ପୋଲିଓମାୟେଲାଇଟିସ

ଉଇକିପିଡ଼ିଆ ରୁ


"ପୋଲିଓ" redirects here. ଭୁତାଣୁ ନିମନ୍ତେ, ଦେଖନ୍ତୁ ପୋଲିଓ ଭୁତାଣୁ.
ପୋଲିଓସିସ, କେଶ ଧଳା ବା ଧୂଷର ହୋଇ ଯାଉଥିବା ରୋଗର ନାମ ସହିତ ଭ୍ରମିତ ହେବେନି !
ପୋଲିଓମାୟେଲାଇଟିସ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ପୋଲିଓ ରୋଗ ଦ୍ଵାରା ଗୋଟିଏ ଲୋକର ଶୁଖି ଯାଇଥିବା ଗୋଡ ।
ଆଇସିଡ଼ି-୧୦ A80., B91.
ଆଇସିଡ଼ି- 045, 138
ରୋଗ ଡାଟାବେସ 10209
ମେଡ଼ିସିନ-ପ୍ଲସ 001402
ଇ-ମେଡ଼ିସିନ ped/1843 pmr/6
MeSH C02.182.600.700

ପୋଲିଓମାୟେଲାଇଟିସ ରୋଗ ଗୋଟିଏ ଭୁତାଣୁ ଜନିତ ସଂକ୍ରାମକ ରୋଗ ଯାହାର ଅନ୍ୟ ନାମ ଶୈଶବ ପଙ୍ଗୁ(Infantile paralysis)। ସ୍ଵଳ୍ପରେ ଏହାକୁ ପୋଲିଓ କହନ୍ତି । ଏହି ରୋଗ ମୂଖ୍ୟତଃ ମଳ-ମୂଖ ପଥ ମାଧ୍ୟମରେ ବ୍ୟାପେ[୧] ଅର୍ଥାତ ଜୀବାଣୁ ଥିବା ମଳରେ ମାଛି ବସି ତା ପରେ ଖାଦ୍ୟରେ ବସିବା ଦ୍ଵାରା ଖାଦ୍ୟ ବା ପାନିୟ ମାଧ୍ୟମରେ ଜୀବାଣୁ ଦେହକୁ ଯାଏ । ଗ୍ରୀକ ଭାଷାରେ ପୋଲିଓ ଶବ୍ଦର ଅର୍ଥ ଧୁଷର । ଏହା ମେରୁଦଣ୍ଡର ଗ୍ରେ ମ୍ୟାଟରକୁ ନିର୍ଦ୍ଦେଶ କରେ । ମାୟେଲୋ ଅର୍ଥ ମଜ୍ଜା ଓ ଆଇଟିସ୍ ଅର୍ଥ ପ୍ରଦାହ ।[୨] ଏହା ମୂଖ୍ୟତଃ ଗ୍ରେ ମ୍ୟାଟରକୁ ଆକ୍ରମଣ କରେ, କିନ୍ତୁ ଏହା ମସ୍ତିଷ୍କକୁ ବ୍ୟାପି ଶ୍ଵାସ କ୍ରିୟା ବନ୍ଦ କରି ଦେଇପାରେ ।
ପୋଲିଓ ଭୁତାଣୁ ଖାଦ୍ୟ ମାଧ୍ୟମରେ ଦେହକୁ ଗଲେ ମଧ୍ୟ ୯୦% ଲୋକଙ୍କ ଦେହରେ କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ । ଭୁତାଣୁ ରକ୍ତରେ ପ୍ରବେଶ କଲେ ବହୁତ ପ୍ରକାର ଲକ୍ଷଣ ଦେଖାଯାଏ ।[୩] ମାତ୍ର ୧% ଲୋକଙ୍କର କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳରେ ପ୍ରବେଶ କରେ । ଏହା ମୋଟର ନିୟୁରନର କୋଷକୁ ନଷ୍ଟ କରିଦିଏ, ଫଳତଃ ଶିଥିଳ ପଙ୍ଗୁତ୍ଵ(Flaccid paralysis) ହୁଏ । ନଷ୍ଟ ହୋଇଥିବା ସ୍ନାୟୁ ଅନୁସାରେ ପଙ୍ଗୁତ୍ୱ ହୁଏ । ସାଧାରଣତଃ ଅଣାଆନୁପାତିକ ପଙ୍ଗୁତ୍ଵ ହୁଏ ଓ ନିମ୍ନ ଅବୟବ ଅଧିକ ଆକ୍ରମିତ ହୁଏ । ମସ୍ତିଷ୍କର ନିମ୍ନ ଭାଗ ନଷ୍ଟ ହେଲେ ମସ୍ତିଷ୍କ କୋଟର ସ୍ନାୟୁ ନଷ୍ଟ ହୁଏ । ଉଭୟ ଅବୟବ ଓ କୋଟର ସ୍ନାୟୁ ନଷ୍ଟ ହୋଇପାରେ ।[୪]
ପୋଲିଓ ବେମାରୀ ହଜାର ହଜାର ବର୍ଷ ଧରି ଥିଲେ ମଧ୍ୟ ୧୮୮୦ ମସିହାରେ ମହାମାରୀ ରୁପ ଧାରଣ କଲା । ୧୯୧୦ ମସିହା ବେଳକୁ ଏହା ସହରମାନଙ୍କରେ ଖରା ଦିନେ ମହାମାରୀ ରୁପରେ ଦେଖା ଦେଲା । ଏହା ଦ୍ଵାରା ହଜାର ସଂଖ୍ୟକ ଶିଶୁ ଓ ବୟସ୍କ ଲୋକ ପଙ୍ଗୁ ହୋଇଗଲେ । ତେଣୁ ଏହାର ଟିକା ଉଦ୍ଭାବନ ନିମନ୍ତେ ପ୍ରତିଯୋଗିତା ଚାଲିଲା । ୧୯୫୦ ମସିହାରେ ଟିକା ବାହାରିବା ପରେ ବାର୍ଷିକ ହଜାର ହଜାର ରୋଗ ବଦଳରେ ଆଜି କେବଳ ହଜାର ରୋଗୀ ଦେଖା ଯାଉଛନ୍ତି ।[୫] ରୋଟାରୀ, ଡବ୍ଲ୍ୟୁ.ଏଚ୍.ଓ.ଓ ୟୁନିସେଫ ସହଯୋଗରେ ଅଧୁନା ଏହି ରୋଗର ମୂଳୋତ୍ପାଟନ ସମ୍ଭବ ହୋଇଛି ।[୬][୭]

ବର୍ଗୀକରଣ[ସମ୍ପାଦନା]

ପୋଲିଓ ଭୁତାଣୁ ସଂକ୍ରମଣର ଫଳାଫଳ
ଫଳାଫଳ ଆନୁପାତିକ ହାର[୪]
ଲକ୍ଷଣ ବିହୀନ ୯୦–୯୫%
ସ୍ଵଳ୍ପ ଅସୁସ୍ଥତା ୪–୮%
Nonparalytic aseptic
ପଙ୍ଗୁ ବିହୀନ ଅପୂତିକ ମେନିଞ୍ଜାଇଟିସ୍
୧–୨%
ପଙ୍ଗୁତ୍ତ୍ଵ ପୋଲିଓ 0.୧–0.୫%
— ମେରୁଦଣ୍ଡୀୟ ପୋଲିଓ ପଙ୍ଗୁ ରୋଗୀଙ୍କର ୭୯%
— ବଲ୍ବୋସ୍ପାଇନାଲ୍ ପୋଲିଓ ପଙ୍ଗୁ ରୋଗୀଙ୍କର ୧୯%
— ବଲ୍ବାର ପୋଲିଓ ପଙ୍ଗୁ ରୋଗୀଙ୍କର ୨%

ତିନି ପ୍ରଜାତିର ଭୁତାଣୁ ଦ୍ଵାରା ପୋଲିଓ ବେମାରୀ ହୁଏ । ପୋଲିଓ ଦୁଇ ପ୍ରକାର ଦେଖାଯାଏ । କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳ ଆକ୍ରମିତ ନ ହୋଇ ଅଳ୍ପ ଅସୁସ୍ଥତା ଓ ମୂଖ୍ୟ ପୋଲିଓ । ମୂଖ୍ୟ ପୋଲିଓ ପଙ୍ଗୁତ୍ତ୍ଵ ସହ ଓ ପଙ୍ଗୁତ୍ତ୍ଵ ବିହୀନ; ଏହି ଦୁଇ ପ୍ରକାର ହୁଏ । ଅଧିକାଂଶ ଲୋକ ଯାହାଙ୍କର ପ୍ରତିରୋଧ ଶକ୍ତି ଯଥେଷ୍ଟ ଅଛି, ସେମାନେ ଲକ୍ଷଣ ବିହୀନ ହୁଅନ୍ତି[୮] । କ୍ଵଚିତ ସ୍ଵଳ୍ପ ଲକ୍ଷଣଯୁକ୍ତ ପୋଲିଓ ଦେଖାଯାଏ ଯେଉଁଥିରେ ତଣ୍ଟି ପୀଡା, ବାନ୍ତି ଲାଗିବା, ପେଟରେ କଷ୍ଟ ହେବା, କୋଷ୍ଠ କାଠିନ୍ୟ, ବେଳେବେଳେ ତରଳ ଝାଡା ଓ ଇନ୍ଫ୍ଲୁଏଞ୍ଜା ଭଳି ଲକ୍ଷଣ ପ୍ରକାଶ ପାଏ ।
ପ୍ରାୟ ୩ % ପୋଲିଓ ରୋଗୀଙ୍କର ଦେହରେ ସ୍ନାୟୁ ମଣ୍ଡଳରେ ଭୁତାଣୁ ପ୍ରବେଶ କରନ୍ତି । ସେଥିରୁ ଅଧିକାଂଶ ଲୋକଙ୍କର ଆସେପ୍ଟିକ୍ ମେନିଞ୍ଜାଇଟିସ୍ ହୋଇ ମୁଣ୍ଡ ବଥା, ବେକ, ପିଠି, ପେଟ ଓ ଅବୟବରେ ଯନ୍ତ୍ରଣା, ଜର, ବାନ୍ତି, ଅଳସୁଆମି ଓ ବିରକ୍ତିଭାବ ପ୍ରକାଶ ପାଏ ।[୨][୯] ଏମାନଙ୍କ ମଧ୍ୟରୁ ପ୍ରତି ଏକ ହଜାରରେ ୧ ରୁ ୫ ଜଣଙ୍କର ପାରାଲିସିସ୍ ବା ପଙ୍ଗୁତ୍ତ୍ଵ ହୁଏ । ମାଂସପେଶୀ ଦୁର୍ବଳ ହୁଏ, ନିୟନ୍ତ୍ରଣ ରହେ ନାହିଁ ଓ ସମ୍ପୁର୍ଣ୍ଣ ପାରାଲିସିସ୍ ହୋଇଯାଏ । ଏହାକୁ ତୀବ୍ର ଶିଥିଳ ପଙ୍ଗୁତ୍ତ୍ଵ (acute flaccid paralysis) କହନ୍ତି । ମେରୁଦଣ୍ଡ ଓ ମସ୍ତିଷ୍କର ସଂକ୍ରମିତ ସ୍ଥାନ ଅନୁସାରେ ପାରାଲିସିସର ସ୍ଥାନ ନିରୁପିତ ହୁଏ । ପୋଲିଓ ମସ୍ତିଷ୍କ ପ୍ରଦାହ କ୍ଵଚିତ ହୁଏ ଓ ଶିଶୁମାନଙ୍କୁ ଆକ୍ରମଣ କରେ । ଏଥିରେ ମାନସିକ ସ୍ଥିତିର ପରିବର୍ତ୍ତନ, ଜର, ମୁଣ୍ଡ ବଥା, ବାତ ଓ ସଙ୍କୁଚିତ ପାରାଲିସିସ୍ ହୁଏ(spastic paralysis) ।[୧୦]

