ଗାଲିଲିଓ

ଉଇକିପିଡ଼ିଆ ରୁ
ଗାଲିଲିଓ ଗାଲିଲି
ଗିଉସ୍ତୋ ସସ୍ଟର୍ମାନସ୍(Giusto Sustermans)ଙ୍କ ଦ୍ଵାରା ଗାଲିଲିଓଙ୍କ ତୈଳଚିତ୍ର
ଜନ୍ମ ୧୫ ଫେବୃଆରୀ ୧୫୬୪(1564-02-15)[୧]
ପିସା,[୧] ଇଟାଲୀ
ମୃତ୍ୟୁ

୮ ଜାନୁଆରି, ୧୬୪୨ (୭୭ ବର୍ଷ)

[୧]
ଆର୍ସେଟ୍ରୀ(Arcetri),[୧] ଇଟାଲୀ
ଜାତୀୟତା ଇଟାଲୀୟ
କ୍ଷେତ୍ର ଜୋତିର୍ବିଜ୍ଞାନ, ପଦାର୍ଥ ବିଜ୍ଞାନଗଣିତ
ସଂସ୍ଥାନ ପିସା ବିଶ୍ଵବିଦ୍ୟାଳୟ (Pisa) , ପଡୁଆ ବିଶ୍ଵବିଦ୍ୟାଳୟ (Padua)
ମାତୃ ସଂସ୍ଥାନ ପିସା ବିଶ୍ୱବିଦ୍ୟାଳୟ
ପାଠକୀୟ ଉପଦେଷ୍ଟା ଅଷ୍ଟିଲିଓ ରିକୀ (Ostilio Ricci)[୨]
ଦସ୍ତଖତ
ଟୀକା
ତାଙ୍କ ପିତା ଭିନସେଞ୍ଜୋ ଗାଲିଲି (Vincenzo Galilei) ଜଣେ ସଂଗୀତକାର ଥିଲେ । ଗାଲିଲିଓଙ୍କ ପତ୍ନୀ ମରିନା ଗମ୍ବା (Marina Gamba)ଙ୍କ ଠାରୁ ତାଙ୍କର ଦୁଇଟି ଝିଅ ଥିଲେ ( ମାରିଆ ସେଲିଷ୍ଟ (Maria Celeste) ଓ ଲିଭିଆ (Livia); ପରେ ଦୁହେଁ ନନ୍ ହୋଇଥିଲେ )

ଗାଲିଲିଓଙ୍କ ଜନ୍ମ , ପିସାଠାରେ (ଫେବ୍ରୁୟାରୀ ୧୫ , ୧୫୬୪) ହେଇଥିଲା । (ଠିକ ସେହି ବର୍ଷ ୱିଲିୟମ ସେକ୍ସପିଅରଙ୍କ ମଧ୍ୟ ଜନ୍ମ ହୋଇଥିଲା) [୩] ଗାଲିଲିଓ ନିଜ ଛଅ ଭାଇ ଓ ଭଉଣୀଙ୍କ ଭିତରେ ବଡ ଥିଲେ । ଗାଲିଲିଓଙ୍କ ପିତା, ଭିନସେଞ୍ଜୋ ଗାଲିଲି (Vincenzo Galilei), ଇଟାଲୀର ପିସାଠାରେ ପଶମ ବ୍ୟବସାୟ କରୁଥିଲେ । ସମ୍ଭ୍ରାନ୍ତ ବଂଶରେ ଜନ୍ମ ହୋଇ ସୁଦ୍ଧା, ଆର୍ଥିକ ଅନଟନ ଯୋଗୁଁ ତାଙ୍କ ପିତା କୁଳ ଗୌରବ ରକ୍ଷାକରି ନପାରି ସଙ୍ଗୀତ ରଚନା କରି ପରିବାର ପରିପୋଷଣ କରୁଥାନ୍ତି । ଶେଷରେ ସେ ବ୍ୟବସାୟରେ ପଶିଲେ । ଗାଲିଲିଓ ସେତେବେଳେ ଛୋଟପିଲା ହୋଇଥିଲେ ମଧ୍ୟ ସଙ୍ଗୀତକୁ ଆଦରି ନେଲେ । ବଂଶୀ ବଜାଇ ଓ ଗୀତଗାଇ ସେ ସମସ୍ତଙ୍କୁ ମୁଗ୍ଧ କରି ଦେଉଥିଲେ । ସେ ଚିତ୍ର ଅଙ୍କିବାରେ ପାରଦର୍ଶୀ ଥିଲେ । ପିଲାଙ୍କ ପାଇଁ ଖେଳଣା ଓ କଣ୍ଢେଇ ମଧ୍ୟ ତିଆରି କରୁଥିଲେ । ଯିଏ ଦେଖୁଥିଲା ତାଙ୍କ ହାତର ପ୍ରଶଂସା ନକରି ରହିପାରୁନଥିଲା ।

