ଜିକା ଭୁତାଣୁ
ଜିକା ଭୁତାଣୁ | |
---|---|
ଇଲେକଟ୍ରନ ମାଇକ୍ରୋଗ୍ରାଫରେ ଜିକା ଭୁତାଣୁ - ଭୁତାଣୁ ପାର୍ଟିକ୍ଲ ବା କଣର ବ୍ୟାସ ୪୦ ଏନଏମ, ଗାଢ଼ ଅଭ୍ୟନ୍ତର ଓ ବାହ୍ୟ ଖୋଳ । (source: CDC) | |
Virus classification | |
Group: | Group IV ((+)ssRNA) |
କୁଳ: | ଫ୍ଲାଭିଭିରିଡି (Flaviviridae) |
ପ୍ରଜାତି: | ଫ୍ଲାଭିଭୁତାଣୁ (Flavivirus) |
ଜାତି: | ଜିକା ଭୁତାଣୁ |
ଜିକା ଭୁତାଣୁ | |
---|---|
ବିଭାଗ | Infectious disease Zoonosis |
ଆଇସିଡ଼ି-୧୦ | U06.9 Code change from 21 December 2015 |
ଜିକା ଭୁତାଣୁ (ZIKV)ଫ୍ଲାଭିଭିରିଡି ଭୁତାଣୁ ପରିବାର ଓ ଫ୍ଲାଭିଭୁତାଣୁ ଜେନସ୍ର ଏକ ସଦସ୍ୟ ଓ ଏହା ଦିବା ସକ୍ରିୟ ଏଡିସ ମଶା ପରିବାରର ଏଡିସ୍ ଇଜିପ୍ଟି ମଶାଦ୍ୱାରା ବ୍ୟାପିଥାଏ ।
ଡିସେମ୍ବର ୨୦୧୫ରେ ଏହି ଭୁତାଣୁର ପ୍ଲାସେଣ୍ଟା ମାଧ୍ୟମ ସଞ୍ଚାର ହୋଇ ଶିଶୁର ଛୋଟ ମୁଣ୍ଡ ବା ମାଇକ୍ରୋସେଫାଲି (microcephaly) ହେବା ସହିତ ମସ୍ତିଷ୍କ କ୍ଷତିଗ୍ରସ୍ତ ହେବା ସମ୍ଭାବନା ସନ୍ଦେହ କରାଯାଉଛି ।[୧]
ମାନବ ଶରୀରରେ ଏହା ସାମାନ୍ୟ ଅସୁସ୍ଥତା ସୃଷ୍ଟି କରେ ଯାହାକୁ ଜିକା ଜ୍ୱର, ଜିକା ବା ଜିକା ରୋଗ କୁହାଯାଏ ଓ ଏହି ରୋଗ ସନ ୧୯୫୦ରୁ ଆଫ୍ରିକାରୁ ଏସିଆ ପର୍ଯ୍ୟନ୍ତ ଏକ ଅଣଓସାରିଆ ବିଷୁବ ମଣ୍ଡଳୀୟ ଇଲାକାରେ ହେଉଥିବା ଜଣାଯାଏ । ସନ ୨୦୧୪ରେ ଏହା ପୂର୍ବଦିଗକୁ ପ୍ରଶାନ୍ତ ମହାସାଗରକୁ ଟପି ଫ୍ରେଞ୍ଚ ପଲିନେସିଆ, ଇସ୍ଟର ଦ୍ୱୀପକୁ ବ୍ୟାପିଗଲା ଓ ସନ ୨୦୧୫ରେ ମେକ୍ସିକୋ, ମଧ୍ୟ ଆମେରିକା, ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆମେରିକା ପର୍ଯ୍ୟନ୍ତ ଗତିକରି ପାଣ୍ଡେମିକ ବା ମହାମାରୀ ସ୍ତରକୁ ଚାଲିଗଲା ।[୨]1947 ମସିହାରେ ଉଗାଣ୍ଡାରେ କେତେକ ଲୋକଙ୍କ ଦେହରେ ଜିକା ପ୍ରଭାବିତ କୋଷ ଥିବା ଜଣାପଡ଼ିଥିଲା । ତେଣୁ ସେମାନେ ପୂର୍ବରୁ ଜିକାଦ୍ୱାରା ସଂକ୍ରମିତ ହୋଇଥିଲେ । ଏହା ପରେ ସାରା ଆଫ୍ରିକାରେ ବ୍ୟାପିଥିଲା ଜିକା । ତେବେ ନାଇଜିରିଆରେ ପ୍ରଥମ ସଂକ୍ରମିତ ରୋଗୀଙ୍କ ସଂପର୍କରେ ଜଣା ପଡ଼ିଥିଲା ପ୍ରାୟ ଗୋଟିଏ ଦଶନ୍ଧିପରେ, 1960 ମସିହାରେ । ଏହା ପରେ ପ୍ରାୟ 10-12 ଜଣ ରୋଗୀଙ୍କୁ ଏ ସଂକ୍ରମଣ ହୋଇଥିଲା । 