ଭେଣ୍ଡି

ଉଇକିପିଡ଼ିଆ‌ରୁ

ଭେଣ୍ଡି
Okra flower bud and immature seed pod
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ବିଭାଗ: Magnoliophyta
ବର୍ଗ: Magnoliopsida
ଅଶ୍ରେଣୀକୃତ: Rosids
ଗଣ: Malvales
କୁଳ: Malvaceae
ପ୍ରଜାତି: Abelmoschus
ଜାତି: A. esculentus
ବାଇନୋମିଆଲ ନାମ
Abelmoschus esculentus
Map showing worldwide okra production
Worldwide okra production
Synonyms

Hibiscus esculentus L.

ଭେଣ୍ଡି ଏକ ଗୁଳ୍ମ ଜାତୀୟ ସପୁଷ୍କପ ଉଦ୍ଭିଦ। ଏହା ଏକ ଭଲ ପରିବା ଭାବେ ଲୋକପ୍ରିୟ। ଏହି ଗଛ ସିଧା ବଢେ, ଏହାର କାଣ୍ଡ ଶକ୍ତ, ପତ୍ର ଗୁଡ଼ିକ ଟାଉଁସିଆ ଓ ବଡ଼, ଫୁଲ ହଳଦିଆ ରଙ୍ଗର ଓ ଏହା ମଝିରେ ନାଲି ଚିହ୍ନଥାଏ। ଏହାର ଫଳ ଲମ୍ବା ଓ ସବୁଜ ରଙ୍ଗର। ଏହାର ଉତ୍ପତ୍ତିସ୍ଥଳ ବିବାଦୀୟ। କେହି କେହି ଏହା ଦକ୍ଷିଣ ଏସୀୟ, କେହି ଇଥିଓପୀୟ ଓ କେହି ଏହା ପଶ୍ଚିମ ଆଫ୍ରିକୀୟ ବୋଲି ମତ ପ୍ରଦାନ କରିଥାନ୍ତି। ଏହା ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁରେ ଭଲ ବଢ଼ିଥାଏ। [୧]

ବିବିଧ ଭାଷାରେ ନାମ[ସମ୍ପାଦନା]

ଭାଷା ନାମ
ଓଡ଼ିଆ ଭେଣ୍ଡି
ହିନ୍ଦୀ ଭିଣ୍ଡି
ଗୁଜରାଟୀ ଭିଣ୍ଡି િભણ્િડ
ତାମିଲ ଭେଣ୍ଡାଇ பேம்டாஇ
ତେଲୁଗୁ ବେଣ୍ଡି బేణ్డి
ବଙ୍ଗଳା ଧେରସ েধরস
ମରାଠି ଭେଣ୍ଡି भेंिड
ମାଲୟାଲମ ଭେଣ୍ଡାକା ഭേണ്ഡാകാ
ବର୍ମିଜ ୟୋନେ-ପା-ଡୀ
English Okra/Lady's Finger/Gumbo

ଗୁଣ[ସମ୍ପାଦନା]

ଖାଦ୍ୟନଳୀର ସୁରକ୍ଷା ଓ ଆରୋଗ୍ୟକାରୀ, ବ୍ୟଥା ପ୍ରଶମକ, ବାୟୁ ନାଶକ ଓ ପେଟବ୍ୟଥା ନିବାରକ, କୋଷ୍ଠ ପରିସ୍କାରକ, ନିମୁନିଆ, ବ୍ରୋଙ୍କାଇଟିସ୍, ମୂତ୍ରସମ୍ବନ୍ଧୀୟ ରୋଗ ଓ ହୃଦୟରୋଗ ନିବାରକ।

କଞ୍ଚାଭେଣ୍ଡି
Nutritional value per 100 g (3.5 oz)
Energy 129 kJ (31 kcal)
Carbohydrates 7.03 g
- Sugars 1.20 g
- Dietary fiber 3.2 g
Fat 0.10 g
Protein 2.00 g
Water 90.17 g
Calcium 81 mg (8%)
Percentages are relative to
US recommendations for adults.
Source: USDA Nutrient Database

