ଟାଇଫଏଡ

ଉଇକିପିଡ଼ିଆ ରୁ
ଟାଇଫଏଡ ଜ୍ଵର
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଟାଇଫଏଡ ଜ୍ଵର ପିଡ଼ିତ ରୋଗୀର ଛାତିରେ ଗୋଲାପି ଦାଗ ଦେଖାଯାଏ ।
ଆଇସିଡ଼ି-୧୦ A01.0
ଆଇସିଡ଼ି- 002
ରୋଗ ଡାଟାବେସ 27829
ମେଡ଼ିସିନ-ପ୍ଲସ 001332
ଇ-ମେଡ଼ିସିନ oph/686 med/2331
MeSH D014435

ଟାଇଫଏଡ ବା ଟାଇଫଏଡ ଜ୍ଵର[୧] (ଆନ୍ତ୍ରିକ ଜ୍ଵର ବା ଅନ୍ତ୍ର ଜ୍ଵର) ଏକ ପୃଥିବୀ ବ୍ୟାପି ହେଉଥିବା ସାଧାରଣ ଜ୍ଵର ରୋଗ ଯାହା ରୋଗୀର ମଳ ସଂସ୍ପର୍ଷରେ ଆସିଥିବା (ମୂଖ୍ୟତଃ ମାଛି ଦ୍ଵାରା) ଜୀବାଣୁ (ସାଲ୍‌ମୋନେଲା ଟାଇଫି)[୨] ମିଶ୍ରିତ ଖାଦ୍ୟ ଖାଇବା ଦ୍ଵାରା ସୁସ୍ଥ ଲୋକ ସଂକ୍ରମିତ ହୁଏ ।
ଇଂରାଜୀରେ ଏହାର ଅନେକ ଗୁଡ଼ିଏ ପ୍ରତିଶବ୍ଦ ଅଛି: ଗ୍ୟାସ୍ଟ୍ରିକ ଫିଭର, ଆବ୍‌ଡିମିନାଲ ଟାଇଫସ୍, ଇନ୍‌ଫାଣ୍ଟାଇଲ୍ ରେମିଟାଣ୍ଟ ଫିଭର, ସ୍ଲୋ ଫିଭର, ନର୍‌ଭସ ଫିଭରପାଥୋଜେନିକ ଫିଭର । ଟାଇଫଏଡ ଓ ଟାଇଫସ୍ ଦୁଇଟି ଅଲଗା ରୋଗ ଓ ଏକା ଭଳି ଜଣାପଡୁଥିଲେ ମଧ୍ୟ ରୋଗ ଦୁଇଟ ଅଲଗା ଜୀବାଣୁ ଦ୍ଵାରା ସଂକ୍ରମିତ ହୁଏ[୩] । ଟାଇଫଏଡ ଓ ଟାଇଫସ୍ ଶବ୍ଦ ଏକା ନିଉରୋସାଇକିଆଟ୍ରିକ ଲକ୍ଷଣ ଥିବା ଯୋଗୁ ସମାନ ଲାଗେ[୪]

ରୋଗ ନିଦାନ[ସମ୍ପାଦନା]

ଟାଇଫଏଡ ଜୀବାଣୁ ଖାଦ୍ୟ ସାଥିରେ ଖାଦ୍ୟ ନଳୀରେ ପ୍ରବେଶ କରେ ଓ ପାକସ୍ଥଳୀରେ ପ୍ରବେଶ କରେ । ଏଠାରେ ଏସିଡ ଅତ୍ୟଧିକ ଥିଲେ ଜୀବାଣୁ ମରିଯାଆନ୍ତି । ତା ପରେ ଜୀବନ୍ତ ଜୀବାଣୁ ଅନ୍ତନଳୀରେ ପ୍ରବେଶ କରି ଭିଲ୍ଲାଇର ଅଗ୍ରଭାଗରେ ଲାଖି ରହନ୍ତି ଓ ମ୍ୟୁକୋସା ଭିତରେ ପ୍ରବେଶ କରନ୍ତି । ଏଠାରେ କିଛି ଦିନ ଧରି ବଂଶ ବୃଦ୍ଧି କରନ୍ତି । ତା ପରେ ଜୀବାଣି ଲିମ୍ଫଏଡ ଫଲିକ୍ଲ ଓ ପେୟର୍ସ ପ୍ୟାଚେସ୍ ମଧ୍ୟରେ ରହି ନଷ୍ଟ କରନ୍ତି । ଏହା ପରେ ଜୀବାଣୁ ମେସେଣ୍ଟେରିକ୍ ଲିମ୍ଫ୍ ନୋଡ୍ ଓ ଥୋରାସିକ ଡକ୍ଟ ମଧ୍ୟରେ ପ୍ରବାହିତ ହୋଇ ରକ୍ତ ସ୍ରୋତରେ ମିଶନ୍ତି ତଥା କଲିଜା ଓ ପ୍ଲିହାକୁ ଆକ୍ରମଣ କରନ୍ତି ।