କାରଣ[ସମ୍ପାଦନା]

ମୂଳ ଲେଖା: Poliovirus


ପୋଲିଓମାୟେଲାଇଟିସ ରୋଗ ଏକ ପ୍ରକାର ଭୁତାଣୁ ଯୋଗୁ ହୁଏ ଯାହାର ନାମ ପୋଲିଓ ଭୁତାଣୁ ।ଏହା ଏକ ପ୍ରକାର ଆର୍.ଏନ୍.ଏ. ଭୁତାଣୁ; ଖାଦ୍ୟ ନଳୀରେ କଲୋନି କରି ରହନ୍ତି । ଏହାର ରୋଗ ପୁଷ୍ଟି ସମୟ (incubation time) ୩ ରୁ ୩୫ ଦିନ, ସାଧାରଣତଃ ୬ ରୁ ୨୦ ଦିନ । ଏହାର ଗଠନ ସରଳ ଓ କାପ୍ସିନ୍ ନାମକ ପ୍ରୋଟିନ୍ ଘୋଡଣି ମଧ୍ୟରେ ଥାଏ । ଏହି କାପ୍ସିଡ କେତେକ ନିର୍ଦ୍ଦିଷ୍ଟ କୋଷମାନଙ୍କୁ ଆକ୍ରମଣ କରେ । ଟାଇପ ୧, ୨ ଓ ୩ ଏହି ତିନି ପ୍ରକାର ଭୁତାଣୁ ଅଛନ୍ତି । ଏମାନେ ଅତ୍ୟନ୍ତ ଆକ୍ରମଣକାରୀ ଓ ଏକା ପ୍ରକାର ଲକ୍ଷଣ ଦେଖାନ୍ତି । ଟାଇପ୍ ୧ ଭୁତାଣି ଅତି ସାଧାରଣ ଓ ପାରାଲିସିସ୍ କରେଇବାରେ ଅଗ୍ରଣୀ ।
ଭୁତାଣୁ ଦେହକୁ ଗଲେ ବା ଟିକା ନେଲେ ଦେହରେ ପ୍ରତିରୋଧ ଶକ୍ତି ସୃଷ୍ଟି ହୁଏ । ଖାଦ୍ୟନଳୀରେ ଓ ଟନସିଲରେ ଆଇ.ଜି.ଏ. ଆଣ୍ଟିବଡ଼ି ରହି ଭୁତାଣୁ ବିଭାଜନ ରୋକନ୍ତି । ଆଇ.ଜି.ଜି. ଓ ଆଇ.ଜି.ଏମ୍ ଆଣ୍ଟିବଡ଼ି ସ୍ନାୟୁମଣ୍ଡଳକୁ ଯିବାକୁ ରୋକନ୍ତି । ଗୋଟିଏ ପ୍ରଜାତିର ଟିକା ଅନ୍ୟ ପ୍ରଜାତିର ଭୁତାଣୁକୁ ରୋକି ପାରେନାହିଁ । ଏଣୁ ତିନୋଟି ପ୍ରକାର ପ୍ରଜାତି ନିମନ୍ତେ ଟିକା ଆବଶ୍ୟକ ହୁଏ ।

ସଂକ୍ରମଣ[ସମ୍ପାଦନା]

ପୋଲିଓ ଖାଦ୍ୟ ମାଧ୍ୟମରେ ବ୍ୟାପେ । ଏହା ଏକ ଡିଆଁ ରୋଗ । ରୋଗ ପ୍ରବଣ ଇଲାକାରେ ସର୍ବଦା ରୋଗ ଥାଏ, କିନ୍ତୁ ଗ୍ରିଷ୍ମ ଋତୁରେ ଅଧିକ ସଂଖ୍ୟକ ରୋଗ ଦେଖାଯାଏ । ଗ୍ରୀଷ୍ମ ମଣ୍ଡଳୀୟ ଜାଗାରେ ଋତୁର ବିଶେଷ ପ୍ରଭାବ ପଡେ ନାହିଁ । ମଳରେ ଥିବା ଭୁତାଣୁ ସଂକ୍ରମିତ ହୁଏ । ଭୁତାଣୁ ଦେହରେ ପ୍ରବେଶ କରିବା ପରଠାରୁ ଲକ୍ଷଣ ପ୍ରକାଶ ପାଇବା ପର୍ଯ୍ୟନ୍ତ ସମୟକୁ ଇନ୍‌କ୍ୟୁବେସନ ସମୟ କୁହାଯାଏ । ଭୁତାଣୁ ଅଣୁ ଅନେକ ସପ୍ତାହ ପର୍ଯ୍ୟନ୍ତ ମଳ ମାଧ୍ୟମରେ ନିସ୍କାସିତ ହୁଏ । ପୋଲିଓ ରୋଗର ୧୦ ଦିନ ପୂର୍ବରୁ ଓ ୧୦ଦିନ ପରେ ସଂକ୍ରମଣ ହୋଇପାରେ । ଲାଳ ଓ ମଳ ମାଧ୍ୟମରେ ଏହା ବିସ୍ତାର ହୁଏ ଯେ ପର୍ଯ୍ୟନ୍ତ ଭୁତାଣୁ ସେଠାରେ ବଞ୍ଚି ରହିଥାଆନ୍ତି ।
ପ୍ରତିରୋଧ ଅକ୍ଷମତା, ପୋଷକ ଅଭାବ ଓ ଟନସିଲ ଅପରେଶନ ପରେ, ଗର୍ଭାବସ୍ଥରେ ରୋଗ ବ୍ୟାପିବା ସମ୍ଭାବନା ଅଧିକ ରହେ । ଭୁତାଣୁ ପ୍ଲାସେଣ୍ଟା ଭିତରକୁ ଯାଇପାରେ କିନ୍ତୁ ମାଆ ପାଖାରୁ ସଂକ୍ରମିତ ହୋଇ ପାରେ ନାହିଁ । ମାଆ ଦେହରେ ଥିବା ଆଣ୍ଟିବଡ଼ି ପ୍ଲାସେଣ୍ଟା ଭିତରକୁ ଯାଇ ଗର୍ଭସ୍ଥ ଶିଶୁର ପ୍ରତିରୋଧ ଶକ୍ତି ବଢାଏ ।

ନିଦାନ-ଶରୀରତତ୍ତ୍ଵ[ସମ୍ପାଦନା]

ମେରୁଦଣ୍ଡକୁ ରକ୍ତ ବାହୀ ନଳୀ ଭୁତାଣୁ ଦ୍ଵାରା ବନ୍ଦ ହୋଇଯାଇଛି ।

ପୋଲିଓ ଭୁତାଣୁ ଖାଦ୍ୟ ସହ ପାଟିରେ ପ୍ରବେଶ କରି ଗଳା ଓ ଅନ୍ତନଳୀରେ ଥିବା ଜୀବକୋଷମାନଙ୍କୁ ଆକ୍ରମଣ କରେ । ଏହି କୋଷମାନଙ୍କର କୋଷ ପରଦାରେ ସି.ଡି.୧୫୫ ନାମକ ରେସେପ୍ଟର ସାଥୀରେ ଭୁତାଣୁ ଲାଗି ରହି ସଂଖ୍ୟା ବୃଦ୍ଧି କରନ୍ତି । ପାକ-ଅନ୍ତନଳୀରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ବିଭକ୍ତ ହେଲା ପରେ ଟନସିଲକୁ ଯାଆନ୍ତି । ଲସିକା ଗ୍ରନ୍ଥିମାନଙ୍କରେ ବହୁଧା ବିଭକ୍ତ ହେବାପରେ ଭୁତାଣୁ ରକ୍ତରେ ପ୍ରବେଶ କରନ୍ତି ।
ଲସିକା ନଳୀ ଓ ରକ୍ତରେ ଭୁତାଣୁ ୧୭ ସପ୍ତାହ ପର୍ଯ୍ୟନ୍ତ ବଞ୍ଚି ପାରନ୍ତି ।[୧୧] ମାଂସପେଶୀ ଓ ଆର୍.ଇ. ତନ୍ତୁରେ ମଧ୍ୟ କିଛି ଭୁତାଣୁ ରହି ପାରନ୍ତି ।[୧୨] ଏହା କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳରେ କ୍ୱଚିତ ପ୍ରବେଶ କରନ୍ତି । ମେନିଞ୍ଜେସକୁ ସଂକ୍ରମିତ କରନ୍ତି କିନ୍ତୁ ପାରାଲିସିସ୍ ହୁଏ ନାହିଁ ।

ପାରାଲିସିସ ସୃଷ୍ଟିକାରୀ ପୋଲିଓ[ସମ୍ପାଦନା]