ଗାଲିଲିଓଙ୍କ ନାଁ ତାଙ୍କର ଜଣେ ପୂର୍ବଜ, ଗାଲିଲିଓ ବୋନଇୟୁଟି (Galileo Bonaiuti), ଙ୍କ ନାଁ ଅନୁସାରେ ଦିଆଯାଇଥିଲା ।[୧] ଗାଲିଲିଓ ବୋନଇୟୁଟି(୧୩୭୦ - ୧୪୫୦) ଜଣେ ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ ଓ ରାଜନୈତିଜ୍ଞ ଥିଲେ । ୧୪ଶ ଶତାବ୍ଦୀର ଶେଷ ଭାଗକୁ ପରିବାରର ଶେଷ ନାଁ 'ବୋନଇୟୁଟି' ରୁ 'ଗାଲିଲି' କୁ ପରିବର୍ତ୍ତନ କରି ଦିଆଯାଇଥିଲା ।

ଶିକ୍ଷା ଓ ଉଦ୍ଭାବନ[ସମ୍ପାଦନା]

ପ୍ରାରମ୍ଭିକ ଶିକ୍ଷା[ସମ୍ପାଦନା]

ପିସାରେ ଚାରୁକଳା ଓ ବିଜ୍ଞାନ ଶିକ୍ଷା ପାଇଁ ଏକ ବିଖ୍ୟାତ ଶିକ୍ଷା କେନ୍ଦ୍ର ଥାଏ । ଗାଲିଲିଓ ଏହାର ସଦୁପଯୋଗ ପାଇଁ ସୁବିଧା ପାଇଲେ । କିନ୍ତୁ ତାଙ୍କୁ ଜଣେ ବିଖ୍ୟାତ ଡାକ୍ତର କରିବା ପାଇଁ ତାଙ୍କ ବାପଙ୍କର ଇଚ୍ଛାଥାଏ । ତେଣୁ ସେ ପିସା ବିଶ୍ବବିଦ୍ୟାଳୟରେ ଭେଷଜ ବିଜ୍ଞାନ ଶିକ୍ଷା ପାଇଁ ପ୍ରବେଶ କଲେ । [୩]

ବିଶ୍ୱବିଦ୍ୟାଳୟରେ ଛାତ୍ର ଥିବାବେଳେ ୨୦ ବର୍ଷ ବୟସରେ ସେ ଏକ ବୈଜ୍ଞାନିକ ତତ୍ଵ ଆବିଷ୍କାର କଲେ । ପିସାର ଗୀର୍ଜାରେ ସମସ୍ତେ ପ୍ରାର୍ଥନାରତ ଥାନ୍ତି ; ଛାତ୍ର ଗାଲିଲିଓ ଗୀର୍ଜା ଛାତରେ ଝୁଲୁଥିବା ବତୀ ଗୁଡିକର ଦୋଳୋନ କାଳ ନିରୂପଣ କରିବାପାଇଁ ସ୍ଥିର କଲେ । ସେତେବେଳେ ଘଣ୍ଟା ବାହାରି ନଥାଏ । ନିଜ ନାଡୀର ଦପ୍ ଦପ୍ ଗଣି ସ୍ଥିର କଲେ ଯେ ବତୀର ପୂର୍ଣ୍ଣ ଦୋଳନ ଗୁଡିକର ସମୟ ସମାନ । ପୁଣି ପ୍ରତ୍ୟେକ ବତୀ ପ୍ରତି ଏହା ପ୍ରଯୁଜ୍ୟ । ପରେ ସେ ପ୍ରମାଣ କରିଥିଲେ ଯେ ଦୋଳନ ବିସ୍ତାର ଯାହାହେଲେ ମଧ୍ୟ ଦୈର୍ଘ୍ୟ ସମାନ ଥିଲେ ଦୋଳନକାଳରେ ପରିବର୍ତନ ଘଟୁନାହିଁ ।[୩]

