ମହେନ୍ଦ୍ର କପୁର
| Mahendra Kapoor | |
|---|---|
Mahendra Kapoor |
|
| ବିବରଣୀ | |
| ଜନ୍ମ | ଜାନୁଆରି ୯, ୧୯୩୪ |
| ଆରମ୍ଭ | ଅମୃତସର, ଭାରତ |
| ତିରୋଧାନ | ୨୦୦୮ ସେପ୍ଟେମ୍ବର ୨୭ |
| ବିଭାଗ | କଣ୍ଠଶିଳ୍ପୀ |
| ଜୀବିକା | କଣ୍ଠଶିଳ୍ପୀ |
| ବାଦନ ଜନ୍ତ୍ର | Vocalist |
| ଜୀବନ କାଳ | ୧୯୫୬-୧୯୯୯ |
ମହେନ୍ଦ୍ର କପୁର ୧୯୩୪ ମସିହା ଜାନୁଆରୀ ୯ତାରିଖରେ ପଞ୍ଜାବର ଅମୃତସର ଠାରେ ଜନ୍ମଗ୍ରହଣ କରିଥିଲେ ବାଲ୍ୟ କାଳରୁ ମୁମ୍ବାଇରେ ରହୁଥିବା ମହେନ୍ଦ୍ର ସର୍ବଭରତୀୟ ଯୁବପ୍ରତିଭା ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ ଏହାପରେ କଥାଚିତ୍ର ନିର୍ମାତା ରାଜା ନାୱାଠେ ତାଙ୍କ ସୋହନୀ ମହିୱାଲ (୧୯୫୮) କଥାଚିତ୍ରରେ ମହେନ୍ଦ୍ରଙ୍କୁ ଗାଇବାକୁ ସୁଯୋଗ ଦେଇଥିଲେ ଏହା ପରେ ସେ ନବରଙ୍ଗ କଥାଚିତ୍ରର ଆଧା ହେ ଚନ୍ଦ୍ରମା ରାତ ଆଧି, ବାତ ଆଧି, ମୁଲାକାତ ଆଧି, ଗୀତଟି ରାମଚନ୍ଦ୍ର ଚିତାଲକର ନିର୍ଦ୍ଦେଶନାରେ ଗାଇ ବଲିଉଡ଼ର ଆଗଧାଡ଼ିର ପ୍ରଚ୍ଛଦପଟ୍ଟ ଗାୟକଙ୍କ ତାଲିକାରେ ସାମିଲ ହୋଇଥିଲେ ଅଭିନେତା ମନୋଜ କୁମାରଙ୍କ ଅଭିନୀତ ଉପକାର (୧୯୬୮) କଥାଚିତ୍ରର ମେରେ ଦେଶ କୀ ଧରତୀ ଗୀତଟି ମହେନ୍ଦ୍ରଙ୍କ ପାଇଁ ବିପୁଳ ସଫଳତା ଆଣି ଦେଇଥିଲା ଏହି ଗୀତ ପାଇଁ ମହେନ୍ଦ୍ରଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ସେ ବହୁ ଲୋକପ୍ରିୟ ଦେଶଭକ୍ତି ଗୀତ ଗାଇଛନ୍ତି ସେ କେବଳ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ସିମୀତ ନ ରହି ବିଭିନ୍ନ ଭାରତୀୟ ଭାଷାର ଗୀତରେ ମଧ୍ୟ କଣ୍ଠଦାନ କରି ନିଜ ବହୁମୁଖୀ ପ୍ରତିଭାର ପରିଚୟ ଦେଇଥିଲେ ମହାରାଷ୍ଟ୍ର ସରକାର ତାଙ୍କୁ ଲତା ମଙ୍ଗେସକର ପୁରସ୍କରରେ ସମ୍ମାନିତ କରିଥିବା ବେଳେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କରରେ ସମ୍ମାନୀତ କରିଛନ୍ତି
- ମହେନ୍ଦ୍ରଙ୍କ ଦ୍ଵାରା ଗାୟନ କରାଯାଇଥିବା କିଛି ଲୋକପ୍ରିୟ ଗୀତ ହେଲା
- ଇକତାରା ବୋଲେ
- ଫକିରା ଚଲ ଚଲା ଚଲ
- ଅବ କେ ବରସ
- ଭାରତ କା ରେହେନା ୱାଲା ହୁଁ
- ତୁମ ଅଗର ସାଥ ଦେନେକା ୱାଦା କରୋ
- କିସି ପଥର କୀ ମୂରତସେ
- ତେରେ ପ୍ୟାର କା ଆସରା
- ମେରା ପ୍ୟାର ୱ ହୈ
୨୦୦୮ ସେପ୍ଟେମ୍ବର ୨୭ରେ ନିଦ୍ରିତ ଅବସ୍ଥାରେ ହୃଦଘାତ ହେବାରୁ ତାଙ୍କର ପରଲୋକ ଘଟିଥିଲା