ସମୁଦାୟ ପୋଲିଓ ସଂକ୍ରମଣର ମାତ୍ର ୧% ରେ ଭୁତାଣୁ ସ୍ନାୟୁକୁ ଆକ୍ରମଣ କରେ । ଏହା କେବଳ ମୋଟର ସ୍ନାୟୁକୁ ଆକ୍ରମଣ କରି ତା ଭିତରେ ବଂଶ ବିସ୍ତାର କରି ସ୍ନାୟୁକୁ ନଷ୍ଟ କରିଦିଏ । ଏହା ସ୍ନାୟୁ ପ୍ରଦାହ ମଧ୍ୟ ସୃଷ୍ଟି କରେ । କେଉଁ ସ୍ନାୟୁ ନଷ୍ଟ ହେବ ତାହାର କୌଣସି ସ୍ଥିରତା ନ ଥାଏ । ମେରୁଦଣ୍ଡର ସ୍ନାୟୁ, ବଲ୍‌ବାର ସ୍ନାୟୁ ଓ ବଲ୍‌ବୋସ୍ପାଇନାଲ୍ ସ୍ନାୟୁମାନଙ୍କୁ ଆକ୍ରମଣ କରେ । ବିଭିନ୍ନ ପରିମାଣରେ ସ୍ନାୟୁ ନଷ୍ଟ ହୁଏ ଓ ତାହା ଉପରେ ପାରାଲିସିସ୍ ନିର୍ଭର କରେ ।
ମସ୍ତିଷ୍କର ବିଭିନ୍ନ ଅଂଶ ଯଥା ରେଟିକୁଲାର ଫରମେସନ, ଭେସ୍ଟିବୁଲାର ନ୍ୟୁକ୍ଲିଆଇ, ସେରେବେଲାର ନ୍ୟୁକ୍ଲିଆଇ ଇତ୍ୟାଦି ନଷ୍ଟ ହୁଏ । ପ୍ରଦାହ ଓ ସ୍ନାୟୁ ନଷ୍ଟ ହେବା ଯୋଗୁ ଗ୍ରେ ମ୍ୟାଟରର ରଙ୍ଗ ରୁପ ବଦଳି ଯାଉ ନାଲିଚିଆ ଦେଖାଯାଏ ଓ ଫୁଲିଯାଏ । ହାଇପୋଥାଲାମସ୍ ଓ ଥାଲାମସ୍ ମଧ୍ୟ ନଷ୍ଟ ହୁଏ ।
ଏହି ପୋଲିଓରେ ପ୍ରଥମାବସ୍ଥାରେ ଜର, ମୁଣ୍ଡ ବଥା, ବେକ ଓ ପିଠି ମାଂସପେଶୀ ଦୃଢ ହୋଇଯାଏ । ଢୋକିବାକୁ କଷ୍ଟ ହୁଏ, ପେଶିମାନଙ୍କରେ ଯନ୍ତ୍ରଣା ହୁଏ, ରିଫ୍ଲେକ୍ସ କମିଯାଏ ବା ମୋଟେ ହୁଏ ନାହିଁ, ବିରକ୍ତି ଭାବ ହୁଏ, କୋଷ୍ଠ କାଠିନ୍ୟ ହୁଏ, ପରିସ୍ରା କରିବା ବେଳେ କଷ୍ଟ ହୁଏ ଓ ଛୁଇଁଲେ ମଧ୍ୟ କଷ୍ଟ ହୁଏ । ପାରାଲିସିସ୍ ସାଧାରଣତଃ ଏକରୁ ଦଶ ଦିନ ମଧ୍ୟରେ ଆରମ୍ଭ ହୁଏ, ଦୁଇ ବା ତିନି ଦିନ ଧରି ବଢେ ଓ ଜର ଛାଡିଲା ବେଳକୁ ପାରାଲିସିସ୍ ପ୍ରକ୍ରିୟା ବନ୍ଦ ହୋଇଯାଏ ।[୧୩]
ପିଲାମାନଙ୍କଠାରେ ପାରାଲିସିସ୍ ବିହୀନ ମେନିଞ୍ଜାଇଟିସ୍ ହୁଏ ଓ ମାତ୍ର ୧୦୦୦ ରେ ଜଣଙ୍କଠାରେ ପାରାଲିସିସ୍ ହୁଏ । ବୟଷ୍କ ଲୋକଙ୍କ ମଧ୍ୟରୁ ପ୍ରତି ୭୫ ଜଣଙ୍କ ମଧ୍ୟରୁ ଜଣେ ପାରାଲିସିସ୍ ଭୋଗେ ।[୧୪] ୫ ବର୍ଷ ବୟଷ ମଧ୍ୟରେ ପିଲାଙ୍କର ଗୋଟିଏ ଗୋଡରେ ସାଧାରଣତଃ ପାରାଲିସିସ୍ ହୁଏ । ବଡମାନଙ୍କର ବିସ୍ତାରିତ ପାରାଲିସିସ୍ ହୁଏ, ଛାତି, ପେଟ ଓ ଚାରି ଅବୟବରେ ପାରାଲିସିସ୍ ହୁଏ ।[୧୫] ପୋଲିଓ ଭାଇରସ ଟାଇପ ୧ରେ ସର୍ବାଧିକ ଓ ଟାଇପ୍ ୨ରେ ସର୍ବ ନିମ୍ନ ପାରାଲିସିସ୍ ହୁଏ ।[୧୬]

ମେରୁଦଣ୍ଡୀୟ ପୋଲିଓ[ସମ୍ପାଦନା]

ମେରୁଦଣ୍ଡରେ ଥିବା ସମ୍ମୁଖ ହର୍ନ୍ କୋଷ ଓ ମୋଟର ସ୍ନାୟୁ ଚିତ୍ରରେ ଦର୍ଶାଯାଇଛି

ପୋଲିଓ ଭୁତାଣୁ ମେରୁଦଣ୍ଡ ମଧ୍ୟସ୍ଥ ଗ୍ରେ ମ୍ୟାଟର, ମୋଟର ସ୍ନାୟୁ ଓ କୋଷମାନଙ୍କୁ ନଷ୍ଟ କରିଦିଏ । ଫଳରେ ଗଣ୍ଡି, ଛାତି ଓ ଅବୟବ ମାଂସପେଶୀ ଗୁଡିକ କାମ କରିବାରେ ସମ୍ପୁର୍ଣ୍ଣ ବା ଆଶିଂକ ଅକ୍ଷମ ହୋଇଯାଆନ୍ତି ।[୧୭] ସ୍ନୟୁକୋଷ ପ୍ରଦାହ ଯୋଗୁ ମୋଟର ସ୍ନାୟୁ ଗ୍ୟାଙ୍ଗ୍ଲିଅନ ନଷ୍ଟ ହୋଇଯାଆନ୍ତି । ମେରୁଦଣ୍ଡିୟ ସ୍ନାୟୁରେ ଵାଲେରିଆନ ଡିଜେନେରେସନ୍ ହୁଏ । ସ୍ନାୟୁ ଦ୍ଵାରା ଉତ୍ତେଜିତ ନ ହେଉ ଥିବାରୁ ମାଂସପେଶୀ ଶୀର୍ଣ୍ଣ ହୋଇ ଯାଆନ୍ତି । ଦୁଇରୁ ଚାରି ଦିନ ମଧ୍ୟରେ ଜର ଓ ପେଶୀ ଯନ୍ତଣା ସହ ସମ୍ପୁର୍ଣ୍ଣ ପାରାଲିସିସ୍ ହୋଇଯାଏ ।[୧୮] ସମ୍ବେଦନ ଶୀଳତା ରହେ ନାହିଁ । ପେଶୀରଜ୍ଜୁର ରିଫ୍ଲେକ୍ସ୍ କମିଯାଏ ।
ମେରୁଦଣ୍ଡର ସ୍ଥାନ ଯଥା ବେକ, ଛାତି ଓ କଟି ଉପରେ ପାରାଲିସିସ୍ ନିର୍ଭର କରେ ।[୧୯] ଶରୀରର ଉଭୟ ପାର୍ଶ୍ଵର ମାଂସପେଶୀ ଆକ୍ରାନ୍ତ ହୋଇ ପାରେ ବା ଗୋଟିଏ ପାଖ ବା ହୋଇପାରେ । ଗୋଟିଏ ଗୋଡ ବା ହାତ ମଧ୍ୟ ଆକ୍ରାନ୍ତ ହୋଇପାରେ । ଗଣ୍ଡିର ସନ୍ନିକଟ ଅଂଶ ଅଧିକ ପ୍ରଭାବିତ ହୁଏ ।

ବଲ୍‌ବାର୍ ପୋଲିଓ[ସମ୍ପାଦନା]

ମସ୍ତିଷ୍କରେ କମଳା ରଙ୍ଗ ଚିହ୍ନିତ ବଲ୍‌ବାର୍ ସ୍ଥାନ)

ସମୁଦାୟ ପୋଲିଓ ପାରାଲିସିସର ୨ % ବଲ୍‌ବାର ପାରାଲିସିସ୍ ହୁଏ । ମସ୍ତିଷ୍କର ସ୍ଟେମ୍‌ରେ (Brain Stem) ବଲ୍‌ବାର୍ ସ୍ଥାନ ଏକ ଶ୍ଵେତ ମ୍ୟାଟର() ସ୍ଥାନ ଯାହା ମସ୍ତିଷ୍କ କର୍ଟେକ୍ସକୁ ମସ୍ତିଷ୍କ ସ୍ଟେମ ସହ ସଂଯୋଗ କରେ । ଏହି ସ୍ଥାନ ସଂକ୍ରମିତ ହୋଇଗଲେ କ୍ରାନିଆଲ୍ ସ୍ନାୟୁ ଦୁର୍ବଳ ହୋଇଯାଏ, ମସ୍ତିଷ୍କ ପ୍ରଦାହ ଲକ୍ଷଣ ପ୍ରକାଶ ପାଏ, ଶ୍ଵାସ କ୍ରିୟା ଓ ଗିଳିବାରେ ଅସୁବିଧା ହୁଏ । ଗ୍ଲସୋଫାରିଞ୍ଜିଆଲ୍ ସ୍ନାୟୁ(ଗିଳିବା କାମ), ଆକ୍ସେସରି ସ୍ନାୟୁ(ବେକର ଅପରାର୍ଦ୍ଧର ପ୍ରଚଳନ କ୍ରିୟା) ଓ ଭେଗସ୍ ସ୍ନାୟୁ(ହୃତ୍‌ପିଣ୍ଡ, ଅନ୍ତନଳୀ ଓ ଫୁସ୍‌ଫୁସ୍‌କୁ ସଂକେତ ପଠେଇବା କାମ) ଦୁର୍ବଳ ବା ନଷ୍ଟ ହୁଏ । ଗିଳି ନ ପାରିଲେ ଲାଳ ତଣ୍ଟିରେ ଜମା ହୋଇ ବାୟୁ ପଥ ବନ୍ଦ କରିଦିଏ । ଫେସିଆଲ୍ ଓ ଟ୍ରାଇଜେମିନାଲ୍ ସ୍ନାୟୁ ଗୁଡିକ ମୂଖମଣ୍ଡଳ ପେଶୀମାନଙ୍କୁ ଚଳାନ୍ତି, ଗାଲ ଓ ଲୁହ ନଳୀଙ୍କର କର୍ମ ସମ୍ପାଦନ କରନ୍ତି । ଏହି ସ୍ନାୟୁ ଦୁର୍ବଳ ହେଲେ ଦ୍ଵିଗୁଣ ଦୃଷ୍ଟି ହୁଏ, ଚୋବେଇବାରେ ଅସୁବିଧା ହୁଏ, ଶ୍ୱସକ୍ରିୟା ହାର, ଗଭୀରତା ଓ ତାଳରେ ବିଘ୍ନ ହୋଇ ବନ୍ଦ ହୋଇ ଯାଇପାରେ । ଫୁସ୍‌ଫୁସୀୟ ଜଳାର୍ଣ୍ଣବ ଓ ସକ୍ ହୋଇ ପ୍ରାଣ ଘାତକ ହୋଇପାରେ ।

