ଜିଭ

ଉଇକିପିଡ଼ିଆ‌ରୁ
ଜିଭ
ଲାଟିନ ଭାଷାରେ ଲିଙ୍ଗୁଆ
ଶିରା lingual
ସ୍ନାୟୁ ଏଣ୍ଟେରିଅର୍ 2/3: ଲିଙ୍ଗୁଅଲ୍ ନର୍ବ और चोर्डा टैम्पनी ପୋସ୍ଟେରିଅର୍ 1/3: ଗ୍ଲୋସୋଫାୟାରଞ୍ଜୀଲ୍ ନର୍ବ (IX)
Precursor [ଫାୟାରଞ୍ଜୀଲ୍ ଆକ୍ସର୍[]], ଲେଟରଲ୍ ଲିଙ୍ଗୁଅଲ୍ ସ୍ୱାଲିଙ୍ଗ୍, ଟ୍ଯୂବେର୍ କୁଲମ୍ ଇମ୍ପାଲ୍
MeSH ଜିଭ
Dorlands/Elsevier Tongue

ଜିଭ ପାଟି ତଳେ ଏକ ମାଂସପେସୀ ଯାହା ଖାଦ୍ୟ ଚୋବାଇବା ଏବଂ ଖାଇବାରେ ସାହାଯ୍ୟ କରେ , ଏହା ଆମର ସ୍ୱାଦ ଅନୁଭବ କରିବାର ପ୍ରଧାନ ଅଙ୍ଗ ଅଟେ , କାରଣ ଜିଭ ସ୍ୱାଦ ଅନୁଭବ କରିବାର ପ୍ରାଥମିକ ଅଙ୍ଗ, ଜିଭର ଉପର ସ୍ତର ପେପିଲା‌ (papillae-ଶରୀର ଉପରେ ବା ଭିତରେ ବାହାରିଥିବା ଚୁଚକ ଭଳି ଏକ କ୍ଷଦ୍ର ଉଦଗତ ଅଶଂ ) ଏବଂ ସ୍ୱାଦ କଢ଼ି (taste buds)ମାନଙ୍କଦ୍ୱାରା ଆଚ୍ଛାଦିତ । ଜିଭର ଦ୍ୱିତୀୟ କାର୍ଯ୍ୟ ହେଲା ସ୍ୱର ନିୟନ୍ତ୍ରଣ କରିବା ,ଏହା ବହୁତ sensitive(ସୂଖ୍ମ ପାର୍ଥକ୍ଯ ସଙ୍ଗେସଙ୍ଗେ ପହଂଚାଏ) ଏବଂ ଲାଳଦ୍ୱାରା ସାମାନ୍ୟ ଆର୍ଦ୍ର ରହିଥାଏ । ଏଥି ସହିତ ଏହାକୁ ଏପଟେ -ସେପଟେ ବୁଲେଇବା ପାଇଂ ଏଥିରେ ବହୁତ ଗୁଡିଏ ସ୍ନାୟୁ (ସୂଖ୍ମ ଶିରା ବା ସୂଖ୍ମ ତନ୍ତୁ) ଓ ରକ୍ତ ବାହୀକା ଅବସ୍ଥିତ । ଏତତ୍ ବ୍ୟତିତ ଜିଭ ଦାନ୍ତ ସଫା କରିବାର ପ୍ରାଥମିକ ମାଧ୍ୟମ ଅଟେ । [୧]

ବର୍ଣ୍ଣନା[ସମ୍ପାଦନା]

ପେସୀଅ ସଂରଚନା[ସମ୍ପାଦନା]

ଜିଭରେ ୪ଟି ଅନ୍ତଃସ୍ଥ ଏବଂ ୪ଟି ବହିଃସ୍ଥ ମାଂସପେସୀ ଅଛି । ଜିଭର ଅନ୍ତଃସ୍ଥ ମାଂସପେସୀ (Intrinsic muscles)

ଅନ୍ତଃସ୍ଥର ଅର୍ଥ ହେଲା ଏହି ମାଂସପେସୀ ହାଡ ସହିତ ଲାଗି ରହିନଥାଏ । ଏହା ଜିଭର ଆକାର ବଦଳାଇବା ଲାଗି କାର୍ଯ୍ୟ କରିଥାଏ ।

  1. Superior longitudinal muscle - ଏହା ଜିଭକୁ ଛୋଟ କରେ .
  2. Inferior longitudinal muscle of tongue - ଏହା ଜିଭକୁ ଛୋଟ କରେ.
  3. Verticalis muscle - ଏହା ଜିଭକୁ ଓସାରିଆ ତଥା ଚେପ୍ ଟା କରେ.
  4. Transversus muscle - ଏହା ଜିଭକୁ ସଙ୍କରା ଓ ଲମ୍ବା କରିଥାଏ .

