ସୁନାମି

ଉଇକିପିଡ଼ିଆ ରୁ
୨୦୦୪ ଭାରତୀୟ ମହାସାଗରରେ ହୋଇଥିବା ସୁନାମି ଦ୍ଵାରା ଧରାଶାୟୀ ହୋଇଯାଇଥିବା ସୁମାତ୍ରା ଉପକୂଳର ଏକ ସହର "ବାନ୍ଦା ଆସେଃ" (Banda Aceh)

ସୁନାମି (ଇଂରାଜୀ: tsunami; ଏହା ଜାପାନୀ: 津波 ରୁ ଆସିଛି; ଅର୍ଥ: "ପୋତାଶ୍ରୟରେ ଉଠୁଥିବା ଢେଉ (harbor wave)"[୧]) ହେଉଛି କ୍ରମାନ୍ଵୟରେ ଆସୁଥିବା ଜଳ-ତରଙ୍ଗ, ଯାହାକି ମୁଖ୍ୟତଃ ହ୍ରଦ କିମ୍ବା ସମୁଦ୍ରରେ ବିଶାଳ ଜଳରାଶିର ସ୍ଥାନାନ୍ତରଣ ଯୋଗୁଁ ହୋଇଥାଏ । ଭୂମିକମ୍ପ, ଅଗ୍ନି ଉ‌ଦ୍‌ଗିରଣ‌, ଓ ପଣି ଭିତରେ ହେଉଥିବା ଅନ୍ୟ ବିସ୍ଫୋରଣ, ଭୂ-ସ୍ଖଳନ, ଉଲକାପାତ ଏବଂ ଜଳସ୍ଥର ତଳେ କିମ୍ବା ଉପରେ ହେଉଥିବା ଯେକୌଣସି ଅସ୍ଥିରତା ଯୋଗୁଁ ହିଁ ସୁନାମି ସୃଷ୍ଟି ହୋଇଥାଏ ।[୨]

ସୁନାମି ସାଧାରଣ ସାମୁଦ୍ରିକ ଢେଉ ନୁହେଁ, କାରଣ ଏହାର "ତରଙ୍ଗ ଦୈର୍ଘ୍ୟ" ବହୁତ ଲମ୍ବା ହୋଇଥାଏ । ଏହା ସାଧାରଣ ଢେଉ ଭାଙ୍ଗିବା ପରି ଦେଖା ନ ଯାଇ ବରଂ କ୍ଷିପ୍ର ଗତିରେ ଉଠୁଥିବା ଜୁଆର ପରି ଦେଖାଯାଏ, ଏଣୁ ଏହାକୁ ଇଂରାଜୀରେ tidal waves କହନ୍ତି । ସୁନାମି ସାଧାରଣତଃ ତରଙ୍ଗ ଶୃଙ୍ଖଳ କୁ ନେଇ ତିଆରି ହୋଇଥାଏ ଓ ଏହାର ଆବର୍ତ୍ତିକାଳ ଗୋଟିଏ ମିନିଟରୁ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ହୋଇପାରେ । (ଇଂରାଜୀରେ ଏହାକୁ wave train[୩] କୁହାଯାଏ) ସୁନାମିର ପ୍ରଭାବ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକ ମଧ୍ୟରେ ସୀମିତ ଥିଲେ ହେଁ ସେମାନଙ୍କର ଧ୍ଵଂସକାରୀ ଶକ୍ତି ବହୁତ ଅଧିକ ହୋଇଥାଏ ଓ ଏହା ସଂପୂର୍ଣ୍ଣ ମହାସାଗର ତଳକୁ ପ୍ରଭାବିତ କରିପାରେ । ୨୦୦୪ ଭାରତ ମହାସାଗରରେ ହୋଇଥିବା ସୁନାମି, ମାନବ ଇତିହାସରେ ସବୁଠାରୁ ଧ୍ଵଂସକାରୀ ପ୍ରକୃତିକ ବିପର୍ଜୟ ଥିଲା । ଏଥିରେ ଭାରତ ମହାସାଗରରେ ଥିବା ୧୪ ଟି ଦେଶରେ ୨୩୦,୦୦୦ ରୁ ଊର୍ଦ୍ଧ୍ଵ ଲୋକଙ୍କର ପ୍ରାଣହାନୀ ହୋଇଥିଲା ।