ବଲ୍‌ବୋସ୍ପାଇନାଲ୍ ପୋଲିଓ[ସମ୍ପାଦନା]

ପାରାଲିସିସ୍ ହେଉଥିବା ପୋଲିଓ ରୋଗୀଙ୍କ ମଧ୍ୟରୁ ୧୯ % ରୋଗୀ ବଲ୍‌ବୋସ୍ପାଇନାଲ୍ ବା ଶ୍ଵାସକୀୟ ପୋଲିଓ ଦ୍ଵାରା ଆକ୍ରାନ୍ତ ହୁଅନ୍ତି । ଭୁତାଣୁ ଉପର ବେକର ମେରୁଦଣ୍ଡକୁ ଆକ୍ରମଣ କରି ଫ୍ରେନିକ ସ୍ନାୟୁକୁ ଅକ୍ଷମ କରିଦିଏ । ଏହା ଫଳରେ ମଧ୍ୟଚ୍ଛଦା(Diaphragm) ଅଚଳ ହୋଇଯାଏ । ବିନା ଭେଣ୍ଟିଲେଟର ସାହାଯ୍ୟରେ ରୋଗୀର ଶ୍ଵାସ କ୍ରିୟା ସମ୍ପାଦନ ହୋଇ ପାରେନାହିଁ । ଦୁର୍ବଳ ଅବୟବ, ଗିଳିବାରେ ଅସୁବିଧା ଓ ହୃତ୍‌ପିଣ୍ଡ କ୍ରିୟାରେ ମଧ୍ୟ ଅସୁବିଧା ହୁଏ ।

ରୋଗ ନିର୍ଣ୍ଣୟ[ସମ୍ପାଦନା]

କୌଣସି ରୋଗୀର ହଠାତ୍ ଶିଥିଳ ପାରାଲିସିସ୍ ହେଲେ, ପେଶୀ ରଜ୍ଜୁ ରିଫ୍ଲେକ୍ସ କମିଗଲେ ବା ଅନୁପସ୍ଥିତ ରହିଲେ ଓ ସମ୍ବେଦନଶୀଳତା(Sensory loss) ନ ଥିଲେ ପୋଲିଓ ହୋଇଛି ବୋଲି ସନ୍ଦେହ କରାଯାଏ ।[୨୦]
ମଳ ଓ ତଣ୍ଟିରୁ ନିଆ ଯାଇଥିବା ସ୍ଵାବରେ ଭୁତାଣୁ ଉପସ୍ଥିତି ପରୀକ୍ଷା କରି ଦେଖାଯାଏ । ରକ୍ତରେ ଆଣ୍ଟିବଡ଼ି ଉପସ୍ଥିତି ମଧ୍ୟ ରୋଗ ନିର୍ଣ୍ଣୟ କରେ । କଟି ରନ୍ଧ୍ର ଦ୍ଵାରା ସି.ଏସ୍.ଏଫ୍.(C.S.F.) ବାହାର କରି ପରୀକ୍ଷା କଲେ ଶ୍ଵେତ ରକ୍ତ କଣିକା, ବିଶେଷତଃ ଲିମ୍ଫୋସାଇଟ୍ ଅଧିକ ଦେଖାଯାଅନ୍ତି ଓ ପ୍ରୋଟିନ୍ ମାତ୍ରା ସାମାନ୍ୟ ଅଧିକ ରହେ । ଭୁତାଣୁ ଉପସ୍ଥିତି ନିର୍ଣ୍ଣୟାତ୍ମକ, କିନ୍ତୁ କ୍ଵଚିତ ଦେଖାଯାଏ ।
ଭୁତାଣୁ ଅଲଗା କଲା ପରେ ତାହାର ପ୍ରକାର ଜାଣିବା ନିମନ୍ତେ ଓଲିଗୋନ୍ୟୁକ୍ଲିଓଟାଇଡ୍ ମ୍ୟାପିଙ୍ଗ ବା ପି.ସି.ଆର୍. ଆମ୍ପ୍ଲିଫିକେସନ୍ ପରୀକ୍ଷା କରାଯାଏ । ଏହା ଦ୍ଵାରା ଭୁତଣୁ ଟିକା ଶ୍ରେଣୀର ବା ବଣୁଆ(Wild) ଶ୍ରେଣୀର ତାହା ଜଣାଯାଏ ।[୨୧] ବଣୁଆ ଜଣା ପଡ଼ିଲେ ସନ୍ଦେହ ହୁଏ ଏହି ଭୁତାଣୁ ଯେଉଁଠୁ ଆସିଛି ସେଠାରେ ୨୦୦ ରୁ ୩୦୦୦ ପର୍ଯ୍ୟନ୍ତ ଭୁତାଣୁବାହୀ ଲୋକ(Carrier) ଅଛନ୍ତି ।[୨୨]

ପ୍ରତିଷେଧ[ସମ୍ପାଦନା]

ନିଷ୍କ୍ରିୟ ପ୍ରତିରୋଧ(Passive immunization)[ସମ୍ପାଦନା]

ଉଇଲିଅମ୍ ହାମୋନ୍ ୧୯୫୦ ମସିହାରେ ପିଟ୍ସଗର୍ଗରେ ପ୍ରଥମେ ବଞ୍ଚି ଯାଇଥିବା ପୋଲିଓ ରୋଗୀଙ୍କର ରକ୍ତରେ ଥିବା ଗାମା ଗ୍ଲୋବ୍ୟୁଲିନରେ ଥିବା ଆଣ୍ଟିବଡ଼ିକୁ ପୋଲିଓ ରୋଗର ପ୍ରତିଷେଧକ ରୁପେ ଓ ଭୟାବହତା ରୋକିବା ନିମନ୍ତେ ବ୍ୟବହାର କରିବାକୁ ପ୍ରସ୍ତାବ ଦେଲେ । ଡାକ୍ତରୀ ନିରୀକ୍ଷାରେ ଏହା ୮୦ % ଫଳପ୍ରଦ ବୋଲି ଜଣା ପଡ଼ିଲା ।[୨୩] ଗାମା ଗ୍ଲୋବ୍ୟୁଲିନ ବ୍ୟବହାର ବହୁଳ ବ୍ୟବହାର ନିମନ୍ତେ ସୁବିଧା ଜନକ ନୁହେଁ କାରଣ ଏତେ ପରିମାଣ ରକ୍ତ ମିଳିବା ଅସମ୍ଭବ । ଏଣୁ ଡାକ୍ତର ଗୋଷ୍ଠୀ ଟିକା ଉଦ୍ଭାବନ ନିମନ୍ତେ ଲାଗିପଡ଼ିଲେ ।[୨୪]

ଟିକା[ସମ୍ପାଦନା]

ମୂଳ ଲେଖା: Polio vaccine
ପାଟିରେ ପୋଲିଓ ଟିକା ଗ୍ରହଣ କରୁଥିବା ଗୋଟିଏ ଶିଶୁର ଚିତ୍ର ।

ସଲ୍କ ଓ ସାବିନ ନାମରେ ଦୁଇ ପ୍ରକାର ଟିକା ଦିଆଯାଉଛି । ଉଭୟ ଉପଯୁକ୍ତ ପ୍ରତିରୋଧ ସୃଷ୍ଟି କରିବାରେ ସକ୍ଷମ ହେଉଛନ୍ତି । ଏହି ଟିକା ଦ୍ଵାରା ନେଉଥିବା ଲୋକର ପ୍ରତିରୋଧ ଶକ୍ତି ଉତ୍ପନ୍ନ ହେବା ସଙ୍ଗେ ସଙ୍ଗେ ଗୋଷ୍ଠୀ ପ୍ରତିରୋଧ ମଧ୍ୟ ଉତ୍ପନ୍ନ ହେଉଛି ।
୧୯୫୦ ମସିହାରେ ହିଲାରୀ କପ୍ରୋଵିସ୍କି ପ୍ରଥମେ ଦୁର୍ବଳିକୃତ ଭୁତାଣୁ ନେଇ ଟିକା ତିଆରି କଲେ । ୧୯୫୨ ମସିହାରେ ନିଷ୍କ୍ରିୟ ଭୁତାଣୁ ନେଇ ଜୋନାସ୍ ସଲ୍କ୍ ଟିକା ତିଆରି କଲେ । ପୋଲିଓ ଭୁତାଣୁକୁ ମାଙ୍କଡ କଲିଜାରେ କଲ୍‌ଚର କରି ଫର୍ମାଲିନ୍ ଦ୍ଵାରା ନିଷ୍କ୍ରିୟ କଲେ । ଏହାକୁ ଦୁଇ ଡୋଜ୍ ଇଞ୍ଜେକସନ୍ ଦ୍ଵାରା ଲୋକଙ୍କୁ ଦିଆଗଲା ।
୧୯୫୭ ମସିହାରେ ଆଲ୍‌ବର୍ଟ ସାବିନ୍ ଖାଇବା ଟିକା(OPV ବା Oral polio vaccine) ପ୍ରସ୍ତୁତ କଲେ । ଏହି ନିଷ୍କ୍ରିୟ ଭୁତାଣୁ ଖାଦ୍ୟ ନଳିରେ ବଂଶ ବିସ୍ତାର କରନ୍ତି କିନ୍ତୁ ସ୍ନାୟୁରେ ପ୍ରଭାବହୀନ ରହନ୍ତି । ଫଳରେ ଏହି ନିଷ୍କ୍ରିୟ ଭୁତାଣୁ ଯେତେ ବ୍ୟାପିଲେ ମଧ୍ୟ କେବଳ ପ୍ରତିରୋଧ ସୃଷ୍ଟି କରିବାରେ ସହାୟକ ହୁଏ ।
ସାବିନ ଟିକା ପାଟିରେ ଦିଆ ଯାଉଥିବାରୁ ପିଲାମାନେ ସହଜରେ ଗ୍ରହଣ କରନ୍ତି ଓ ଏହା ଶସ୍ତାରେ ଉପଲବ୍ଧ ହୁଏ ।

