ବର କୋଳି
| ବର କୋଳି | |
|---|---|
| Ziziphus mauritiana | |
| ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
| ଜଗତ: | Plantae |
| ବିଭାଗ: | Magnoliophyta |
| ବର୍ଗ: | Magnoliopsida |
| ଗଣ: | Rosales |
| କୁଳ: | Rhamnaceae |
| ଟ୍ରାଇବ: | Paliureae |
| ପ୍ରଜାତି: | Ziziphus Mill., 1768 |
| Type species | |
| Ziziphus zizyphus L. H.Karst.[୧] |
|
| Species | |
|
See text |
|
| Synonyms | |
|
Condaliopsis (Weberb.) Suess. |
|
ବରକୋଳି (Ziziphus zizyphus) (ଗ୍ରୀକ ଭାଷା ζίζυφον, ଜିଜିଫନ (zizyfon) ଆସିଅଛି ।[୩]), ସାଧାରଣ ଇଂରାଜୀ ନାମ ଜୁଜୁବି (jujube) (ବା ଜୁଜୁବା), ରେଡ଼ ଡେଟ (red date), ଚାଇନିଜ ଡେଟ (Chinese date), ବା ଇଣ୍ଡିଆନ ଡେଟ (Indian date) ରାମ୍ନାସି (Rhamnaceae) ପରିବାରର ଜିଜିଫସ (Ziziphus) ଜାତିର ଏକ ଉପଜାତି (species) ଓ ଏକ କୋଳି ଗଛ ।
ବିଷୟସୂଚୀ |
ଅଞ୍ଚଳ [ସମ୍ପାଦନା]
ଅଧିକ ପରିମାଣରେ ଚାଷ କରାଯାଉ ନ ଥିବାରୁ ଏହା ପ୍ରକୃତରେ କେଉଁ କେଉଁ ଅଞ୍ଚଳରେ ଫଳୁଥିଲା, ସେ କଥା ଭଲଭାବରେ ଜଣାଯାଇନାହିଁ, କିନ୍ତୁ ଦକ୍ଷିଣ ଏସିଆର ଲେବାନନ, ଇରାନ, ପାକିସ୍ଥାନ, ଭାରତ, ବଙ୍ଗଳାଦେଶ, କୋରିଆର ଦ୍ଵୀପ ସମୂହ , ଦକ୍ଷିଣ ଓ ପଶ୍ଚିମ ଚୀନ ଓ ଦକ୍ଷିଣ ଇଉରୋପରେ ଏହା ବହୁଳ ଭାବରେ ଦେଖିବାକୁ ମିଳିଥାଏ । [୪]
ବୃଦ୍ଧି [ସମ୍ପାଦନା]
ଏହା ଏକ ଛୋଟ ବୁଦାଜାତୀୟ ଗଛ । ଏହାର ଉଚ୍ଚତା ୫ରୁ ୧୦ ମିଟର ହୋଇଥାଏ । ଶାଖାସବୁରେ କଣ୍ଟାଥାଏ । ଏହାର ପତ୍ର ଉଜ୍ଜଳ ସବୁଜ, ହୋଇଥାଏ ।
ନାମକରଣ [ସମ୍ପାଦନା]
ଏହାର ନାମକରଣ ବଟାନିକାଲ ଇଣ୍ଟରନ୍ୟାସନାଲ କୋଡ଼ ଅଫ ବଟାନିକାଲ ନମେନକ୍ଳେଚର (International Code of Botanical Nomenclature) ଅନୁସାରେ ନାନାଦି ବନାନକୁ ନେଇ ହୋଇଅଛି । କାର୍ଲ୍ସ ଲିନେସ (Carolus Linnaeus) ୧୭୫୩ରେ ଏହାକୁ ପ୍ରଥମେ ତାହାଙ୍କର ସ୍ପିସିସ ପ୍ଲାଣ୍ଟରମ (Species Plantarum) ବହିରେରାମ୍ନସ ଜିଜିଫସ (Rhamnus zizyphus) ନାଆଁ ଦେଇଥିଲେ । ତାହାପରେ ୧୭୬୮ରେ ଫିଲିପ ମିଲର (Philip Miller) ଏହା ରାମ୍ନସ (Rhamnus)’’ ଠାରୁ ଅଲଗା ବୋଲି ପ୍ରମାଣ କରିଥିଲେ ଯାହା ଫଳରେ ଏହା ଏକ ନୂଆ ଜାତି ଜିଜିଫସ ଯୁଜୁବି (Ziziphus jujube)ରେ ପରିଣତ ହୋଇଥିଲା ।
ଚାଷବାସ ଓ ବ୍ୟବହାର [ସମ୍ପାଦନା]
ବରକୋଳି ଦକ୍ଷିଣ ଏସିଆରେ ଖ୍ରୀ.ପୂ. ୯୦୦୦ ବେଳକୁ ଥିଲା । [୫] ଅତି କମରେ ଏହାର ୪୦୦ଟି ସାଥିରେ ଚାଷହେବା ଭଳି ଗଛର ଉଦ୍ଭବ ହୋଇସାରିଥିଲା ।
