ନୀରଦ ମହାପାତ୍ର
ନୀରଦ ନାରାୟଣ ମହାପାତ୍ର | |
---|---|
ଜନ୍ମ | |
ମୃତ୍ୟୁ | ୧୯ ଫେବୃଆରୀ ୨୦୧୫ ମୁମ୍ବାଇ, ମହାରାଷ୍ଟ୍ର | (ବୟସ ୬୭)
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକ, ଡିପ୍ଲୋମା (ନିର୍ଦ୍ଦେଶନା) |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ, ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ |
ବୃତ୍ତି | ନିର୍ଦ୍ଦେଶକ ଓ ଅଧ୍ୟାପକ |
ପ୍ରସିଦ୍ଧି | ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶନା |
ବୈବାହିକ-ସାଥୀ | ସବିତା ମହାନ୍ତି |
ପିତାମାତା | ଶୈଲେନ୍ ମହାପାତ୍ର ସୁରମା ମହାପାତ୍ର |
ୱେବସାଇଟ | ନୀରଦମହାପାତ୍ର.କମ |
ନୀରଦ ନାରାୟଣ ମହାପାତ୍ର (୧୨ ନଭେମ୍ବର ୧୯୪୭–୧୯ ଫେବୃଆରୀ ୨୦୧୫)[୧] ଜଣେ ଓଡ଼ିଆ କଥାଚିତ୍ର ଓ ବୃତ୍ତଚିତ୍ର ନିର୍ଦ୍ଦେଶକ ଥିଲେ । [୨] ତାଙ୍କର ଜଣାଶୁଣା ଚଳଚ୍ଚିତ୍ର ମଧ୍ୟରେ ମାୟା ମିରିଗ (୧୯୮୪) ଅନ୍ୟତମ । ୨୦୨୪ ମସିହାରେ ଏହାକୁ ଫିଲ୍ମରୁ ପୁନରୁଦ୍ଧାର କରାଯାଇ ପୁନଃପ୍ରକାଶ କରାଯାଇଥିଲା ।[୩][୪]
ବାଲ୍ୟଜୀବନ ଓ ଶିକ୍ଷା
[ସମ୍ପାଦନା]ନୀରଦ ନାରାୟଣ ଜଣେ ଭଲ ଛାତ୍ର ଥିଲେ ଓ ସାହିତ୍ୟ ଏବଂ ଇତିହାସ ତାଙ୍କର ପ୍ରିୟ ବିଷୟ ଥିଲା । ପିଲାଟି ଦିନୁ ସେ ସିନେମା ପ୍ରତି ଆକର୍ଷିତ ଥିଲେ ଏବଂ ଘର ପାଖେ ଥିବା ସିନେମା ଘର ଏ ଆକର୍ଷଣକୁ ଆହୁରି ଦୃଢ଼ କରିଥିଲା । ସେ ୧୯୬୭ ମସିହାରେ ସହ ସ୍ନାତକ ଶିକ୍ଷା ଶେଷକରିଥିଲେ ।
ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ
[ସମ୍ପାଦନା]ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଅଧାରୁ ଛାଡି ୧୯୬୮ ମସିହାରେ ପୁନେସ୍ଥିତ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ନିର୍ଦ୍ଦେଶନା ପାଠ୍ୟକ୍ରମରେ ଯୋଗଦେଇଥିଲେ ଏବଂ ୧୯୭୧ ମସିହାରେ ସେଠାରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ।[୫] ୧୯୭୨-୭୪ ପର୍ଯ୍ୟନ୍ତ ସେଠାରେ ସିନେମା ନିର୍ଦ୍ଦେଶନା ବିଭାଗରେ ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ ।[୬] ଗିରିଷ କଷରାବଲ୍ଲୀ , ଜାନ୍ହୁ ବରୁଆ, ସୟିଦ ମିର୍ଜା, କେତନ ମେହେଟା, ମନମୋହନ ମହାପାତ୍ର, ବିଧୁ ବିନୋଦ ଚୋପ୍ରା ଆଦି ବହୁ ପ୍ରଖ୍ୟାତ ନିର୍ଦ୍ଦେଶକ ଏହି ସମୟରେ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଛାତ୍ର ଥିଲେ ।
ପେଶାଦାର ଜୀବନ