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

ଟାଇଫଏଡ ଜ୍ଵର ଚାରୋଟି ଧାରାରେ (Stage) ଗତି କରେ ଓ ପ୍ରତ୍ୟେକ ଧାରା ପ୍ରାୟ ଏକ ସପ୍ତାହ ରହେ । ଏହି ଧାରାରେ ରୋଗ ଗତି କରିବା ବେଳେ ରୋଗୀ ଶୁଖି ଯାଇ ପତଳା ଦେଖାଯାଏ ଓ ଦୁର୍ବଳ ହୋଇଯାଏ ।

  • ପ୍ରଥମ ସପ୍ତାହ - ଉତ୍ତାପ ଧୀରେ ଧୀରେ ବୃଦ୍ଧି ପ୍ରାପ୍ତ ହୁଏ, ନାଡ଼ି ଗତି (Pulse rate) ଅପେକ୍ଷାକୃତ ଧୀର ରହେ, କମ୍ ବେଶୀ (Fluctuate) ହୁଏ । ଏହାକୁ ଫଗେଟ ଚିହ୍ନ (Faget) କହନ୍ତି । ଘୋଳା ବିନ୍ଧା ହୁଏ, ମୁଣ୍ଡ ବିନ୍ଧେ ଓ କାଶ ହୁଏ । ଏକ ଚତୁର୍ଥାଶଂ ରୋଗୀଙ୍କର ନାକରୁ ରକ୍ତ ବହେ । ପେଟରେ ଯନ୍ତ୍ରଣା ମଧ୍ୟ ହୋଇପାରେ । ରକ୍ତ ପରୀକ୍ଷାରେ: ଶ୍ଵେତ ରକ୍ତ କଣିକା ସଂଖ୍ୟା କମ୍ ରହେ, ଲିମ୍ଫୋସାଇଟ ସେଲ ଅପେକ୍ଷାକୃତ ଅଧିକ ଥାଏ ଓ ଇଓସିନୋଫିଲ୍ କମ୍ ଥାଏ । ରକ୍ତ କଲ୍‌ଚର୍ କଲେ ସାଲ୍‌ମୋନେଲା ଟାଇଫି ଜୀବାଣୁ ବା ପାରାଟାଇଫି ଜୀବାଣୁ ମିଳନ୍ତି । ପ୍ରଥମ ସପ୍ତାହରେ ଉଇଡାଲ ଟେଷ୍ଟ ବିଯୁକ୍ତାତ୍ମକ ରହେ ।
  • ଦ୍ଵିତୀୟ ସପ୍ତାହ - ଶରୀରର ଉତ୍ତପ ୪୦ ସେ (୧୦୪ ଫା) ପାଖା ପାଖି ରହେ, ଧୀର ନାଡ଼ି ଗତି ରହେ ଓ ଡାଇକ୍ରୋଟିକ ସ୍ପନ୍ଦନ ହୁଏ । ରୋଗୀ ଶାନ୍ତ ରହିଲେ ମଧ୍ୟ ବାଉଳି(Delirium) ହୁଏ । କ୍ଷୁଦ୍ର ଗୋଲାପି ଦାଗ ଛାତି ତଳ ଭାଗ ଓ ପେଟ ଉପର ଭାଗରେ ଦେଖାଯାଏ । ଫୁସଫୁସର ତଳ ଭାଗ ବା ବେସ୍‌ରେ ରୋଙ୍କାଇ ଶବ୍ଦ ଶୁଣାଯାଏ । ପେଟ ଫୁଲିଯାଏ ଓ ଦକ୍ଷିଣ ତଳ ଭାଗରେ କଷ୍ଟ ହୁଏ ତଥା ଅନ୍ତ ନଳୀ ଶବ୍ଦ (ବର୍ବୋରିଗ୍ମି) ଶୁଣାଯାଏ । ଏହି ସମୟରେ ୬ ରୁ ୮ ଥର ଶାଗୁଆ ତରଳ ଝାଡ଼ା ହୋଇପାରେ ଯାହାର ଏକ ପ୍ରକାର ସ୍ଵତନ୍ତ୍ର