ରମଣ ଗୁପ୍ତା

ଉଇକିପିଡ଼ିଆ‌ରୁ
ରମଣ ଗୁପ୍ତା
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିସମୂହ
  • ଅଭିନେତା
  • ନୃତ୍ୟଶିଳ୍ପୀ
  • ଗାୟକ

ରମଣ ଗୁପ୍ତା (ଜନ୍ମ: ୨୮ ଜୁନ ୧୯୭୭) ଜଣେ ଭାରତୀୟ ଅଭିନେତା, ନୃତ୍ୟଶିଳ୍ପୀ ଏବଂ ଗାୟକ । ସେ ମୁଖ୍ୟତଃ ନାଗପୁରୀ କଥାଚିତ୍ର, ନାଗପୁରୀ ଆଲବମ୍ ଏବଂ ଖୋର୍ଠା କଥାଚିତ୍ର ଆଦିରେ କାମ କରନ୍ତି । ସେ ହିନ୍ଦୀ କଥାଚିତ୍ର ଜଗତରେ ମଧ୍ୟ କାମ କରିଛନ୍ତି । ସେ ନାଗପୁରୀ କଥାଚିତ୍ର ସୂନ୍ ସଜନା, ଦେବ ରିକ୍ସାବାଲା ଏବଂ ଗଙ୍ଗୱା ପାଇଁ ଜଣାଶୁଣା ।[୧][୨] ତାଙ୍କୁ ୨୦୧୮ ମସିହାରେ ଝାଡ଼ଖଣ୍ଡ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଆଞ୍ଚଳିକ ଅଭିନେତା ଭାବରେ ସମ୍ମାନିତ କରାଯାଇଥିଲା । ୨୦୨୨ ମସିହାରେ ତାଙ୍କୁ ଝଲିଉଡ଼ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଚିରସବୁଜ ଅଭିନେତା ଭାବରେ ସମ୍ମାନିତ କରାଯାଇଥିଲା ।[୩][୪]

ଅଭିନୟ ଜୀବନ[ସମ୍ପାଦନା]

୨୦୦୫ ମସିହାରେ ସେ ନାଗପୁରୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ରାଜୀବ ସିହ୍ନାଙ୍କ ନିର୍ଦ୍ଦେଶିତ ସୁନ୍ ସାଜନ୍, ଯେଉଁଥିରେ ସେ ଅଭିନେତ୍ରୀ କାଞ୍ଚନ ରୟଙ୍କ ସହିତ ନାୟକ ଭାବରେ ଅଭିନୟ କରିଥିଲେ ।[୧] ୨୦୧୯ ମସିହାରେ ସେ ଦେବ୍ ରିକ୍ସାବାଲା କଥାଚିତ୍ରରେ କାମ କରିଥିଲେ ।[୫][୬] ସେହି ବର୍ଷ ସେ ଖୋର୍ଠା କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ମାଟି ଶିର୍ଷକରେ ନିର୍ମିତ ଏହି କଥାଚିତ୍ରଟିରେ ସେ ବର୍ଷା ଋତୁ ଲାକ୍ରାଙ୍କ ନାୟକ ଭାବରେ କାମ କରିଥିଲେ, ଯାହାକି ୨୦୧୯ ଝାଡ଼ଖଣ୍ଡ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଖୋର୍ଠା କଥାଚିତ୍ର ଭାବରେ ସମ୍ମାନିତ ହୋଇଥିଲା ।[୭] ୨୦୨୦ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ଗଙ୍ଗୱା ମୁକ୍ତିଲାଭ କରିଥିଲା ।[୮] ପୂର୍ବତନ ଭାରତୀୟ ପୁରୁଷ କ୍ରିକେଟ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଉପର ନିର୍ମିତ କଥାଚିତ୍ର ଏମ୍.ଏସ୍. ଧୋନି: ଦି ଅନ୍‌ଟୋଲ୍ଡ ଷ୍ଟୋରୀରେ ସେ କାମ କରିଥିଲେ ।[୯]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ
୨୦୦୫ ସୁନ୍ ସଜନା ନାଗପୁରୀ [୧]
୨୦୧୪ କୋୟେଲାଞ୍ଜଲ ହିନ୍ଦୀ
୨୦୧୬ ଏମ୍.ଏସ୍. ଧୋନି: ଦି ଅନ୍‌ଟୋଲ୍ଡ ଷ୍ଟୋରୀ
୨୦୧୯ ମାଟି ଖୋର୍ଠା ୨୦୧୯ ଝାଡ଼ଖଣ୍ଡ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଖୋର୍ଠା କଥାଚିତ୍ର[୭][୮]
ୱାନ୍ ଡେ: ଜଷ୍ଟିସ୍ ଡେଲିଭର୍‌ଡ୍ ଅତିଥି କଳାକାର ହିନ୍ଦୀ
ଦେବ୍ ରିକ୍ସାବାଲା ନାଗପୁରୀ [୫]
୨୦୨୦ ଗଙ୍ଗୱା [୮]

ପୁରସ୍କାର[ସମ୍ପାଦନା]

ପୁରସ୍କାର ବର୍ଗ ବର୍ଷ ଫଳାଫଳ ଆଧାର
ଝାଡ଼ଖଣ୍ଡ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶ୍ରେଷ୍ଠ ଆଞ୍ଚଳିକ ଅଭିନେତା ୨୦୧୮ ବିଜେତା [୩]
ଝଲିଉଡ଼ ପୁରସ୍କାର ଉତ୍ସବ ସର୍ବଶ୍ରେଷ୍ଠ ଚିରସବୁଜ ଅଭିନେତା ୨୦୨୨ [୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Nagpuri film opens to packed house". telegraphindia. 8 April 2005. Retrieved 17 October 2022.
  2. "सरायकेला में चल रही है नागपुरी फिल्म की शूटिंग, ये बॉलीवुड कलाकार कर रहे हैं काम". hindi.news18. Retrieved 17 October 2022.
  3. ୩.୦ ୩.୧ "नागपुरी एक्‍टर रमन गुप्‍ता स्‍पेशल ज्‍यूरी अवार्ड से सम्‍मानित, कहा- सभी फैंस का दिल से शुक्रिय". Prabhat khabar. 26 May 2018. Retrieved 17 October 2022.
  4. ୪.୦ ୪.୧ "Jhollywood Award Show: झारखंड के नागपुरी और खोरठा कलाकारों ने मोहा सबका मन, वर्षा बनी बेस्ट हिरोइन". Prabhat Khabar. 20 November 2022. Retrieved 27 November 2022.
  5. ୫.୦ ୫.୧ "सत्य भारती में नागपुरी फिल्म का मुहूर्त". jagran.
  6. "बोली फूलमनिया-मां को बांझ कह लोग देते थे ताना". jagran.
  7. ୭.୦ ୭.୧ "झारखंड फिल्म फेस्टिवल में माटी को मिला बेस्ट फिल्म का पुरस्कार". livehindustan. 6 February 2019. Retrieved 17 October 2022.
  8. ୮.୦ ୮.୧ ୮.୨ "झारखंड : क्षेत्रीय भाषा में बनी कई फिल्मों की शूटिंग पूरी, जल्द होगी रिलीज". prabhatkhabar. Retrieved 27 September 2022.
  9. "जमशेदपुर में छत पर घंटों क्रिकेट खेलते थे सुशांत सिंह राजपूत". prabhatkhabar. 14 June 2020. Retrieved 13 November 2022.

ବାହାର ଲିଙ୍କ୍[ସମ୍ପାଦନା]