ବିଶ୍ୱ ଚେସ ଦିବସ

ଉଇକିପିଡ଼ିଆ‌ରୁ
ବିଶ୍ୱ ଚେସ ଦିବସ
ପାଳନକାରୀବିଭିନ୍ନ ଦେଶ
ତାରିଖ୨୦ ଜୁଲାଇ
ପୁନଃପୌନିକତାବାର୍ଷିକ
ପ୍ରଥମ ପାଳନ୧୯୬୬
ସମ୍ପର୍କିତଫିଡ଼େ, ଚେସ

ବିଶ୍ୱ ଚେସ ଦିବସ, ପ୍ରତିବର୍ଷ ଜୁଲାଇ ୨୦ ତାରିଖରେ ପାଳନ କରାଯାଏ । ଆନ୍ତର୍ଜାତିକ ଚେସ ଫେଡ଼ରେସନ (ଫିଡ଼େ) ୧୯୨୪ ମସିହା ଜୁଲାଇ ୨୦ ପ୍ରତିଷ୍ଠା କରାଯାଇଥିଲା । ୧୯୬୬ ମସିହାରୁ ଫିଡ଼େଦ୍ୱାରା ଏହି ଦିବସ ପାଳିତ ହେଉଛି ।[୧] ଏହିଦିନ ଫିଡ଼େ ଅଧିନରେ ଥିବା ୧୮୧ଟି ଦେଶର ଚେସ ଫେଡରେସନଦ୍ୱାରା ବିଭିନ୍ନ ପ୍ରତିଯୋଗିତା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଏ ।[୨]

ୟୁନେସ୍କୋଦ୍ୱାରା ବିଶ୍ୱ ଚେସ ଦିବସ ପାଳନର ପ୍ରସ୍ତାବ ଦିଆଯାଇଥିଲା ଓ ୨୦୧୯ ମସିହା ଡିସେମ୍ବର ୧୨ ତାରିଖରୁ ମିଳିତ ଜାତିସଂଘଦ୍ୱାରା ଏହି ଦିବସକୁ ମାନ୍ୟତା ଦିଆଯାଇଛି ।[୩]

ଆଧାର[ସମ୍ପାଦନା]

  1. "History of International Chess Day". Chess-teacher.com. 2012-07-21. Retrieved 2015-07-07.
  2. "FIDE Membership". FIDE.com. Retrieved 2015-07-01.
  3. UN adopts July 20 as World Chess Day, FIDE, 13 December 2019, retrieved 2 May 2020