ରଜନୀ ବକ୍ସି

ଉଇକିପିଡ଼ିଆ‌ରୁ
ମୁମ୍ବାଇରେ ଅନୁଷ୍ଠିତ ଭାରତ ଅର୍ଥନୈତିକ ସମ୍ମିଳନୀ, ୨୦୧୧ରେ ଭାରତରେ ସାଂସ୍କୃତିକ ଅର୍ଥନୀତି ଅଧିବେଶନରେ ରଜନୀ ବକ୍ସି
ମୁମ୍ବାଇରେ ଅନୁଷ୍ଠିତ ଭାରତ ଅର୍ଥନୈତିକ ସମ୍ମିଳନୀ, ୨୦୧୧ରେ ଭାରତରେ ସାଂସ୍କୃତିକ ଅର୍ଥନୀତି ଅଧିବେଶନରେ ରଜନୀ ବକ୍ସି
ବୃତ୍ତିସାମ୍ବାଦିକା
ଲେଖିକା
ଭାଷାଇଂରାଜୀ
ବାସସ୍ଥଳୀମୁମ୍ବାଇ, ମହାରାଷ୍ଟ୍ର
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତିବଜାରସ୍, କନ୍‌ଭରସେସନ୍ ଆଣ୍ଡ୍ ଫ୍ରିଡମ୍, ୨୦୦୯
ପୁରସ୍କାରଭୋଡାଫୋନ୍ କ୍ରସୱାର୍ଡ ବୁକ୍ ପୁରସ୍କାର, ୨୦୦୯

ରଜନୀ ବକ୍ସି ମୁମ୍ବାଇରେ ବାସ କରୁଥିବା ଜଣେ ଭାରତୀୟ ସାମ୍ବାଦିକା ଓ ଲେଖିକା । ସେ ସମସାମୟିକ ଭାରତର ସାମାଜିକ ତଥା ରାଜନୈତିକ ଗତିବିଧି ବିଷୟରେ ଲେଖନ୍ତି । ରଜନୀ ଅହିଂସା କନ୍‌ଭରସେସନ୍ ନାମକ ଏକ ସଂସ୍ଥାର ପ୍ରତିଷ୍ଠାତା ତଥା ଉପସ୍ଥାପିକା ଅଟନ୍ତି ।

ସେ ପୂର୍ବରୁ ଗେଟୱେ ହାଉସଇଣ୍ଡିଆନ୍ କାଉନସିଲ୍ ଅଫ୍ ଗ୍ଲୋବାଲ୍ ରିଲେସନ୍ସରେ ଗାନ୍ଧୀ ଶାନ୍ତି ଦୂତ ଭାବରେ କାର୍ଯ୍ୟ କରୁଥିଲେ ।[୧] ତାଙ୍କର ସାମ୍ବାଦିକତା କାର୍ଯ୍ୟ ଅନେକ ଇଂରାଜୀହିନ୍ଦୀ ଖବରକାଗଜ ଓ ପତ୍ରିକାରେ ପ୍ରକାଶ ପାଇଛି ।[୨] ସେ କିଙ୍ଗଷ୍ଟନ୍, ଜାମାଇକା, ଦିଲ୍ଲୀସ୍ଥିତ ଇନ୍ଦ୍ରପ୍ରସ୍ଥ କଲେଜ, ଜର୍ଜ ୱାଶିଂଟନ୍ ୟୁନିଭରସିଟି ଏବଂ ଜୟପୁରସ୍ଥିତ ରାଜସ୍ଥାନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି ।[୨]

୨୦୦୦ ମସିହାରେ ରଜନୀଙ୍କୁ ହୋମି ଭାବା ଫେଲୋସିପ୍ ମିଳିଥିଲା । ତାଙ୍କ ପୁସ୍ତକ ବଜାରସ୍, କନ୍‌ଭରସେସନ୍ ଆଣ୍ଡ୍ ଫ୍ରିଡମ୍ (୨୦୦୯) ଦୁଇଟି ଭୋଡାଫୋନ୍ କ୍ରସୱାର୍ଡ ବୁକ୍ ପୁରସ୍କାର ପାଇଥିଲା; ଗୋଟିଏ ଅଣ-କଳ୍ପନା ବର୍ଗରେ ଏବଂ ଗୋଟିଏ ଲୋକପ୍ରିୟ ପୁରସ୍କାର ବର୍ଗରେ ।[୩][୪]

ରଚିତ ପୁସ୍ତକ[ସମ୍ପାଦନା]

  • ଦି ଲଙ୍ଗ୍ ହଲ୍: ଦି ବମ୍ବେ ଟେକ୍ସଟାଇଲ୍ ୱାର୍କରସ୍ ଷ୍ଟ୍ରାଇକ୍ ଅଫ୍ ୧୯୮୨-୮୩ (୧୯୮୬, ଗ୍ରେଟ୍ ବମ୍ବେ ଟେକ୍ସଟାଇଲ୍ ଷ୍ଟ୍ରାଇକ୍)
  • ଦି ଡିସ୍‌ପ୍ୟୁଟ୍ ଓଭର୍ ସ୍ୱାମୀ ବିବେକାନନ୍ଦସ୍ ଲିଗେସି (୧୯୯୩, ସ୍ୱାମୀ ବିବେକାନନ୍ଦ)
  • ବାପୁ କୁଟି: ଜର୍ଣ୍ଣିସ୍ ଇନ୍ ରିଡିସ୍କୋଭରି ଅଫ୍ ଗାନ୍ଧୀ (୧୯୯୮)
  • ଲେଟସ୍ ମେକ୍ ଇଟ୍ ହାପେନ୍: ଅଲଟର୍‌ନେଟ୍ ଇକୋନୋମିକ୍ସ (୨୦୦୩)
  • ଏନ୍ ଇକୋନୋକିମ୍ସ ଫର୍ ୱେଲ୍-ବିଙ୍ଗ୍ (୨୦୦୩)
  • ବଜାରସ୍, କନ୍‌ଭରସେସନ୍ ଆଣ୍ଡ୍ ଫ୍ରିଡମ୍ (୨୦୦୯)

ଆଧାର[ସମ୍ପାଦନା]

  1. "The science of non-violence". The Hindu. 2013-10-02.
  2. ୨.୦ ୨.୧ Bazaars, Conversations and Freedom, official website
  3. "Mumbaikar brings home fiction award". The Times of India. 21 August 2010. Archived from the original on 24 March 2012.
  4. "Rajni Bakshi wins two Crossword Book Awards". Hindustan Times. 2010-08-21. Archived from the original on 2014-12-16.

ବାହାର ଆଧାର[ସମ୍ପାଦନା]