ଚିକିତ୍ସା[ସମ୍ପାଦନା]

ପୋଲିଓ ରୋଗରୁ ନିଷ୍କୃତି(Cure) ନାହିଁ । ଆଧୁନିକ ଚିକିତ୍ସା ପଦ୍ଧତିରେ ଏହାର ଲକ୍ଷଣ ଉପଶମ, ଜଟୀଳତା ପ୍ରତିରୋଧ ଓ ଯଥା ଶୀଘ୍ର ଆରୋଗ୍ୟ ନିମନ୍ତେ ଚେଷ୍ଟା କରାଯାଏ । ସାହାଯ୍ୟକାରୀ ବ୍ୟବସ୍ଥା ଅନୁସାରେ ଦୁର୍ବଳ ପେଶୀରେ ସଂକ୍ରମଣ ନିରୋଧ ନିମନ୍ତେ ଆଣ୍ଟିବାୟୋଟିକ ଦିଆଯାଏ, ଯନ୍ତ୍ରଣା ଉପଶମକାରୀ ଔଷଧ ଦିଆଯାଏ, ବ୍ୟାୟାମ କରାଯାଏ ଓ ପୁଷ୍ଟିଯୁକ୍ତ ଖାଦ୍ୟ ଦିଆଯାଏ ।[୨୫] ଦୀର୍ଘକାଳୀନ ପୁନର୍ବାସନ ନିମନ୍ତେ ଧନ୍ଦାଗତ ଚିକିତ୍ସା, ଅର୍ଥୋଟିକ୍ ବ୍ୟବହାର, ଫିଜିକାଲ ଥେରାପି ଓ ଅନେକ କ୍ଷେତ୍ରରେ ଶଲ୍ୟ ଚିକିତ୍ସା ଆବଶ୍ୟକ ହୁଏ ।
ଅର୍ଥୋଟିକ ଉପଚାରରେ ବିଶେଷ ଧରଣର ଯୋତା, ଏ.ଏଫ୍.ଓ., କେ.ଏ.ଏଫ୍.ଓ., ଭଳି ଉପକରଣ ବ୍ୟବହାର ନିମନ୍ତେ ଉପଦେଶ ଦିଆଯାଏ । ଉପଯୁକ୍ତ ଅର୍ଥୋଟିକ ବ୍ୟବହାର କଲେ ଚାଲି ଉତ୍ତମ ହୁଏ, ଯନ୍ତ୍ରଣା ଶୂନ୍ୟ ହୁଏ ଓ ବିପଦମୁକ୍ତ ହୁଏ ।[୨୬]
ଛାତି ମାଂସପେଶୀ ପାରାଲିସିସ ଭୋଗୁଥିବା ରୋଗୀଙ୍କ ନିମନ୍ତେ ଅଧୁନା ଜ୍ୟାକେଟ ଭଳି ଦେଖାଯାଉଥିବା ବିଯୁକ୍ତାତ୍ମକ ଭେଣ୍ଟିଲେଟର ପିନ୍ଧି ଚଳ ପ୍ରଚଳ ହେଉଛନ୍ତି ।

ପୂର୍ବାନୁମାନ[ସମ୍ପାଦନା]

ପୋଲିଓ ଯୋଗୁ ଗୋଟିଏ ଶିଶୁର ଡାହାଣ ଗୋଡ ବିକଳାଙ୍ଗ ହୋଇଛି ।

ଫଳହୀନ(Abortive) ପୋଲିଓ ସମ୍ପୁର୍ଣ୍ଣ ଆରୋଗ୍ୟ ହୁଏ । ଆସେପ୍ଟିକ ମେନିଞ୍ଜାଇଟିସ୍ ଦୁଇରୁ ଦଶ ଦିନ ରହି ଆରୋଗ୍ୟ ଲାଭ କରେ । ମେରୁଦଣ୍ଡୀୟ ପୋଲିଓରେ ସ୍ନାୟୁ କୋଷ ସମ୍ପୁର୍ଣ୍ଣ ନଷ୍ଟ ହୋଇ ଯାଇଥିଲେ ପାରାଲିସିସ ଚିରଦିନ ରହେ । କୋଷ ସମ୍ପୁର୍ଣ୍ଣ ନଷ୍ଟ ନ ହୋଇଥିଲେ ୪ ରୁ ୬ ସପ୍ତାହ ମଧ୍ୟରେ ଭଲ ହୋଇଯାଏ ।[୨୭] ଅର୍ଦ୍ଧେକ ରୋଗୀ ସମ୍ପୁର୍ଣ୍ଣ ଭଲ ହୁଅନ୍ତି, ଏକ ଚତୁର୍ଥାଂଶ ରୋଗୀଙ୍କର ସାମାନ୍ୟ ଅସୁବିଧା ରହେ ଓ ବାକି ରୋଗୀମାନଙ୍କର ବହୁତ ଅକର୍ମନ୍ୟତା ରହେ ।[୨୮] ପ୍ରତିରୋଧ ଶକ୍ତି ବେଶୀ ଥିଲେ କମ ପାରାଲିସିସ୍ ହୁଏ ଓ ଭୁତାଣୁ ରକ୍ତରେ ଅଧିକ ଥିଲେ ଅଧିକ ପାରାଲିସିସ୍ ହୁଏ ।
ଶ୍ଵାସକୀୟ ସାହାଯ୍ୟ ନ ମିଳିଲେ ଶ୍ଵାସରୁଦ୍ଧ ହୁଏ ବା ତରଳ ପଦାର୍ଥ ଶ୍ଵାସ ନଳୀରେ ଜମା ହୋଇ ନିମୋନିଆ ହୁଏ । ୫ ରୁ ୧୦ % ରୋଗୀ ଛାତି ପେଶୀ ପାରାଲିସିସ୍ ଯୋଗୁ ମୃତ୍ୟୁ ବରଣ କରନ୍ତି ।

ପୁନର୍ଲାଭ(Recovery)[ସମ୍ପାଦନା]

ଅଧିକାଂଶ ପୋଲିଓ ପାରାଲିସିସ୍ ଅଳ୍ପ ଦିନ ରହେ । ପେଶୀ ଶକ୍ତି ୬ ରୁ ୮ ମାସ ମଧ୍ୟରେ ଫେରି ଆସେ । ସ୍ନାୟୁ ଅଧା ନଷ୍ଟ ହୋଇଗଲେ ମଧ୍ୟ ପୂର୍ଣ୍ଣ ଶକ୍ତି ମିଳିଯାଏ ।[୨୯] ଯଦି ପାରାଲିସିସ୍ ଏକ ବର୍ଷରୁ ଅଧିକ କାଳ ରହେ, ତାହା ହେଲେ ପ୍ରାୟ ସବୁ ଦିନ ନିମନ୍ତେ ରହିଯାଏ ଯଦିଓ ସ୍ଵଳ୍ପ କେତେକ ଆଂଶିକ ଭଲ ହୁଏ ।
ସ୍ନାୟୁ ନଷ୍ଟ ହେବା ପରେ ଅଗ୍ରଭାଗରୁ କିଛି ନୂଆ ଶାଖା ବା ଆକ୍ସନ ସ୍ପ୍ରାଉଟ ବାହାରେ ।[୩୦] ଏହି ଶାଖାଗୁଡିକ ପାରାଲିସିସ୍ ହୋଇ ଯାଇଥିବା ପେଶୀମାନଙ୍କ ସାଥୀରେ ପୁନର୍ବାର ସଂଯୁକ୍ତ ହୋଇ ଯାଏ[୩୧] ଓ ସେମାନଙ୍କୁ କାର୍ଯ୍ୟକ୍ଷମ କରାଏ ।[୩୨] ଏହି ସ୍ପ୍ରାଉଟିଙ୍ଗ ଦ୍ଵାରା ୨୦୦ ପେଶୀ କୋଷ ସଂଯୋଗ କରୁଥିବା ସ୍ନାୟୁ ୮୦୦ ରୁ୧୦୦୦ ପେଶୀକୋଷ ସହ ସଂଯୁକ୍ତ ହୋଇ ପାରେ । ବ୍ୟାୟାମ ଦ୍ଵାରା ଟାଇପ ୨ ପେଶୀ ସୂତ୍ର ଟାଇପ ୧ ରେ ପରିଣତ ହୋଇଯାଏ ଓ ପେଶୀ ଶକ୍ତ ହୁଏ ।[୩୩]
ସ୍ଵଳ୍ପ କାମ କରୁଥିବା ସୁସ୍ଥ କିନ୍ତୁ ଦୁର୍ବଳ ମାଂସପେଶୀ ଗୁଡିକ ଅଭାବ ଭରଣ କରିବା ନିମନ୍ତେ ନିଜର ସମସ୍ତ ଶକ୍ତିର ବିକାଶ କରନ୍ତି ଓ ଲିଗାମେଣ୍ଟ ଗୁଡିକୁ ବ୍ୟବହାର କରି ଅଙ୍ଗମାନଙ୍କୁ ସ୍ଥିର ରଖନ୍ତି ।

ଜଟୀଳତା[ସମ୍ପାଦନା]