ତାଙ୍କ ଉଦ୍ଭାବିତ ଦୋଳକ ସାହାଯ୍ୟରେ ରୋଗୀର ନାଡୀ ଦେଖିବାପାଇଁ ଡାକ୍ତରଙ୍କୁ ପରାମର୍ଶଦେଲେ । ଏକ ଦୋଳକ ଘଣ୍ଟା ପାଇଁ ମଧ୍ୟ ସେ ଯୋଜନା କରିଥିଲେ । ପରେ ଖ୍ରୀଷ୍ଟିୟାନ ହାଇଜିନ୍‌‌ସ ଏକ ଦୋଳକ ଘଣ୍ଟା ତିଆରି କରିଥିଲେ ।

ପିସା ଗୀର୍ଜା(Cathedral of Pisa)ର ଗମ୍ବୁଜରୁ ଝୁଲିଥିବା ଗାଲିଲିଓଙ୍କ ବତୀ (lamp of Galileo)

ଉଦ୍ଭାବନ ଓ ସମାଲୋଚନା[ସମ୍ପାଦନା]

୧୫୮୫ ବେଳକୁ ଗାଲିଲିଓ ପୁଣି ଅର୍ଥାଭାବରେ ପଡ଼ିଲେ । ବିଶ୍ଵବିଦ୍ୟାଳୟରୁ ନାଁ କଟିଗଲା । ଘରୋଇ ଭାବରେ ପଢିବାକୁ ଯାଇ ସେ ଗଣିତ ପ୍ରତି ଅଧିକ ଧ୍ୟାନ ଦେଲେ । ସେତିକିବେଳେ ଆରିଷ୍ଟୋଟଲଙ୍କ ଦ୍ଵାରା ପ୍ରତିଷ୍ଠିତ ଗତି ବିଜ୍ଞାନ ସମ୍ପର୍କିତ କେତେକ ନିୟମକୁ ସମାଲୋଚନା କରିବାକୁ ଆରମ୍ଭ କଲେ ।

ଗାଲିଲିଓଙ୍କ ପାଣ୍ଡିତ୍ୟ, ତୁସକାନୀର ଡିଉକ୍ ଙ୍କ ଦୃଷ୍ଟି ଆକର୍ଷଣ କଲା । ପିସା ବିଶ୍ଵବିଦ୍ୟାୟାଳୟରେ ଗାଲିଲିଓଙ୍କୁ ନିଯୁକ୍ତି ଦେବାପାଇଁ ଏକ ଅଧ୍ୟାପକ ପଦ ସୃଷ୍ଟି କରାଗଲା । ୨୫ ବର୍ଷ ବୟସରେ ଗାଲିଲିଓ ଗଣିତ ପ୍ରଫେସର ହୋଇ ବିଶ୍ବବିଦ୍ୟାଳୟରେ ନିଯୁକ୍ତି ହେଲେ । ସେ ଯୁବକ; ତାଙ୍କ ବିଶ୍ୱବିଦ୍ୟାଳୟ ଡିଗ୍ରୀ କି ଉପାଧି ନଥିଲା; ଏଣେ ପୁଣି ଆରିଷ୍ଟୋଟଲଙ୍କ ମତବାଦକୁ ବିରୋଧ କରୁଥିଲେ । ଅନ୍ୟ ଅଧ୍ୟାପକମାନେ ଏହାକୁ ଅର୍ବାଚୀନ ଔଦ୍ଧତ୍ୟ ମନେକଲେ । କ୍ରମେ କନ୍ଦଳ ଘନେଇ ଆସିଲା ।