1966 ମସିହାରେ ଦକ୍ଷିଣ ପୂର୍ବ ଏସିଆକୁ ଫେରିଲା ଏ ଭୂତାଣୁ । ଦକ୍ଷିଣ ପୂର୍ବ ଏସିଆର ପ୍ରଥମ ମାମଲା ପଦାକୁ ଆସିଲା । ଏହା ସହ ଭାରତ, ପାକିସ୍ତାନ, ମାଲେସିଆ, ଅଣ୍ଡୋନେସିଆ ଆଦି ଦେଶରେ ଅନେକ ସଂକ୍ରମିତ ମାମଲା ପଦାକୁ ଆସିଲା । ତେବେ ଏ ସମସ୍ତ ଅଞ୍ଚଳରେ ଜିକା ଏକ ମହାମାରୀରେ ପରିଣତ ହୋଇନଥିଲା । 2007ରେ ମାଇକ୍ରୋନେସିଆର ୟାପ୍ ଦ୍ୱୀପରେ ଏହା ଜିକା ମହାମାରୀରର ରୂପ ନେଲା । ୟାପ୍ର ଜନସଂଖ୍ୟା ଅତି ଅଳ୍ପ ଥିଲା । ଏହା ମଧ୍ୟରୁ ଜିକାଦ୍ୱାରା ସଂକ୍ରମିତ ହୋଇଥିଲେ 200ରୁ ଅଧିକ । 2013ରେ ଫ୍ରେଞ୍ଚ ପଲିନେସିଆରେ ଜିକାର ପ୍ରକୃତ ରୂପ ପଦାକୁ ଆସିଲା । ସଂକ୍ରମିତଙ୍କ ସଂଖ୍ୟା ଥିଲା 35,000 । ଏହା ମଧ୍ୟରୁ କେତେକ ପକ୍ଷାଘାତରେ ମଧ୍ୟ ପୀଡ଼ିତ ଥିଲେ । ପରବର୍ତ୍ତୀ ସମୟରେ କେତେକ ଗବେଷଣାରୁ ଜଣାପଜଡ଼ିଛି ଏହା ପରେ ମାଇକ୍ରୋ ସେଫାଲି ବା କ୍ଷୁଦ୍ର ମସ୍ତିଷ୍କ ଥିବା ଶିଶୁମାନେ ମଧ୍ୟ ଜନ୍ମ ହୋଇଥିଲେ । 2014 ଫୁଟ୍ବଲ ବିଶ୍ୱକପ୍ ସମୟରେ ହିଁ ପହଁଚିଥିଲା ଜିକା । ପ୍ରଥମେ ଉତ୍ତର ବ୍ରାଜିଲରେ ଜିକା ସଂକ୍ରମିତ ଘଟଣା ସାମ୍ନାକୁ ଆସିଲା । ତେବେ ସେହି ସମୟରେ ଆର୍ଜେଣ୍ଟନାର ରିଓ-ଡି-ଜେନିରୋରେ ହେଉଥିବା ବିଶ୍ୱ ନୌଚାଳନା ପ୍ରତିଯୋଗିତା ସମୟରେ ଜିକା ପହଁଚିଥିଲା ଦକ୍ଷିଣ ଆମେରିକାରେ । କାରଣ ଏଥିରେ ଭାଗନେଇଥିଲେ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପର ଅନେକ ଅଧିବାସୀ । ବର୍ଷେ କାଳ ଏହା ବ୍ରାଜିଲରେ ଧୀରେ ଧୀରେ ବ୍ୟାପିବାରେ ଲାଗିଲା । ତେବେ 21 ଅକଟୋବର 2015ରେ ବ୍ରାଜିଲ ବାହାରେ ପ୍ରଥମ ମାମଲା ପଦାକୁ ଆସିଲା କଲମ୍ବିଆରେ । ଏହା ପରେ ନଭେମ୍ବର ସୁଦ୍ଧା ସୁରିନାମ, ଏଲ-ସାଲଭାଡର, ଗୁଏଟମାଲା ଆଦି ଦେଶରେ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସିଲା । ଡିସେମ୍ବର ପ୍ରଥମ ଭାଗରେ ଏହା ମେକ୍ସିକୋକୁ ବ୍ୟାପିଲା । ଏହାପରେ ଯୁକ୍ତରାଷ୍ଟ୍ର, ପାରାଗୁଏ, ଭେନେଜୁଏଲା ଓ ପାନାମାରେ ଆତଙ୍କ ସୃଷ୍ଟି ହେଲା । ଜାନୁଆରୀରେ ଏହା ହଣ୍ଡୁରାସ, ପର୍ଟୋରିକୋ, ଫ୍ରେଞ୍ଚ ଗୁଏନା, ମାର୍ଟିନିକରେ ମଧ୍ୟ ବ୍ୟାପିଲା ଜିକା । ଗତ ସପ୍ତାହରେ ଗୁଏନା, ବାର୍ବାଡସ, ଇକ୍ୱେଡର, ବଲିଭିଆ, ହାଇତି ଓ ଡୋମିନିକାନ ରିପବ୍ଲିକରେ ମଧ୍ୟ ଜିକା ବ୍ୟାପିଲା । ଏହା ବାଦ ଯୁକ୍ତରାଷ୍ଟ୍ର ଆମେରିକା, ଯୁକ୍ତରାଜ୍ୟ, ଡେନମାର୍କ ଓ ଜର୍ମାନୀରେ ମଧ୍ୟ କେତେକ ଜିକା ସଂକ୍ରମିତ ମାମଲା ଜଣାପଡ଼ିଛି । ତେବେ ବିଶେଷଜ୍ଞଙ୍କ କହିବା କଥା ଏସବୁ ପର୍ଯ୍ୟଟକଙ୍କଦ୍ୱାରା ବ୍ୟାପିଛି ।
ସାଧାରଣ
