ପ୍ରଭୁଦତ୍ତ ପ୍ରଧାନ
ପ୍ରଭୁଦତ୍ତ ପ୍ରଧାନ | |
---|---|
ଜନ୍ମ | ପ୍ରଭୁଦତ୍ତ ପ୍ରଧାନ ୧୧ ନଭେମ୍ବର ୧୯୪୩ |
ମୃତ୍ୟୁ | ୨୮ ମଇ ୨୦୧୮ | (ବୟସ ୭୪)
ମୃତ୍ୟୁର କାରଣ | ମଧୁମେହ |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ସଙ୍ଗୀତକାର |
ବୈବାହିକ-ସାଥୀ | ଆରତୀ ପ୍ରଧାନ |
ସନ୍ତାନ | ଆଶିଷ ପ୍ରଧାନ, ଅସୀମ ପ୍ରଧାନ |
ପିତାମାତା | ପ୍ରଭାସ ଚନ୍ଦ୍ର ପ୍ରଧାନ |
ପ୍ରଭୁଦତ୍ତ ପ୍ରଧାନ (୧୧ ନଭେମ୍ବର ୧୯୪୩–୨୮ ମଇ ୨୦୧୮) ଜଣେ ଓଡ଼ିଆ ସଙ୍ଗୀତକାର ଥିଲେ । ତାଙ୍କର ସଙ୍ଗୀତ ନିର୍ଦ୍ଦେଶନା ଭିତରୁ ସେ ଜଣାଶୁଣା ସମ୍ବଲପୁରୀ ଲୋକଗୀତ ରଙ୍ଗବତୀର ସଙ୍ଗୀତ ନିର୍ଦ୍ଦେଶକ ଭାବେ ପ୍ରସିଦ୍ଧିଲାଭ କରିଥିଲେ ।[୧] ସେ ତିନି ବର୍ଷ ବୟସରେ ନିଜ ବାପାଙ୍କଠାରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ୧୯୬୯ ମସିହାରେ ସେ ଆକାଶବାଣୀ ସମ୍ବଲପୁର ଷ୍ଟେସନରେ ବାଦ୍ୟଯନ୍ତ୍ର ବାଦନରେ ଯୋଗଦେଇଥିଲେ ।[୨] ୧୯୭୫ ମସିହାରେ ସେ ରଙ୍ଗବତୀର ସଙ୍ଗୀତ ସଂଯୋଜନା କରିଥିଲେ ।[୩]
୨୦୧୮ ମସିହା ମଇ ୨୮ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।[୪][୫][୬][୭]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ପ୍ରଧାନ ୧୯୪୩ ମସିହା ନଭେମ୍ବର ୧୧ରେ ସମ୍ବଲପୁରର ମୁଦିପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା "ପ୍ରଭାସ ଚନ୍ଦ୍ର ପ୍ରଧାନ" ।[୮] ତାଙ୍କୁ ତିନି ବର୍ଷ ହୋଇଥିବା ବେଳେ ସେ ନିଜ ବାପାଙ୍କଠାରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ ।[୭] ମାଟ୍ରିକ ପାସ କଲାପରେ, ସେ ବାରଣାସୀ ଯାଇ, ଗୁରୁ "ଯଦୁନାଥ ସୁପକାର"ଙ୍କଠାରୁ ତବଲାବାଦନ ଶିକ୍ଷା କରିଥିଲେ ।[୯]
୨୦୧୮ ମସିହା ମଇ ୨୮ ତାରିଖରେ ସମ୍ବଲପୁରଠାରେ ତାଙ୍କର ୭୫ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ତାଙ୍କ ପରିବାରରେ ତାଙ୍କ ବିଧବା ପତ୍ନୀ ଆରତୀ ଓ ଦୁଇ ପୁଅ ଅସୀମ ଓ ଆଶିଷ ଅଛନ୍ତି ।[୭]
ପେଶାଗତ ଜୀବନ
[ସମ୍ପାଦନା]ପ୍ରଧାନ ସମ୍ବଲପୁର ଆକାଶବାଣୀ କେନ୍ଦ୍ରରେ ବାଦ୍ୟଯନ୍ତ୍ର ଶିଳ୍ପୀଭାବେ ୧୯୫୯ ମସିହାରୁ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ଢୋଲ ଓ ମାଦଳ ବଜାଇବାରେ ବିଶେଷ ପାରଙ୍ଗମ ଥିଲେ ।[୭]
ନିର୍ଦ୍ଦେଶିତ ଜଣାଶୁଣା ଗୀତ
[ସମ୍ପାଦନା]- ଡାଲଖାଇରେ
- ଲେ ଲେ ଲେ ବଉଲ
