ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍

ଉଇକିପିଡ଼ିଆ ରୁ
Gastroenteritis
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
Gastroenteritis viruses: A = rotavirus, B = adenovirus, C = Norovirus and D = Astrovirus. The virus particles are shown at the same magnification to allow size comparison.
ଆଇସିଡ଼ି-୧୦ A02.0, A08., A09., J10.8, J11.8, K52.
ଆଇସିଡ଼ି- 008.8 009.0, 009.1, 558
ରୋଗ ଡାଟାବେସ 30726
ମେଡ଼ିସିନ-ପ୍ଲସ 000252 000254
ଇ-ମେଡ଼ିସିନ emerg/213
MeSH D005759

ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ମୂଖ୍ୟତଃ ଏକ ଭୁତାଣୁ ଜନିତ ରୋଗ ଯାହାଦ୍ଵାରା ପାକସ୍ଥଳୀ ଓ ଅନ୍ତନାଳିରେ ପ୍ରଦାହ ସୃଷ୍ଟି ହୁଏ । ଇଂରାଜୀରେ ଗ୍ୟାସ୍ଟ୍ରୋ ଶବ୍ଦ ପାକସ୍ଥଳିର ବିଶେଷଣ ଓ ଏଣ୍ଟେରୋ ଶବ୍ଦ ଅନ୍ତନାଳିର ବିଶେଷଣ । ଆଇଟିସ ଶବ୍ଦ ପ୍ରଦାହ ଅର୍ଥରେ ବ୍ୟବହାର ହୁଏ । ଏହାକୁ ଅନେକ କଥିତ ଭାଷାରେ ସ୍ଟୋମାକ ଫ୍ଲୁ, ଗ୍ୟାସ୍ଟ୍ରିକ ଫ୍ଲୁ ବା ସ୍ଟୋମାକ ବଗ୍ ନାମ ଦେଇ କହନ୍ତି । ଏହି ରୋଗରେ ତରଳ ଝାଡା, ବାନ୍ତି, ପେଟରେ ଯନ୍ତ୍ରଣା ଓ କ୍ରାମ୍ପ ହୁଏ[୧]
ପିଲାମାନଙ୍କର ଦେହରେ ରୋଟା ଭୁତାଣୁ[୨] ଦ୍ଵାରା ଏହି ରୋଗ ହୁଏ । ବଡ ମଣିଷମାନଙ୍କର ନୋରୋ ଭୁତାଣୁ[୩] ଓ କ୍ୟାମ୍ପିଲୋବ୍ୟାକ୍ଟର[୪] ଦ୍ଵାରା ଏହି ରୋଗ ହୁଏ । ଅଳ୍ପ କେତେକ ସ୍ଥଳରେ ଜୀବାଣୁ ତଥା ଜୀବାଣୁ ନିର୍ଗତ ବିଷ, ପାରାସାଇଟ ଦ୍ଵାରା ରୋଗ ମଧ୍ୟ ହୁଏ । ରୋଗୀ ସଂସ୍ପର୍ଶରେ ଆସିଲେ ବା ଅସିଦ୍ଧ ତଥା ଭୁତାଣୁ/ ଜୀବାଣୁ ମିଶ୍ରିତ ଖାଦ୍ୟ ଖାଇବା ଦ୍ଵାରା ଏହି ସଂକ୍ରମିତ ହୁଏ ।
ଏହାର ଚିକିତ୍ସାରେ ମୂଖ୍ୟତଃ ଓରାଲ ରିହାଇଡ୍ରେସନ ସଲ୍ୟୁସନ ଦିଆଯାଏ ।

