ତଗରପାଦ

ଉଇକିପିଡ଼ିଆ ରୁ
ତଗରପାଦ

ତଗରପାଦ ଏକ ଜଳଜ ଉଦ୍ଭିଦ (ଲତା)। ଏହାର ପତ୍ର ଗୁଡ଼ିକ କଇଁ କିମ୍ବା ପଦ୍ମ ପତ୍ର ପରି ବଡ଼ ବଡ଼ ନ ହେଲେ ବି ସେହିପରି ଦିଶେ ଓ ପାଣି ଉପରେ ଭାସୁଥାଏ। ପାଣି ତଳର ମାଟିରେ ଏହାର ମୂଳଥାଏ। ଫୁଲ ଗୁଡ଼ିକ ଛୋଟ ଛୋଟ, ରଙ୍ଗରେ ଧଳା।

ବିବିଧ ଭାରତୀୟ ପ୍ରାଦେଶିକ ନାମ[ସମ୍ପାଦନା]

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ତଗରପାଦ
ସଂସ୍କୃତ କ୍ଷତ୍ର, ଦୀନ ରାଜ ହର୍ଷଣ, କାଳାନୁସାରିକା, ତଗର, ଦଣ୍ଡହସ୍ତ କୁଞ୍ଚିତ ପିଣ୍ଡ, ତଗରକ, ନହଷାଖ୍ୟ, ମହାରଗ
ହିନ୍ଦୀ ତଗର ଚଣ୍ଡୀ तगर चंडी
ତେଲୁଗୁ ଗନ୍ଧି ତଗର ପୁଚେଟ୍ଟୁ ଓ ନନ୍ଦି ବର୍ଦ୍ଧନ ଚେଟ୍ଟୁ గన్ధి తకర పుచేట్టు, నన్ది బర్ద్ధన చేట్టు
ବଙ୍ଗଳା ତଗର ପାଦୁକା তগর পাদুকা

ଶାସ୍ତ୍ରୋକ୍ତ ଗୁଣ[ସମ୍ପାଦନା]

ତିକ୍ତ ମଧୁର ରସ, ସ୍ନିଗ୍ଧ, ଶୀତଳ, ଲଘୁପାକ, କେଶ ବର୍ଦ୍ଧକ, ତ୍ରିଦୋଷ, ଅପସ୍ମାର, ବାତପିତ୍ତ, ଶିରପୀଡ଼ା, ବିଷଦୋଷ, ଚକ୍ଷୁରୋଗ ଓ ରକ୍ତଦୋଷ ଇତ୍ୟାଦିର ନାଶକ ଅଟେ। ମାତ୍ରା ଦୁଇ ଅଣାରୁ ଆଠ ଅଣା।

ବ୍ୟବହାର[ସମ୍ପାଦନା]

ଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ।

  • ମୁଣ୍ଡବ୍ୟଥାରେ ଏହାର ପତ୍ରକୁ ବାଟି କପାଳର ଦୁଇ ପାଖରେ ଲଗାଇଲେ ଉପଶମ ମିଳେ। ଶ୍ଳେଷ୍ମା ଯୋଗୁଁ ହେଉଥିବା ମୁଣ୍ଡବ୍ୟଥାରେ ଏମିକି କରିବା ନିଷେଧ।
  • ଏହାର ସର୍ବାଙ୍ଗକୁ ଶୁଖାଇ ରାଶିତେଲରେ ସାତ ଦିନ ପର୍ଯ୍ୟନ୍ତ ପକାଇ ଛାଣି, ସେହି ତେଲକୁ ମାଲିସ କଲେ ବାତ, ପିତ୍ତ ଓ ମୁଣ୍ଡ ଗରମ ଜନିତ ମୁଣ୍ଡ ବିନ୍ଧା ଭଲହୁଏ।
  • ସମ୍ପୂର୍ଣ୍ଣ ଲତାକୁ ବାଟି ଗାଈଘିଅ ମିଶାଇ ସେବନ କଲେ ଉଦରସ୍ତ ବିଷ ଦୂର ହୁଏ।
  • ଏହାର କଳ୍କକୁ ରାଶି ତେଲରେ ପାକ କରି ଅଥବା ଏହାର ଚେରକୁ ଶୁଖାଇ ରାଶି ଅଥବା ନଡିଆ ତେଲରେ ସାତ ଦିନ ପର୍ଯ୍ୟନ୍ତ ବୁଡାଇ ରଖି, ସେହି ତେଲକୁ ଛାଣି ମୁଣ୍ଡରେ ଲଗାଇଲେ ଅସମୟରେ ବାଳ ପାଚିବା ଭଲ ହୁଏ।
  • ନେତ୍ର ରୋଗରେ ଏହାର ଶୁଖିଲା ଚେରକୁ ମହୁରେ ଘୋରି ଲଗାଯାଏ, ଯାହା ଆଖି ଧରିବା, ଲାଲ ଦିଶିବା, ଖୁଞ୍ଚି ହେବା ଆଦି ଦୂର କରିଥାଏ। [୧]
  • ଏହାର ସର୍ବାଙ୍ଗକୁ ଶୁଖାଇ ଜଳରେ ସିଝାଇ ଏକ ଚତୁର୍ଥାଂଶ ରହିଲେ ସେହି ଜଳକୁ ଛାଣି ଅଳ୍ପ ମହୁ ସହିତ ପାନ କଲେ ତ୍ରିଦୋଷ ନାଶ ହୁଏ।
  • ଚର୍ମରୋଗରେ (କାଛୁ, କୁଣ୍ଡିଆ, ବାଗୀ) ଏହାର ପତ୍ରକୁ ହଳଦୀ ସହିତ ବାଟି ପ୍ରୟୋଗ କରାଯାଏ।
  • ଏହାର ପତ୍ର ସହିତ ଅଳ୍ପ ଗୋଲମରିଚ ମିଶାଇ ବାଟି ଲେପଦେଲେ ହାତ ବା ଗୋଡ଼ରୁ ରକ୍ତ ଗଡ଼ିବା ଏବଂ ବାତ ଦୋଷ ନିବାରିତ ହୁଏ।

ଏହାର ଫୁଲକୁ ଶିବଙ୍କୁ ଅର୍ପଣ କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ସାଧାରଣରେ ମାନ୍ୟତା ରହିଛି।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।