ପେଡ଼ିପେଡ଼ିକା
ପେଡ଼ିପେଡ଼ିକା | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Rosids |
ଗଣ: | Malvales |
କୁଳ: | Malvaceae |
ପ୍ରଜାତି: | Abutilon |
ଜାତି: | A. indicum |
ବାଇନୋମିଆଲ ନାମ | |
Abutilon indicum | |
Synonyms | |
Sida indica L. |
ପେଡ଼ିପେଡ଼ିକା (Sida abutilon ବା Abutilon indicum) ଏକ ଔଷଧୀୟ ଉଦ୍ଭିଦ । ଏହାର ସଂସ୍କୃତ ନାମ - ଅତିବଳା, କଙ୍କତିକା, ଋଶ୍ୟାପୃକ୍ତା, ଆଦି । ଇଂରାଜୀ- Country mallow ଓ ବୈଜ୍ଞାନିକ ନାମ Abutilon indicum ।
ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ
[ସମ୍ପାଦନା]ପ୍ରାଦେଶିକ ଭାଷା | ନାମ |
---|---|
ଓଡ଼ିଆ | ପେଡ଼ିପେଡ଼ିକା, ବିଲେଇ ଫୁଲ |
ହିନ୍ଦୀ | କଂଘୀ, କକହି |
ଅହମିୟା | ଜୟବନ୍ଧ, ଜୟପଟେରୀ |
ବଙ୍ଗଳା | ବଦେଲା, ପେଟାରୀ, ଝାଁପୀ |
ଗୁଜରାଟୀ | ଖପାଟ, ଡାବଳୀ, କାଂସକୀ |
ତାମିଲ | ପନିୟାରାହୁଟ୍ଟି, ତୁଟ୍ଟି, ଥୁଥି |
ତେଲୁଗୁ | ଟୁତ୍ତୁରାବେନ୍ଦା |
କନ୍ନଡ | ଶ୍ରୀମୁଦ୍ରିଗିଡା, ମୁଦ୍ରାଗିଡା, ତୁରୁବେ |
କାଶ୍ମିର | କାଥ |
ମାଲାୟାଲାମ | ଉରମ, କଟୁବାନ, ଉରୁବମ୍, ୱାଙ୍କୁରୁନ୍ତୋଟ, ଊର୍ପମ, ତୁଟ୍ଟି |
ଉଦ୍ଭିଦ ସ୍ୱରୂପ ବର୍ଣ୍ଣନା
[ସମ୍ପାଦନା]ଏହା ଏକ ମଖମଲି ଗୁଳ୍ମକ ।
- ପତ୍ର: ଦନ୍ତୁର ଏବଂ ମୃଦୁ ରୋମଶ ।
- ପୁଷ୍ପ: ପୀତ ବର୍ଣ୍ଣ, ପାଖାପାଖି ୧-ଇଞ୍ଚ ବ୍ୟାସ ବିଶିଷ୍ଟ ଯେଉଁଥିରେ ପୁଷ୍ପ ଦଣ୍ଡ ପତ୍ର ପତ୍ରବୃନ୍ତଠାରୁ ଦୁଇଗୁଣ କିମ୍ବା ତିନିଗୁଣ ବଡ଼ ହୋଇଥାଏ ।ସ୍ତ୍ରୀ କେଶର ୧୫ କିମ୍ବା ଅଧିକ ।
- ଫଳ: ଚକ୍ର ବୃତ୍ତ।କାର, ଅପର ପାର୍ଶ୍ୱରେ ପାନିଆଁ ସଦୃଶ ଦନ୍ତୁରିତ ।
- ବୀଜ: ୧୫-୨୦ ସଂଖ୍ୟାରେ ଥାଏ ପାଉଁଶିଆ, କଳା ବର୍ଣ୍ଣ ଯୁକ୍ତ । ଏହାର ଫଳ ବୀଜକୁ ବୀଜବନ୍ଦ କୁହାଯାଏ । ବର୍ଷା ଋତୁରେ ପୁଷ୍ପ ତଥା ଶୀତକାଳରେ ଫଳ ଆସିଥାଏ ।
- ଜାତି: ଏହାର ଦୁଇଟି ଜାତି - ୧. ବଡ଼ ଓ ୨.ଛୋଟ ।
- ବଡ଼ ଜାତି ଗୁଳ୍ମକର ନାମ Abutilon hirtum । ଏହାର କ୍ଷ୍ୟୁପ ବଡ଼ ହୁଏ ଏବଂ ଶାଖା, ପୁଷ୍ପଦଣ୍ଡରେ ଲମ୍ବା ରୋମ ହୋଇଥାଏ ।
ଭୌଗଳିକ ଉତ୍ପତ୍ତି ସ୍ଥାନ
