକୁ ଫେରିଯାଏ ଓ ଦୁଇଗୁଣ ଶକ୍ତି ସହକାରେ ପୁଣି ମାଡି ଆସେ, ଏବଂ ହଠାତ ବନ୍ୟା ପରିସ୍ଥିତି ସୃଷ୍ଟି କରେ । ବିନା ଭୂମିକମ୍ପରେ ମୁଁ ଏପରି ଦୁର୍ଘଟଣାକୁ ଅନୁମାନ କରିପାରେ ନାହିଁ ।" [୧୦]
୩୬୫ ଖ୍ରୀଷ୍ଟାବ୍ଦ ସୁନାମିରେ ଆଲେକ୍ଜାଣ୍ଡ୍ରିଆ ଧ୍ଵଂସ ହେବା ପରେ ରୋମାନୀୟ ଇତିହାସକାର Ammianus Marcellinus ଜଟିଳ ସୁନାମି ଶୃଙ୍ଖଳ, ପ୍ରାରମ୍ଭିକ ଭୂମିକମ୍ପ, ସାଗରର ହଠାତ ପଛକୁ ଫେରିଯିବା ଓ ତା ପଛେ ପଛେ ଆସୁଥିବା ବୃହଦାକାୟ ଲହଡି ସମ୍ପର୍କରେ ବିଶଦ ଭାବେ ବର୍ଣ୍ଣନା କରିଥିଲେ । [୧୧][୧୨]
ଜାପାନର ସବୁଠୁ ଲମ୍ବା ସୁନାମିର ଇତିହାସର ଥିଲେ ହେଁ ୨୦୦୪ ମସିହାରେ ଭାରତୀୟ ମହାସାଗରରେ ହୋଇଥିବା ଭୂମିକମ୍ପ ଓ ସୁନାମିର ଧ୍ଵଂସଲୀଳା, ୨୩୦,୦୦୦ ଲୋକଙ୍କ ଜୀବନ ନେଇ ଆଧୁନିକ ଯୁଗରେ ସବୁଠାରୁ ଭୟଙ୍କର ଚିତ୍ର ଛାଡିଗଲା । ସୁମାତ୍ରା ଅଞ୍ଚଳ ଭୂମିକମ୍ପ ସହ ଅନଭ୍ୟସ୍ତ ନୁହେଁ, ଏହାର ତଟୀୟ ଅଞ୍ଚଳ ପ୍ରାୟତଃ ବିଭିନ୍ନ ତୀବ୍ରତାର ଭୂମିକମ୍ପର ସମ୍ମୁଖୀନ ହୋଇଥାଏ ।[୧୩]
ଉତ୍ପନ୍ନ ଶୈଳୀ [ସମ୍ପାଦନା]
ଭୂମିକମ୍ପ ଯୋଗୁଁ ହେଉଥିବା ସୁନାମି [ସମ୍ପାଦନା]
ଭୂ-ସ୍ଖଳନ ଯୋଗୁଁ ହେଉଥିବା ସୁନାମି [ସମ୍ପାଦନା]
ପାଣିପାଗ ଜନିତ ହେଉଥିବା ସୁନାମି [ସମ୍ପାଦନା]
ବିଶେଷତ୍ଵ [ସମ୍ପାଦନା]
ଧ୍ଵଂସକରି ଅସ୍ତ୍ର ଭାବେ ବ୍ୟବହାର [ସମ୍ପାଦନା]
ଆଧାର [ସମ୍ପାଦନା]
- ↑ "Tsunami Terminology". NOAA. http://nthmp-history.pmel.noaa.gov/terms.html. Retrieved 2010-07-15.
- ↑ Barbara Ferreira (April 17, 2011). "When icebergs capsize, tsunamis may ensue". Nature (journal). http://blogs.nature.com/barbaraferreira/2011/04/17/when-icebergs-capsize. Retrieved 2011-04-27.
- ↑ Fradin, Judith Bloom and Dennis Brindell (2008). Witness to Disaster: Tsunamis. Witness to Disaster. Washington, D.C.: National Geographic Society. ପୃଷ୍ଠା. 42, 43. http://shop.nationalgeographic.com/ngs/product/books/kids-books-and-atlases/animals-and-nature/witness-to-disaster%3A-tsunamis.
- ↑ ୪.୦ ୪.୧ Thucydides: “A History of the Peloponnesian War”, 3.89.1–4
- ↑ ୫.୦ ୫.୧ Smid, T. C. (April , 1970). 'Tsunamis' in Greek Literature. 17 (2nd ed.). ପୃଷ୍ଠା. 100–104.