[ସମ୍ପାଦନା]ଡେଙ୍ଗୁ, ୟେଲୋ ଫିଭର, ଜାପାନୀ ଏନକେଫାଲାଇଟିସ ଓ ୱେଷ୍ଟ ନାଇଲ ଭୁତାଣୁ ସହିତ ଜିକା ଭୁତାଣୁର ସମ୍ପର୍କ ଅଛି ।[୩] ସାମାନ୍ୟ ଧରଣର ଡେଙ୍ଗୁ ଜ୍ୱର ସହିତ ଜିକା ଜ୍ୱର ପ୍ରାୟ ସମାନ,[୩] ବିଶ୍ରାମହିଁ ଏହାର ଚିକିତ୍ସା,[୪] ଓ ଏହା ନିମନ୍ତେ ଔଷଧ ବା ଟିକା ବାହାରି ନାହିଁ ।[୪] ଏହି ଜିକା ଜ୍ୱର ସହ ମାଇକ୍ରୋକେଫାଲି ସମ୍ପର୍କ ଥିବା ସମ୍ଭାବନା ଅଛି ଯାହା ମାଆଠାରୁ ଶିଶୁ ସଂକ୍ରମିତ ପ୍ରଲମ୍ବ ସଞ୍ଚାର (vertical transmission) ହୁଏ,[୫][୧][୬] ଓ ସଂକ୍ରମିତ ବୟଃପ୍ରାପ୍ତ ଲୋକଙ୍କର ସ୍ନାୟୁଜିନିତ ରୋଗ ଓ ଗଲେନ-ବାରି ସିଣ୍ଡ୍ରୋମ ସହିତ ସମ୍ପର୍କ ଥିବା ଜଣାଯାଏ । ଜାନୁଆରୀ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାର ରୋଗ ନିୟନ୍ତ୍ରଣ ଓ ପ୍ରତିଷେଧ ସଂସ୍ଥା Centers for disease control and prevention ତରଫରୁ ଏହି ଭୁତାଣୁଠାରୁ ସୁରକ୍ଷିତ ରହିବାପାଇଁ ଏହାଦ୍ୱାରା ସଂକ୍ରମିତ ଦେଶମାନଙ୍କର ସୂଚନା, ଏହାର ଲକ୍ଷଣ ଓ ପ୍ରତିରୋଧକ ବିଷୟରେ ସୂଚନାପତ୍ର ଜାରି କରାଯାଇ ଏଥିରେ ବର୍ଭବତୀ ମହିଳାଙ୍କୁ ରୋଗ ପ୍ରବଣ ଇଲାକାର ଭ୍ରମଣକୁ ବିଳମ୍ବିତ କରିବାକୁ କୁହାଯାଇଛି ।[୭][୮] ଅନ୍ୟ ସରକାରମାନେ ଓ ସ୍ୱାସ୍ଥ୍ୟ ସଂଗଠନଗୁଡ଼ିକ ଏହିଭଳି ଚେତାବନୀ ଦେଇଛନ୍ତି,[୯][୧୦][୧୧] ଅନ୍ୟ ପକ୍ଷରେ ଡୋମିନିଆନ ରିପବ୍ଲିକ, ଇକୁଏଡର, ଏଲ ସାଲଭାଡର ଓ ଜାମାଇକାରେ ଏହାର ସଙ୍କଟ ବିଷୟରେ ସଠିକ ଧାରଣା ମିଳିବା ପର୍ଯ୍ୟନ୍ତ ଗର୍ଭାଧାନ ବିଳମ୍ବିତ କରିବାକୁ ପରାମର୍ଶ ଦିଆଯାଇଛି ।[୧୦][୧୨] ଫେବ୍ରୁଆରୀ ୨ ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଡଲାସ କାଉଣ୍ଟି ହେଲ୍ଥ ଆଣ୍ଡ ହ୍ୟୁମାନ ସର୍ଭିସେସ ଏହି ରୋଗର ପ୍ରଥମ ସଞ୍ଚାର ବିଷୟରେ ସୂଚନା ଦେଇଥିଲେ ।[୧୩] [୧୪]
ସଂକ୍ରମଣ
[ସମ୍ପାଦନା]ଜିକା ଭୁତାଣୁ ସାଧାରଣତଃ ଦିନବେଳେ ଦେଖାଯାଉଥିବା ମଶା ମାନଙ୍କଦ୍ୱାରା ସଂକ୍ରମିତ ହୋଇଥାଏ । ଏହି ଭୁତାଣୁ ଦିବା-ସକ୍ରିୟ ଏଡିସ୍ ଜାତିର ମଶା ଯେପରିକି ଏଡିସ୍ ଇଜିପ୍ଟି ଓ ଆର୍ବୋରିଆଲ ମଶା ଯେପରିକି ଏ ଆଫ୍ରିକାନସ୍ ଦେହରୁ ମିଳିଛି ।[୧୫]
ଲକ୍ଷଣ