ପତ୍ର ଓ ପଥର ପଡ଼ିବା ବିଷୟରେ ଆରିଷ୍ଟୋଟଲ କହିଥିବା କଥା ଭୁଲ । ଆରିଷ୍ଟୋଟଲ 'ବାୟୁ ମାଧ୍ୟମ' ଯୋଗୁଁ ହଉଥିବା ପ୍ରତିରୋଧ କଥା ଭୁଲିଯାଇଥିଲେ ।[୩] ଆରିଷ୍ଟୋଟଲଙ୍କ ଏହି ଭ୍ରମକୁ ଏକ ପରୀକ୍ଷାରେ ସାବ୍ୟସ୍ତ କରିବାପାଇଁ ସେ ଚେଷ୍ଟା କରିଥିଲେ । ଗାଲିଲିଓଙ୍କ ଜଣେ ଛାତ୍ର ଭିନସେଞ୍ଜୋ ବିବାନୀ(Vincenzo Vivani) ଏକ ଜୀବନୀରେ ଲେଖିଛନ୍ତି ଯେ ଗାଲିଲିଓ ଦୁଇଟି ପେଣ୍ଡୁକୁ ବଙ୍କା ହୋଇ ଠିଆ ହୋଇଥିବା ପିସା ଟାୱାର(Leaning Tower of Pisa) ଉପରୁ ତଳକୁ ପକେଇଥିଲେ । ପେଣ୍ଡୁ ଦ୍ୱୟ ଏକ ପ୍ରକାର ପଦାର୍ଥରେ ଗଢା କିନ୍ତୁ ଦୁଇଟିର ଅଲଗା ଅଲଗା ବସ୍ତୁତ୍ଵ ଥିଲା । [୪] ଗାଲିଲିଓ ଦେଖେଇବାକୁ ଚାହୁଁଥିଲେ ଯେ ପେଣ୍ଡୁ ଦ୍ୱୟର ବସ୍ତୁତ୍ଵ ଅଲଗା ହବା ସତ୍ଵେ ତଳେ ପଡ଼ିବା ସମୟ ଏକା ହବ । କିନ୍ତୁ ଆରିଷ୍ଟୋଟଲ ଭାବୁଥିଲେ ଯେ ଓଜନିଆ ବସ୍ତୁ ଶୀଘ୍ର ପଡ଼ିବ ଓ ହାଲୁକା ଡେରିରେ । କିଛି ଇତିହାସକାରଙ୍କ କହିବା ଅନୁଯାୟୀ ଏହିପରି କୌଣସି ପରୀକ୍ଷା ହେଇନଥିଲା । [୫] । କିନ୍ତୁ ଡ୍ରେକ(Drake)ଙ୍କ କହିବା ଅନୁଯାୟୀ ଏହି ପରୀକ୍ଷା ହୋଇଥିଲା , ଅଳ୍ପ ବହୁତେ ବିବାନୀ(Viviani) କହିବାପରି ।[୬] ଉକ୍ତ ପରିକ୍ଷାଟି ପ୍ରକୃତରେ ସିମୋନ ଷ୍ଟିଭିନ(Simon Stevin) କରିଥିଲେ ୧୫୬୮ ରେ ଏବଂ ବ୍ୟବହୃତ କୋଠାଟି ଥିଲା ଡେଲଫ୍ଟ(Delft) ଗୀର୍ଜାର ଟାୱାର ।[୭]