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

Type 7 on the Bristol Stool Chart indicates diarrhea

ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗରେ ପତଳା ଝାଡା ଓ ବାନ୍ତି ହୁଏ, ବେଳେ ବେଳେ ଗୋଟିଏ ଲକ୍ଷଣ ପ୍ରକାଶ ପାଏ । ପେଟରେ କ୍ରାମ୍ପ ହୋଇପାରେ । ସଂକ୍ରମଣ ହେବାର ୧୨ - ୭୨ ଘଣ୍ଟା ମଧ୍ୟରେ ଲକ୍ଷଣ ଦେଖାଯାଏ[୫] । ଭାଇରସ ଦ୍ଵାରା ହେଉଥିଲେ ଏକ ସପ୍ତାହ ମଧ୍ୟରେ ଭଲ ହୋଇଯାଏ । କେତେକ ଭୁତାଣୁ ଜନିତ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗରେ ଜର, ଥକ୍କାଣ, ମୁଣ୍ଡ ବଥା ଓ ମାଂସ ପେଶୀ ଯନ୍ତ୍ରଣା ହୁଏ । ଝାଡାରେ ରକ୍ତ ପଡୁଥିଲେ ଭୁତାଣୁ ଅପେକ୍ଷା ଜୀବାଣୁ ଦ୍ଵାରା ହେବା ସମ୍ଭାବନା ଅଧିକ । କେତେକ ଜୀବାଣୁ ଯୋଗୁ ପେଟରେ ଯନ୍ତ୍ରଣା ହୁଏ ଓ ଅନେକ ସପ୍ତାହ ପର୍ଯ୍ୟନ୍ତ ଲାଗି ରହେ ।
ପିଲାମାନେ ୩ରୁ ୮ ଦିନ ମଧ୍ୟରେ ଭଲ ହୋଇ ଯାଆନ୍ତି[୬] । ଗରିବା ଦେଶମାନଙ୍କରେ ଚିକିତ୍ସା ସୁବିଧା ନ ଥିବାରୁ ବହୁତ ଦିନ ଧରି ରୋଗ ଲାଗି ରହେ[୭] ନିର୍ଜଳନ ଏହାର ଏକ ଜଟିଳ ସମସ୍ୟା,[୮] । ନିର୍ଜଳନ ଏହାର ମୂଖ୍ୟ ଜଟୀଳତା। ସ୍ଵଳ୍ପ ସ୍ଵାସ୍ଥ୍ୟରକ୍ଷା ଓ ଅପପୁଷ୍ଟି ଥିବା ସ୍ଥାନମାନଙ୍କରେ ବାରମ୍ବାର ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ହୁଏ ଓ ଏହା ସହ ବିକାଶରେ ବାଧା ହୁଏ ଓ ବହୁ ଦିନ ଧରି ବୋଧ ଶକ୍ତି କମିଯାଏ ।

କାରଣ[ସମ୍ପାଦନା]

ବିଭିନ୍ନ ଏଜେଣ୍ଟଙ୍କ ଦ୍ଵାରା ଏହି ରୋଗ ହୁଏ ।

ଭୁତାଣୁ[ସମ୍ପାଦନା]

ରୋଟା, ନୋରା, ଆଡେନୋ ଓ ଆସ୍ଟ୍ରୋ ଭୁତାଣୁ ଦ୍ଵାରା ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ ରୋଗ ହୁଏ[୯][୧୦]ରୋଟା ଭୁତାଣୁ ସବୁଠାରୁ ଅଧିକ ପିଲାମାନଙ୍କ ଦେହରେ ଏହି ରୋଗ ସୃଷ୍ଟି କରେ ଓ ଉଭୟ ବିକଶିତ ଓ ବିକାଶଶୀଳ ଦେଶମାନଙ୍କରେ ସମ ଭାବରେ ଦେଖାଯାଏ । ପିଲାମାନଙ୍କର ରୋଗର ୭୦% ଭୁତାଣୁ ଯୋଗୁ ହୁଏ[୧୧] । ଇମ୍ମ୍ୟୁନିଟି ଯୋଗୁ ବଡମାନଙ୍କ ଦେହରେ ରୋଟା ଜନିତ ରୋଗ କମ ହୁଏ[୧୨]
ବଡ ମଣିଷଙ୍କର ନୋରୋ ଭୁତାଣୁ ଯୋଗୁ ଏହି ରୋଗ ଆମେରିକାରେ ଦେଖାଯାଏ ।

ଜୀବାଣୁ[ସମ୍ପାଦନା]

Salmonella enterica serovar Typhimurium (ATCC 14028) as seen with a microscope at 1000 fold magnification and following Gram staining.

ବିକଶିତ ଦେଶମାନଙ୍କରେ ମୂଖ୍ୟତଃ କ୍ୟୁମ୍ପିଲୋବ୍ୟାକ୍ଟର ଜେଜୁନି ଜୀବାଣୁ ଦ୍ଵାରା ଏହି ରୋଗ ହୁଏ । ଯେଉଁ ଲୋକମାନେ କୁକୁଡା ପାଳନ କାମରେ ନିଯୁକ୍ତ ଥାଆନ୍ତି ସେମାନଙ୍କର ଏହି ରୋଗ ବେଶି ହୁଏ[୧୩] । ପିଲାମାନଙ୍କର ରୋଗର ୧୫% ଜୀବାଣୁ ଦ୍ଵାରା ହୁଏ । ମୂଖ୍ୟ ଜୀବାଣୁ ଗୁଡିକର ନାମ: ଇ. କୋଲାଇ, ସାଲମୋନେଲା, ସିଗେଲା ଓ କୋମ୍ପିଲୋବ୍ୟାକ୍ଟର । ସଂକ୍ରମିତ ଖାଦ୍ୟରେ ଜୀବାଣୁ କିଛି ଘଣ୍ଟା ରହିଗଲେ ଜୀବାଣୁ ବଂଶ ବୃଦ୍ଧି କରନ୍ତି । ଅସିଦ୍ଧ ଖାଦ୍ୟ, ପୋଲ୍ଟ୍ରି, ସମୁଦ୍ରି ଖାଦ୍ୟ, ଅଣ୍ଡା, ପାସ୍ଚୁରାଇଜ ହୋଇ ନ ଥିବା କ୍ଷୀର, ଫଳ ଓ ପରିବା ଜୁସ[୧୪] ମାଧ୍ୟମରେ ଏହି ରୋଗ ସହଜରେ ବ୍ୟାପେ । ଖାଦ୍ୟ ଓ ଜଳ ମାଧ୍ୟମ ଏହି ସଂକ୍ରମଣର ମୂଖ୍ୟ ବାହକ ।
ଆଣ୍ଟିବାୟୋଟିକ ଓ ଆଣ୍ଟାସିଡ ସେବନ କରୁଥିବା ଲୋକଙ୍କ ଦେହରେ କେତେକ ଜୀବାଣୁର ବିଷାକ୍ତ ପଦାର୍ଥ ଯୋଗୁ ଏହି ରୋଗ ହୁଏ ।