[ସମ୍ପାଦନା]ଏ ଭୂତାଣୁ ସଂକ୍ରମଣ ହେଲେ ସାଧାରଣ ଭାବେ କୁଣ୍ଡାଇ ହେବା, ଥଣ୍ଡା ଧରିବା, ଛିଙ୍କ ହେବା, ଆଖି ଲାଲ ପଡ଼ିବା, ଆଣ୍ଠୁ ଗଣ୍ଠି ଦରଜ ହେବା ଭଳି ଲକ୍ଷଣ ଦେଖାଦିଏ । ତେବେ 80 ଭାଗ କ୍ଷେତ୍ରରେ ଏହା ଅଳ୍ପ ଦିନରେ ସ୍ୱତଃ ଭଲ ହୋଇଯାଇଥାଏ । କିନ୍ତୁ ଏହାର ମାରାତ୍ମକ ଦିଗ ହେଉଛି ଏହା ସହଜରେ ଏହି ଭୂତାଣୁ ସଂକ୍ରମଣଦ୍ୱାରା ଶିକାର ମହିଳାମାନଙ୍କଠାରୁ ଜନ୍ମ ଶିଶୁମାନଙ୍କଠାରେ ମସ୍ତିଷ୍କର ଆକାର ଅପେକ୍ଷାକୃତ ଛୋଟ ହେଇଥାଏ । ଅଧିକାଂଶ ସଂକ୍ରମିତ ଲୋକ ପକ୍ଷାଘାତର ଶିକାର ହୋଇଥାନ୍ତି । ତାଛଡ଼ା ଅନ୍ୟ ସ୍ନାୟବିକ ସମସ୍ୟା ମଧ୍ୟ ଦେଖାଦିଏ । ଜିକା ସଂକ୍ରମଣ ରୋକିବାକୁ କୌଣସି ଟୀକା ତିଆରି ହୋଇନି ବା ଏହାର ଉପଚାର ଲାଗି କୌଣସି ଔଷଧ ମଧ୍ୟ ନାହିଁ ବୋଲି କହିଛି କାଉନସିଲ । ତେଣୁ ପ୍ରତିଷେଧକ ହେଉଛି ଏଡିସ ମଶାକୁ ବ୍ୟାପିବାରୁ ରୋକିବା । ଏହି ମଶା ସଫା ପାଣିରେ ହିଁ ବଂଶବିସ୍ତାର କରେ । ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Oliveira Melo, A. S.; Malinger, G.; Ximenes, R.; Szejnfeld, P. O.; Alves Sampaio, S.; Bispo de Filippis, A. M. (1 January 2016). "Zika virus intrauterine infection causes fetal brain abnormality and microcephaly: tip of the iceberg?". Ultrasound in Obstetrics & Gynecology. 47 (1): 6–7. doi:10.1002/uog.15831. ISSN 1469-0705.
- ↑ McKenna, Maryn (13 January 2016). "Zika Virus: A New Threat and a New Kind of Pandemic". Germination. Retrieved 18 January 2016.
- ↑ ୩.୦ ୩.୧ "Zika virus infection". ecdc.europa.eu. Retrieved 18 January H2016.
{{cite web}}
: Check date values in:|accessdate=
(help) - ↑ ୪.୦ ୪.୧ "Symptoms, Diagnosis, & Treatment". Zika Virus. DVBD, NCEZID, Centers for Disease Control and Prevention.
- ↑ Leonardo Aguiar. "Ministério da Saúde confirma relação entre vírus Zika e microcefalia". Portal da Saúde – Ministério da Saúde – www.saude.gov.br.
- ↑ "Epidemiological update: Outbreaks of Zika virus and complications potentially linked to the Zika virus infection". European Centre for Disease Prevention and Control. Retrieved 18 January 2016.