[ସମ୍ପାଦନା]ସମଗ୍ର ଭାରତ ବର୍ଷରେ ଦେଖିବାକୁ ମିଳିଥାଏ । ସମୁଦ୍ର ପତ୍ତନରୁ ୧,୨୦୦ମିଟର ଉଚ୍ଚ ଯାଏଁ ଏହା ଦେଖିବାକୁ ମିଳିଥାଏ । ଏହା ବ୍ୟତୀତ ଏହି ବୃକ୍ଷଟି ସମଗ୍ର ଆଫ୍ରିକା, ଆମେରିକା ତଥା ସମସ୍ତ ଏସିଆ ମହାଦେଶ ଗୁଡିକରେ ସହଜରେ ବଢ଼ିଥାଏ ଏବଂ ପ୍ରାପ୍ତ ହୋଇଥାଏ ।
ରାସାୟନିକ ସଙ୍ଘଟନ
[ସମ୍ପାଦନା]ସମଗ୍ର ବୃକ୍ଷ କ୍ଷାରାଭ(Alkaloids) ଯୁକ୍ତ । କେବଳ ବୀଜରେ ସର୍ବାଧିକ କ୍ଷ୍ୟାରାଭ ମହଜୁଦ ଥାଏ । ଭାସିସିନୋନ (Vasicinone) C11H12N20 ନାମକ ଏକ ବହୁ ଉପଯୋଗୀ ତତ୍ତ୍ୱ ମହଜୁଦ ଥାଏ, ଏହା ଶ୍ୱାସନଳୀ ପ୍ରସାରକ । ଶ୍ୱାସ ରୋଗ ଏବଂ ଶ୍ୱାସନଳୀ ପ୍ରଦାହ ଜନିତ ଶ୍ୱାସରୂଦ୍ଧରେ ଏହା ବହୁଳ ଭାବେ ଉପଯୋଗୀ ।ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷାରାଭ ହେଲା ଏଫେଡ୍ରାଇନ(Ephedrine) ଓ ଏହା ସମଗ୍ର ବୃକ୍ଷରେ ବହୁଳ ଭାବେ ମିଳିଥାଏ । ଏହା ବ୍ୟତୀତ ଏହି ବୃକ୍ଷରୁ ଫାଇଟୋସ୍ଟେରୋଳ୍, ରେଜିନ, ପଟାସିୟମ ନାଇଟ୍ରେଟ୍, ରେଜିନଏସିଡ଼ ଇତ୍ୟାଦି ଯୌଗିକ ମିଳିଥାଏ । ଚେରରୁ ଆଲାଣ୍ଟୋଲାକ୍ଟୋନ, ଆଇସୋ- ଆଲାଣ୍ଟୋଲାକ୍ଟୋନ, ଗାଲିକ ଏସିଡ଼ ମିଳିଥାଏ ।
ଚିକିତ୍ସା ବିଜ୍ଞାନ ପ୍ରମାଣିତ ତଥ୍ୟ
[ସମ୍ପାଦନା]ବେଦନା ସ୍ଥାପକ ଗୁଣ
[ସମ୍ପାଦନା]ଏଥିରେ ଗଚ୍ଛିତ ଇଉଜିନୋଲ ନାମକ ତତ୍ତ୍ୱ ପୀଡ଼ା ଓ ବେଦନା ଉପଶମ କରିବାରେ ସକ୍ଷମ । ଏହା ଗବେଷଣାଗାର ମୂଷାଙ୍କ ଉପରେ ପରୀକ୍ଷଣ କରି ଜଣା ଯାଇଛି ।
କବକ, ବୀଜାଣୁ ରୋଧୀ(Antifungal) ତତ୍ତ୍ୱ
[ସମ୍ପାଦନା]ପତ୍ରରୁ ମିଥାନୋଲ ଆହରିତ ଯୌଗିକ ସଫଳ ଭାବେ ଟ୍ରାଇକୋଫାଇଟମ ରୁବ୍ରମ (Trichophyton rubrum) ନାମକ କବକକୁ ନାଶ କରିବାରେ ସକ୍ଷମ ହୋଇଥାଏ ।
ଆୟୁର୍ବେଦ ମତରେ ଉପଯୋଗ
[ସମ୍ପାଦନା]ଗୁଣର ପ୍ରକାର | ଗୁଣ |
---|---|
ଗୁଣ | ଲଘୁ, ସ୍ନିଗ୍ଧ, ପିଚ୍ଛିଳ |
ରସ | ମଧୁର |
ବୀର୍ଯ୍ୟ | ଶୀତ |
ବିପାକ | ମଧୁର |
କର୍ମ | ବାତ, ପିତ୍ତହର, ବଲ୍ୟ |
ସଂସ୍ଥାନିକ କର୍ମ
[ସମ୍ପାଦନା]- ବାହ୍ୟ:
- ଏହାର ଲେପ ବେଦନା ଶାମକ ଏବଂ ଶୋଥହର(anti-inflammatory) ଅଟେ । ଶ୍ଲୀପଦ ଏବଂ ଚକ୍ଷୁ ଶୋଥ ଏବଂ ଦାହରେ ଏହାର ବାହ୍ୟ ଲେପ ପ୍ରୟୋଗ କରାଯାଇ ଥାଏ ।