ପରଜୀବି(Parasite)[ସମ୍ପାଦନା]

ଜିଆର୍ଡିଆ ଓ ଏଣ୍ଟାମିବା ହୋସ୍ଟୋଲିଟିକା ଦ୍ଵାରା ମଧ୍ୟ ଏହି ରୋଗ ହୁଏ ।

ବିକାରୀ ଶରୀର କ୍ରିୟା(Pathophysiology)[ସମ୍ପାଦନା]

କ୍ଷୁଦ୍ର ଅନ୍ତ ଓ ବୃହଦନ୍ତର ସଙ୍କ୍ରମଣ ଯୋଗୁ ହେଉଥିବା ତରଳ ଝାଡା ଓ ବାନ୍ତି ରୋଗକୁ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ କୁହାଯାଏ[୧୫] । କ୍ଷୁଦ୍ର ଅନ୍ତ ନାଳୀରେ ପ୍ରଦାହ ହୁଏ ନାହିଁ କିନ୍ତୁ ବୃହଦନ୍ତରେ ପ୍ରଦାହ ହୁଏ । ଏହି ରୋଗ ସୃଷ୍ଟି କରିବା ନିମନ୍ତେ ଗୋତିଏ ଜୀବାଣୁ(କ୍ରିପ୍ଟୋସ୍ପୋରିଡିଅମ୍) ଠାରୁ ଆରମ୍ଭ କରି ୧୦ (କଲେରା ଜୀବାଣୁ) ସ୍ଥଳ ବିଶେଷରେ ଆବଶ୍ୟକ ହୁଅନ୍ତି ।

ରୋଗ ନିର୍ଣ୍ଣୟ[ସମ୍ପାଦନା]

ଏହି ରୋଗ ମୂଖ୍ୟତଃ ରୋଗୀର ଲକ୍ଷଣ ଓ ଚିହ୍ନ ଦେଖି ନିର୍ଣ୍ଣୟ କରାଯାଏ । ସଠିକ ଭାବେ ଏହାର କାରଣ ନିର୍ଣ୍ଣୟ ଅନାବଶ୍ୟକ ଯେ ହେତୁ ଏହାର ଚିକିତ୍ସା ଉପରେ ପ୍ରଭାବ ନାହିଁ । ଝାଡାରେ ରକ୍ତ ଦେଖାଗଲେ ପରୀକ୍ଷା ଆବଶ୍ୟକ; ବିଷାକ୍ତ ଖାଦ୍ୟ ଯୋଗୁ ଏହା ହୋଇପାରେ । ୧୦% ପିଲାଙ୍କର ଗ୍ଲୁକୋଜ ବା ଶର୍କରା ଅଂଶ କମିଯାଏ ଏଣୁ ରକ୍ତର ଗ୍ଲୁକୋଜ ପରୀକ୍ଷା ଆବଶ୍ୟକ ହୁଏ । ଅତ୍ୟଧିକ ନିର୍ଜଳନ ଥିଲେ କିଡନି କର୍ମକୁଶଳତା ପରୀକ୍ଷା ଓ ଇଲେକ୍ଟ୍ରୋଲାଇଟ ପରୀକ୍ଷା କରାଯାଏ ।

ନିର୍ଜଳନ[ସମ୍ପାଦନା]