- ↑ "Zika Virus in the Caribbean". Travelers' Health: Travel Notices. Centers for Disease Control and Prevention. 15 January 2016.
- ↑ Petersen, Emily E.; Staples, J. Erin; Meaney-Delman, Dana; Fischer, Marc; Ellington, Sascha R.; Callaghan, William M.; Jamieson, Denise J. (2016). "Interim Guidelines for Pregnant Women During a Zika Virus Outbreak – United States, 2016". Morbidity and Mortality Weekly Report. 65 (2): 30–33. doi:10.15585/mmwr.mm6502e1. PMID 26796813.
- ↑ "Zika virus: Advice for those planning to travel to outbreak areas". ITV News. 22 January 2016. Retrieved 24 January 2016.
- ↑ ୧୦.୦ ୧୦.୧ "Pregnant Irish women warned over Zika virus in central and South America". RTE. 22 January 2016. Retrieved 23 January 2016.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;BBC-2016-01-24a
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Zika virus triggers pregnancy delay calls". BBC. 23 January 2016. Retrieved 23 January 2016.
- ↑ http://www.nbcdfw.com/news/health/Zika-Virus-Confirmed-in-Dallas-County-Spread-Through-Sexual-Contact-Dallas-County-Health-367395911.html
- ↑ "ଆର୍କାଇଭ୍ କପି" (PDF). Archived from the original (PDF) on 2016-02-03. Retrieved 2016-02-03.
{{cite web}}
: Cite has empty unknown parameter:|1=
(help) - ↑ Kraemer, Moritz UG; Sinka, Marianne E.; Duda, Kirsten A.; Mylne, Adrian QN; Shearer, Freya M.; Barker, Christopher M.; Moore, Chester G.; Carvalho, Roberta G.; Coelho, Giovanini E. (7 July 2015). "The global distribution of the arbovirus vectors Aedes aegypti and Ae. albopictus". ELife. 4: e08347. doi:10.7554/eLife.08347. PMC 4493616. PMID 26126267.
{{cite journal}}
: CS1 maint: unflagged free DOI (link)