ପାରିକରିବେ ଭୋଳାଶଙ୍କର

ଉଇକିପିଡ଼ିଆ‌ରୁ
ପାରିକରିବେ ଭୋଳାଶଙ୍କର
ନିର୍ଦ୍ଦେଶକମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକଅଜୟ ରାଉତ
ସଂଳାପଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟଚିନ୍ମୟ ଦାସ ପଟ୍ଟନାୟକ
କାହାଣୀଚିନ୍ମୟ ଦାସ ପଟ୍ଟନାୟକ
କଳାକାରଦୀପକ ବାରିକ
ସସ୍ମିତା ପିୟାଲି ସାହୁ
ପିଣ୍ଟୁ ନନ୍ଦ
ପ୍ରଦ୍ୟୁମ୍ନ ଲେଙ୍କା
ବୀଣା ମହାରଣା
ସଙ୍ଗୀତପ୍ରଶାନ୍ତ ପାଢ଼ୀ
ଚିତ୍ରଗ୍ରହଣଆର୍. ଭଗତ ସିଂହ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୬ ନଭେମ୍ବର ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ପାରିକରିବେ ଭୋଳାଶଙ୍କର ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ ରାଉତ । ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ ।[୨] ସଙ୍ଗୀତକାର ପ୍ରଶାନ୍ତ ପାଢ଼ୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ବାରିକ ଓ ସସ୍ମିତା ପିୟାଲି ସାହୁ ।[୩] ପିଣ୍ଟୁ ନନ୍ଦ, ପ୍ରଦ୍ୟୁମ୍ନ ଲେଙ୍କା, ବୀଣା ମହାରଣା, ରବି ମିଶ୍ର, ସୌମ୍ୟ, ଗୁଡ୍ଡୁ, ଲକି, ସୌରାନ୍ସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧] ଏହି କଥାଚିତ୍ରଟି ୨୦୨୨ ମସିହାର ନଭେମ୍ବର ୬ ତାରିଖରେ, ବଡ଼ ଓଷା ଅବସରରେ ଜୀ ସାର୍ଥରେ ମୁକ୍ତିଲାଭ କରିଥିଲା ।[୪]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ[୧] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨] ହ୍ୟୁମାନ ସାଗର, ଅସୀମା ପଣ୍ଡା, ସତ୍ୟଜିତ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ, ସୋହିନୀ ମିଶ୍ର, ତାରିକ୍ ଅଜିଜ୍, ବିଷ୍ଣୁମୋହନ କବି, ସ୍ୱସ୍ତିକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୫] ୩୧ ଅକ୍ଟୋବର ୨୦୨୨ରେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।[୬]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ହର ହର ମହାଦେବ"ଅନ୍ତରା ଚକ୍ରବର୍ତ୍ତୀ, ବିଷ୍ଣୁମୋହନ କବି, ସ୍ୱସ୍ତିକ 
2."ପାରିକରିବେ ଭୋଳାଶଙ୍କର"ଅନ୍ତରା ଚକ୍ରବର୍ତ୍ତୀ, ବିଷ୍ଣୁମୋହନ କବି 
3."ଦିଲ୍ ତତେ ଦେଇଦେଲିରେ"ସୋହିନୀ ମିଶ୍ର, ତାରିକ୍ ଅଜିଜ୍ 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ବଡ଼ଓଷା ଅବସରରେ ଜୀ ସାର୍ଥକରେ ପ୍ରସାରିତ ହେବ ନୂଆ ଓଡ଼ିଆ ଚଳଚ୍ଚିତ୍ର 'ପାରି କରିବେ ଭୋଳା ଶଙ୍କର'". Sambad. 6 November 2022. Archived from the original on 26 December 2022. Retrieved 26 December 2022.
  2. ୨.୦ ୨.୧ "ପାରି କରିବେ ଭୋଳାଶଙ୍କର". ସମ୍ବାଦ (ରବିବାର). 6 November 2022. Archived from the original on 26 December 2022. Retrieved 26 December 2022.
  3. Panda, Abhayananda (1 November 2022). "ନଭେମ୍ବର ୬ରେ 'ପାରି କରିବେ ଭୋଳାଶଙ୍କର' - Dharitri". Dharitri Odia News. ଭୁବନେଶ୍ୱର. Archived from the original on 26 December 2022. Retrieved 26 December 2022.
  4. "ଜୀ ସାର୍ଥକ ନୂଆ ଚଳଚ୍ଚିତ୍ର 'ପାରି କରିବେ ଭୋଳା ଶଙ୍କର' ସଙ୍ଗୀତ ଉନ୍ମୋଚିତ". Samaja Live. ଭୁବନେଶ୍ୱର. 3 November 2022. Archived from the original on 26 December 2022. Retrieved 26 December 2022.
  5. "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ପାରି କରିବେ ଭୋଳା ଶଙ୍କର'ର ଅଡିଓ ରିଲିଜ". Samaja Live. ଭୁବନେଶ୍ୱର. 31 October 2022. Archived from the original on 26 December 2022. Retrieved 26 December 2022.
  6. "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ପାରି କରିବେ ଭୋଳା ଶଙ୍କର'ର ଅଡିଓ ରିଲିଜ". News18 Odia. ଭୁବନେଶ୍ୱର. 31 October 2022. Archived from the original on 26 December 2022. Retrieved 26 December 2022.

ବାହାର ଆଧାର[ସମ୍ପାଦନା]