ଏହାକୁ ତିନି ଭାଗରେ ବିଭକ୍ତ କରାଯାଏ: ସାମାନ୍ୟ(୩ ରୁ୫%), ମଧ୍ୟମ(୬ ରୁ ୯%) ଓ ଅତିଶୟ(୧୦% ବା ଅଧିକ) । ପିଲାମାନଙ୍କ ଦେହରେ ନିର୍ଜଳନର ମୂଖ୍ୟ ଲକ୍ଷଣ : - ଦେହର କୌଣସି ସ୍ଥାନକୁ ଅଳ୍ପ ସମୟ ନିମନ୍ତେ ଟିପ ଦ୍ଵାରା ଚିପି ଧରି ଛାଡିଦେଲେ ଶେତା ଦେଖାଯାଏ କିନ୍ତୁ ସଙ୍ଗେ ସଙ୍ଗେ ରକ୍ତିମ ହୋଇ ସାଧାରଣ ରଙ୍ଗ ହୋଇଯାଏ । ନିର୍ଜଳନ ଥିଲେ ସେହି ସ୍ଥାନର ରଙ୍ଗ ଫେରିବାକୁ ସମୟ ଲାଗେ । ନିଶ୍ଵାସ ପ୍ରଶ୍ଵାସ ସାଧାରଣ ରହେ ନାହିଁ[୧୬] । ପାଟି ଶୁଖି ଯାଏ, ଲୁହ ବହେ ନାହିଁ ଚମର ଇଲାସ୍ଟିସିଟି ରହେ ନାହିଁ ଓ ଆଖି ଭିତରକୁ ପଶିଯାଏ । ପରିସ୍ରା ପରିମାଣ କମିଯାଏ ।

ପ୍ରତିଷେଧ[ସମ୍ପାଦନା]

Percentage of rotavirus tests with positive results, by surveillance week, United States, July 2000 – June 2009.

ଅଣସଂକ୍ରମିତ ଜଳ ଯୋଗାଣ ଓ ଉତ୍ତମ ସ୍ଵାସ୍ଥ୍ୟରକ୍ଷା ଯୋଗୁ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗ ହାର କମିଯାଏ । ଭଲ ଭାବରେ ହାତ ଧୋଇଲେ ଏହି ରୋଗ ୩୦ % କମିଯାଏ । ସ୍ତନ୍ୟପାନ ଯୋଗୁ ରୋଗ କମ ହୁଏ , ରୋଗ ସମୟ ଓ ପୁନଃପୌନିକତାକୁ କମାଏ । ସଂକ୍ରମିତ ଖାଦ୍ୟ ଓ ପାନୀୟ ବର୍ଜନ ଉଚିତ [୧୭]

ଟୀକା[ସମ୍ପାଦନା]

ପିଲାମାନଙ୍କୁ ରୋଟା ଭୁତାଣୁ ଟୀକା ଦେବା ନିମନ୍ତେ ଡବ୍ଲ୍ୟୁ. ଏଚ୍.ଓ. ଉପଦେଶ ଦେଇଛି [୧୮][୧୯]। ଆମେରିକାର ରୋଟା ଟୀକା ଦ୍ଵାରା ୮୦% ରୋଗ କମି ଯାଇଛି[୨୦][୨୧][୨୨] । ଅଧୁନା ଦୁଇ ପ୍ରକାର ଟୀକା ମିଳୁଛି ଓ ଅନ୍ୟ କେତେକ ଟୀକାର ପ୍ରସ୍ତୁତି ଚାଲିଛି । ଟୀକାର ପ୍ରଥମ ଡୋଜ ୬ ରୁ ୧୫ ସପ୍ତାହ ମଧ୍ୟରେ ଦିଆଯାଏ । କଲେରା ଟୀକା ୫୦ ରୁ ୬୦% କାମ ଦିଏ[୨୩]

ଚିକିତ୍ସା[ସମ୍ପାଦନା]

ଗ୍ଯାସ୍ଟ୍ରୋଏଣ୍ଟେରାଇଟିସ୍ ଏକ ତୀବ୍ର ଓ ସ୍ଵତଃ ଭଲ ହେବା ରୋଗ ଓ ଏହା ନିମନ୍ତେ କୌଣସି ଔଷଧ ଦରକାର ହୁଏ ନାହିଁ। ସ୍ଵଳ୍ପ ଓ ମଧ୍ୟମ ଧରଣର ରୋଗରେ ନିର୍ଜଳନ ନିମନ୍ତେ ଓରାଲ ରିହାଡ୍ରେସନ ଥେରାପି (ORT) ଦିଆଯାଏ[୨୪] ।ମେଟୋକ୍ଲୋପ୍ରମାଇଡ୍ ଏବଂ/ କିମ୍ବା ଓନ୍ଡାନସ୍ଟେରନ[୨୫] କେତେକ ପିଲାମାନଙ୍କୁ ସାହଯ୍ୟ କରେ । ବ୍ୟୁଟାଇଲ୍‌ସ୍କୋପୋଲାମିନ୍ ଦେଲେ ଉଦର ଯନ୍ତ୍ରଣା କମିଯାଏ[୨୬]