ଔଷଧରେ ବ୍ୟବହାର [ସମ୍ପାଦନା]
ଏହାର ପତ୍ରର ରସକୁ ମେଦ ରୋଗର ଚିକିତ୍ସା ପାଇଁ ମୂଷାମାନଙ୍କ ଉପରେ ସଫଳ ପରୀକ୍ଷା କରାଯାଇଛି । [୬]
ଖାଦ୍ୟରେ ବ୍ୟବହାର [ସମ୍ପାଦନା]
କଞ୍ଚା ବରକୋଳିର ରଙ୍ଗସବୁଜ ଓ ସ୍ଵାଦ ଖଟା ହୋଇଥାଏ । ଏହାକୁ କଞ୍ଚା ବା ପାଚିଲା ପରେ ତରକାରୀରେ ପକାଇ ଖିଆଯାଇଥାଏ । ଓଡ଼ିଶାରେ ଏହା ଖଟା, ଆଚାର ଆଦିରେ ବ୍ୟବହାର କରାଯାଇଥାଏ । ଚୀନରେ କଞ୍ଚା କୋଳିକୁ ଜଳଖିଆ ଭାବରେ ବା ଚାହା ସହିତ ଖିଆଯାଇଥାଏ । ସେଠାରେ ଏହା ଲାଲ (ଉଚ୍ଚାରଣ hóng zǎo) ବା କଳା (ଉଚ୍ଚାରଣ hēi zǎo) ରଙ୍ଗର ହୋଇଥାଏ । କଳାରଙ୍ଗର ବରକୋଳିର ବାସନା ବଢ଼ାଇବା ନିମନ୍ତେ ଏହାକୁ ବାମ୍ଫରେ ରଖାଯାଇଥାଏ । [୭]
ଆଧାର [ସମ୍ପାଦନା]
- ↑ "Ziziphus Mill.". TROPICOS. Missouri Botanical Database. http://www.tropicos.org/Name/40028635. Retrieved 2009-10-01.
- ↑ "Ziziphus Mill.". Germplasm Resources Information Network. United States Department of Agriculture. 2004-02-10. http://www.ars-grin.gov/cgi-bin/npgs/html/genus.pl?13055. Retrieved 2009-10-01.
- ↑ ζίζυφον, Henry George Liddell, Robert Scott, A Greek-English Lexicon, on Perseus Digital Library
- ↑ Rushforth, K. (1999). Trees of Britain and Europe. Collins ISBN 0-00-220013-9.
- ↑ Gupta, Anil K. in Origin of agriculture and domestication of plants and animals linked to early Holocene climate amelioration, Current Science, Vol. 87, No. 1, 10 July 2004 59. Indian Academy of Sciences.
- ↑ Ganachari M.S., Kumar S., Alagawadi K.R. "Anti-obese activity of Ziziphus jujuba lam leaves extract in dietary obese rats." Journal of Natural Remedies 2007 7:1 (102-108
- ↑ "Rare Fruit: Jujubes". Seasonalchef.com. http://www.seasonalchef.com/jujubes.htm. Retrieved 2010-08-01.
ଆଗକୁ ପଢ଼ିବେ [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: commons:ବରକୋଳି ଉପରେ ମାଧ୍ୟମ ରହିଅଛି |
- Fruits of Warm Climates. Julia. F. Morton, Miami, FL: 1987.