ଗାଲିଲିଓ ପତନଶୀଳ ବସ୍ତୁର ସମୟ ମାପିବା ପାଇଁ ଜଳଘଡିର ବ୍ୟବହାର କରୁଥିଲେ । ପେଣ୍ଡୁକୁ ଏକ ଅନତ ସମତଳ ଉପରେ ଗଡେଇ ଦେଉଥିଲେ ଓ ଭିନ୍ନ ଭିନ୍ନ ସ୍ଥାନରେ ପେଣ୍ଡୁଟି ପହଞ୍ଚିଲା ବେଳକୁ, ଜଳଘଡିରୁ କେତେ ବୁନ୍ଦା ଜଳ ତଳେ ପଡୁଥିଲା ମାପିନେଉଥିଲେ । ଭିନ୍ନ ଭିନ୍ନ ସମତଳ ପାଇଁ ସେ ପରୀକ୍ଷାର ପୁନରାବୃତ୍ତି କରିଥିଲେ । ଶେଷରେ ସେ ସିଦ୍ଧାନ୍ତରେ ଉପନୀତ ହେଲେଯେ, "ପତମାନ ବସ୍ତୁ ଅତିକ୍ରମ କରୁଥିବା ଦୂରତା, ତଦ୍ଦ୍ଵାରା ଅତିକ୍ରାନ୍ତ ହେଉଥିବା ସମୟର ବର୍ଗ ଅନୁସାରେ ପରିବର୍ତ୍ତିତ ହେଉଥାଏ ।" ଜଳଘଡି ସାହାଯ୍ୟରେ ପରୀକ୍ଷା କରି ସେ ଯେଉଁ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ, ଆଜି ଆଧୁନିକ ସୂକ୍ଷ୍ମ ଇଲେକଟ୍ରୋନିକ୍ ଯନ୍ତ୍ର ସାହାଯ୍ୟରେ ସମୟ ମାପି ପରୀକ୍ଷା କଲେ ଜଣାଯାଏଯେ ତାଙ୍କ ସିଦ୍ଧାନ୍ତ ନିର୍ଭୁଲ ଥିଲା ।

ପ୍ରକ୍ଷିପ୍ତ ବସ୍ତୁର ଗତି ପରାବୋଲୀୟ[୩] ହେବ ବୋଲି ସେ ଦର୍ଶାଇଥିଲେ । ତା'ର ଭୂସମାନ୍ତର ପରିବେଗ ବଦଳିବ ନାହିଁ । ଭୂଲମ୍ବ ପରିବେଗ ପତମାନ ବସ୍ତୁର ପରିବେଗ ପରି ବଦଳିବ । ବନ୍ଧୁକ ଫୁଟିଲେ ଗୁଳି କେଉଁ ପଥ ଦେଇଯିବ ସେ ସଠିକ ଭାବେ ଦର୍ଶାଇଥିଲେ ।

କପରନିକସ(Copernicus)ଙ୍କ ସୌରକୈନ୍ଦ୍ରିକ(Heliocentric) ମତବାଦକୁ ସେ ସମର୍ଥନ କରିଥିଲେ । ସୂର୍ଯ୍ୟ କେନ୍ଦ୍ରରେ ସ୍ଥିର, ପୃଥିବୀ ଘୂରୁଛି । ଆପେକ୍ଷିକ ଗତି ଯୋଗୁଁ ଆମେ ପୃଥିବୀର ଘୁର୍ଣନ କଥା ଜାଣିପାରୁ ନାହୁଁ । ନାନା ପରୀକ୍ଷା ଓ ପ୍ରମାଣ ବଳରେ ସେ ଏହା ପ୍ରମାଣ କଲେ, କିନ୍ତୁ ତାଙ୍କ ବିରୋଧରେ ଜନମତ ଏତେ ପ୍ରବଳ ହେଲା ଯେ , ତାଙ୍କୁ ୧୫୯୧ ରେ ପିସା ବିଶ୍ଵବିଦ୍ୟାଳୟରୁ ବହିଷ୍କାର କରାଗଲା । କିନ୍ତୁ ବର୍ଷକ ପରେ ସେ ପଡୁଆ/ପଡ୍ଵା ବିଶ୍ଵବିଦ୍ୟାଳୟରେ (Padua University) ଗଣିତ ପ୍ରଫେସର ରୂପେ ନିଯୁକ୍ତି ପାଇଗଲେ । ତାଙ୍କ ଖ୍ୟାତି ଏତେ ପ୍ରସରି ଗଲା ଯେ ଇଉରୋପର ଚାରିଆଡୁ ଛାତ୍ର ତାଙ୍କ ନିକଟରେ ଅଧ୍ୟୟନ କରିବାକୁ ଆସିଲେ ।