ପାରାଲିସିସର ପ୍ରାଥମିକ ଅବସ୍ଥାରେ କେତେକ ଜଟୀଳତା ଲକ୍ଷ କରାଯାଏ । ଅସ୍ଥି ବକ୍ର ହୁଏ, ଗଣ୍ଠି ଦୃଢ ହୋଇଯାଏ ଓ ଚଳପ୍ରଚଳ ସମ୍ଭବ ହୋଇ ପାରେ ନାହିଁ । କିଛି ପେଶୀ ଶିଥିଳ ହୋଇଗଲେ ଅନ୍ୟ ପେଶୀମାନେ ମଧ୍ୟ ପ୍ରଭାବିତ ହୁଅନ୍ତି । ଏହାର ଗୋଟିଏ ଉଦାହରଣ ହେଲା ଇକ୍ଵିନସ ପାଦ । ପାଦକୁ ଉପରକୁ ଟେକିବା ପେଶୀ ଦୁର୍ବଳ ହେଲେ ଏହିଭଳି ବିକଳାଙ୍ଗ ହୁଏ । ଏହା ତୁରନ୍ତ ଚିକିତ୍ସା ନ ପାଇଲେ ଗୋଛି ରଜ୍ଜୁ ସଙ୍କୁଚିତ ହୋଇଯାଏ ଓ ଏହି ବିକଳାଙ୍ଗ ଚିରଦିନ ପାଇଁ ରହିଯାଏ । ଇକ୍ଵିନସ ପାଦରେ ଚାଲିବା ଅସୁବିଧା ହୁଏ, କାରଣ ଗୋଇଠି ତଳେ ଲାଗେ ନାହିଁ । ସେହି ଭଳି ଉପର ଅବୟବ ପେଶୀ ଦୁର୍ବଳ ହେଲେ ବିକଳାଙ୍ଗ ସୃଷ୍ଟି ହୁଏ ।[୩୪] ପୋଲିଓରେ ଗୋଟିଏ ଗୋଡ଼ ବେଳେ ବେଳେ ବଢେ ନାହିଁ । ଅନ୍ୟ ଗୋଡ଼ ଅପେକ୍ଷା ଛୋଟ ହେବା ଯୋଗୁ ରୋଗୀ ଛୋଟେଇ ଛୋଟେଇ ଚାଲେ । ଏହି କାରଣରୁ ମେରୁ ଅସ୍ଥି ବଙ୍କା(Scoliosis) ହୋଇଯାଏ । ଅସ୍ଥି ଦୁର୍ବଳ ହେବା ଯୋଗୁ ଭାଙ୍ଗିଯାଏ । ଏପିଫିସିଓଡେସିସ ଅପରେଶନ କରି ଦୁଇ ଗୋଡ଼ର ଲମ୍ଵା ସମାନ ରଖାଯାଏ । ପେଶୀ ଶକ୍ତି ସମାନତା ନ ଥିଲେ ପେଶୀ ରଜ୍ଜୁ ସ୍ଥାନାନ୍ତର କରି ପେଶୀ ଶକ୍ତି ସମତୁଲ କରାଯାଏ । ଅଧିକ ବ୍ରେସ୍ ଓ ହୁଇଲଚେୟାର ବ୍ୟବହାର କଲେ ସ୍ନାୟୁ ଚିପି ହୋଇ ଦୁର୍ବଳ ହୋଇଯାଏ । ଗୋଡ଼ ଶୀରାରେ ରକ୍ତ ସଞ୍ଚାଳନ ହୋଇ ନ ପାରି ରକ୍ତ ଜମା ହୋଇଯାଏ ।[୩୫][୩୬] ବହୁତ ଦିନ ଧରି ଚଳତ୍ ଶକ୍ତି ହୀନ ହୋଇ ରହିଲେ ପଲ୍‌ମୋନାରି ଇଡିମା, ଆସ୍ପିରେସନ ନିମୋନିଆ, ମୂତ୍ରାଙ୍ଗ ସଂକ୍ରମଣ, ବୃକ୍‌କ ପଥର, ପାରାଲିଟିକ୍ ଇଲିଅସ୍, ମାୟୋକାର୍ଡାଇଟିସ୍ ଓ କର୍ ପଲ୍‌ମୋନେଲ୍ ଭଳି ଜଟିଳତାମାନ ଉତ୍ପନ୍ନ ହୁଏ ।

ପୋଷ୍ଟ ପୋଲିଓ ସିନ୍‌ଡ୍ରୋମ୍[ସମ୍ପାଦନା]

ପିଲା ଦିନର ପୋଲିଓ ପାରାଲିସିସ ତୀବ୍ର ସଂକ୍ରମଣରୁ ରକ୍ଷା ପାଇଥିବା କେତେକ ଲୋକଙ୍କର ଦଶ ବର୍ଷ ପରେ ମଧ୍ୟ ଅଧିକ ଲକ୍ଷଣ ପ୍ରକାଶ ପାଏ[୩୭], ମାଂସପେଶୀ ଅଧିକ ଦୁର୍ବଳ ହୁଏ ବହୁତ ଥକ୍କା ଲଗେ । ଏହାକୁ ପୋଷ୍ଟ ପୋଲିଓ ସିନ୍‌ଡ୍ରୋମ୍ କୁହାଯାଏ ।[୩୮] ଭଲ ହୋଇ ଆସିବା ପରେ ବଡ଼ ଆକାରର ମଟର ଏକକ କୌଣସି କାରଣରୁ କାର୍ଯ୍ୟକ୍ଷମ ହୋଇ ପାରେ ନାହିଁ ।[୩୯][୪୦] ଏହି ସଂକଟ ଆସିବାରେ ସାହାଯ୍ୟ କରେ: ଅଧିକ କାର୍ଯ୍ୟ, କମ କାର୍ଯ୍ୟ ଓ ଅତିବାହିତ ସମୟ । ଏହି ଅବସ୍ଥା ସଂକ୍ରମଣ କରେ ନାହିଁ ବା ପୋଲିଓ ଭୁତାଣୁ ବିତରଣ କରେ ନାହିଁ ।

ସଂକ୍ରମଣ ଅନୁଶୀଳନ[ସମ୍ପାଦନା]

Disability-adjusted life year for poliomyelitis per 100,000 inhabitants in 2004.
  no data
  <0.3
  0.3-0.75
  0.75-1.2
  1.2-1.65
  1.65-2.1
  2.1-2.55
  2.55-3
  3-4
  4-5
  5-7.5
  7.5-10
  >10


ଆହୁରି ଦେଖନ୍ତୁ: Poliomyelitis eradication

ପଶ୍ଚିମ ପୃଥିବୀରେ ପୋଲିଓ କ୍ଵଚିତ ଥିଲେ ମଧ୍ୟ ଦକ୍ଷିଣ ଏସିଆର ପାକିସ୍ଥାନ, ଆଫ୍ରିକାର ନାଇଜେରିଆ ଦେଶମାନଙ୍କରେ ଏ ପର୍ଯ୍ୟନ୍ତ ଏହାର ପ୍ରାଦୁର୍ଭାବ ରହିଛି । ଡବ୍ଲ୍ୟୁ.ଏଚ୍.ଓ., ୟୁନିସେଫ୍ ଓ ରୋଟାରି ଫାଉଣ୍ଡେସନ୍ ମଳିତ ଭାବେ ୧୯୮୮ ମସିହାଠାରୁ ପୃଥିବୀକୁ ପୋଲିଓ ମୁକ୍ତ କରିବା କାର୍ଯ୍ୟ ଆରମ୍ଭ କଲେ ।[୪୧] ୧୯୮୮ ମସିହାରେ ୩୫୦୦୦୦ ରୋଗୀ ଚିହ୍ନଟ ହୋଇ ଥିବା ବେଳେ ୨୦୦୧ ମସିହାରେ ବର୍ଷକୁ ପ୍ରାୟ ୧୦୦୦ ରୋଗୀ ମାତ୍ର ଚିହ୍ନଟ ହୋଇଛନ୍ତି ।[୪୨][୪୩][୪୪] ନିର୍ମୂଳ ତାଲିକାରେ ମାତ୍ର ଦୁଇଟି ରୋଗ ଅଛି: ପୋଲିଓ ଓ ଗିନିଵର୍ମ । ବସନ୍ତ ରୋଗ ୧୯୭୯ ମସିହାରୁ ଧରା ପୃଷ୍ଠରୁ ନିଶ୍ଚିହ୍ନ ହୋଇ ଯାଇଛି ।[୪୫] ୧୯୯୪ ମସିହାରେ ଆମେରିକା ପୋଲିଓ ମୁକ୍ତ ହେବା ଘୋଷଣା କରଗଲା ।[୪୬] ୨୦୦୦ ମସିହାରେ ଚୀନ ଓ ଅଷ୍ଟ୍ରେଲିଆ ସହ ୩୬ ଟି ଦେଶଙ୍କୁ ପୋଲିଓ ମୁକ୍ତ ଘୋଷଣା କରାଗଲା ।[୪୭][୪୮] ୟୁରୋପକୁ ୨୦୦୦ ମସିହାରେ ପୋଲିଓ ମୁକ୍ତ ଘୋଷଣା କରାଗଲା ।[୪୯] ୨୦୧୨ ସୁଦ୍ଧା ନାଇଜେରିଆ, ଆଫ୍‌ଗାନିସ୍ଥାନ ଓ ପାକିସ୍ଥାନ[୪୨][୫୦] ଦେଶମାନଙ୍କରେ ପୋଲିଓ ସୀମିତ ରୋଗ ଭାବେ ରହିଛି ଓ ନିକଟବର୍ତ୍ତୀ ଦେଶମାନଙ୍କୁ ବ୍ୟାପୁଛି ।[୫୧] ଚୀନ ଦେଶ ଦଶ ବର୍ଷ ଧରି ପୋଲିଓ ମୁକ୍ତ ଥିଲେ ମଧ୍ୟ ୨୦୧୧ ରେ ପାକିସ୍ଥାନରୁ ଭୁତାଣୁ ଆସି ମହାମାରୀ ହୋଇଥିଲା ।[୫୨] ୨୦୧୧ ମସିହାରେ ଭାରତରେ ପୋଲିଓ ହେବା ଖବର ନ ଥିବାରୁ ୨୦୧୨ ମସିହାରେ ସୀମିତ ରୋଗଗ୍ରସ୍ତ ଦେଶ ତାଲିକାରୁ ଏହାର ନାମ ଉଠାଇ ଦିଆଗଲା । ଆଉ ଦୁଇ ବର୍ଷ ପୋଲିଓ ରିପୋର୍ଟ ନ ମିଳିଲେ ଭାରତ ପୋଲିଓ ମୁକ୍ତ ବୋଲି ଘୋଷଣା କରାଯିବ ।[୫୩][୫୪]
ଉତ୍ତର ନାଇଜେରିଆ ଏକ ସମୟରେ ପୋଲିଓ ମୁକ୍ତ ବୋଲି ଧରା ଯାଉଥିବା ବେଳେ ସେଠାରେ ଏକ ମୁସ୍‌ଲିମ ଫତଵା ଜରି କୁହାଗଲା ଯେ ପୋଲିଓ ବୁନ୍ଦା ଦେଇ ଆମେରିକା ଓ ୟୁ.ଏନ୍.ଓ. ଲୋକମାନଙ୍କୁ ବନ୍ଧ୍ୟା କରୁଛନ୍ତି । ଫଳତଃ ଏହି ଦେଶରେ ପୁନର୍ବାର ପୋଲିଓ ମହାମାରୀ ହୋଇ ନିକଟବର୍ତ୍ତୀ ଦେଶମାନଙ୍କୁ ବ୍ୟାପିବାକୁ ଲାଗିଲା ।[୫୫]

