ରାଉରକେଲା ବିମାନ ବନ୍ଦର
ରାଉରକେଲା ବିମାନ ବନ୍ଦର | |||
---|---|---|---|
IATA: none – ICAO: | |||
ସାରକଥା | |||
ବିମାନ ବନ୍ଦର ପ୍ରକାର | ଘରୋଇ | ||
ପରିଚାଳକ | ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ | ||
ସେବା | ରାଉରକେଲା, ଓଡ଼ିଶା | ||
ଉଚ୍ଚତା (ସମୁଦ୍ର ଠାରୁ) | 656 ft / 200 m | ||
ଦିଗବାରେଣି | 22°15′23″N 084°48′57″E / 22.25639°N 84.81583°E | ||
ରନବେ | |||
ଦିଗ | ଲମ୍ବ | ଭୂମି | |
ft | m | ||
09/27 | 5,985 | 1,822 | Asphalt |
ରାଉରକେଲା ବିମାନ ବନ୍ଦର, (IATA: RRK, ICAO: VERK) ରାଉରକେଲା ଶିଳ୍ପ ନଗରଠାରେ ଥିବା ଏକ ବେସରକାରୀ ବିମାନ ବନ୍ଦର । ଏହା ରାଉରକେଲା ସହରରୁ ୬ କିଲୋମିଟର ଦୁରବର୍ତୀ ଛେଣ୍ଡ କଲୋନୀ ପାଖରେ ଅବସ୍ଥିତ । ଏହା ମୁଖ୍ୟତଃ ପରିଦର୍ଶନରେ ଆସୁଥିବା ବିଶିଷ୍ଟ ବ୍ୟକ୍ତି, ଭାରତୀୟ ଷ୍ଟିଲ ଲିମିଟେଡର ଅଧିକାରୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ବ୍ୟବହୃତ ହୁଏ । ଏଠାରୁ କଲିକତାକୁ ମଧ୍ୟ ବିମାନ ଯାଇଥାଏ ।
ଇତିହାସ
[ସମ୍ପାଦନା]ଏହି ବିମାନ ରନୱେ ମୂଳତଃ ଟାଟା ଷ୍ଟିଲ କମ୍ପାନୀଦ୍ୱାରା ୧୯୫୦ରେ ନିର୍ମିତ ହେଇଥିଲା । ସୁନ୍ଦରଗଡ ଅଞ୍ଚଳରେ ଥିବା ଥିବା ଡ଼ୋଲୋମାଇଟ ଓ ଅନନ୍ୟ ଖଣିଜ ଦ୍ରବ୍ୟ ଉପରେ ସର୍ଭେ ଓ ପରିବହନ ବ୍ୟବସ୍ଥା ଦେଖିବାକୁ ଟାଟା ଷ୍ଟିଲର ଅଧିକାରୀମାନଙ୍କ ଯାତାୟତ ପାଇଁ ଏହା ନିର୍ମିତ ହେଇଥିଲା ।
୧୯୬୧ ମସିହାରେ ଏହି ବିମାନ ବନ୍ଦର ଭାରତ ସରକାରଙ୍କ ଏୟାରପୋର୍ଟ ଅଥରିଟୀ (AAI)ଦ୍ୱାରା ଏହା ଅଧିଗ୍ରହଣ କରାଯାଇ ଏଠାରୁ ବାୟୁଦୂତ ବିମାନଦ୍ୱାରା ରାଞ୍ଚି ଓ କଲିକତା ମଧ୍ୟରେ ରାଉରକେଲା ଦେଇ ଦୈନିକ ବିମାନ ଚଳାଚଳ କଲା । ଆହୁରି ମଧ୍ୟ ରାଉରକେଲାରୁ ଭୁବନେଶ୍ୱରକୁ ମଧ୍ୟ ଏକ ବିମାନ ଚଳାଚଳ ୮୦ ଦଶକରେ ଆରମ୍ଭ ହେଇଥିଲା ।କିନ୍ତୁ ୯୦ ଦଶକରେ ତାହା ବନ୍ଦ ହେଇଯାଇଥିଲା । ୧୯୯୪ରେ ଭାରତୀୟ ଷ୍ଟିଲ ଅଥରୀଟୀ ଲିମିଟେଡ (SAIL) ଏହି ବିମାନ ବନ୍ଦରର ପରିଚାଳନା ଭାର AAI ପାଖରୁ ନେଇ ତାଙ୍କର ନିଜସ୍ୱ ଜେଟ ବିମାନ ପାଇଁ ବ୍ୟବହାର କରନ୍ତି ।
୨୦୦୭ ମସିହାରୁ ପୁନର୍ବାର AAI ତରଫରୁ ଏଠାରୁ ବିମାନ ଚଳେଇବା ପାଇଁ ଏହାର ଭିତ୍ତି ଭୂମି [୧]ନିରୀକ୍ଷଣ କରି ସନ୍ତୋଷ ପ୍ରକାଶ କରିଥିଲେ । ଏୟାର ଓଡ଼ିଶାର ବିମାନ ଏଠାରୁ ଝାରସୁଗୁଡ଼ା ଦେଇ ଭୁବନେଶ୍ୱର ଓ କଲିକତାକୁ ଦୈନିକ ବିମାନ ସେବା ଆରମ୍ଭ କରିଥିଲେ ମଧ୍ୟ ତାହା ପରେ ବନ୍ଦ ହେଇଗଲା ।[୨]
ଆଧାର
[ସମ୍ପାଦନା]- ↑ "AAI Checks up on Rourkela air strip". 6 October 2007. Retrieved 16 Feb 2012.
{{cite news}}
: More than one of|accessdate=
and|access-date=
specified (help)[permanent dead link] - ↑ "Air Odisha introduces flights to industrial towns in state". 2 November 2012. Retrieved 9 April 2013.
{{cite news}}
: More than one of|accessdate=
and|access-date=
specified (help)