- ରଙ୍ଗବତୀ[୧୦]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର
- ଅରୁନ୍ଧତୀ ସମ୍ମାନ
- କାଦମ୍ବିନୀ ପୁରସ୍କାର
- ଜୁହାର ସମ୍ମାନ
- ଡାଲଖାଇ ସମ୍ମାନ
- ଓଡ଼ିଶା ଲିଭିଂ ଲିଜେଣ୍ଡ ଆଓ୍ବାର୍ଡ
- ପଶ୍ଚିମ ଓଡ଼ିଶା ସଂସ୍କୃତି ସମ୍ମାନ
- ନୂଆଖାଇ ସମ୍ମାନ[୧୧]
ଆଧାର
[ସମ୍ପାଦନା]- ↑ "Shankar-Ehsaan-Loy to ring in Asian Athletics with Rangabati". ନିଉ ଇଣ୍ଡିଆନ ଏକ୍ସପ୍ରେସ. 29 June 2017. Retrieved 28 May 2018.
- ↑ "ଆର୍କାଇଭ୍ କପି". Archived from the original on 2018-05-31. Retrieved 2018-05-29.
{{cite web}}
: Cite has empty unknown parameter:|1=
(help) - ↑ "Music composer of 'Rangabati' song Prabhudatta Pradhan passes away". ପ୍ରଗତିବାଦୀ. 28 May 2018. Retrieved 28 May 2018.
- ↑ "ରଙ୍ଗବତୀ ଗୀତର ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନଙ୍କ ପରଲୋକ". ଓଡ଼ିଶା ଟିଭି. 28 May 2018. Archived from the original on 27 September 2020. Retrieved 28 May 2018.
- ↑ "ପରପାରିରେ ପ୍ରଭୁଦତ୍ତ". ଧରିତ୍ରୀ. 28 May 2018. Retrieved 28 May 2018.
- ↑ "ଆଖି ବୁଜିଲେ ରଙ୍ଗବତୀ ଗୀତର ସଙ୍ଗୀତ ନିର୍ଦ୍ଦେଶକ". ଇନାଡୁ. 28 May 2018. Retrieved 28 May 2018.[permanent dead link]
- ↑ ୭.୦ ୭.୧ ୭.୨ ୭.୩ "ପରଲୋକରେ ରଙ୍ଗବତୀ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନ ! ୭୫ ବର୍ଷ ବୟସରେ ସମ୍ବଲପୁର ବାସଭବନରେ ଦେହାନ୍ତ । ଗାୟକ ଜିତେନ୍ଦ୍ରିୟ ହରିପାଲ କହିଲେ ଘଟିଛି ଅପୂରଣିୟ କ୍ଷତି ।". କନକ ନ୍ୟୁଜ୍. 28 May 2018. Retrieved 28 May 2018.
- ↑ http://www.business-standard.com/article/pti-stories/rangabati-music-composer-prabhudatta-pradhan-passes-away-118052800365_1.html
- ↑ https://www.nayaindia.com/entertainment-news/prabodhya-pradhan-dies-in-music.html[permanent dead link]
- ↑ "'ରଙ୍ଗବତୀ'ର ସଙ୍ଗୀତକାର ପ୍ରଭୁଦତ୍ତଙ୍କ ପରଲୋକ". ସମ୍ବାଦ ୨୯/୦୫/୨୦୧୮ ପୃଷ୍ଠା ୮. Retrieved 29 May 2018.[permanent dead link]
- ↑ http://sambad.in/state/prabhudutt-pradhan-is-no-more-148179/