ଜିଭର ବହିଃସ୍ଥ ମାଂସପେସୀ(Extrinsic muscles)

ଏହି ମାଂସପେସୀ ହାଡ଼ରୁ ବାହାରି ଜିଭ ପର୍ଯ୍ୟନ୍ତ ଲମ୍ବି ଥାଏ । ଏହା ମୁଖ୍ୟତଃ ଜିଭର ସ୍ଥିତି ବଦଳେଇବା ଲାଗି କାର୍ଯ୍ୟ କରିଥାଏ ।

  1. Genioglossus (ଜେନିଗ୍ଲୋସସ୍)
  2. Hyoglossus (ହାଇଗ୍ଲୋସସ୍)
  3. Styloglossus (ସ୍ଟାଇଗ୍ଲୋସସ୍)
  4. Palatoglossus (ପ୍ଲାଟୋଗ୍ଲୋସସ୍)

ସଂବହନି ସଂରଚନା (Vasculature)[ସମ୍ପାଦନା]

ମାନବ ଜିଭର ତଳଭାଗ

ଜିଭକୁ ରକ୍ତ ପ୍ରବାହ ଲିଙ୍ଗୁଅଲ୍ ଧମନୀରୁ ହୋଇଥାଏ , ଯାହାକି ଏକସ୍ଟେର୍ନଲ୍ କେରୋଟିଡ୍ ଆର୍ଟେରୀର ଏକ ଶାଖା ଅଟେ , ଏବଂ ଲିଙ୍ଗୁଅଲ୍ ଧମନୀରୁ ମୁଖର ତଳଭାଗ ମଧ୍ୟ ରକ୍ତ ସଂଗ୍ରହ କରିଥାଏ । digastric muscleର intermediate tendon, mylohyoid muscleର ପଛ ଭାଗ ଏବଂ ହାଇପୋଗ୍ଲୋସଲ୍ ତନ୍ତ୍ରୀକା (hypoglossal nerve)ଦ୍ୱାରା ଗଠିତ ତ୍ରିଭୁଜକୁ ପାଇରୋଗୋଭ୍ ସ୍ (Pirogov's, Pirogoff's, କିମ୍ବା Pirogov-Belclard's) ତ୍ରିଭୁଜ କୁହାଯାଏ[୨][୩] ବଳକା ଭିତର ଅଶଂ ହେଲା ଲିଙ୍ଗୁଅଲ୍ ଧମନୀ ଅଶଂ ଯାହା ଜିଭରୁ ଅନୀୟନ୍ତ୍ରୀତ ରକ୍ତସ୍ରାବ ବନ୍ଦ କରିବାର ଉପଯୁକ୍ତ ସ୍ଥାନ ଅଟେ ।

ଜିଭକୁ ଅନ୍ୟ ଏକ ରକ୍ତ ପ୍ରବାହ (ଦ୍ୱିତୀୟ ରକ୍ତ ପ୍ରବାହ - secondary blood supply) ମଧ୍ୟ ହୋଇଥାଏ , ଯାହାକି ଫେସିଆଲ୍ ଧମନୀ ( facial artery)ର ଟଂସିଲର୍ ଶାଖାରୁ ( tonsillar branch)ରୁ ତଥା ଏସେଣ୍ଡୀଙ୍ଗ୍ ଫାୟାରଞ୍ଜୀଲ୍ ଧମନୀ (ascending pharyngeal artery)ରୁ ହୋଇଥାଏ ।

Innervation[ସମ୍ପାଦନା]

ଜିଭର ଅଗ୍ର ୨/୩ ଭାଗ ପାଇଂ ସ୍ୱାଦର ଅନୁଭୂତି ଫେସିଅଲ୍ ତନ୍ତ୍ରୀକା (chorda tympani CN7 )ଦ୍ୱାରା ହୋଇଥାଏ | ଅଗ୍ର ୨/୩ ଭାଗର ସାମାନ୍ୟ ଅନୁଭୁତି ଲିଂଗୁଅଲ୍ ତନ୍ତ୍ରୀକାଦ୍ୱାରା ହୋଇଥାଏ , ଯାହା ଟ୍ରାଇଜେମିନଲ୍ ତନ୍ତ୍ରୀକା ( trigeminal nerve) CN Vର V3ର ଏକ ଶାଖା ଅଟେ |

ବାକି 1/3 ପାଇଂ, ସ୍ୱାଦ ତଥା ସାମାନ୍ୟ ଅନୁଭୁତି ଗ୍ଲୋଫେରିଂଗିୟଲ୍ ତନ୍ତ୍ରୀକା (Glossopharyngeal nerve ) CN 9ଦ୍ୱାରା ମିଳିଥାଏ |.

