ରାଜେଶ ଖାନ୍ନା

ଉଇକିପିଡ଼ିଆ ରୁ
ରାଜେଶ ଖାନ୍ନା
ଜନ୍ମ ଓ ଜନ୍ମସ୍ଥାନ ଯତିନ ଖାନ୍ନା
୨୯ ଡିସେମ୍ବର ୧୯୪୨(1942-12-29)
ଅମୃତସର, ପଞ୍ଜାବ, ଭାରତ
ତିରୋଧାନ ୧୮ ଜୁଲାଇ, ୨୦୧୨ (୬୯ ବର୍ଷ)
ମୁମ୍ବାଇ, ଭାରତ
ଅଲଗା ନାଆଁ ଯତିନ ଖାନ୍ନା
କାକା
ଆର.କେ
ଜୀବିକା ଚଳଚ୍ଚିତ୍ର ଅଭିନେତା ତଥା ପ୍ରଯୋଜକ
କାର୍ଯ୍ୟକାଳ ୧୯୬୬–୨୦୧୨ (ଅଭିନେତା)

୧୯୯୧–୧୯୯୬ (ରାଜନୀତି)

୧୯୭୧–୧୯୯୫ (ପ୍ରୋଯୋଜକ)
ଜୀବନସାଥି ଡିମ୍ପଲ କପାଡିଆ (୧୯୭୩–୧୯୮୪)
ସନ୍ତାନ ଟ୍ଵିଙ୍କିଲ ଖାନ୍ନା
ରିଙ୍କି ଖାନ୍ନା

ରାଜେଶ ଖାନ୍ନା(୨୯ ଡିସେମ୍ବର ୧୯୪୨-୧୮ ଜୁଲାଇ ୨୦୧୨), ଭାରତର ଜଣେ ହିନ୍ଦୀ କଥାଚିତ୍ର ଅଭିନେତା ତଥା ପ୍ରଯୋଜକ ଏବଂ ଜଣେ ରାଜନେତା । ସେ ହିନ୍ଦୀ ଚଳଚ୍ଚିତ୍ର ଜଗତର କାକାଜୀ ଭାବେ ପରିଚିତ । ସେ ବଲିଉଡ଼ର ପ୍ରଥମ ସୁପର୍ ଷ୍ଟାର ଥିଲେ ।[୧] ରାଜେଶଙ୍କର ପ୍ରକୃତ ନାମ ଯତିନ ଖାନ୍ନା । ରାଜେଶଙ୍କୁ ତାଙ୍କ ପିତାମାତାଙ୍କର ଜଣେ ସମ୍ପର୍କିୟ ପୌଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ ।[୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଛୋଟବେଳୁ ଅଭିନୟ କରିବାର ତାଙ୍କର ବହୁତ ଆଗ୍ରହ ଥିଲା । ସେ ସ୍କୁଲ ଓ କଲେଜ ସମୟରେ ଡ୍ରାମା ରେ ଅଭିନୟ କରୁଥିଲେ । ୧୯୬୫ ମସିହାରେ ତାଙ୍କର ଭାଗ୍ୟର ଡୋରି ବଦଳିଯାଇଥିଲା । ସେହି ସମୟରେ "ୟୁନାଇଟେଡ୍ ପ୍ରଡ୍ୟୁସର ଏଣ୍ଡ ଫିଲ୍ମଫେୟାର" ପକ୍ଷରୁ ଅଭିନେତା ପାଇଁ "ଟାଲେଣ୍ଟ ହଣ୍ଟ"ରେ ଭାଗ ନେଇ ଶେଷ ୮ ଜଣଙ୍କ ମଧ୍ୟରେ ରହି ସମସ୍ତଙ୍କ ନଜରକୁ ଆସିଥିଲେ । ଏହାର ଗୋଟିଏ ବର୍ଷ ପରେ ଚେତନ ଆନନ୍ଦ ତାଙ୍କୁ ଆଖିର୍ ଖତ୍ ଚଳଚ୍ଚିତ୍ରରେ ପ୍ରଥମଥର ମୁଖ୍ୟଚରିତ୍ର ରେ ଅଭିନୟ କରିବାକୁ ସୁଯୋଗ ଦେଇଥିଲେ । ସେହିଠାରେ ହିଁ ତାଙ୍କ ନାମ ଯତିନରୁ ରାଜେଶକୁ ପରିବର୍ତ୍ତନ କରାଯାଇଥିଲା । ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ପ୍ରାରମ୍ଭିକ ସମୟରେ ତାଙ୍କ ଫିଲ୍ମ ଗୁଡିକ ବିଶେଷ ସଫଳତା ଲାଭ କରିନ ଥିଲା । କିନ୍ତୁ ୧୯୬୯ ରେ ନିର୍ମିତ "ଆରାଧନା" କଥାଚିତ୍ରରେ ଅଭିନେତ୍ରୀ ଶର୍ମିଲା ଟାଗୋର ଙ୍କ ସହ ତାଙ୍କ ଅଭିନୟ ଦର୍ଶକଙ୍କ ମନ କୁ କିଣି ନେଇଥିଲା । ଆରାଧନା ଫିଲ୍ମରର ବିପୁଳ ସଫଳତା ଥିଲା ରାଜେଶଙ୍କ କ୍ୟାରିଅରର ନିର୍ଣ୍ଣାୟକ ମୋଡ଼ । "ଆରାଧନା" କଥଚିତ୍ରରୁ ସେ ହେଲେ ସୁପରଷ୍ଟାର । ସେ ଅଭିନେତ୍ରୀ ହେମାମାଳିନୀଙ୍କ ସହ ସର୍ବାଧିକ ୧୫ଟି ରୋମାଣ୍ଟିକ ଫିଲ୍ମ କରିଥିଲେ । ଫିଲ୍ମ ଆନନ୍ଦରେ ସେ ଖୁବ ଉଚ୍ଚ କୋଟୀର ଅଭିନୟ କରି ପ୍ରମାଣ କରିଦେଇଥିଲେ ଯେ,"ଫିଲ୍ମ ରେ ଜଣେ ଅଭିନେତା କାନ୍ଦିବାଟା ଦୁଃଖ ନୁହେଁ, ତାହାକୁ ଦେଖି ଯଦି ଦର୍ଶକ ଦେଖି କାନ୍ଦିବେ ତାହା ପ୍ରକୃତ ଦୁଃଖ" । ଫିଲ୍ମଟି ଦେଖିବାପରେ ଦର୍ଶକଙ୍କ କାନରେ ରାଜେଶଙ୍କ"ବାବୁମୁସାୟ" ଡାକଟି ସତେ ଯେମିତି ଗୁଞ୍ଜରିତ ହେଉଥିଲା । ଜୀବନ କାଳ ମଧ୍ୟରେ ସେ ୧୬୩ଟି କଥଚିତ୍ରରେ ଅଭିନୟ କରିଛନ୍ତି । ସେ ଗୁଡିକ ମଧ୍ୟରେ ୧୦୬ଟି ଫିଲ୍ମରେ ମୂଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମ ଫେୟାର ଆୱାଡ ପାଇଁ ସେ ୧୪ ଥର ମନୋନୟନ ତାଲିକାରେ ସ୍ଥାନ ପାଇଥିବା ବେଳେ ତାଙ୍କୁ ୩ ଥର ଶ୍ରେଷ୍ଠ ଅଭିନେତା ପୁରସ୍କୃତ କରାଯାଇଥିଲା । ୨୦୦୫ ରେ ତାଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା ।[୩]ଅଭିନେତ୍ରୀ ଅଞ୍ଜୁ ମହେନ୍ଦ୍ରୁଙ୍କ ସହ ତାଙ୍କର ୭ ବର୍ଷର ପ୍ରେମ ସମ୍ପର୍କ ରହିଥିଲା । ତାହା ତୁଟି ଯିବାପରେ ସେ ୧୯୭୩ ମସିହାରେ ହଠାତ ଅଭିନେତ୍ରୀ ଡିମ୍ପଲ କାପାଡ଼ିଆ ଙ୍କୁ ବିବାହ କରି ବଲିଉଡ଼ରେ ଚହଳ ସୃଷ୍ଟି କରିଥିଲେ । [୪]ତାଙ୍କ ଦୁଇ ଝିଅ ଟ୍ଵିଙ୍କିଲ ଓ ରିଙ୍କି । ଅଭିନେତା ଅକ୍ଷୟ କୁମାର ତାଙ୍କ ଜାମାତା ଓ ଟ୍ଵିଙ୍କିଲଙ୍କ ସ୍ଵାମୀ ।[୫]୧୯୮୪ ରେ ଡିମ୍ପଲ ଙ୍କ ସହ ମନୋମାଳିନ୍ୟ ଯୋଗୁଁ ପରସ୍ପର ଦୁରେଇଯାଇଥିଲେ । କିନ୍ତୁ ସେମାଙ୍କ ମଧ୍ୟରେ ବିବାହ ଉଚ୍ଛେଦ ହୋଇନଥିଲା ।