ଗନ୍ଧ ଥାଏ, ଅଧିକାଂଶ ସମୟରେ କୋଷ୍ଠକାଠିନ୍ୟ ରହେ । ପ୍ଲିହା (Spleen) ଓ କଲିଜା (Liver) ବୃଦ୍ଧି ପ୍ରାପ୍ତ ହୁଏ ଓ ଦରଜ ରହେ । ରକ୍ତ ପରୀକ୍ଷା: ଉଇଡାଲ ଟେଷ୍ଟ ଯୁକ୍ତାତ୍ମକ, ଆଣ୍ଟି-ଓ ତଥା ଆଣ୍ଟି-ଏଚ୍ ଆଣ୍ଟିବଡି ମିଳେ । ରକ୍ତ କଲ୍‌ଚର୍ ବେଳେବେଳେ ଯୁକ୍ତାତ୍ମକ ରହେ । ପ୍ରଥମ ଓ ଦ୍ଵିତୀୟ ସପ୍ତାହରେ ଜ୍ଵର ଉପରବେଳା ବୃଦ୍ଧି ହୁଏ ।
  • ତୃତୀୟ ସପ୍ତାହ - ଏହି ସପ୍ତାହରେ ଅନେକ ଜଟୀଳତା (Complication) ଦେଖାଯାଏ ।
    • ଅନ୍ତନଳୀର ପେୟର୍ସ୍ ପ୍ୟାଚେସରୁ (Peyer's patches) ରକ୍ତସ୍ରାବ ହୁଏ । ଏହା ଜଟୀଳ (serious) ହେଲେ ମଧ୍ୟ ଘାତକ (fatal) ନୁହେଁ ।
    • ଦୂରବର୍ତ୍ତୀ ଇଲିଅମ୍‌ରେ (distal ilium) କଣା ଦେଖାଯାଇ ପାରେ । ଏହା ଘାତକ ହୋଇପାରେ ।
    • ଏନ୍‌କେଫାଲାଇଟିସ୍ (Encephalitis)
    • ସ୍ନାୟୁମାନସିକ (neuropsychiatric) ଲକ୍ଷଣ: ବିଛଣାକୁ ଟାଣିବା, ବିଳିବିଳେଇବା (Muttering delirium of coma vigil)
    • ବିକ୍ଷେପିତ ଆବ୍‌ସେସ୍ (Metastatic abscess) - କଲିସିସ୍ଟାଇଟିସ୍ (cholecystitis), ଏଣ୍ଡୋକାର୍ଡାଇଟିସ୍ (endocarditis) ଓ ଓସ୍ଟାଇଟିସ୍ (osteitis)
    • ଉତ୍ତପ ଅଧିକ ରହେ ଓ ୨୪ ଘଣ୍ଟା ମଧ୍ୟରେ ବିଶେଷ କମ୍ ବେଶୀ ହୁଏ ନାହିଁ । ନିର୍ଜଳନ ବା ଡିହାଇଡ୍ରେସନ ହୁଏ ଓ ବାଉଳି ହୁଏ (Delirium) ମାକୁଲାର ରାସ (Macular rash) ଦେହରେ ଦେଖାଯାଏ । ପ୍ଲାଟେଲେଟ (Platelet) ସଂଖ୍ୟା କମି ରକ୍ତସ୍ରାବ ହୁଏ ।
  • ତିନି ସପ୍ତାହ ପରେ ଜ୍ଵର କମିଯାଏ । ଏହା ଚତୁର୍ଥ ସପ୍ତାହ ପର୍ଯ୍ୟନ୍ତ ଚାଲୁ ରହେ ।

ସଞ୍ଚାରଣ[ସମ୍ପାଦନା]