ପୁନଃ ଜଳଯୋଜନ(Rehydration)[ସମ୍ପାଦନା]

ବଜାରରେ ଏଥି ନିମନ୍ତେ ଓ.ଆର.ଏସ୍. ପାଉଡର ମିଳେ । ଏହାକୁ ଥଣ୍ଡା ହୋଇଥିବା ଫୁଟା ପାଣିରେ ନିର୍ଦ୍ଦେଶ ମୁତାବକ ଓ.ଆର୍.ଏସ୍. ମିଶେଇ ପାନୀୟ ପ୍ରସ୍ତୁତ କରି ରୋଗୀକୁ ପିଇବାକୁ ଦିଆଯାଏ । ଏହି ପାନୀୟ ପାଟିକୁ ଭଲ ନ ଲାଗିଲେ ସାଧାରଣ ଜଳ ସାଥିରେ ସାମାନ୍ୟ ଚିନି / ଗ୍ଲୁକୋଜ ଓ ଲୁଣ ମିଶେଇ ରୋଗୀକୁ ଦିଆଯାଏ । ଯଦି ନିର୍ଜଳନ ଅତ୍ୟଧିକ ଥାଏ ବା ଚେତନା କମି ଯାଉଥାଏ ତେବେ ଶୀରା ମଧ୍ୟରେ ସାଲାଇନ୍ ଓ ରିଙ୍ଗର ଲାକ୍ଟେଟ ଇତ୍ୟାଦି ଦିଆଯାଏ [୨୭][୨୮] । ଅତ୍ୟଧିକ ଚିନି ପାଣି, ସଫ୍ଟ ଡ୍ରିଙ୍କ ଓ ଫଳ ଜୁସ ଦେବା ମନା । ଦରକାର ହେଲେ ନାକ ବାଟେ ନଳି ପୁରାଇ ତରଳ ପଦାର୍ଥ ଦିଆଯାଏ ।

ଖାଦ୍ୟ[ସମ୍ପାଦନା]

ସ୍ତନ ପାନ କରୁଥିବା ଶିଶୁ ସ୍ତନ ପାନ ଜାରି ରଖିବ । ଓ.ଆର୍.ଏସ୍. ପିଇବା ପରେ ସ୍ତନ ପାନ ନ କରୁଥିବା ପିଲା ଯେଉଁ ଖାଦ୍ୟ ଖାଉଥିଲା ତାହା ଖାଇବ । ଲାକ୍ଟୋଜ ବିହୀନ ଖାଦ୍ୟ ଅନାବଶ୍ୟକ । ପିଲାମାନେ ରୋଗ ହେଉଥିବା ପୂର୍ବରୁ ଯେଉଁ ଖାଦ୍ୟ ଖାଉଥିଲେ ସେହି ଖାଦ୍ୟ ଖାଇବେ, କେବଳ ଅତ୍ୟଧିକ ଚିନି ଭଳି ପଦାର୍ଥ ଖାଇବେ ନାହିଁ । ଯଥେଷ୍ଟ ଖାଦ୍ୟ ସାର ନ ଥିବାରୁ କଦଳୀ, ଟୋଷ୍ଟ୍, ଚା ଇତ୍ୟାଦି ଉପଯୁକ୍ତ ନୁହେଁ[୨୯]। ପ୍ରୋବାୟୋଟିକ ବା ଉପକାରୀ ଜୀବାଣୁ ଔଷ ଧ ଆକାରରେ ଖାଇଲେ ଉପକାର ମିଳେ ଓ ରୋଗ ସମୟ କମିଯାଏ[୩୦] । ଆଣ୍ଟିଆୟୋଟିକ ଜନିତ ଝାଡାରେ ଏହା ପ୍ରତିଷେଧ ଓ ଚିକିତ୍ସା ଉଭୟରେ ଉପକାର କରେ[୩୧] । ଦହି ଖାଇଲେ ଭଲ [୩୨]।ପିଲାମାନଙ୍କ ଠାରେ ଜିଙ୍କ ଥିବା ଔଷଧ ଦ୍ଵାରା ପ୍ରତିଷେଧ ଓ ଚିକିତ୍ସା ଉଭୟ ଫଳପ୍ରଦ[୩୩]

ବାନ୍ତି ପ୍ରତିରୋଧକ ଔଷଧ[ସମ୍ପାଦନା]

