ନିମୋସିଷ୍ଟୋସିସ

ଉଇକିପିଡ଼ିଆ‌ରୁ
Pneumocystosis
Pneumocystis jiroveci pneumonia,[୧] pneumocystis pneumonia,[୨] pneumocystis carinii pneumonia (PCP)[୩]
ଫାଇଲ:AIDS-related Kaposi sarcoma (Radiopaedia 85247-100810 Frontal 1) (cropped).jpg
Pneumocystosis on chest X-ray
ବିଭାଗInfectious diseases[୧]
ଲକ୍ଷଣ
କାରଣPneumocystis jirovecii[୭]
ବିପଦ କାରକPoor immunity, HIV/AIDS[୪]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging, bronchoalveolar lavage, immunofluorescence assay, biopsy[୨]
ପ୍ରତିକାରTrimethoprim/sulfamethoxazole (co-trimoxazole) in high risk groups[୮]
ଔଷଧTrimethoprim/sulfamethoxazole (co-trimoxazole)[୪]
Prognosis10 to 50% risk of death[୨]
ପୁନଃପୌନିକUncommon,[୪] 97% in lungs[୭]

ନିମୋସିଷ୍ଟୋସିସ ରୋଗ ହେଉଛି ଏକ କବକ ସଂକ୍ରମଣ ଯାହା ସାଧାରଣତଃ ନିମୋନିଆ ଭାବରେ ଉପସ୍ଥାପିତ ହୁଏ । [୭] ଏହାର ଲକ୍ଷଣ ମଧ୍ୟରେ କାଶ, ଅଣନିଶ୍ୱାସ ଏବଂ ଜ୍ୱର ହୋଇପାରେ ଯାହା ଫଳରେ ଫୁସଫୁସ କାମ ବନ୍ଦ ହୋଇଯାଏ ।[୪] କ୍ୱଚିତ ଫୁସଫୁସ ବାହାରେ ଏହି ରୋଗ ହୁଏ କିନ୍ତୁ ଏଥିରେ ଲିମ୍ଫ ନୋଡ, ପ୍ଲୀହା, ଯକୃତ, ଅସ୍ଥି ମଜ୍ଜା, ବୃକ୍‌କ, ଥାଇରଏଡ ଏବଂ ଅନ୍ୟାନ୍ୟ ଅଙ୍ଗ ପ୍ରଭାବିତ ହୋଇପାରେ। [୫] [୭] କାନ କିମ୍ବା ବାହୁ ନିମ୍ନ ଭାଗର ଚର୍ମରେ ଏହା ଏକ ଆବୁ ଭାବରେ ଉପସ୍ଥାପିତ ହୋଇପାରେ | [୩]

ନିମୋସିସ୍ଟାଇସ ଜିରୋଭେସି ନାମକ ଏକ କବକ ଯୋଗୁ ଏହି ରୋଗ ହୁଏ ।[୭] ରୋଗ ପ୍ରତିରୋଧ ଶକ୍ତି ନଥିବା ରୋଗ ଯେପରିକି ଏଚ୍.ଆଇ.ଭି. ଏବଂ ସମୟପୂର୍ବ ଜନ୍ମ ହୋଇଥିବା ଶିଶୁମାନଙ୍କର ଏହି ରୋଗ ହୋଇପାରେ । [୭] [୧] ଏହା ଏକ ବାୟୁବାହୀ ସଂକ୍ରମଣ ରୋଗ । [୪] ସୁସ୍ଥ ଲୋକମାନେ ପ୍ରଶ୍ୱାସରେ ଏହି କବକ ଗ୍ରହଣ କଲେ ମଧ୍ୟ ରୋଗ ହୁଏ ନାହିଁ ଯେପର୍ଯ୍ୟନ୍ତ ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇନାହିଁ । [୭]

ପ୍ରଭାବିତ ଫୁସଫୁସରୁ ତରଳ ପଦାର୍ଥର ନମୁନାରୁ କିମ୍ବା ତନ୍ତୁ ବାୟୋପ୍ସି କରି କବକ‌ ଚିହ୍ନଟ କରି ରୋଗ ନିର୍ଣ୍ଣୟ କରାଯାଏ । [୩] [୪] ଅଧିକ ବିପଦ ଥିବା ଲୋକଙ୍କ ପ୍ରତିଷେଧ ନିମନ୍ତେ ଏବଂ ପ୍ରଭାବିତ ବ୍ୟକ୍ତିଙ୍କ ଚିକିତ୍ସା ନିମନ୍ତେ ସାଧାରଣତଃ ଟ୍ରାଇମେଥୋପ୍ରିମ୍/ସଲଫାମେଟୋକ୍ସାଜୋଲ (କୋ-ଟ୍ରାଇମୋକ୍ସାଜୋଲ) ଦିଆଯାଏ ।[୪] [୮] ଏହା ନିମନ୍ତେ କୌଣସି ଟିକା ନାହିଁ । [୮] ସଂକ୍ରମିତ ଲୋକଙ୍କ ମଧ୍ୟରୁ ୧୦ ରୁ% ୫୦% ରୋଗୀ ମୃତ୍ୟୁବରଣ କରନ୍ତି। [୨]