ପଡୁଆରେ ଥିଲାବେଳେ ସେ ନିଜେ ଲେନ୍ସ(Lens) ତିଆରିକରି ଟେଲିସ୍କୋପ / ଦୂରବୀକ୍ଷଣ ଗଢିଲେ । ପ୍ରଥମେ ସେ ଘୋଷଣା କଲେ ଯେ ଚନ୍ଦ୍ରପୃଷ୍ଠ ସମତଳ ନୁହଁ । ପାହାଡ଼, ଉପତ୍ୟକାରେ ତାହା ପରିପୂର୍ଣ୍ଣ । ସେ ପ୍ରଥମେ ଗ୍ରହନକ୍ଷତ୍ର ମଧ୍ୟରେ ପ୍ରଭେଦ ଦର୍ଶାଇଲେ । ନକ୍ଷେତ୍ରର ନିଜର ଆଲୋକ ଅଛି, ଗ୍ରହ ଗୁଡିକ ଅନ୍ୟ ଉଜ୍ଜଳ ବସ୍ତୁର ଆଲୋକରେ ଆଲୋକିତ । ଛାୟାପଥରେ ଥିବା ଧଳା ଦାଗ ଗୁଡିକ ପ୍ରକୃତରେ ଅସଂଖ୍ୟ ନକ୍ଷତ୍ର । ଚନ୍ଦ୍ରରେ ପାହାଡ଼ର ଉଚ୍ଚତା ସେ ମାପିପାରିଥିଲେ ।[୩] ବୃହସ୍ପତିର ଚନ୍ଦ୍ର ଥିବା କଥା ସେ କହିଥିଲେ । ତାଙ୍କ ସମ୍ମାନାର୍ଥେ ସେଗୁଡିକୁ ଗାଲିଲିଓଙ୍କ ଚନ୍ଦ୍ର କୁହାଯାଏ ।

ସଂଘର୍ଷମୟ ଜୀବନ[ସମ୍ପାଦନା]

ଶେଷ ଜୀବନ[ସମ୍ପାଦନା]

ଉଫିଜି(Uffizi) ବାହାରେ ଥିବା ଗାଲିଲିଓଙ୍କ ପ୍ରତିମୂର୍ତ୍ତି ,ଫ୍ଲୋରେନ୍ସ (Florence)
  • ଗ୍ରହାଣୁ (Asteroid) 697 Galilea ର ନାମ ତାଙ୍କ ସମ୍ମାନାର୍ଥେ ରଖାଯାଇଥିଲା ।

ଦୁନିଆକୁ ବିଶ୍ଵ ଦର୍ଶନରେ ସାହାଯ୍ୟ କରିବାପାଇଁ ଯେ ଦୂରବୀକ୍ଷଣ ତିଆରି କରିଥିଲେ , ଶେଷରେ ଚକ୍ଷୁ ହରାଇ ଶେଷ ନିଶ୍ଵାସ ତ୍ୟାଗ କଲେ । ତାଙ୍କ ଜୀବନରେ ସେ ଆରିଷ୍ଟୋଟଲଙ୍କ ଅନେକ ଚିନ୍ତାଧାରାକୁ ଖଣ୍ଡନ କରିଥିଲେ । ବିଜ୍ଞାନ ସମ୍ରାଟ ନିଉଟନଙ୍କ ଆବିଷ୍କାର ଓ ଉଦ୍ଭାବନ ପାଇଁ ସେ ପଥ ଉନ୍ମୁକ୍ତ କରିଗଲେ । ଏହି ମହାତ୍ମାଙ୍କ କାନ୍ଧରେ ଠିଆ ହୋଇ ନିଉଟନ ଜ୍ଞାନ ରାଜ୍ୟରେ ଅଧିକ ଦୂରକୁ ଦୃଷ୍ଟି ନିକ୍ଷେପ କରିପାରିଥିