ବିଜୁ ପଟ୍ଟନାୟକ ହିମାଳୟ ପର୍ବତାରୋହଣ ଅଭିଯାନ

ଉଇକିପିଡ଼ିଆ‌ରୁ
ବିଜୁ ପଟ୍ଟନାୟକ ହିମାଳୟ ପର୍ବତାରୋହଣ ଅଭିଯାନ
ପ୍ରକାରସରକାରୀ
ଶିଳ୍ପକ୍ରୀଡ଼ା
ପ୍ରତିଷ୍ଠିତ ସ୍ଥାନଭୁବନେଶ୍ୱର, ଓଡ଼ିଶା, ଭାରତ (୨୦ ସେପ୍ଟେମ୍ବର, ୨୦୧୬ (୨୦ ସେପ୍ଟେମ୍ବର, ୨୦୧୬))
ମୁଖ୍ୟ କାର୍ଯ୍ୟାଳୟ,
India
Area served
ଓଡ଼ିଶା

ଓଡ଼ିଶାର ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଟାଟା ଷ୍ଟିଲ ଆଡଭେଞ୍ଚର ଫାଉଣ୍ଡେସନ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ୨୦୧୬ରେ ଯୁବକ ଯୁବତୀଙ୍କୁ ଦୁଃସାହସିକ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟରେ ବିଜୁ ପଟ୍ଟନାୟକ ହିମାଳୟ ପର୍ବତାରୋହଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ଏହାକୁ ଯୁବସମାଜ ମଧ୍ୟରେ ଦୁଃସାହାସୀକତା, ଶୃଙ୍ଖଳା, ଦଳଗତ ମନୋଭାବ ଏବଂ ନେତୃତ୍ୱ ପଣିଆ ଜଗାଇବା ନିମିତ୍ତ ଆରମ୍ଭ କରାଯାଇଥିଲା ।

ସଂସ୍କରଣ[ସମ୍ପାଦନା]

ପ୍ରଥମ ସଂସ୍କରଣ[ସମ୍ପାଦନା]

୨୦୧୬ରେ ହୋଇଥିବା ପ୍ରଥମ ପର୍ବତାରୋହଣ ଅବସରରେ ବଚେନ୍ଦ୍ରୀ ପାଲ (ଏଭେରେଷ୍ଟ ଚଢିଥିବା ପ୍ରଥମ ଭାରତୀୟ ମହିଳା), ପ୍ରେମଲତା ଅଗରୱାଲ (ସାତୋଟି ମହାଦେଶୀୟ ସର୍ବୋଚ୍ଚ ପର୍ବତ ଆରୋହଣ କରିଥିବା ପ୍ରଥମ ଭାରତୀୟ ମହିଳା ) ଏବଂ ଏଭେରେଷ୍ଟ ଅରୋହଣକାରୀ ରାଜେନ୍ଦ୍ର ସିଂହ ପାଲ ନେତୃତ୍ୱ ନେଇଥିଲେ । ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୫ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁଥିଲା ।[୧]

ଦ୍ୱିତୀୟ ସଂସ୍କରଣ[ସମ୍ପାଦନା]

ଦ୍ୱିତୀୟ ସଂସ୍କରଣଟି ୨୦୧୭ ମସିହା ୧୬ରୁ ୨୮ ସେପ୍ଟେମ୍ବର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପାଖାପାଖି ୨୦ ଲକ୍ଷ୍ୟ ଖର୍ଚ୍ଚ ହୋଇଥିଲା, ସମସ୍ତ ଖର୍ଚ୍ଚ ଭାର ଓଡ଼ିଶାର ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ବହନ କରିଥିଲେ । ୧୫ଜଣ ଏଥିରେ ଭାଗନେଇଥିଲେ ।[୨] ମୋଟ ୧୫୭ ଜଣ ଏଥିନିମିତ୍ତ ଆବେଦନ କରିଥିଲେ ।[୩] ପଦ୍ମଶ୍ରୀ ବଚେନ୍ଦ୍ରୀ ପାଲ, ପ୍ରଥମ ଭାରତୀୟ ମହିଳା ଏଭରେଷ୍ଟ ଆରୋହୀ ପଦ୍ମଶ୍ରୀ ପ୍ରେମଲତା ଅଗ୍ରୱାଲ ଓ ରାଜେନ୍ଦ୍ର ସିଂହ ପାଲ ପ୍ରମୁଖ ଗାଇଡ୍‍ ଦାୟିତ୍ୱ ତୁଲାଇଥିଲେ ।

ତୃତୀୟ ସଂସ୍କରଣ[ସମ୍ପାଦନା]

