ବର୍ଷା ସିଂହ ବରିହା

ଉଇକିପିଡ଼ିଆ‌ରୁ
ବର୍ଷା ସିଂହ ବରିହା
ବିଧାୟିକା: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୨ ଡିସେମ୍ବର ୨୦୨୨ – ଏବେଯାଏଁ
ପୂର୍ବ ଅଧିକାରୀବିଜୟ ରଞ୍ଜନ ସିଂହ ବରିହା
ନିର୍ବାଚନ ମଣ୍ଡଳୀପଦ୍ମପୁର
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ବାପା/ବୋଉବିଜୟ ରଞ୍ଜନ ସିଂହ ବରିହା (ବାପା)
ତିଳୋତ୍ତମା ସିଂହ ବରିହା (ମାଆ)
ବୃତ୍ତିରାଜନୀତିଜ୍ଞ

ବର୍ଷା ସିଂହ ବରିହା ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୨ ମସିହାରେ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ତାଙ୍କ ବାପାଙ୍କ ନାମ ବିଜୟ ରଞ୍ଜନ ସିଂହ ବରିହା ଓ ମାଅଙ୍କ ନାମ ତିଳୋତ୍ତମା ସିଂହ ବରିହା । ତାଙ୍କ ବାପା ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ତାଙ୍କ ଶଶୁର ରମାରଞ୍ଜନ ବଳିଆରସିଂହ ମଧ୍ୟ ରାଜନୀତିରେ ସକ୍ରିୟ ଅଛନ୍ତି ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ବର୍ଷା ତାଙ୍କ ବାପାଙ୍କ ମୃତ୍ୟୁ ପରେ ରାଜନୀତିରେ ଯୋଗ ଦେଇଥିଲେ ଏବଂ ପରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି ।[୩] ୨୦୨୨ ମସିହାରେ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଥିବା ଉପ-ନିର୍ବାଚନରେ ସେ ବିଜେଡିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୪] ଏହି ନିର୍ବାଚନରେ ସେ ସମୁଦାୟ ୧,୨୦,୮୦୭ ଖଣ୍ଡ ଭୋଟ ପାଇଥିଲେ[୫] ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୪୨,୬୭୯ ଖଣ୍ଡ ଭୋଟରେ ପରାସ୍ତ କରି[୬] ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୭]

ଆଧାର[ସମ୍ପାଦନା]

  1. "Smt Barsha Singh Bariha". odishaassembly.nic.in. Odisha Assembly. Retrieved 25 August 2023.
  2. "BJD picks late MLA's daughter Barsha Singh Bariha as its Padampur candidate". The New Indian Express. Retrieved 2022-12-30.
  3. Das, Soumya (2022-12-12). "ପଦ୍ମପୁର ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା". News18 Odia. Retrieved 2022-12-30.
  4. Sharma, Vikash. "BJD Candidate Barsha Singh Bariha Wins Padampur Bypoll". Odisha TV (in ଇଂରାଜୀ). Retrieved 2022-12-30.
  5. Mitra, Anwesha (2022-12-08). "BJD'S Barsha Singh Bariha steamrolls to victory by 42,679 votes, sets tone for concurrent 2024 elections". Times Now (in ଇଂରାଜୀ). Retrieved 2022-12-30.
  6. "BYE ELECTION TO VIDHAN SABHA TRENDS & RESULT DECEMBER-2022". Election Commission of India. Retrieved 2022-12-30.
  7. Dash, Chinmayee (2022-12-12). "Newly elected MLA Barsha Singh Bariha takes oath in Odisha Assembly". Sambad (in ଆମେରିକୀୟ ଇଂରାଜୀ). Retrieved 2022-12-30.