ଖ୍ରୀ.ପୂ. ୪୨୬ ରେ ଜଣେ ଗ୍ରୀସ ଐତିହାସିକ (ଇତିହାସକାର) Thucydides କହିଥିଲେ ଯେ ସୁନାମି ସବୁ ସମୁଦ୍ର ଭିତରେ ହେଉଥିବା ଭୂମିକମ୍ପ ଯୋଗୁଁ ସୃଷ୍ଟି ହେଇଥାଏ, [୪][୫] କିନ୍ତୁ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ସୁନାମି ସମ୍ପର୍କିତ ଧାରଣା ସ୍ପଷ୍ଟ ହୋଇନଥିଲା ଓ ଆଜି ବି ଏହା ସଂପୂର୍ଣ୍ଣ ସ୍ପଷ୍ଟ ନୁହେଁ । ବର୍ତ୍ତମାନ ଗବେଷଣାର ମୁଖ୍ୟ ବିଷୟ ହେଉଛି, କାହିଁକି ବହୁତ ବଡ ବଡ ଭୂମିକମ୍ପ ସୁନାମି ସୃଷ୍ଟି କରୁନଥିବା ବେଳେ ଛୋଟ ଛୋଟ ଭୂମିକମ୍ପ ଦ୍ଵାରା ସୁନାମି ସମ୍ଭବ ହେଉଛି; ଚେଷ୍ଟା ଚାଲିଛି କିପରି ସଠିକ ଭାବେ ସୁନାମି ସମ୍ପର୍କିତ ଆଗୁଆ ସତର୍କ ସୂଚନା ମିଳିପାରିବ; ଓ ଏକଥା ବି ଆଗୁଆ ଜାଣିବା ପାଇଁ ଚେଷ୍ଟା ଚାଲିଛି ଯେ କିପରି ଏକ ସୁନାମି ତରଙ୍ଗ ନିର୍ଦ୍ଧିଷ୍ଟ ଉପକୂଳକୁ ପ୍ରଭାବିତ କରିବ ।

୨୦୦୪ ରେ ଭାରତୀୟ ମହାସାଗରରେ ହୋଇଥିବା ସୁନାମି ବେଳେ ଥାଇଲାଣ୍ଡର ଆଓ ନାଙ୍ଗ ଠାରେ ଉଠାଯାଇଥିବା ଫୋଟ

ବ୍ୟୁତ୍ପତି[ସମ୍ପାଦନା]

ଇଣ୍ଡୋନେସିଆରେ ଦୁଇଟି ଭାଷାରେ ଲେଖାଯାଇଥିବା ଏକ ସୁନାମି ସୂଚନା ଫଳକ

ଏହି ସୁନାମି ଶବ୍ଦଟି ଜାପାନୀ ଶବ୍ଦ 津波 ରୁ ଆସିଛି । ଏଥିରେ ଦୁଇଟି କାଞ୍ଜି (kanji- କିଛି ଚିନୀୟ ଶବ୍ଦ ଯାହା ଅଧୁନା ଜାପାନୀ ଭାଷାରେ ବ୍ୟବହୃତ ହେଉଛି) ଅଛି, ଯଥା : 津 (ସୁ) ମାନେ ପୋତାଶ୍ରୟ ଓ 波 (ନାମି) ମାନେ ଲହଡି ।

ସୁନାମି କୁ ବେଳେବେଳେ ଜୁଆରିଆ ଲହଡି (tidal wave) କୁହାଯାଇଥାଏ । କିଛି ବର୍ଷ ହେବ ଏହି ଶବ୍ଦର ବ୍ୟବହାର ବନ୍ଦ ହୋଇଯାଇଛି, ମୁଖ୍ୟତଃ ବୈଜ୍ଞାନିକ ଗୋଷ୍ଠୀ ଭିତରେ, କାରଣ ସୁନାମି ସହ ଜୁଆରର କୌଣସି ସମ୍ପର୍କ ନଥାଏ । ଦିନେ ଏତେ ଲୋକପ୍ରିୟ ଥିବା ନାଁ'ଟି ପ୍ରକୃତରେ ସେମାନଙ୍କର ଏକା ପ୍ରକାରର ଦୃଶ୍ୟପଟ ଯୋଗୁଁ ହୋଇଥିଲା । ସୁନାମି ଓ ଜୁଆର ଉଭୟ ଜଳ ଲହଡି ସୃଷ୍ଟି କରନ୍ତି ଯାହାକି ଭୁପୃଷ୍ଠ ଭିତରକୁ ମାଡି ଆସେ, କିନ୍ତୁ ସୁନାମି କ୍ଷେତ୍ରରେ ଏହା ବହୁତ ବିଶାଳ ହୋଇଥାଏ ଓ ଅଧିକ ଦିନ ପର୍ଯ୍ୟନ୍ତ ରହେ, ଏହାକୁ ଉଚ୍ଚ ଜୁଆର (high tides) କୁହାଯାଏ ।

ପ୍ରକୃତରେ ବହୁତ କମ୍ ଭାଷା ଅଛି ଯେଉଁଥିରେ "ସୁନାମି" ପାଇଁ କିଛି ନିଜସ୍ଵ ଶବ୍ଦ ରହିଛି । ଆସେନୀୟ ଭାଷାରେ (Acehenese) ଏହାକୁ ଇଏ ବେଉନା (ië beuna) [୬] କିମ୍ବା ଆଲୋନ ବୁଲୁଏକ୍ (alôn buluëk) କୁହାଯାଏ [୭] (ଏହା ଆଞ୍ଚଳିକ 'ବୋଲି' ଉପରେ ନିର୍ଭର କରେ) । ତାମିଲ ଭାଷାରେ ଏହା ହେଉଛି ଆଜାଇ ପେରାଲାଇ । ସୁମାତ୍ରାର ପଶ୍ଚିମ ତଟରେ ଥିବା ସିମେଉଲୁ (simeulue) ଦ୍ଵୀପରେ ଦେବ୍ୟାନ ଭାଷାରେ ଏହା ସ୍ମୋଙ୍ଗ ଓ ସିଗୁଲାଇ ଭାଷାରେ ଏହା ଏମୋଙ୍ଗ[୮] ଆସେଃ ରାଜ୍ୟର ସିଙ୍ଗକିଲ୍‌ରେ ସୁନାମିକୁ ସ୍ଥାନୀୟ ଲୋକ ଗ୍ଲୋରୋ କହନ୍ତି । [୯]

ଐତିହାସିକ ସୁନାମି[ସମ୍ପାଦନା]

୧୧ଶ ଶତାବ୍ଦୀରେ ଅଙ୍କା ଯାଇଥିବା ସୁନାମିର ଏକ ଚିତ୍ର
୧୭୫୫ ର ଲିସବନରେ ହୋଇଥିବା ଭୂମିକମ୍ପ ଓ ସୁନାମି
The Russians of Pavel Lebedev-Lastochkin in Japan, with their ships tossed inland by a tsunami, meeting some Japanese in 1779

୪୨୬ ଖ୍ରୀ.ପୂ. ର ପ୍ରଥମାର୍ଦ୍ଧ ବେଳକୁ ଗ୍ରୀକ ଇତିହାସକାର Thucydides ତାଙ୍କ ବହି, History of Peloponnesian War ରେ ସୁନାମିର କାରଣ ବିଷୟରେ ଅନୁସନ୍ଧାନ କରିଥିଲେ ଓ ପ୍ରଥମେ ଯୁକ୍ତି ବଢିଥିଲେ ଯେ ମହାସାଗରୀୟ ଭୂମିକମ୍ପ ହିଁ ଏହାର କାରଣ ।[୪][୫]

"ମୋ ମତରେ ଏହି ଘଟଣାର କାରଣ ଭୂମିକମ୍ପରେ ଖୋଜିବା ଯିବା ଉଚିତ । ଯେଉଁ କେନ୍ଦ୍ରରେ ଏହି ଝଟକା ଅଧିକ ହୋଇଥାଏ, ସମୁଦ୍ର ସେଠାରେ ପଛକୁ ଫେରିଯାଏ ଓ ଦୁଇଗୁଣ ଶକ୍ତି ସହକାରେ ପୁଣି ମାଡି ଆସେ, ଏବଂ ହଠାତ ବନ୍ୟା ପରିସ୍ଥିତି ସୃଷ୍ଟି କରେ । ବିନା ଭୂମିକମ୍ପରେ ମୁଁ ଏପରି ଦୁର୍ଘଟଣାକୁ ଅନୁମାନ କରିପାରେ ନାହିଁ ।" [୧୦]

୩୬୫ ଖ୍ରୀଷ୍ଟାବ୍ଦ ସୁନାମିରେ ଆଲେକ୍‌ଜାଣ୍ଡ୍ରିଆ ଧ୍ଵଂସ ହେବା ପରେ ରୋମାନୀୟ ଇତିହାସକାର Ammianus Marcellinus ଜଟିଳ ସୁନାମି ଶୃଙ୍ଖଳ, ପ୍ରାରମ୍ଭିକ ଭୂମିକମ୍ପ, ସାଗରର ହଠାତ ପଛକୁ ଫେରିଯିବା ଓ ତା ପଛେ ପଛେ ଆସୁଥିବା ବୃହଦାକାୟ ଲହଡି ସମ୍ପର୍କରେ ବିଶଦ ଭାବେ ବର୍ଣ୍ଣନା କରିଥିଲେ । [୧୧][୧୨]

ଜାପାନର ସବୁଠୁ ଲମ୍ବା ସୁନାମିର ଇତିହାସର ଥିଲେ ହେଁ ୨୦୦୪ ମସିହାରେ ଭାରତୀୟ ମହାସାଗରରେ ହୋଇଥିବା ଭୂମିକମ୍ପ ଓ ସୁନାମିର ଧ୍ଵଂସଲୀଳା, ୨୩୦,୦୦୦ ଲୋକଙ୍କ ଜୀବନ ନେଇ ଆଧୁନିକ ଯୁଗରେ ସବୁଠାରୁ ଭୟଙ୍କର ଚିତ୍ର ଛାଡିଗଲା । ସୁମାତ୍ରା ଅଞ୍ଚଳ ଭୂମିକମ୍ପ ସହ ଅନଭ୍ୟସ୍ତ ନୁହେଁ, ଏହାର ତଟୀୟ ଅଞ୍ଚଳ ପ୍ରାୟତଃ ବିଭିନ୍ନ ତୀବ୍ରତାର ଭୂମିକମ୍ପର ସମ୍ମୁଖୀନ ହୋଇଥାଏ ।[୧୩]

ଉତ୍ପନ୍ନ ଶୈଳୀ[ସମ୍ପାଦନା]

ଭୂମିକମ୍ପ ଯୋଗୁଁ ହେଉଥିବା ସୁନାମି[ସମ୍ପାଦନା]

ଭୂ-ସ୍ଖଳନ ଯୋଗୁଁ ହେଉଥିବା ସୁନାମି[ସମ୍ପାଦନା]

ପାଣିପାଗ ଜନିତ ହେଉଥିବା ସୁନାମି[ସମ୍ପାଦନା]

ବିଶେଷତ୍ଵ[ସମ୍ପାଦନା]

ଧ୍ଵଂସକରି ଅସ୍ତ୍ର ଭାବେ ବ୍ୟବହାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Tsunami Terminology". NOAA. http://nthmp-history.pmel.noaa.gov/terms.html. Retrieved 2010-07-15. 
  2. Barbara Ferreira (April 17, 2011). "When icebergs capsize, tsunamis may ensue". Nature (journal). http://blogs.nature.com/barbaraferreira/2011/04/17/when-icebergs-capsize. Retrieved 2011-04-27. 
  3. Fradin, Judith Bloom and Dennis Brindell (2008). Witness to Disaster: Tsunamis. Witness to Disaster. Washington, D.C.: National Geographic Society. pp. 42, 43. 
  4. ୪.୦ ୪.୧ Thucydides: “A History of the Peloponnesian War”, 3.89.1–4
  5. ୫.୦ ୫.୧ Smid, T. C. (April , 1970). "'Tsunamis' in Greek Literature". Greece & Rome 17 (1) (2nd ed.). pp. 100–104. 
  6. Proposing The Community-Based Tsunami Warning System
  7. Novel Alon Buluek
  8. Tsunami 1907: Early Interpretation and its Development
  9. 13 Pulau di Aceh Singkil Hilang
  10. Thucydides: “A History of the Peloponnesian War”, 3.89.5
  11. Kelly, Gavin (2004). "Ammianus and the Great Tsunami". The Journal of Roman Studies 94 (141): 141–167. doi:10.2307/4135013. JSTOR 4135013. 
  12. Stanley, Jean-Daniel & Jorstad, Thomas F. (2005), "The 365 A.D. Tsunami Destruction of Alexandria, Egypt: Erosion, Deformation of Strata and Introduction of Allochthonous Material"
  13. The 10 most destructive tsunamis in history, Australian Geographic, March 16, 2011.

ବାହାର କଡ଼ି[ସମ୍ପାଦନା]

ଚିତ୍ର ଓ ଭିଡ଼ିଓ[ସମ୍ପାଦନା]