ଇତିହାସ[ସମ୍ପାଦନା]

ମୂଳ ଲେଖା: History of poliomyelitis
ମିଶର ଦେଶରେ ତିଆରି ପ୍ରସ୍ତର ଖଣ୍ଡ ଉପରେ ପୋଲିଓ ରୋଗୀର ଚିତ୍ର । ୧୮ତମ ଫାରାଓ ରାଜବଂଶ (ଖ୍ରୀ.ପୂ. ୧୪୦୩ ରୁ ୧୩୬୫)

ପ୍ରାଗ୍ଐତିହାସିକ ଯୁଗରେ ପୋଲିଓ ରୋଗର ପରିଣାମ ବିଷୟରେ ଜଣାଥିଲା । ମିଶାରୀୟ ଚିତ୍ରକଳା ଓ ଶିଳାଲେଖରେ ସରୁ ଅବୟବ ଥିବା ମଣିଷ ଓ ବାଡି ଧରିଥିବା ପିଲାର ଚିତ୍ର ଦେଖିବାକୁ ମିଳେ । ଏହି ରୋଗ ବିଷୟରେ ପ୍ରଥମ ଲେଖା ମାଇକେଲ୍ ଅଣ୍ଡରଉଡ୍ ୧୭୮୯ ମସିହାରେ ପ୍ରଥମେ ପୋଲିଓକୁ "ନିମ୍ନ ଅବୟବର ଦୁର୍ବଳତା" ଆକାରରେ ଲେଖିଥିଲେ । ଜାକୋବ ହେଇନ୍‌ଙ୍କ ଦ୍ଵାରା ୧୮୪୦ ଓ କାର୍ଲ ଓସ୍କାରଙ୍କ ଦ୍ଵାରା ୧୮୯୦ ମସିହାରେ ହେନିମେଡିନ(Heine-Medin disease.) ନାମ ଦିଆଯାଇଥିଲା । ପରେ ଏହାର ନାମ ଇନ୍‌ଫାଣ୍ଟାଇଲ୍ ପାରାଲିସିସ୍ ରଖାଗଲା ।
ଶିଶୁମାନଙ୍କୁ ୬ ମାସ ହେବା ପୂର୍ବରୁ ପୋଲିଓ ହେବା ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଜଣା ନ ଥିଲା । ଏହା ୬ ମାସରୁ ୪ ବର୍ଷ ବୟଷ୍କ ପିଲାମାନଙ୍କୁ ହେଉଥିଲା । ସେ କାଳର ଦରିଦ୍ର ସ୍ଵାସ୍ଥ୍ୟ ପରିବେଶ ଯୋଗୁ ଭୁତାଣୁ ସଂସ୍ପର୍ଶରେ ଆସିବା ଦ୍ଵାରା ପ୍ରାକୃତିକ ପ୍ରତିରୋଧ ସୃଷ୍ଟି ହେଉଥିଲା । ଉନବିଂଶ ଓ ବିଂଶ ଶତାବ୍ଦୀ ବେଳକୁ ଗୋଷ୍ଠି ସ୍ଵାସ୍ଥ୍ୟରକ୍ଷା, ଶୌଚ ବ୍ୟବସ୍ଥା ଓ ଉନ୍ନତ ପରିବେଶ ସୃଷ୍ଟି କରାଗଲା, ପରିଷ୍କାର ଜଳ ଯୋଗାଣ ହେଲା ଓ ଦୂଷିତ ପଦାର୍ଥ ନିଷ୍କାସନ ବନ୍ଦବୋସ୍ତ କରାଗଲା । କିନ୍ତୁ ଏହା ଫଳରେ ପ୍ରତିରୋଧ ଶକ୍ତି କମିଯାଇ ରୋଗ ସଙ୍କଟ ବୃଦ୍ଧି ପାଇଲା ।
୧୯୦୦ ମସିହା ଆଡ଼କୁ ଛୋଟ ଛୋଟ ମହାମାରୀ ଦେଖାଗଲା ।[୫୬] ୧୯୫୦ ମସିହାରେ ଆମେରିକାରେ ୫ ରୁ ୯ ବର୍ଷ ବୟସ୍କ ପିଲାଙ୍କୁ ପୋଲିଓ ହେଲା ଓ ୧୫ ବର୍ଷ ବୟଷ ଉପର ଲୋକଙ୍କ ସଂଖ୍ୟା ଏକ ତୃତୀୟାଂଶ ହେବା କେଖାଗଲା ।[୫୭] ସେଠାରେ ୧୯୫୨ ମସିହାରେ ୫୮୦୦୦ ଲୋକଙ୍କୁ ପୋଲିଓ ହୋଇଥିଲା, ୩୧୪୫ ଲୋକ ମୃତ୍ୟୁ ବରଣ କରିଥିଲେ ଓ ୨୧୨୬୯ ଲୋକ ପାରାଲିସିସର ଶିକାର ହୋଇଥିଲେ । ଏତିକି ବେଳେ ଇଣ୍ଟେନସିଭ କେୟାର ମେଡିସିନ ସୃଷ୍ଟି ହୋଇଥିଲା ।[୫୮]

ଆଧାର[ସମ୍ପାଦନା]