ଅନୁନ୍ନତ ସ୍ଵାସ୍ଥ୍ୟରକ୍ଷା ଅଭ୍ୟାସ ଓ ଜନସ୍ଵାସ୍ଥ୍ୟ ବ୍ୟବସ୍ଥା ଟାଇଫଏଡ ବ୍ୟାପିବା ନିମନ୍ତେ ଦାୟୀ । ପଡ଼ିଆରେ ଟାଇଫଏଡ ରୋଗୀ ଝାଡ଼ା ଫେରିଲେ ତାହା ଉପରେ ମାଛି ବସନ୍ତି ଓ ତାଙ୍କର ଗୋଡ଼ରେ ଜୀବାଣୁ ଲାଗିଯାଆନନ୍ତି । ଏହି ମାଛି ଉଡ଼ି ଆସି ଖାଦ୍ୟରେ ମଧ୍ୟ ବସନ୍ତି । ଏତଦ୍ୱାରା ଜୀବାଣୁ ସେହି ଖାଦ୍ୟ ମାଧ୍ୟମରେ ସୁସ୍ଥ ଲୋକ ଶରୀରକୁ ଯାଇ ରୋଗ କରାନ୍ତି । ପଡ଼ିଆ ପାଖ ଜଳାଶୟରେ ଥିବା ଜଳ ମଧ୍ୟ ସଂକ୍ରମିତ ହୁଏ । ପାନୀୟ ଜଳ ନିମନ୍ତେ ଉଦ୍ଦିଷ୍ଟ ଜଳକୁ କ୍ଲୋରିନେସନ୍ କଲେ ଟାଇଫଏଡ ଜୀବାଣୁ ମରିଯାଆନ୍ତି । ଏହା ବ୍ୟତିତ ମଳତ୍ୟାଗ ପରେ ଓ ଖାଇବା ପୂର୍ବରୁ ହାତ ଉତ୍ତମ ରୂପେ ଧୋଇଲେ ରୋଗ ସମ୍ଭାବନା ରହିବ ନାହିଁ ।

ରୋଗ ନିର୍ଣ୍ଣୟ[ସମ୍ପାଦନା]

ଚିହ୍ନ ଓ ଲକ୍ଷଣ ଦେଖି ଏହି ରୋଗ ଅନୁମାନ କରିହେବ । ଏହା ବ୍ୟତିତ ରକ୍ତ ପରୀକ୍ଷା, ଝାଡ଼ା କଲ୍‌ଚର୍, ଉଇଡାଲ୍ ଟେସ୍ଟ କଲେ ରୋଗ ଜଣାଯାଏ । ଉଇଡାଲ୍ ଟେସ୍ଟ ସମୟ ସାପେକ୍ଷ, ଏଣୁ ରୋଗ ନିର୍ଣ୍ଣୟରେ ସନ୍ଦେହ ହେଲେ ରକ୍ତ ପରୀକ୍ଷା, ଝାଡ଼ା ଓ ରକ୍ତ କଲ୍‌ଚର୍ ରିପୋର୍ଟକୁ ଅପେକ୍ଷା ନ କରି କ୍ଲୋରାମ୍ଫେନିକଲ ଔଷଧ ଆରମ୍ଭ କରିଦିଆଯାଏ [୫]। ଭୟାବହ ଟାଇଫଏଡ ଓ ପାରାଟାଇଫଏଡ ରୋଗ ସମୂହକୁ ଏଣ୍ଟେରିକ୍ ଫିଭର ବା ଆନ୍ତ୍ରିକ ଜ୍ଵର କୁହାଯାଏ [୬]

ଚିକିତ୍ସା[ସମ୍ପାଦନା]

ଯେଉଁ ସ୍ଥାନରେ ଜୀବାଣୁ ପ୍ରତିରୋଧ ନାହିଁ ସେଠାରେ ସିପ୍ରୋକ୍ଲାସିନ ପସନ୍ଦ ଯୋଗ୍ୟ ଔଷଧ [୬][୭]। ତୃତୀୟ ଜେନେରେସନ ସେଫାଲୋସ୍ପୋରିନ ଯଥା ସେଫ୍‌ଟ୍ରିଆକ୍ସୋନ କିମ୍ଵା ସେଫୋଟାକ୍ସିମ ପ୍ରଥମ ପସନ୍ଦ ଔଷଧ ହିସାବରେ ଦିଆଯାଏ [୮][୯][୧୦]। ସେଫିକ୍ସିମ ଔଷଧ ପାଟିବାଟେ ଦିଆଯାଏ [୧୧][୧୨]। ଆଣ୍ଟିବାୟୋଟିକ ଦ୍ଵାରା ଘାତକତା ୧%କୁ କମିଯାଇଛି । ଏହା ବ୍ୟତିତ ଏହି ରୋଗରେ ଲକ୍ଷଣ ଅନୁଯାୟୀ ଅନ୍ୟ ଔଷଧ ଦିଆଯାଏ, ଯେପରିକି ଜ୍ଵର ନିମନ୍ତେ ପାରାସେଟାମଲ ।

