ପୋର୍ଟାଲ:ବୈଷୟିକ ବିଜ୍ଞାନ/Intro

ଉଇକିପିଡ଼ିଆ‌ରୁ
ସୁପର୍ କମ୍ପୁଟର - ମିରା
ସୁପର୍ କମ୍ପୁଟର - ମିରା

ବୈଷୟିକ ବିଜ୍ଞାନ ହେଉଛି ବିଜ୍ଞାନର ଏକ ଶାଖା, ଯାହାକି ପ୍ରୟୋଗାତ୍ମକ ଦିଗକୁ ସୁଚାଇଥାଏ । ବିଭିନ୍ନ ଯନ୍ତ୍ର, ଉପକରଣ, ଆକୃତି, ସିଷ୍ଟମ ଓ ପଦାର୍ଥ ର ଗଠନ, ମରାମତି ଆଦି ପାଇଁ ବୈଜ୍ଞାନିକ, ଅର୍ଥନୈତିକ, ସାମାଜିକ ଓ ପ୍ରୟୋଗାତ୍ମକ ଜ୍ଞାନକୌଶଳର ବ୍ୟବହାରକୁ ବୈଷୟିକ ବିଜ୍ଞାନ ବା ଇଞ୍ଜିନିୟରିଂ କୁହାଯାଏ ।

ପୁରା ପଢନ୍ତୁ....

ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲୋଜି ଶବ୍ଦଟି ପ୍ରାଚୀନ ଗ୍ରୀକ ଶବ୍ଦାଦ୍ଵୟ τέχνη, techne, "କଳା, କୌଶଳ, ହାତର ଚମତ୍କାରିତା"; ଏବଂ -λογία, -logia "ଅଧ୍ୟୟନ" ରୁ ଅସିଛି । ଏହା ବ୍ୟବହାରିକ ବିଜ୍ଞାନକୁ ସୁଚାଇଥାଏ । କୌଣସି ସମସ୍ୟାର ସମାଧାନ, ପୂର୍ବରୁ ପ୍ରଚଳିତ ସମାଧାନର ଉନ୍ନତି କିମ୍ବା ଜୀବନ ଧାରଣ ମାନରେ ଉନ୍ନତି ପାଇଁ କୌଣସି ଏକ ଯନ୍ତ୍ର, ଉପକରଣ, କଳା କିମ୍ବା କୌଶଳ ର ଗଠନ, ପରିବର୍ତ୍ତନ, ବ୍ୟବହାର ଓ ଜ୍ଞନ ଆହରଣ କୁ ଆମେ ପ୍ରଯୁକ୍ତି ବିଦ୍ୟା କହିଥାଉ ।

ପୁରା ପଢନ୍ତୁ....