[ସମ୍ପାଦନା]୧୯୭୪-୮୩ ସମୟ ମଧ୍ୟରେ ସେ ଭୁବନେଶ୍ୱରଠାରେ ସିନେଏକଷ୍ଟାସି ନାମରେ ଏକ ସିନେମା ସୋସାଇଟିର ଗଠନ କରି, ଏହାର ପରିଚାଳନା କରିଆସୁଥିଲେ । ଏହି ସୋସାଇଟି, ଭଲ ସିନେମାର ପ୍ରଚାର ଓ ପ୍ରସାର ଦିଗରେ କାମ କରୁଥିଲା । ଏହା ବିଶ୍ୱ ସିନେମାର ପ୍ରଦର୍ଶନ ତଥା ସମୀକ୍ଷା ପାଇଁ ଏକ ମାଧ୍ୟମ ମଧ୍ୟ ହୋଇପାରିଥିଲା । ଏହି ସମୟରେ ସେ ମନ ଫସଲ ନାମରେ ଏକ ସିନେମା ଓ ସାହିତ୍ୟ ଧର୍ମୀ ପତ୍ରିକାର ସମ୍ପାଦନା ମଧ୍ୟ କରୁଥିଲେ । ଏଥି ସହ ସେ, ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ସାମୟିକ ଭାବରେ ଅଧ୍ୟାପନା ମଧ୍ୟ କରୁଥିଲେ ।
୧୯୮୪ ମସିହାରେ ସେ ମାୟା ମିରିଗ ଚଳଚ୍ଚିତ୍ରର ନିର୍ମାଣ କରିଥିଲେ ।[୭] ଏହି ଚଳଚ୍ଚିତ୍ର ତାଙ୍କୁ ଅପାର ସଫଳତା ତଥା ପ୍ରସିଦ୍ଧି ଆଣିଦେଇଥିଲା । କାନସ, ଲୋକାନ, ହାୱାଇ, ହିଡିଲବର୍ଗ ପ୍ରଭୁତି ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପୁରସ୍କୃତ ମଧ୍ୟ ହୋଇଥିଲା । ୧୯୮୫ ମସିହାରେ ତାଙ୍କୁ ବିଭିନ୍ନ ଆମେରିକୀୟ ବିଶ୍ୱବିଦ୍ୟାଳୟ ତରଫରୁ ସିନେମା ଉପରେ ବକ୍ତବ୍ୟ ରଖିବାକୁ ନିମନ୍ତ୍ରଣ କରାଯାଇଥିଲା । ସେ ବହୁବାର ଜାତୀୟ ଓ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଚୟନ କମିଟିର ସଦସ୍ୟ ମନୋନୀତ ହୋଇଛନ୍ତି ।[୮] ଅନ୍ତିମ ସମୟ ପର୍ଯ୍ୟନ୍ତ ସେ ଭୁବନେଶ୍ୱରସ୍ଥିତ କିଟ୍ ଚଳଚ୍ଚିତ୍ର ମହାବିଦ୍ୟାଳୟରେ ସାମୟିକ ଅଧ୍ୟାପକ ରୂପେ କାର୍ଯ୍ୟ କରୁଥିଲେ ।[୯]
ନିର୍ଦ୍ଦେଶିତ ବୃତ୍ତଚିତ୍ର ଓ କଥାଚିତ୍ର
[ସମ୍ପାଦନା]- ଦ ଷ୍ଟୋରି ଅଫ୍ ସିମେଣ୍ଟ (୧୯୭୬)
- ମାୟା ମିରିଗ (୧୯୮୪)
- ଛଉ ଡାନ୍ସ ଅଫ ମୟୁରଭଞ୍ଜ (୧୯୮୫)
- ପଟ୍ଟ ପେଣ୍ଟିଙ୍ଗ (୧୯୮୬)
- ଦ ଭ୍ୟାନିସିଂ ଫ୍ରଣ୍ଟିୟର (୧୯୮୯)
- ମେଷ୍ଟ୍ରୋଜ୍ ଅଫ ଓଡ଼ିଶୀ (୧୯୯୫)
- ଚିଲିକା ଏ ଫ୍ରାଜାଇଲ ଇକୋସିଷ୍ଟମ (୨୦୦୨)
- ତମସା ତୀରେ
- ଏ ନ୍ୟୁ ହରାଇଜନ୍[୧୦]
- ଅପରାଜିତା
- ଆମ ଗାଆଁ ହାଲଚାଲ
- ଏରେ ଅଫ୍ ହୋପ୍
- ଜଲିଫୁଲ୍ ଲର୍ଣ୍ଣିଙ୍ଗ୍
ପାରିବାରିକ ଜୀବନ
[ସମ୍ପାଦନା]ନୀରଦଙ୍କ ପିତା ଶୈଳେନ୍ ମହାପାତ୍ର, ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ମାତା, ସୁରମା ମହାପାତ୍ର ଜଣେ ଶିକ୍ଷୟତ୍ରୀ ଥିଲେ । ସ୍ୱାଧୀନତା ପରେ, ପିତା ସାମ୍ବାଦିକତା ଓ ରାଜନୀତିକୁ ବୃତ୍ତି ଭାବରେ ଗ୍ରହଣ କରିଥିଲେ । ପିତାମାତାଙ୍କର ୭ଟି ସନ୍ତାନ ମଧ୍ୟରୁ ନୀରଦ ନାରାୟଣ ଜ୍ୟେଷ୍ଠ ଥିଲେ । ୧୯୭୮ ମସିହାରେ ସବିତା ମହାନ୍ତିଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ପୁତ୍ର ଓ ଜଣେ କନ୍ୟା ଅଛନ୍ତି । ତାଙ୍କ ଭାଇ ସମ୍ପଦ ମହାପାତ୍ର ଜଣେ ସାମ୍ବାଦିକ ।[୧୧]
୨୦୧୫ ଫେବୃଆରୀ ୧୯ ତାରିଖରେ ମୁମ୍ବାଇଠାରେ ହୃଦ୍ଘାତ ଯୋଗୁ ନୀରଦ ନାରାୟଣଙ୍କ ଦେହାନ୍ତ ହୋଇଥିଲା । [୧୨]
ଆଧାର