- ଆଭ୍ୟନ୍ତର:
- ନାଡିସଂସ୍ଥାନ: ବଲ୍ୟ, ବାତ ହର
- ପାଚନ ସଂସ୍ଥାନ: ଗ୍ରାହୀ
- ରକ୍ତବହ ସଂସ୍ଥାନ: ହୃଦ୍ୟ, ରକ୍ତପିତ୍ତ ଶମକ
- ପ୍ରଜନନ ସଂସ୍ଥାନ: ଶୁକ୍ରଳ ପ୍ରଜା ସ୍ଥାପକ
- ମୂତ୍ରବହ ସଂସ୍ଥାନ: ମୂତ୍ରଳ
- ତାପକ୍ରମ: ଜ୍ୱରଘ୍ନ
- ସାତ୍ମିକରଣ: ବଲ୍ୟ, ବୃଂହଣ ଏବଂ ଓଜ ବର୍ଦ୍ଧକ । ଦୌର୍ବଲ୍ୟ କ୍ଷୟ ରୋଗ ଏବଂ କୃଶତାରେ ଦିଆଯାଏ ।
- ପ୍ରଯୋଜ୍ୟ ଅଙ୍ଗ: ମୂଳ, ବୀଜ, ପତ୍ର ସ୍ୱରସ
- ବିଶିଷ୍ଟ ଯୋଗ: ବଲାଦି କ୍ୱାଥ, ବଳାଦ୍ୟ ଘୃତ, ବଳାଦ୍ୟରିଷ୍ଟ, ଚନ୍ଦନବାଳାଲାକ୍ଷାଦି ତୈଳ
ଆଧାର
[ସମ୍ପାଦନା]- ↑ "Abutilon indicum". Pacific Island Ecosystems at Risk. Archived from the original on 2023-04-26. Retrieved 2008-06-18.
ବାହାର ଆଧାର
[ସମ୍ପାଦନା]- ଦ୍ରବ୍ୟଗୁଣ ବିଜ୍ଞାନ, ୨ୟ ଖଣ୍ଡ: ବରିଷ୍ଠ ଅଧ୍ୟାପକ ପ୍ରିୟବ୍ରତ ଶର୍ମା |
- Ayurvedic pharmacopeia of India –VOL-1 , chapter-13, page-25
- Analgesic principle from Abutilon indicum. Ahmed M, Amin S, Islam M, Takahashi M, Okuyama E, Hossain CF.Source-Department of Pharmacy, University of Dhaka, Bangladesh. deanphrm@du.bangla.net
- Antimycotic activity of the componenets of Abutilon indicum (Malvaceae). Rajalakshmi Padma Vairavasundaram, 1* and Kalaiselvi Senthil2 Drug Invention Today, Vol 1, No 2 (2009)
- Paul, T.K. 'Indian journal of forestry. Ind J For Dec 1987. v. 10 (4) p. 311-312.
- Plant Genetic Resources Conservation Unit, Griffin, GA (S9). United States Department of Agriculture, Agricultural Research Service, Beltsville Area, Germplasm Resources Information Network (GRIN)
- Herbal monograph'Himalayan drugs'
- Natural Resources Conservation Service (NRCS) USDA
- Ayurherbs