ନରସିଂହ ମିଶ୍ର
ଦେଖଣା
ନରସିଂହ ମିଶ୍ର | |
---|---|
ବିଧାୟକ: ୧୫ଶ ବିଧାନ ସଭା | |
Assumed office ୨୦୧୪ | |
ପୂର୍ବ ଅଧିକାରୀ | ଅନଙ୍ଗ ଉଦୟ ସିଂହ ଦେଓ |
ନିର୍ବାଚନ ମଣ୍ଡଳୀ | ବଲାଙ୍ଗୀର |
ବିଧାୟକ: ୧୩ଶ ବିଧାନ ସଭା | |
କାର୍ଯ୍ୟକାଳ ୨୦୦୪ – ୨୦୦୯ | |
ପୂର୍ବ ଅଧିକାରୀ | ବାଳଗୋପାଳ ମିଶ୍ର |
ପର ଅଧିକାରୀ | ରମାକାନ୍ତ ସେଠ |
ନିର୍ବାଚନ ମଣ୍ଡଳୀ | ଲୋଇସିଂହା |
ବିଧାୟକ: ୧୦ମ ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | ବାଳଗୋପାଳ ମିଶ୍ର |
ପର ଅଧିକାରୀ | ବାଳଗୋପାଳ ମିଶ୍ର |
ନିର୍ବାଚନ ମଣ୍ଡଳୀ | ଲୋଇସିଂହା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ବଲାଙ୍ଗୀର, ଓଡ଼ିଶା | ୨୩ ଡିସେମ୍ବର ୧୯୪୦
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | କୁସୁମ ମିଶ୍ର |
ସନ୍ତାନ | ୪ଟି ପୁଅ |
ପେଷା | ଓକିଲ, ରାଜନୈତିକ |
ନରସିଂହ ମିଶ୍ର (ଜନ୍ମ: ୨୩ ଡିସେମ୍ବର ୧୯୪୦) ଓଡ଼ିଶାର ଜଣେ ରାଜନେତା । ସେ ଓଡ଼ିଶା ବିଧାନ ସଭାର ବିରୋଧି ଦଳ ନେତା ଥିଲେ । ସେ ୨୦୦୪-୨୦୦୯ ଯାଏଁ କଂଗ୍ରେସ ଦଳର ଉପସଭାପତି ରହିଥିଲେ । ୧୯୯୦ ମସିହାରେ ଲୋଇସିଂହା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ଓଡ଼ିଶାର ଆଇନ ମନ୍ତ୍ରୀ ହୋଇଥିଲେ ।
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ନରସିଂହ ମିଶ୍ର ବଲାଙ୍ଗୀର ଜିଲ୍ଲାର ଛତାମଖନା ଗ୍ରାମରେ ଜନ୍ମ ହୋଇଥିଲେ । ବାପା ଯୁଧିଷ୍ଠିର ମିଶ୍ର ପେଶାରେ ଓକିଲ ଥିଲେ ଏବଂ ଭାରତୀୟ ସମ୍ବିଧାନ ସଭାର ସଭ୍ୟ ଭାବରେ ମନୋନିତ ହୋଇଥିଲେ ।
ରାଜନୈତିକ ଜୀବନ
[ସମ୍ପାଦନା]ମାତ୍ର ୧୮ ବର୍ଷରୁ ନରସିଂହ ରାଜନୀତିରେ ସକ୍ରିୟ ହୋଇଥିଲେ । ମନ୍ତ୍ରୀ ପଦରେ ଥାଇ ମଧ୍ୟ ସେ ଓକିଲାତି ବୃତ୍ତି ଚାଲୁ ରଖିଥିଲେ । ଉଚ୍ଚ ନ୍ୟାୟାଳୟରେ ଓକିଲାତି କରି ଚାଷୀଙ୍କୁ ମାଗଣା ଧାନ ଯୋଗାଇ ଦେବାରେ ସଫଳ ହୋଇଥିଲେ ।
୨୪ ଜାନୁଆରୀ ୨୦୧୭ରେ ନରସିଂହ ମିଶ୍ର ବିଧାନ ସଭା କାର୍ଯ୍ୟପରାମର୍ଶଦାତା କମିଟିରୁ ଇସ୍ଥଫା ଦେଇଥିଲେ ।[୧]
ପଦ ପଦବୀ
[ସମ୍ପାଦନା]- ଓଡ଼ିଶା ରାଜ୍ୟ ବାର ପରିଷଦର ସଦସ୍ୟ
- ଭାରତ ସରକାରଙ୍କଦ୍ୱାରା ୧୯ଶତମ ବିଧି ଆୟୋଗର ସଦସ୍ୟ
- ଇଣ୍ଡୋ-ସୋଭିଏତ ସାଂସ୍କୃତିକ ସମାଜର ଉପ-ସଭାପତି
- ଅନ୍ତରାଷ୍ଟ୍ରୀୟ ଶାନ୍ତି ପରିଷଦର ରାଜ୍ୟ ଶାଖାର ଉପ-ସଭାପତି
- ଓଡ଼ିଶା ବିଧାନ ସଭାଦ୍ୱାରା ଗଠିତ ବିଶେଷ ସମିତିର ଅଧ୍ୟକ୍ଷ
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଉଇକିମିଡ଼ିଆ କମନ୍ସରେ Narasingha Mishra-ସମ୍ପର୍କିତ ମିଡ଼ିଆ