- ↑ Proposing The Community-Based Tsunami Warning System
- ↑ Novel Alon Buluek
- ↑ Tsunami 1907: Early Interpretation and its Development
- ↑ 13 Pulau di Aceh Singkil Hilang
- ↑ Thucydides: “A History of the Peloponnesian War”, 3.89.5
- ↑ Kelly, Gavin (2004). "Ammianus and the Great Tsunami". The Journal of Roman Studies 94 (141): 141–167. doi:10.2307/4135013. http://jstor.org/stable/4135013.
- ↑ Stanley, Jean-Daniel & Jorstad, Thomas F. (2005), "The 365 A.D. Tsunami Destruction of Alexandria, Egypt: Erosion, Deformation of Strata and Introduction of Allochthonous Material"
- ↑ The 10 most destructive tsunamis in history, Australian Geographic, March 16, 2011.
ବାହାର କଡ଼ି [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: ସୁନାମି ଉପରେ ମାଧ୍ୟମ ରହିଅଛି |
- Animation of DART tsunami detection system
- Can HF Radar detect Tsunamis? – University of Hamburg HF-Radar.
- Envirtech Tsunami Warning System – Based on seabed seismics and sea level gauges.
- Geology.com The highest tsunami was caused by rockfall
- IOC Tsunami Glossary by the Intergovernmental Oceanographic Commission (IOC) at the International Tsunami Information Centre (ITIC) of UNESCO
- How to survive a tsunami – Guide for children and youth
- International Centre for Geohazards (ICG)
- ITSU – Coordination Group for the Pacific Tsunami Warning System.
- Jakarta Tsunami Information Centre
- National Tsunami Hazard Mitigation Program Coordinated U.S. Federal/State effort
- NOAA Center for Tsunami Research (NCTR)
- NOAA Tsunami – General description of tsunamis and the United States agency NOAA's role
- NOVA: Wave That Shook The World – Site and special report shot within days of the 2004 Indian Ocean tsunami.
- Pacific Tsunami Museum
- Science of Tsunami Hazards journal
- Tsunami scientific publications list
- Scientific American Magazine (January 2006 Issue) Tsunami: Wave of Change What we can learn from the Indian Ocean tsunami of December 2004.
- Social & Economic Costs of Tsunamis in the United States from "NOAA Socioeconomics" website initiative
- Tsunami Centers – United States National Weather Service.
- Tsunami database with detailed statistics
- Interactive map of recent and historical tsunami events with links to graphics, animations and data
- Tsunami Warning – Tsunami warnings via mobile phone.
- Tsunamis and Earthquakes
- USGS: Surviving a tsunami (United States)
- Impact of Tsunami on groundwater resources IGRAC International Groundwater Resources Assessment Centre
- Tsunami Surges on Dry Coastal Plains: Application of Dam Break Wave Equations, Coastal Engineering Journal, 48 4: 355-370
- What happened on July 21, 365 A.D.? An ancient Mediterranean tsunami event
ଚିତ୍ର ଓ ଭିଡ଼ିଓ [ସମ୍ପାଦନା]
- Tsunami videos on YouTube from the NOAA Center for Tsunami Research
- Amateur Camcorder Video Streams of the December 26, 2004 tsunami that hit Sri Lanka, Thailand and Indonesia (search on tsunamis)
- Animation of 1960 tsunami originating outside coast of Chile
- Animations of actual and simulated tsunami events from the NOAA Center for Tsunami Research
- CBC Digital Archives – Canada's Earthquakes and Tsunamis
- Computer-generated animation of a tsunami
- Origin of a Tsunami – animation showing how the shifting of continental plates in the Indian Ocean created the catastrophe of December 26, 2004.
- Photos and Videos of Humanitarian Assistance to Tsunami-hit areas by the Singapore Armed Forces
- Tsunami Aftermath in Penang and Kuala Muda, Kedah.
- Satellite Images of Tsunami Affected Areas High resolution satellite images showing the effects of the 2004 tsunami on the affected areas in Indonesia, Thailand and Nicobar island of India.
- The Survivors – A moving travelogue full of stunning images along the tsunami ravaged South-Western Coast of India (Unavailable)
- Animations of tsunami propagation model results for actual tsunami events
- 2004 Boxing Day Tsunami at YouTube
- Raw Video: Tsunami Slams Northeast Japan, a video of the 2011 Tōhoku (Japan) earthquake tsunami by Associated Press at YouTube, showing the wave from a tsunami engulfing a town and farmlands.