ପ୍ରେମ୍ ଫର୍ ସେଲ୍

ଉଇକିପିଡ଼ିଆ‌ରୁ
ପ୍ରେମ୍ ଫର୍ ସେଲ୍
ନିର୍ଦ୍ଦେଶକସଞ୍ଜିବ ଦ୍ୱିବେଦୀ
ପ୍ରଯୋଜକଶୁଭଲକ୍ଷ୍ମୀ ପଟ୍ଟନାୟକ
ସଂଳାପଚିନ୍ମୟ ଦାସପଟ୍ଟନାୟକ
କାହାଣୀଉମେଶ ଚନ୍ଦ୍ର ପଟ୍ଟନାୟକ
କଳାକାରସମ୍ବିତ ଆଚାର୍ଯ୍ୟ
ତମନ୍ନା ବ୍ୟାସ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଚିତ୍ତ ବିଶ୍ୱାଳ
ସମ୍ପାଦକପିଣ୍ଟୁ ନାୟକ
ମୁକ୍ତିଲାଭ ତାରିଖ
୧୨ ମାର୍ଚ୍ଚ ୨୦୨୩
କଥାଚିତ୍ରର ସମୟ
୧୫୯ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ପ୍ରେମ୍ ଫର୍ ସେଲ୍ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶୁଭଲକ୍ଷ୍ମୀ ପଟ୍ଟନାୟକ । ଉମେଶ ଚନ୍ଦ୍ର ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଚିନ୍ମୟ ଦାସପଟ୍ଟନାୟକ ଏବଂ ନିର୍ଦ୍ଦେଶନା ଦେଇଥିଲେ ସଞ୍ଜିବ ଦ୍ୱିବେଦୀ ।[୧] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ ଓ ତମନ୍ନା ବ୍ୟାସ । ଦୁଷ୍ମନ୍ତ ପଣ୍ଡା, ଅସୀତ ପତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୩ ମସିହାର ମାର୍ଚ୍ଚ ୧୨ ତାରିଖରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍‌ରେ ମୁକ୍ତିଲାଭ କରିଥିଲା ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅମ୍ରିତା ନାୟକ, ହ୍ୟୁମାନ ସାଗର, ଲୋପାମୁଦ୍ରା ଦାଶ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ସାତରଙ୍ଗୀରେ ସାଙ୍ଗରଙ୍ଗୀ"ଅମ୍ରିତା ନାୟକ, ହ୍ୟୁମାନ ସାଗର 
2."ଝିମ୍‌ଲା ଝିମ୍‌ଲା"ଲୋପାମୁଦ୍ରା ଦାଶ 
3."ପ୍ରେମ୍ ଅଲୱେଜ୍ ଫର୍ ସେଲ୍"  

ଆଧାର[ସମ୍ପାଦନା]

  1. "ଓଡ଼ିଆ ଫିଲ୍ମ ଲଭ୍ ଗ୍ୟାରେଜ୍ ଓ ପ୍ରେମ୍ ଫର୍ ସେଲ୍‌ର ଶୁଭ ମୁହରତ". ETV Bharat News. ବାରିପଦା. 5 March 2022. Archived from the original on 1 April 2023. Retrieved 1 April 2023.

ବାହାର ଆଧାର[ସମ୍ପାଦନା]