ତୃତୀୟ ବିଜୁ ପଟ୍ଟନାୟକ ହିମାଳୟ ପର୍ବତାରୋହଣ ୨୦୧୮ ମସିହା ସେପ୍ଟେମ୍ବର ୧୬ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିରେ ୧୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ସେମାନଙ୍କ ମଧ୍ୟରେ ୧୦ଜଣ ପୁରୁଷ ଓ ୫ ଜଣ ମହିଳା ଅଛନ୍ତି । ପ୍ରତିଯୋଗୀମାନେ ଉତ୍ତରାଖଣ୍ଡର ରୁଦୁଗେରିଆରୁ ବାହାରି ୧୯,୧୦୦ ଫୁଟ୍‍ ଉଚ୍ଚ ଗଙ୍ଗୋତ୍ରୀ ପର୍ଯ୍ୟନ୍ତ ପର୍ବତାରୋହଣ କରିବେ । ଏଭରେଷ୍ଟ ଆରୋହୀ ଗଣେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ପ୍ରତିଯୋଗୀ ପର୍ବତାରୋହଣ କରିବେ । ଏହାଛଡ଼ା ଟାଟା ଷ୍ଟିଲ ଆଡ୍‍ଭେଞ୍ଚର ଫାଉଣ୍ଡେସନ ନିର୍ଦ୍ଦେଶକ ପଦ୍ମଶ୍ରୀ ବଚେନ୍ଦ୍ରୀ ପାଲ, ପ୍ରଥମ ଭାରତୀୟ ମହିଳା ଏଭରେଷ୍ଟ ଆରୋହୀ ପଦ୍ମଶ୍ରୀ ପ୍ରେମଲତା ଅଗ୍ରୱାଲ ଓ ରାଜେନ୍ଦ୍ର ସିଂହ ପାଲ ପ୍ରମୁଖ ଗାଇଡ୍‍ ଦାୟିତ୍ୱ ତୁଲାଇବେ ।

ଚଳିତବର୍ଷ ବିଜୁ ପଟ୍ଟନାୟକ ପର୍ବତାରୋହଣ ଲାଗି ମୋଟ ୧୪୪ ଜଣ ଆବେଦନ କରିଥିଲେ । କଳିଙ୍ଗ ଷ୍ଟାଡ଼ିୟମରେ ଗତ ଫେବୃଆରୀରେ ଟ୍ରାଏଲ୍‍ସ ଅନୁଷ୍ଠିତ ହୋଇଥିଲା । ଏଥିରୁ ୯୯ ଜଣଙ୍କୁ ୨ୟ ପର୍ଯ୍ୟାୟ ଶିବିର ଲାଗି ମନୋନୟନ କରା ଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଫିଟ୍‍ନେସ ପରୀକ୍ଷା କରାଯାଇ ୩୦ ଜଣଙ୍କୁ ମନୋନୟନ କରାଯାଇ ଟାଟା ଷ୍ଟିଲ ଆଡ଼ଭେଞ୍ଚର ଫାଉଣ୍ଡେସନରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ସେଥିରୁ ୧୫ଜଣଙ୍କୁ ହିମାଳୟ ପର୍ବତାରୋହଣ ଲାଗି ମନୋନୟନ କରାଯାଇଛି । ପର୍ବତାରୋହୀଙ୍କୁ ୧୨ ସେପ୍ଟେମ୍ବର ୨୦୧୮ରେ କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ସଚିବ ବିଶାଳ ଦେବ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ସଫଳତା କାମନା କରିଥିଲେ ।

ମନୋନୀତ ପ୍ରତିଯୋଗୀ: ଚିନ୍ମୟ ମହାରଣା, ଦେବଦତ୍ତ ସାମନ୍ତରାୟ, ଦାନପତି ବାଗ୍‍, ସୋମନାଥ ମୁଣ୍ଡାରୀ, ରାହୁଲ ପ୍ରଧାନ, ରାଜେନ୍ଦ୍ର ମାଝି, ଜୟନାରାୟଣ ମହାକୁଡ, ସନ୍ଥ ସରଣ ପ୍ରଧାନ, ଅନିମେଶ ସାହୁ, ଚନ୍ଦନ କୁମାର ପ୍ରଧାନ, ମୋନିକା ବେକ୍‍, ସସ୍ମିତା ସାହୁ, ସଂଘମିତ୍ରା ଦଳାଇ, ଲିପ୍ସାମୟୀ ଦୁବେ, କ୍ଷୀରୋଦିନୀ ବେହେରା । ଗଣେଶ ଚନ୍ଦ୍ର ଜେନା- ଟିମ୍‍ ଲିଡର ।[୪]

ଆଧାର[ସମ୍ପାଦନା]

  1. "www.uniindia.com/odisha-cm-to-flag-off-biju-patnaik-himalayan-expedition/sports/news/623387.html". United News of India. 14 September 2016. Retrieved 14 September 2018.
  2. bureau, Odisha Diary (13 September 2017). "Odisha CM Naveen Patnaik flags off second Biju Patnaik Himalayan expedition - OdishaDiary". OdishaDiary. Retrieved 14 September 2018.
  3. "Second Biju Patnaik Himalayan expedition flagged off | OTV". 12 September 2017. Retrieved 14 September 2018.
  4. "ବିଜୁ ପଟ୍ଟନାୟକ ହିମାଳୟ ପର୍ବତାରୋହଣ ଅଭିଯାନ ୧୬ରୁ - SamajaLive.in". SamajaLive.in. 13 September 2018. Retrieved 14 September 2018.