ଓଣ୍ଡାନ୍ ସେଟ୍ରନ ଖାଇବା ଦ୍ବାରା ବାନ୍ତି କମିଯାଏ, ଶିରାରେ ଦିବାକୁ ଥିବା ସାଲାଇନ୍ ଇତ୍ୟାଦି କମ୍ ଦରକାର ପଡେ ଓ ଘରେ ମଧ୍ୟ ଚିକିତ୍ସା କରିହୁଏ [୩୪][୩୫]। ମେଟୋକ୍ଲୋପ୍ରାମାଇଡ୍ ଔଷଧ ମଧ୍ୟ ଉପକାର କରେ[୩୬] । ବେଳେ ବେଳେ ଚିକିତ୍ସାଳୟକୁ ଯିବା ଦରକାର ହୁଏ[୩୭]

ଆଣ୍ଟିବାୟୋଟିକ୍[ସମ୍ପାଦନା]

ସଧାରଣତଃ ଆଣ୍ଟିବାୟୋଟିକ୍ ଆବଶ୍ୟକ ହୁଏ ନାହିଁ, ରୋଗ ସାଂଘାତିକ ହେଲେ ଦିଆଯାଏ[୩୮] ବା ସମ୍ବେଦନଶୀଳ ଜୀବାଣୁ ଜଣା ପଡ଼ିଲେ ଦିଆଯାଏ[୩୯] । ଫ୍ଲୋରୋକୁନିଲିନ୍ ଅପେକ୍ଷା ମାକ୍ରୋଲାଇଡ ଅଧିକ ଫଳପ୍ରଦ । ଆଣ୍ଟିବାୟୋଟିକ ଦ୍ଵାରା ସିଗଲା[୪୦], ସାଲମୋନେଲା[୪୧] ଓ ଜିଆଡିଆ । ଜିଆଡିଆ ଓ ଇ.ଏଚ୍ ଥିଲେ ମେଟ୍ରୋନିଡାଜୋଲ୍ ଅପେକ୍ଷା ଟିନିଡାଜୋଲ୍ ଅଧିକ ଫଳପ୍ରଦ । [୪୨] ଆଣ୍ଟିବାୟୋଟିକ୍ ଖାଇବା ଦ୍ଵାର ସୁଡୋମୋନାସ୍ କୋଲାଇଟିସ୍ ହୁଏ। ଏହା ହେଲେ ଆଣ୍ଟିବାୟୋଟିକ୍ ଦେବା ବନ୍ଦ କରିଦିଆ ଯାଏ ଓ ମେଟ୍ରୋନିଡାଜୋଲ୍ ବା ଭାଙ୍କୋମାଇସିନ୍ ଦିଆଯାଏ । ଏଣ୍ଟାମିବା ବା ସିଗେଲା ପରଜୀବି ଥିଲେ ଟିନିଡାଜୋଲ୍ ଦିଆଯାଏ ।