  1. Cohen JI (2004). "Chapter 175: Enteroviruses and Reoviruses". In Kasper DL, Braunwald E, Fauci AS, et al. (eds.). Harrison's Principles of Internal Medicine (16th ed.). McGraw-Hill Professional. ପୃଷ୍ଠା. 1144. ISBN 0-07-140235-7. 
  2. ୨.୦ ୨.୧ Chamberlin SL, Narins B (eds.) (2005). The Gale Encyclopedia of Neurological Disorders. Detroit: Thomson Gale. ପୃଷ୍ଠା. 1859–70. ISBN 0-7876-9150-X. 
  3. Ryan KJ, Ray CG (eds.) (2004). "Enteroviruses". Sherris Medical Microbiology (4th ed.). McGraw Hill. ପୃଷ୍ଠା. 535–7. ISBN 0-8385-8529-9. 
  4. ୪.୦ ୪.୧ Atkinson W, Hamborsky J, McIntyre L, Wolfe S (eds.) (2009). "Poliomyelitis" (PDF). Epidemiology and Prevention of Vaccine-Preventable Diseases (The Pink Book) (11th ed.). Washington DC: Public Health Foundation. ପୃଷ୍ଠା. 231–44. http://www.cdc.gov/vaccines/pubs/pinkbook/downloads/polio.pdf. 
  5. Aylward R (2006). "Eradicating polio: today's challenges and tomorrow's legacy". Ann Trop Med Parasitol 100 (5–6): 401–13. doi:10.1179/136485906X97354. PMID 16899145. 
  6. Heymann D (2006). "Global polio eradication initiative". Bull. World Health Organ. 84 (8): 595. doi:10.2471/BLT.05.029512. PMC 2627439. PMID 16917643. http://web.archive.org/web/20080530084106/http://www.scielosp.org/scielo.php?script=sci_arttext&pid=S0042-96862003000900020. 
  7. McNeil, Donald (February 1, 2011). "In Battle Against Polio, a Call for a Final Salvo". New York Times. http://www.nytimes.com/2011/02/01/health/01polio.html?ref=science. Retrieved 1 Feb 2011. ; excerpt, "... getting rid of the last 1 percent has been like trying to squeeze Jell-O to death. As the vaccination fist closes in one country, the virus bursts out in another .... The [eradication] effort has now cost $9 billion, and each year consumes another $1 billion."
  8. Falconer M, Bollenbach E (2000). "Late functional loss in nonparalytic polio". American journal of physical medicine & rehabilitation / Association of Academic Physiatrists 79 (1): 19–23. doi:10.1097/00002060-200001000-00006. PMID 10678598. 
  9. Leboeuf C (1992) (PDF). The late effects of Polio: Information For Health Care Providers.. Commonwealth Department of Community Services and Health. ISBN 1-875412-05-0. Archived from the original on June 25, 2008. http://web.archive.org/web/20080625212726/http://www.health.qld.gov.au/polio/gp/GP_Manual.pdf. Retrieved 2008-08-23. 
  10. Wood, Lawrence D. H.; Hall, Jesse B.; Schmidt, Gregory D. (2005). Principles of Critical Care (3rd ed.). McGraw-Hill Professional. ପୃଷ୍ଠା. 870. ISBN 0-07-141640-4. 
  11. Todar K (2006). "Polio". Ken Todar's Microbial World. University of Wisconsin - Madison. http://textbookofbacteriology.net/themicrobialworld/Polio.html. Retrieved 2007-04-23. 
  12. Sabin A (1956). "Pathogenesis of poliomyelitis; reappraisal in the light of new data". Science 123 (3209): 1151–7. doi:10.1126/science.123.3209.1151. PMID 13337331. 
  13. Silverstein A, Silverstein V, Nunn LS (2001). Polio. Diseases and People. Berkeley Heights, NJ: Enslow Publishers. ପୃଷ୍ଠା. 12. ISBN 0-7660-1592-0. 
  14. Gawne AC, Halstead LS (1995). "Post-polio syndrome: pathophysiology and clinical management". Critical Review in Physical Medicine and Rehabilitation 7: 147–88. http://www.ott.zynet.co.uk/polio/lincolnshire/library/gawne/ppspandcm-s00.html.  Reproduced online with permission by Lincolnshire Post-Polio Library; retrieved on 2007-11-10.
  15. Young GR (1989). "Occupational therapy and the postpolio syndrome". The American Journal of Occupational Therapy 43 (2): 97–103. PMID 2522741. http://www.ott.zynet.co.uk/polio/lincolnshire/library/gryoung/otapps.html. 
  16. Nathanson N, Martin J (1979). "The epidemiology of poliomyelitis: enigmas surrounding its appearance, epidemicity, and disappearance". Am J Epidemiol 110 (6): 672–92. PMID 400274. 
  17. Frauenthal HWA, Manning JVV (1914). Manual of infantile paralysis, with modern methods of treatment.. Philadelphia Davis. ପୃଷ୍ଠା. 79–101. OCLC 2078290. http://books.google.com/?id=piyLQnuT-1YC&printsec=titlepage. 
  18. Cono J, Alexander LN (2002). "Chapter 10, Poliomyelitis." (PDF). Vaccine Preventable Disease Surveillance Manual (3rd ed.). Centers for Disease Control and Prevention. ପୃଷ୍ଠା. 10–1. Archived from the original on 2008-10-10. http://web.archive.org/web/20081010111421/http://www.cdc.gov/vaccines/pubs/surv-manual/3rd-edition-chpt10_polio.pdf. 
  19. Professional Guide to Diseases (Professional Guide Series). Hagerstown, MD: Lippincott Williams & Wilkins. 2005. ପୃଷ୍ଠା. 243–5. ISBN 1-58255-370-X. 
  20. "Case definitions for infectious conditions under public health surveillance. Centers for Disease Control and Prevention" (PDF). Morbidity and mortality weekly report 46 (RR–10): 26–7. 1997. PMID 9148133. ftp://ftp.cdc.gov/pub/Publications/mmwr/rr/rr4610.pdf. 
  21. Chezzi C (July 1996). "Rapid diagnosis of poliovirus infection by PCR amplification". J Clin Microbiol 34 (7): 1722–5. PMC 229102. PMID 8784577. 
  22. Gawande A (2004-01-12). "The mop-up: eradicating polio from the planet, one child at a time". The New Yorker: 34–40. ISSN 0028-792X. 
  23. Hammon W, Coriell L, Ludwig E, et al. (1954). "Evaluation of Red Cross gamma globulin as a prophylactic agent for poliomyelitis. 5. Reanalysis of results based on laboratory-confirmed cases". J Am Med Assoc 156 (1): 21–7. PMID 13183798. 
  24. Rinaldo C (2005). "Passive Immunization Against Poliomyelitis: The Hammon Gamma Globulin Field Trials, 1951–1953". Am J Public Health 95 (5): 790–9. doi:10.2105/AJPH.2004.040790. PMC 1449257. PMID 15855454. 
  25. Daniel, Thomas M.; Robbins, Frederick C. (1997). Polio. Rochester, N.Y., USA: University of Rochester Press. ପୃଷ୍ଠା. 8–10. ISBN 1-58046-066-6. 
  26. http://europepmc.org/abstract/MED/2719540
  27. Neumann D (2004). "Polio: its impact on the people of the United States and the emerging profession of physical therapy" (PDF). The Journal of orthopaedic and sports physical therapy 34 (8): 479–92. PMID 15373011. http://www.post-polio.org/edu/hpros/Aug04HistPersNeumann.pdf.  Reproduced online with permission by Post-Polio Health International; retrieved on 2007-11-10.
  28. Cuccurullo SJ (2004). Physical Medicine and Rehabilitation Board Review. Demos Medical Publishing. ISBN 1-888799-45-5. http://www.ncbi.nlm.nih.gov/books/bv.fcgi?&rid=physmedrehab.table.8357. 
  29. Sandberg A, Hansson B, Stålberg E (1999). "Comparison between concentric needle EMG and macro EMG in patients with a history of polio". Clinical Neurophysiology 110 (11): 1900–8. doi:10.1016/S1388-2457(99)00150-9. PMID 10576485. 
  30. Cashman NR, Covault J, Wollman RL, Sanes JR (1987). "Neural cell adhesion molecule in normal, denervated, and myopathic human muscle". Ann. Neurol. 21 (5): 481–9. doi:10.1002/ana.410210512. PMID 3296947. 
  31. Agre JC, Rodríquez AA, Tafel JA (1991). "Late effects of polio: critical review of the literature on neuromuscular function". Archives of physical medicine and rehabilitation 72 (11): 923–31. doi:10.1016/0003-9993(91)90013-9. PMID 1929813. 
  32. Trojan DA, Cashman NR (2005). "Post-poliomyelitis syndrome". Muscle Nerve 31 (1): 6–19. doi:10.1002/mus.20259. PMID 15599928. 
  33. Grimby G, Einarsson G, Hedberg M, Aniansson A (1989). "Muscle adaptive changes in post-polio subjects". Scandinavian journal of rehabilitation medicine 21 (1): 19–26. PMID 2711135. 
  34. Sanofi Pasteur. "Poliomyelitis virus (picornavirus, enterovirus), after-effects of the polio, paralysis, deformations". Polio Eradication. Archived from the original on October 7, 2007. http://web.archive.org/web/20071007100336/http://www.polio.info/polio-eradication/front/index.jsp?siteCode=POLIO&lang=EN&codeRubrique=14. Retrieved 2008-08-23. 
  35. Hoyt, William Graves; Miller, Neil; Walsh, Frank (2005). Walsh and Hoyt's clinical neuro-ophthalmology. Hagerstown, MD: Lippincott Williams & Wilkins. ପୃଷ୍ଠା. 3264–65. ISBN 0-7817-4814-3. 
  36. Mayo Clinic Staff (2005-05-19). "Polio: Complications". Mayo Foundation for Medical Education and Research (MFMER). http://www.mayoclinic.com/health/polio/DS00572/DSECTION=complications. Retrieved 2007-02-26. 
  37. "Post-Polio Syndrome Fact Sheet: National Institute of Neurological Disorders and Stroke (NINDS)". http://www.ninds.nih.gov/disorders/post_polio/detail_post_polio.htm. Retrieved 2011-08-02. 
  38. Trojan D, Cashman N (2005). "Post-poliomyelitis syndrome". Muscle Nerve 31 (1): 6–19. doi:10.1002/mus.20259. PMID 15599928. 
  39. Ramlow J, Alexander M, LaPorte R, Kaufmann C, Kuller L (1992). "Epidemiology of the post-polio syndrome". Am. J. Epidemiol. 136 (7): 769–86. doi:10.1093/aje/136.7.769. PMID 1442743. 
  40. Lin K, Lim Y (2005). "Post-poliomyelitis syndrome: case report and review of the literature" (PDF). Ann Acad Med Singapore 34 (7): 447–9. PMID 16123820. http://www.annals.edu.sg/pdf/34VolNo7200508/V34N7p447.pdf. 
  41. Mastny, Lisa (January 25, 1999). "Eradicating Polio: A Model for International Cooperation". Worldwatch Institute. http://www.worldwatch.org/node/1644. Retrieved 2008-08-23. 
  42. ୪୨.୦ ୪୨.୧ Centers for Disease Control and Prevention (CDC) (2006). "Update on vaccine-derived polioviruses". MMWR Morb Mortal Wkly Rep 55 (40): 1093–7. PMID 17035927. 
  43. Centers for Disease Control and Prevention (CDC) (May 2008). "Progress toward interruption of wild poliovirus transmission—worldwide, January 2007–April 2008". MMWR Morb. Mortal. Wkly. Rep. 57 (18): 489–94. PMID 18463607. http://www.cdc.gov/mmwr/preview/mmwrhtml/mm5718a4.htm. 
  44. http://web.archive.org/web/20051003142138/http://www.polioeradication.org/content/general/casecount.pdf 2010-05-05
  45. "Smallpox". WHO Factsheet. http://www.who.int/mediacentre/factsheets/smallpox/en/. Retrieved 2008-08-23. 
  46. Centers for Disease Control and Prevention (CDC) (1994). "International Notes Certification of Poliomyelitis Eradication—the Americas, 1994". MMWR Morb Mortal Wkly Rep (Centers for Disease Control and Prevention) 43 (39): 720–2. PMID 7522302. http://www.cdc.gov/mmwr/preview/mmwrhtml/00032760.htm. 
  47. , (2001). "General News. Major Milestone reached in Global Polio Eradication: Western Pacific Region is certified Polio-Free" (PDF). Health Educ Res 16 (1): 109. doi:10.1093/her/16.1.109. http://her.oxfordjournals.org/cgi/reprint/16/1/109.pdf. 
  48. D'Souza R, Kennett M, Watson C (2002). "Australia declared polio free". Commun Dis Intell 26 (2): 253–60. PMID 12206379. 
  49. "Europe achieves historic milestone as Region is declared polio-free" (Press release). European Region of the World Health Organization. 2002-06-21. Retrieved 2008-08-23. 
  50. Fine PEM (2009). "Polio: Measuring the protection that matters most". J Infect Dis 200 (5): 673–675. doi:10.1086/605331. PMID 19624277. 
  51. Wild Poliovirus case list 2000-2010; data in WHO/HQ as of 09 Nov 2010 http://www.polioeradication.org/tabid/167/iid/80/Default.aspx
  52. "New polio outbreak hits China - CNN.com". CNN. 2011-09-21. http://www.cnn.com/2011/09/21/health/china-polio-outbreak/index.html. 
  53. Ray, Kalyan (26 February 2012). "India wins battle against dreaded polio". Deccan Herald. 
  54. "India polio-free for a year: ‘First time in history we’re able to put up such a map’". The Telegraph. 26 February 2012. http://www.telegraphindia.com/1120226/jsp/frontpage/story_15181357.jsp. Retrieved 26 February 2012. 
  55. Christopher Hitchens (2008). God Is Not Great: How Religion Poisons Everything. Allen & Unwin. ପୃଷ୍ଠା. 51. ISBN 978-1-74175-572-5. http://books.google.com/books?id=cZ1dgxQx8tMC. 
  56. Trevelyan B, Smallman-Raynor M, Cliff A (2005). "The Spatial Dynamics of Poliomyelitis in the United States: From Epidemic Emergence to Vaccine-Induced Retreat, 1910–1971". Ann Assoc Am Geogr 95 (2): 269–93. doi:10.1111/j.1467-8306.2005.00460.x. PMC 1473032. PMID 16741562. 
  57. Melnick JL (1990). Poliomyelitis. In: Tropical and Geographical Medicine (2nd ed.). McGraw-Hill. ପୃଷ୍ଠା. 558–76. ISBN 0-07-068328-X. 
  58. "Louise Reisner-Sénélar (2009) The Danish anaesthesiologist Björn Ibsen a pioneer of long-term ventilation on the upper airways". https://docs.google.com/viewer?a=v&pid=explorer&chrome=true&srcid=0B7CdB217pf6yN2QxOGI5NTUtZWIzYS00N2NhLWFhODQtOGZjMjdhZTlkZGE5&hl=de. 

ଆହୁରି ପଢନ୍ତୁ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]