ବ୍ୟବହାର[ସମ୍ପାଦନା]

ଭେଣ୍ଡି

ଔଷଧୀୟ[ସମ୍ପାଦନା]

ଏହାର ସର୍ବାଙ୍ଗ ଔଷଧୀୟ କାମରେ ଲାଗିଥାଏ।

  • ନିମୁନିଆ ଓ ବ୍ରୋଙ୍କାଇଟିସରେ ଏହାର ପତ୍ରକୁ ଗରମ ସେକ ଦେବାପାଇଁ ବ୍ୟବହାର କରାଯାଏ। ଏହି ରୋଗପାଇଁ ଭେଣ୍ଡିର ଫୁଲ ଓ ଫଳକୁ ପାଣିରେ ସିଝାଇ ତା’ର କ୍ୱାଥକୁ ପାଣିକୁ ମହୁ ସହିତ ନେଲେ ଉପକାର ମିଳେ।
  • ମୂତ୍ରନଳୀ ଓ ଯୋନିର ସଂକ୍ରମଣରେ ଏହାର ଚେର ସିଝା ପାଣି(ଅର୍କ)କୁ ବ୍ୟବହାର କରାଯାଏ।
  • ଭେଣ୍ଡିର ମଞ୍ଜି ହୃଦୟ ରୋଗରେ ଉପଯୋଗ କରାଯାଏ। ଏହି ମଞ୍ଜିକୁ ଭାଜି ଗୁଣ୍ଡକରି ସେହି ଗୁଣ୍ଡକୁ ଚା’ ପରି ପାଣିରେ ସିଝାଇ ଦିନକୁ ଚାରି ପାଞ୍ଚ ଗିଲାସ ପିଇଲେ ଉପକାର ମିଳେ।
  • କଞ୍ଚାଫଳ ଯକ୍ଷ୍ମାରୋଗର ଚିକିତ୍ସାରେ ମଧ୍ୟ ବ୍ୟବହାର କରାଯାଏ।

ଅନ୍ୟାନ୍ୟ[ସମ୍ପାଦନା]

  • ଭେଣ୍ଡି ଏକ ଭଲ ପରିବା। ଏହା ପୁଷ୍ଟିକାରକ ଓ ସ୍ୱାଦିଷ୍ଠ। ପୃଥିବୀର ବିଭିନ୍ନ ଦେଶରେ ଏହାକୁ ପରିବାରୂପେ ବ୍ୟବହାର କରାଯାଏ। ଓଡ଼ିଆ ରାନ୍ଧଣାରେ ଭେଣ୍ଡି ଗୋଟା ଭଜା, ଭେଣ୍ଡି ଭଜା ଓ ଭେଣ୍ଡି ପଥୁରିବସା(ତାଟିଆବସା) ଖୁବ୍ ଲୋକପ୍ରିୟ। ଦକ୍ଷିଣଭାରତୀୟ ବ୍ୟଞ୍ଜନରେ ସମ୍ବରର ଏକ ମୁଖ୍ୟ ଉପାଦାନ ହେଲା ଭେଣ୍ଡି।

ଆଧାର[ସମ୍ପାଦନା]

  1. National Research Council (2006-10-27). "Okra". Lost Crops of Africa: Volume II: Vegetables. Lost Crops of Africa. Vol. 2. National Academies Press. ISBN 978-0-309-10333-6. Retrieved 2008-07-15. {{cite book}}: Cite has empty unknown parameter: |origdate= (help); External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help)

ବାହାର ଆଧାର[ସମ୍ପାଦନା]

  • Plants That Heal by Dr. J C Kurian, Oriental Watchman Publishing House, Pune, India.

ଛବି[ସମ୍ପାଦନା]

ଭେଣ୍ଡିଗଛ, ପତ୍ର, ଫୁଲ
Okra seed pod