ନିମୋସିଷ୍ଟୋସିସ ଏକ ବିଶ୍ୱବ୍ୟାପୀ ରୋଗ ।[୨] ପ୍ରଭାବିତ ଲୋକଙ୍କ ସଠିକ୍ ସଂଖ୍ୟା ଜଣା ପଡିନାହିଁ । [୪] ୯୭%ରୁ ଅଧିକ ମାମଲା କେବଳ ଫୁସଫୁସକୁ ଜଡିତ କରିଥାଏ। [୭] ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପରେ ଅକାଳ ଏବଂ ପୁଷ୍ଟିହୀନ ଶିଶୁମାନଙ୍କ ବିଷୟରେ ପ୍ରଥମ ମାମଲା ବର୍ଣ୍ଣନା କରାଯାଇଥିଲା। [୯]

  1. ୧.୦ ୧.୧ ୧.୨ "ICD-11 - ICD-11 for Mortality and Morbidity Statistics". icd.who.int. Archived from the original on 1 August 2018. Retrieved 30 June 2021.
  2. ୨.୦ ୨.୧ ୨.୨ ୨.୩ ୨.୪ Russell-Goldman, Eleanor; Milner, Dan A.; Solomon, Isaac (2020). "Pneumocystosis". In Milner, Danny A. (ed.). Diagnostic Pathology: Infectious Diseases (in ଇଂରାଜୀ). Elsevier. pp. 310–313. ISBN 978-0-323-61138-1. Archived from the original on 2021-07-28. Retrieved 2021-07-28.
  3. ୩.୦ ୩.୧ ୩.୨ "Pneumocystosis | DermNet NZ". dermnetnz.org. Archived from the original on 24 July 2021. Retrieved 24 July 2021.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ ୪.୮ "Orphanet: Pneumocystosis". www.orpha.net (in ଇଂରାଜୀ). Archived from the original on 24 July 2021. Retrieved 24 July 2021.
  5. ୫.୦ ୫.୧ Ioachim, Harry L.; Medeiros, L. Jeffrey (2009). "28. Pneumocystosis lymphadenitis". Ioachim's Lymph Node Pathology (in ଇଂରାଜୀ) (4th ed.). Philadelphia: Lippincott Williams & Wilkins. pp. 156–157. ISBN 978-0-7817-7596-0. Archived from the original on 2021-07-27. Retrieved 2021-07-26.
  6. Calonje, J. Eduardo; Grayson, Wayne (2020). "18. Infectious diseases of the skin". In Calonje, J. Eduardo; Brenn, Thomas; Lazar, Alexander J.; Billings, Steven D. (eds.). McKee's Pathology of the Skin, 2 Volume Set (in ଇଂରାଜୀ) (5th ed.). Elsevier. p. 964. ISBN 978-0-7020-6983-3. Archived from the original on 2021-07-25. Retrieved 2021-07-24.
  7. ୭.୦ ୭.୧ ୭.୨ ୭.୩ ୭.୪ ୭.୫ ୭.୬ ୭.୭ "CDC - DPDx - Pneumocystis". www.cdc.gov (in ଆମେରିକୀୟ ଇଂରାଜୀ). 22 January 2019. Archived from the original on 25 July 2021. Retrieved 25 July 2021.
  8. ୮.୦ ୮.୧ ୮.୨ "Pneumocystis pneumonia | Fungal Diseases | CDC". www.cdc.gov (in ଆମେରିକୀୟ ଇଂରାଜୀ). 1 December 2020. Archived from the original on 26 July 2021. Retrieved 26 July 2021.
  9. Carmona, Eva M.; Limper, Andrew H. (February 2011). "Update on the diagnosis and treatment of Pneumocystis pneumonia". Therapeutic Advances in Respiratory Disease. 5 (1): 41–59. doi:10.1177/1753465810380102. ISSN 1753-4666. PMC 6886706. PMID 20736243. {{cite journal}}: |access-date= requires |url= (help); |archive-date= requires |archive-url= (help); |archive-url= requires |url= (help)