ସର୍ବକାଳୀନ ଶ୍ରେଷ୍ଠ ୧୫ କଥାଚିତ୍ର[ସମ୍ପାଦନା]

  • ଇତେଫାକ୍(୧୯୬୯)
  • ଆରାଧନା(୧୯୬୯)
  • ସଚ୍ଚା ଝୁଟା(୧୯୭୦)
  • ହାତୀ ମେରେ ସାଥି(୧୯୭୧)
  • କଟି ପତଙ୍ଗ(୧୯୭୧)
  • ଆନନ୍ଦ(୧୯୭୧)
  • ଅମର ପ୍ରେମ(୧୯୭୨)
  • ବାୱର୍ଚି(୧୯୭୨)
  • ଦୁସମନ(୧୯୭୨)
  • ନମକ ହାରାମ(୧୯୭୩)
  • ପ୍ରେମ ନଗର(୧୯୭୪)
  • ପ୍ରେମ କହାନୀ(୧୯୭୫)
  • ଚକ୍ରବ୍ୟୁହ(୧୯୭୮)
  • ଆଜ୍ କା ଏମ୍ଏଲ୍ଏ ରାମ ଅବତାର(୧୯୮୪)
  • ହମ ଦୋନୋ(୧୯୮୫)[୬]

ରାଜନୀତି[ସମ୍ପାଦନା]

ନବେ ଦଶକୁ ଅଭିନୟରୁ ଦୂରେଇ ରାଜେଶ ରାଜନୀତିରେ ପ୍ରବେଶ କରିଥିଲେ । ୧୯୯୨ ରେ ସେ କଂଗ୍ରେସ ଟିକେଟରୁ ନୂଆ ଦିଲ୍ଲୀରୁ ଲୋକସଭାକୁ ନିର୍ବାଚିତ ହେଇଥିଲେ ।[୭]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]