ରାମେଶ୍ୱର ସିଂହ ନାଏକ

ଉଇକିପିଡ଼ିଆ‌ରୁ
ରାମେଶ୍ୱର ସିଂହ ନାଏକ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ନିର୍ବାଚନ ମଣ୍ଡଳୀଲାଇକେରା
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୭୩
ନିର୍ବାଚନ ମଣ୍ଡଳୀଲାଇକେରା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1930-07-23)୨୩ ଜୁଲାଇ ୧୯୩୦
ମୃତ୍ୟୁ୭ ସେପ୍ଟେମ୍ବର ୨୦୦୭(2007-09-07) (ବୟସ ୭୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ (ଆର୍)
ଜୀବନ ସାଥୀତିଳୋତ୍ତମା ଦେଇ
ବାପା/ବୋଉଚନ୍ଦନ ସିଂହ ନାଏକ (ବାପା)
ବୃତ୍ତିରାଜନୀତିଜ୍ଞ

ରାମେଶ୍ୱର ସିଂହ ନାଏକ (୨୩ ଜୁଲାଇ ୧୯୩୦ - ୭ ସେପ୍ଟେମ୍ବର ୨୦୦୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଲାଇକେରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରାମେଶ୍ୱର ସିଂହ ନାଏକ ୧୯୩୦ ମସିହାର ଜୁଲାଇ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚନ୍ଦନ ସିଂହ ନାଏକ ଓ ପତ୍ନୀଙ୍କ ନାମ ତିଳୋତ୍ତମା ଦେଇ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ରାମେଶ୍ୱର ସିଂହ ନାଏକ ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସ (ଆର୍)ରେ ଓ ପରେ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୧ ୧୯୭୩ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ଲାଇକେରା ଭାରତୀୟ ଜାତୀୟ କଂଗ୍ରେସ (ଆର୍)
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ଲାଇକେରା ଜନତା ପାର୍ଟି

ମୃତ୍ୟୁ[ସମ୍ପାଦନା]

ରାମେଶ୍ୱର ସିଂହ ନାଏକ ୨୦୦୭ ମସିହାର ସେପ୍ଟେମ୍ବର ୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Rameswar Singh Naik". odishaassembly.nic.in. Odisha Assembly. Retrieved 24 September 2022.