ସଂକ୍ରମଣ ଅନୁଶୀଳନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Singh, Amandeep (July 2010). "Pediatric Emergency Medicine Practice Acute Gastroenteritis — An Update". Emergency Medicine Practice 7 (7). http://www.ebmedicine.net/topics.php?paction=showTopic&topic_id=229. 
  2. Tate JE, Burton AH, Boschi-Pinto C, Steele AD, Duque J, Parashar UD (February 2012). "2008 estimate of worldwide rotavirus-associated mortality in children younger than 5 years before the introduction of universal rotavirus vaccination programmes: a systematic review and meta-analysis". The Lancet Infectious Diseases 12 (2): 136–41. doi:10.1016/S1473-3099(11)70253-5. PMID 22030330. 
  3. Marshall JA, Bruggink LD (April 2011). "The dynamics of norovirus outbreak epidemics: recent insights". International Journal of Environmental Research and Public Health 8 (4): 1141–9. doi:10.3390/ijerph8041141. PMC 3118882. PMID 21695033. 
  4. Man SM (December 2011). "The clinical importance of emerging Campylobacter species". Nature Reviews. Gastroenterology & Hepatology 8 (12): 669–85. doi:10.1038/nrgastro.2011.191. PMID 22025030. 
  5. Webber, Roger (2009). Communicable disease epidemiology and control : a global perspective (3rd ed.). Wallingford, Oxfordshire: Cabi. ପୃଷ୍ଠା. 79. ISBN 978-1-84593-504-7. http://books.google.ca/books?id=pZ9fpHtvOGYC&pg=PA79. 
  6. Meloni, A; Locci, D, Frau, G, Masia, G, Nurchi, AM, Coppola, RC (October 2011). "Epidemiology and prevention of rotavirus infection: an underestimated issue?". The journal of maternal-fetal & neonatal medicine : the official journal of the European Association of Perinatal Medicine, the Federation of Asia and Oceania Perinatal Societies, the International Society of Perinatal Obstetricians 24 (Suppl 2): 48–51. doi:10.3109/14767058.2011.601920. PMID 21749188. 
  7. "Toolkit". DefeatDD. http://www.defeatdd.org/understanding-crisis/advocacy-outreach/toolkits. Retrieved 3 May 2012. 
  8. "Management of acute diarrhoea and vomiting due to gastoenteritis in children under 5". National Institute of Clinical Excellence. April 2009. http://guidance.nice.org.uk/CG84. 
  9. Eckardt AJ, Baumgart DC (January 2011). "Viral gastroenteritis in adults". Recent Patents on Anti-infective Drug Discovery 6 (1): 54–63. PMID 21210762. 
  10. Dennehy PH (January 2011). "Viral gastroenteritis in children". The Pediatric Infectious Disease Journal 30 (1): 63–4. doi:10.1097/INF.0b013e3182059102. PMID 21173676. 
  11. Webb, A; Starr, M (April 2005). "Acute gastroenteritis in children.". Australian family physician 34 (4): 227–31. PMID 15861741. 
  12. Desselberger U, Huppertz HI (January 2011). "Immune responses to rotavirus infection and vaccination and associated correlates of protection". The Journal of Infectious Diseases 203 (2): 188–95. doi:10.1093/infdis/jiq031. PMC 3071058. PMID 21288818. 
  13. Galanis, E (11 September 2007). "Campylobacter and bacterial gastroenteritis.". CMAJ : Canadian Medical Association 177 (6): 570–1. doi:10.1503/cmaj.070660. PMC 1963361. PMID 17846438. 
  14. Nyachuba, DG (May 2010). "Foodborne illness: is it on the rise?". Nutrition Reviews 68 (5): 257–69. doi:10.1111/j.1753-4887.2010.00286.x. PMID 20500787. 
  15. Mandell 2010, Ch. 93
  16. Steiner, MJ; DeWalt, DA, Byerley, JS (9 June 2004). "Is this child dehydrated?". JAMA : the Journal of the American Medical Association 291 (22): 2746–54. doi:10.1001/jama.291.22.2746. PMID 15187057. 
  17. "Viral Gastroenteritis". Center for Disease Control and Prevention. February 2011. http://www.cdc.gov/ncidod/dvrd/revb/gastro/faq.htm. Retrieved 16 April 2012. 
  18. World Health Organization (December 2009). "Rotavirus vaccines: an update" (PDF). Weekly epidemiological record 51–52 (84): 533–540. PMID 20034143. http://www.who.int/wer/2009/wer8451_52.pdf. Retrieved 10 May 2012. 
  19. Szajewska, H; Dziechciarz, P (January 2010). "Gastrointestinal infections in the pediatric population.". Current opinion in gastroenterology 26 (1): 36–44. doi:10.1097/MOG.0b013e328333d799. PMID 19887936. 
  20. US Center for Disease Control and Prevention (2008). "Delayed onset and diminished magnitude of rotavirus activity—United States, November 2007–May 2008". Morbidity and Mortality Weekly Report 57 (25): 697–700. PMID 18583958. http://www.cdc.gov/mmwr/preview/mmwrhtml/mm5725a6.htm. Retrieved 3 May 2012. 
  21. "Reduction in rotavirus after vaccine introduction—United States, 2000–2009". MMWR Morb. Mortal. Wkly. Rep. 58 (41): 1146–9. October 2009. PMID 19847149. http://www.cdc.gov/mmwr/preview/mmwrhtml/mm5841a2.htm. 
  22. Tate, JE; Cortese, MM, Payne, DC, Curns, AT, Yen, C, Esposito, DH, Cortes, JE, Lopman, BA, Patel, MM, Gentsch, JR, Parashar, UD (January 2011). "Uptake, impact, and effectiveness of rotavirus vaccination in the United States: review of the first 3 years of postlicensure data.". The Pediatric Infectious Disease Journal 30 (1 Suppl): S56–60. doi:10.1097/INF.0b013e3181fefdc0. PMID 21183842. 