ମାତ୍ର ଗୋଟିଏ ବହିଃସ୍ଥ ପେଶୀ palatoglossus (ପ୍ଲାଟୋଗ୍ଲୋସସ୍ )କୁ ଛାଡି , ଯେଉଁଥିରେ କି pharyngeal plexus ( ଫାରନ୍ ଜିଲ୍ ପ୍ଲେକ୍ଅସ୍)ର , CN10ର ତନ୍ତ୍ରୀକା ମାନ ରହିଥାନ୍ତି ] , ଜିଭର ସମସ୍ତ ଅନ୍ତଃସ୍ଥ ତଥା ବହିଃସ୍ଥ ପେଶୀ ମାନ hypoglossal nerve (CN XII) ( ହାଇପୋଗ୍ଲୋସଲ୍ ତନ୍ତ୍ରୀକା (CN XII ) )ଦ୍ୱାରା ସଂଯୋଜିତ |

ଲମ୍ବ[ସମ୍ପାଦନା]

oropharynx ( ଅରୋଫେରିକ୍ସ୍ ) ଠୁ ନେଇ , tip ( ଅଗ୍ର ଭାଗର ଶିଖର ) ପର୍ଯ୍ୟନ୍ତ , ଜିଭର ହାରାହାରି ଲମ୍ବ ୧୦ cm (୪ in)[୪]

ରକ୍ତ ପ୍ରବାହ[ସମ୍ପାଦନା]

ଜିଭ ତାହାର ରକ୍ତ ,ଅନ୍ତର୍ନିହିତ ଧମନୀ lingual artery,ଜାହାକି ବର୍ହିଗ୍ରିବା ଧମନିexternal carotid arteryର ଏକ ଅଶରୁ ଗ୍ରହଣ କରେ | ଆମ ପାଟିର ତଳଭାଗ ମଧ୍ୟ ଅନ୍ତର୍ନିହିତ ଧମନୀରୁ ରକ୍ତ ଗ୍ରହଣ କରେ | ascending pharyngeal artery ଆରୋହୀ ଗ୍ରସନ ଧମନୀ ଏବମ୍ tonsillar branch of the facial artery ମୁଖ ପାଇ ଉଧିସ୍ଟ ଧମନୀରୁ ମଧ୍ୟ ଜିଭ ମାଧ୍ୟମିକ ରକ୍ତ ବା ସ୍ୱଳ୍ପ ପରିମାଣର ରକ୍ତ ଗ୍ରହଣ କରେ |

ବିକାଶ(Development)[ସମ୍ପାଦନା]

ଜିଭର ଅଗ୍ରଭାଗ ମୁଖ୍ୟରୁପେ first pharyngeal archରୁ ଉତ୍ପନ୍ନ ହୋଇଛି ଏବମ୍ ଜିଭର ପଛପଟthird pharyngeal archରୁ ଉତ୍ପନ ହୋଇଛି ଏବମ୍ second pharyngeal arch ଭ୍ରୁଣର ବିକାଶର କାମରେ ଆସେ |

ଫାର୍ମାସୀରେ ଉପଯୋଗୀ[ସମ୍ପାଦନା]

ଜିଭର ଅଗ୍ରଭାଗର ତଳପଟେ ଥିବା ସବ୍ ଲିଙ୍ଗୁଅଲ୍ କ୍ଷତ୍ର , ଏମିତି ଏକ ସ୍ଥାନ ଯେଉଁଠି oral mucosa (ଓରଲ୍ ମ୍ୟୁକୋସା ) ଭାରି ପତଳା ହୋଇଥାଏ , ତଥା ଯା ଉପରେ ଶିରାଗୁଡ଼ିକ ଜାଲି ପରି ବିଛେଇ ହୋଇ ପଡ଼ିଥାନ୍ତି | ଏହା ଶରୀରର କିଛି ପ୍ରକାର ଉପଚାରର ଆରମ୍ଭ ସ୍ଥାନ ଅଟେ |

ଆଧାର[ସମ୍ପାଦନା]

  1. Maton, Anthea; Jean Hopkins, Charles William McLaughlin, Susan Johnson, Maryanna Quon Warner, David LaHart, Jill D. Wright (1993). Human Biology and Health. Englewood Cliffs, New Jersey, USA: Prentice Hall. ISBN 0-13-981176-1.{{cite book}}: CS1 maint: multiple names: authors list (link)
  2. Pirogov's triangle
  3. Jamrozik, T.; Wender, W. (1952). "Topographic anatomy of lingual arterial anastomoses; Pirogov-Belclard's triangle". Folia Morphologica. 3 (1): 51–62. PMID 13010300. {{cite journal}}: Unknown parameter |month= ignored (help)
  4. Robin Kerrod (1997). MacMillan's Encyclopedia of Science. Vol. 6. Macmillan Publishing Company, Inc. ISBN 0028645588.

ଅଧିକ ତଥ୍ୟ[ସମ୍ପାଦନା]