[ସମ୍ପାଦନା]- ↑ http://movies.ndtv.com/regional/director-nirad-n-mohapatra-dies-of-cardiac-arrest-at-67-740718
- ↑ Simon Weightman (1996). Indian Subcontinent. Passport Books. ISBN 978-0-8442-8970-0.
- ↑ "Restored Indian film 'Maya Miriga' screened at Il Cinema Ritrovato film festival". The Brown Daily Herald (in ଆମେରିକୀୟ ଇଂରାଜୀ). Retrieved 2024-12-19.
- ↑ "Film Heritage Foundation restores Nirad Mohapatra's landmark Odia film 'Māyā Miriga'(1984)". Film Heritage Foundation (in ଆମେରିକୀୟ ଇଂରାଜୀ). 2024-01-20. Retrieved 2024-12-19.
- ↑ Third World Affairs. Third World Foundation for Social and Economic Studies. 1988.
- ↑ Aruna Vasudev (1986). The new Indian cinema. Macmillan India.
- ↑ Link. United India Periodicals. 1984.
- ↑ "ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀରଦ ମହାପାତ୍ରଙ୍କ ପରଲୋକ". ଧରିତ୍ରୀ. 20 February 2017. Retrieved 6 January 2017.
- ↑ "ଆର୍କାଇଭ୍ କପି". Archived from the original on 2016-03-05. Retrieved 2012-07-23.
{{cite web}}
: Cite has empty unknown parameter:|1=
(help) - ↑ Pattanayak, Subhas Chandra. "Sad News: The Sun of Orissa's Cinematic Creativity set today on daybreak at Mumbai". orissamatters.com. Retrieved 6 January 2017.
- ↑ http://www.business-standard.com/article/news-ians/odia-filmmaker-nirad-mohapatra-dies-at-67-115021900239_1.html
- ↑ http://indianexpress.com/article/entertainment/regional/odia-filmmaker-nirad-mohapatra-dies-at-67/
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନୀରଦ ମହାପାତ୍ର
- ନୀରଦ ମହାପାତ୍ର ଅଫିସିଆଲ
- http://www.festival-cannes.com/en/archives/ficheFilm/id/1368/year/1984.html
- http://ftvdb.bfi.org.uk/sift/title/278802 Archived 2009-01-17 at the Wayback Machine.
- NY Times - Maya Miriga Overview
- Film.com - Maya Miriga[permanent dead link]
- Turner Classic Movies - Maya Miriga