ପେଗସେଟାକୋପ୍ଲାନ

ଉଇକିପିଡ଼ିଆ‌ରୁ
ପେଗସେଟାକୋପ୍ଲାନ
Clinical data
Trade namesEmpaveli, Aspaveli
SynonymsAPL-2
AHFS/Drugs.commonograph
data
Pregnancy
category
Routes of
administration
Subcutaneous
Legal status
Legal status
Chemical and physical data
FormulaC170H248N50O47S4
Molar mass୩,୮୭୨.୪0 g·mol−1

ପେଗସେଟାକୋପ୍ଲାନ (ଇଂରାଜୀ ଭାଷାରେ Pegcetacoplan), ଏମ୍ପାଭେଲି ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ପାରୋକ୍ସିସମାଲ ରାତ୍ରୀକାଳୀନ ହେମୋଗ୍ଲୋବିନୁରିଆ (paroxysmal nocturnal hemoglobinuria PNH) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୩] [୨] ନିର୍ଦ୍ଦିଷ୍ଟ ଭାବରେ ଏହା ବୟସ୍କମାନଙ୍କଠାରେ ବ୍ୟବହୃତ ହୁଏ, ବିଶେଷତଃ ଯେଉଁମାନଙ୍କର ସି୫ ଇନହିବିଟର ନାମକ ଔଷଧ ସେବନ କରିବା ସତ୍ତ୍ୱେ ସ୍ୱଳ୍ପ ଲୋହିତ ରକ୍ତ କଣିକା ଜାରି ରହେ ।[୨] ଚର୍ମ ତଳେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ୍-ସ୍ଥାନ ପ୍ରତିକ୍ରିୟା, ସଂକ୍ରମଣ, ତରଳ ଝାଡ଼ା, ପେଟ ଯନ୍ତ୍ରଣା, ଶ୍ୱାସନଳୀ ସଂକ୍ରମଣ, ଭୂତାଣୁ ସଂକ୍ରମଣ, ଥକାପଣ ଏବଂ ଜ୍ୱର ହୋଇପାରେ ।[୩] ଗର୍ଭାବସ୍ଥାରେ ଦେଲେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୩] ଟୀକାକରଣ ହୋଇଥିବା ଲୋକଙ୍କୁ ବ୍ୟବହାର କରିବା ଆବଶ୍ୟକ ଅଟେ । [୨] ଏହା କମ୍ପ୍ଲିମେଣ୍ଟ ପ୍ରୋଟିନ୍ ସି୩ ସ‌ହିତ ବାନ୍ଧି ହୁଏ ଏବଂ ପ୍ରତିରୋଧ କରି କାର୍ଯ୍ୟକ୍ଷମ ହୁଏ ।[୨]

୨୦୨୧ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ପେଗସେଟାକୋପ୍ଲାନ ଅନୁମୋଦିତ ହୋଇଥିଲା ।[୩] [୨] ଯୁକ୍ତରାଜ୍ୟରେ ୪ ସପ୍ତାହର ଔଷଧ ବ୍ୟବ‌ହାର ପାଇଁ ୨୪,୮୦୦ ଖର୍ଚ୍ଚ ହୁଏ ।[୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୭,୦୦୦ ଡଲାର ଅଟେ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Empaveli APMDS". Therapeutic Goods Administration (TGA). 17 February 2022. Retrieved 20 February 2022.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Aspaveli EPAR". European Medicines Agency (EMA). Archived from the original on 17 December 2021. Retrieved 18 December 2021.
  3. ୩.୦ ୩.୧ ୩.୨ ୩.୩ ୩.୪ "Empaveli- pegcetacoplan injection, solution". DailyMed. Archived from the original on 13 July 2021. Retrieved 13 July 2021.
  4. "FDA approves new treatment for adults with serious rare blood disease". U.S. Food and Drug Administration (FDA). 14 May 2021. Archived from the original on 14 May 2021. Retrieved 14 May 2021.  This article incorporates text from this source, which is in the public domain.
  5. "Pegcetacoplan". SPS - Specialist Pharmacy Service. 12 March 2019. Archived from the original on 16 October 2021. Retrieved 30 October 2022.
  6. "Empaveli Prices, Coupons, Copay & Patient Assistance". Drugs.com (in ଇଂରାଜୀ). Archived from the original on 25 May 2022. Retrieved 30 October 2022.