ଅପରେଶନ[ସମ୍ପାଦନା]

ଅନ୍ତନଳୀ କଣା ହୋଇଗଲେ ଅପରେଶନ ଦରକାର ହୁଏ ।

ପ୍ରତିଷେଧକ[ସମ୍ପାଦନା]

ଟାଇଫଏଡ ରୋଗ ନିମନ୍ତେ ଟିକା (The live, oral Ty21a vaccine sold as Vivotif by Crucell Switzerland AG and the injectable Typhoid polysaccharide vaccine sold as Typhim Vi by Sanofi Pasteur and Typherix by GlaxoSmithKline) ଦିଆଯାଏ କିନ୍ତୁ ଏହା ୫୦ ରୁ ୮୦ % ରକ୍ଷାକାରୀ ହୁଏ ।

ଆଧାର[ସମ୍ପାଦନା]

  1. ଛାଞ୍ଚ:MedlinePlusEncyclopedia
  2. Salmonella and Salmonellosis. Textbookofbacteriology.net. Retrieved on 2014-05-12.
  3. Cunha BA (March 2004). "Osler on typhoid fever: differentiating typhoid from typhus and malaria". Infect. Dis. Clin. North Am. 18 (1): 111–25. doi:10.1016/S0891-5520(03)00094-1. PMID 15081508. 
  4. Oxford English Dictionary. typhoid, adj. and n. and typhus, n. Online version March 2011. Retrieved May 2011.
  5. Ryan KJ, Ray CG (editors) (2004). Sherris Medical Microbiology (4th ed.). McGraw Hill. ISBN 0-8385-8529-9. 
  6. ୬.୦ ୬.୧ Parry CM, Beeching NJ (2009). "Treatment of enteric fever". BMJ 338: b1159–b1159. doi:10.1136/bmj.b1159. PMID 19493937. 
  7. Effa EE, Lassi ZS, Critchley JA, et al. (2011). "Fluoroquinolones for treating typhoid and paratyphoid fever (enteric fever)". In Bhutta, Zulfiqar A. Cochrane Database Syst Rev (10): CD004530. doi:10.1002/14651858.CD004530.pub4. PMID 21975746. 
  8. Soe GB, Overturf GD (1987). "Treatment of typhoid fever and other systemic salmonelloses with cefotaxime, ceftriaxone, cefoperazone, and other newer cephalosporins". Rev Infect Dis (The University of Chicago Press) 9 (4): 719–36. doi:10.1093/clinids/9.4.719. JSTOR 4454162. PMID 3125577. 
  9. Wallace MR, Yousif AA, Mahroos GA et al. (1993). "Ciprofloxacin versus ceftriaxone in the treatment of multiresistant typhoid fever". Eur J Clin Microbiol Infect Dis 12 (12): 907–910. doi:10.1007/BF01992163. PMID 8187784. 
  10. Dutta P, Mitra U, Dutta S et al. (2001). "Ceftriaxone therapy in ciprofloxacin treatment failure typhoid fever in children". Indian J Med Res 113: 210–3. PMID 11816954. 
  11. Bhutta ZA, Khan IA, Molla AM (1994). "Therapy of multidrug-resistant typhoid fever with oral cefixime vs. intravenous ceftriaxone". Pediatr Infect Dis J 13 (11): 990–993. doi:10.1097/00006454-199411000-00010. PMID 7845753. 
  12. Cao XT, Kneen R, Nguyen TA, Truong DL, White NJ, Parry CM (1999). "A comparative study of ofloxacin and cefixime for treatment of typhoid fever in children. The Dong Nai Pediatric Center Typhoid Study Group". Pediatr Infect Dis J 18 (3): 245–8. PMID 10093945.