ସିଦ୍ଧାର୍ଥ ଭରତନ

ଉଇକିପିଡ଼ିଆ‌ରୁ
ସିଦ୍ଧାର୍ଥ ଭରତନ
ଜନ୍ମ (1983-05-26) ୨୬ ମଇ ୧୯୮୩ (ବୟସ ୪୦)
ବୃତ୍ତିସମୂହ
  • କଥାଚିତ୍ର ଅଭିନେତା
  • ନିର୍ଦ୍ଦେଶକ
  • ଚିତ୍ରନାଟ୍ୟ ଲେଖକ
ସକ୍ରିୟ ବର୍ଷ୨୦୦୨–ଏବେଯାଏଁ
ଉଚ୍ଚତା୧.୭୯ ମିଟର
ବୈବାହିକ-ସାଥୀ
ସୁଜିନ ଶ୍ରୀଧର
(m. ୨୦୧୯)
ସନ୍ତାନ
ପିତାମାତାs
  • ଭାରତନ (father)
  • କେ. ପି. ଏ. ସି. ଲଳିତା (mother)

ସିଦ୍ଧାର୍ଥ ଭରତନ (ଜନ୍ମ: ୨୬ ମଇ ୧୯୮୩), ଜଣେ ଭାରତୀୟ ଅଭିନେତା, ଚିତ୍ରନାଟ୍ୟ ଲେଖକ ଏବଂ କଥାଚିତ୍ର ନିର୍ଦ୍ଦେଶକ ଯିଏକି ମୁଖ୍ୟତଃ ମାଲାୟାଲମ୍ କଥାଚିତ୍ର ଜଗତରେ କାମ କରନ୍ତି ।

ଜନ୍ମ ଓ ପରିବାର[ସମ୍ପାଦନା]

ସିଦ୍ଧାର୍ଥ ୧୯୮୩ ମସିହାର ମଇ ୨୬ ତାରିଖରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଭରତନ ଜଣେ କଥାଚିତ୍ର ନିର୍ଦ୍ଦେଶକ ଓ ମାଆ କେ.ପି.ଏ.ସି. ଲଳିତା ଜଣେ ଅଭିନେତ୍ରୀ । ୧୨ ଡିସେମ୍ବର ୨୦୦୮ରେ ସେ ଅଞ୍ଜୁ ମୋହନ ଦାସଙ୍କୁ ବିବାହ କରିଥିଲେ ଏବଂ ୨୦୧୩ ମସିହାରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା । ପରବର୍ତ୍ତୀ ସମୟରେ ୩୧ ଅଗଷ୍ଟ ୨୦୧୯ରେ ସେ ସୁନିଜାଙ୍କୁ ବିବାହ କରିଥିଲେ ।[୧] ଉଭୟଙ୍କର ଏକ ଝିଅ ୨୨ ଜୁଲାଇ ୨୦୨୦ରେ ଜନ୍ମ ହୋଇଥିଲା ।

ପେଷା[ସମ୍ପାଦନା]

୨୦୦୨ ମସିହାରେ ସେ ମାଲାୟଲମ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ନାମ୍ମାଲ । ୨୦୧୨ ମସିହାରେ ସେ ନିର୍ଦ୍ଦେଶକ ଭାବରେ କାମ କରିବା ଆରମ୍ଭ କରିଥିଲେ ଏବଂ ତାଙ୍କ ନିର୍ଦ୍ଦେଶିତ ପ୍ରଥମ କଥାଚିତ୍ର ହେଉଛି ନିଦ୍ରା । ଏହି କଥାଚିତ୍ରଟି ୧୯୮୧ ମସିହାରେ ତାଙ୍କ ବାପାଙ୍କ ନିର୍ଦ୍ଦେଶନାରେ ମାଲାୟଲମ ଭାଷାରେ ମୁକ୍ତିଲାଭ କରିଥିଲା ଏବଂ ସେ ସମାନ ନାମରେ ପୁଣିଥରେ ଏହାକୁ ନିର୍ମାଣ କରିଥିଲେ ।[୨]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ଭାଷା
୨୦୦୨ ନମ୍ମାଲ ଶ୍ୟାମ ମାଲାୟଲମ
୨୦୦୪ ୧ ୟୁଥ୍ ଫେଷ୍ଟିଭାଲ୍ ଅର୍ଜୁନ ମାଲାୟଲମ
କାକ୍କାକରୁମ୍ବନ୍ ରମେଶନ୍ ମାଲାୟଲମ
ରସିକାନ୍ ସୁଧି ମାଲାୟଲମ
ଏନ୍ନିଟ୍ଟୁମ୍ ଜିତ୍ ମାଲାୟଲମ
୨୦୧୨ ନିଦ୍ରା ରାଜୁ ମାଲାୟଲମ
ଆତ୍ମା ସମୀର ମାଲାୟଲମ
୨୦୧୩ ରେବେକା ଉଥୁପ୍ କିଜାକ୍କେମାଲା ଅର୍ଜୁନ ମାଲାୟଲମ
ଓଲିପୋରୁ [୩] ମାଲାୟଲମ
୨୦୧୫ ନିଜାନ ନିନ୍ନୋଡ଼ୁ କୂଡେୟୁଣ୍ଡୁ ମାଲାୟଲମ
୨୦୧୬ କୋପ୍ପାଇଲେ କୋଡୁମକଟ୍ଟୁ ମାଲାୟଲମ

ନିର୍ଦ୍ଦେଶିତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ମୁକ୍ତିଲାଭ ତାରିଖ ମନ୍ତବ୍ୟ
୨୦୧୨ ନିଦ୍ରା ୨୪ ଫେବୃଆରୀ ୨୦୧୨ ୧୯୮୧ ମସିହାର କଥାଚିତ୍ରର ରିମେକ୍[୪]
୨୦୧୫ ଚନ୍ଦ୍ରେତ୍ତାନ ଏବିଦେୟା ୧ ମଇ ୨୦୧୫
୨୦୧୭ ବର୍ଣ୍ଣ୍ୟଥିଲ ଆଶଙ୍କା ୪ ଅଗଷ୍ଟ ୨୦୧୭
୨୦୨୨ ଛତୁରାମ ୪ ନଭେମ୍ବର ୨୦୨୨
୨୦୨୩ ଦିଜାନ୍ ୬ ଜାନୁଆରୀ ୨୦୨୩ [୫][୬]

ଦୁର୍ଘଟଣା ଏବଂ ପରବର୍ତ୍ତୀ ଜୀବନ[ସମ୍ପାଦନା]

୧୧ ସେପ୍ଟେମ୍ବର ୨୦୧୫ରେ ସେ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ସେ ଚଳାଉଥିବା ଫୋର୍ଡ ଫିଗୋ କାର କୋଚି ନିକଟସ୍ଥ ଚାମ୍ବକକରା ରାସ୍ତାରେ ଏକ କାନ୍ଥକୁ ଧକ୍କା ଦେଇଥିଲା ଏବଂ ତାଙ୍କ ଗୋଡ଼ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେ କୋଚିରେ ଥିବା ମେଡିକାଲ ଟ୍ରଷ୍ଟ ହସ୍ପିଟାଲର ଭେଣ୍ଟିଲେଟରରେ ଥିଲେ ।[୭]

ଆଧାର[ସମ୍ପାଦନା]

  1. "സിദധാർഥ ഭരതൻ വീണടം വിവാഹിതനായി : Cinema News".
  2. "Nidra starts". Mathrubhumi. 10 December 2011. Archived from the original on 10 December 2011. Retrieved 10 December 2011.
  3. "Fahad Fazil in "Olipporu". :News - Movie News, Film News, Cinema News - Malayalam Movie News". www.metromatinee.com. Archived from the original on 2012-11-19.
  4. "'Nidhra' for next week". IndiaGlitz. 18 February 2012. Archived from the original on 20 February 2012. Retrieved 18 February 2012.
  5. Digital Native. "Soubin Shahir's 'Djinn' wrapped up". The News Minute. Retrieved 17 March 2020.
  6. TIMESOFINDIA.COM. "Dulquer Salmaan unveils the motion poster of Soubin Shahir's 'Djinn'". The Times of India. Retrieved 3 August 2020.
  7. " Actor Siddharth Bharathan seriously injured in accident" Archived 2018-02-18 at the Wayback Machine.. Kerala Kaumudi. 11 September 2015. Retrieved 11 September 2015.

ବାହାର ଲିଙ୍କ୍[ସମ୍ପାଦନା]