  23. Sinclair, D; Abba, K, Zaman, K, Qadri, F, Graves, PM (16 March 2011). "Oral vaccines for preventing cholera.". Cochrane database of systematic reviews (3): CD008603. doi:10.1002/14651858.CD008603.pub2. PMID 21412922. 
  24. Elliott, EJ (6 January 2007). "Acute gastroenteritis in children.". BMJ (Clinical research ed.) 334 (7583): 35–40. doi:10.1136/bmj.39036.406169.80. PMC 1764079. PMID 17204802. 
  25. Alhashimi D, Al-Hashimi H, Fedorowicz Z (2009). Alhashimi, Dunia. ed. "Antiemetics for reducing vomiting related to acute gastroenteritis in children and adolescents". Cochrane Database Syst Rev (2): CD005506. doi:10.1002/14651858.CD005506.pub4. PMID 19370620. 
  26. Tytgat GN (2007). "Hyoscine butylbromide: a review of its use in the treatment of abdominal cramping and pain". Drugs 67 (9): 1343–57. PMID 17547475. 
  27. "BestBets: Fluid Treatment of Gastroenteritis in Adults". http://www.bestbets.org/bets/bet.php?id=1039. 
  28. Canavan A, Arant BS (October 2009). "Diagnosis and management of dehydration in children". Am Fam Physician 80 (7): 692–6. PMID 19817339. 
  29. King CK, Glass R, Bresee JS, Duggan C (November 2003). "Managing acute gastroenteritis among children: oral rehydration, maintenance, and nutritional therapy". MMWR Recomm Rep 52 (RR-16): 1–16. PMID 14627948. http://www.cdc.gov/mmwr/preview/mmwrhtml/rr5216a1.htm. 
  30. Allen SJ, Martinez EG, Gregorio GV, Dans LF (2010). Allen, Stephen J. ed. "Probiotics for treating acute infectious diarrhoea". Cochrane Database Syst Rev 11 (11): CD003048. doi:10.1002/14651858.CD003048.pub3. PMID 21069673. 
  31. Hempel, S; Newberry, SJ; Maher, AR; Wang, Z; Miles, JN; Shanman, R; Johnsen, B; Shekelle, PG (9 May 2012). "Probiotics for the prevention and treatment of antibiotic-associated diarrhea: a systematic review and meta-analysis.". JAMA: the Journal of the American Medical Association 307 (18): 1959–69. doi:10.1001/jama.2012.3507. PMID 22570464. 
  32. Mackway-Jones, Kevin (June 2007). "Does yogurt decrease acute diarrhoeal symptoms in children with acute gastroenteritis?". BestBets. http://www.bestbets.org/bets/bet.php?id=1000. 
  33. Telmesani, AM (May 2010). "Oral rehydration salts, zinc supplement and rota virus vaccine in the management of childhood acute diarrhea.". Journal of family and community medicine 17 (2): 79–82. doi:10.4103/1319-1683.71988. PMC 3045093. PMID 21359029. 
  34. DeCamp LR, Byerley JS, Doshi N, Steiner MJ (September 2008). "Use of antiemetic agents in acute gastroenteritis: a systematic review and meta-analysis". Arch Pediatr Adolesc Med 162 (9): 858–65. doi:10.1001/archpedi.162.9.858. PMID 18762604. 
  35. Mehta S, Goldman RD (2006). "Ondansetron for acute gastroenteritis in children". Can Fam Physician 52 (11): 1397–8. PMC 1783696. PMID 17279195. http://www.cfp.ca/cgi/pmidlookup?view=long&pmid=17279195. 
  36. Fedorowicz, Z; Jagannath, VA, Carter, B (7 September 2011). "Antiemetics for reducing vomiting related to acute gastroenteritis in children and adolescents.". Cochrane database of systematic reviews 9 (9): CD005506. doi:10.1002/14651858.CD005506.pub5. PMID 21901699. 
  37. Sturm JJ, Hirsh DA, Schweickert A, Massey R, Simon HK (May 2010). "Ondansetron use in the pediatric emergency department and effects on hospitalization and return rates: are we masking alternative diagnoses?". Ann Emerg Med 55 (5): 415–22. doi:10.1016/j.annemergmed.2009.11.011. PMID 20031265. 
  38. Traa BS, Walker CL, Munos M, Black RE (April 2010). "Antibiotics for the treatment of dysentery in children". Int J Epidemiol 39 (Suppl 1): i70–4. doi:10.1093/ije/dyq024. PMC 2845863. PMID 20348130. 
  39. Grimwood K, Forbes DA (December 2009). "Acute and persistent diarrhea". Pediatr. Clin. North Am. 56 (6): 1343–61. doi:10.1016/j.pcl.2009.09.004. PMID 19962025. 
  40. Christopher, PR; David, KV, John, SM, Sankarapandian, V (4 August 2010). "Antibiotic therapy for Shigella dysentery.". Cochrane database of systematic reviews (8): CD006784. doi:10.1002/14651858.CD006784.pub4. PMID 20687081. 
  41. Effa, EE; Lassi, ZS, Critchley, JA, Garner, P, Sinclair, D, Olliaro, PL, Bhutta, ZA (5 October 2011). "Fluoroquinolones for treating typhoid and paratyphoid fever (enteric fever).". Cochrane database of systematic reviews (10): CD004530. doi:10.1002/14651858.CD004530.pub4. PMID 21975746. 
  42. Gonzales, ML; Dans, LF, Martinez, EG (15 April 2009). "Antiamoebic drugs for treating amoebic colitis.". Cochrane database of systematic reviews (2): CD006085. doi:10.1002/14651858.CD006085.pub2. PMID 19370624. 

ବାହାର ଲିଙ୍କ[ସମ୍ପାଦନା]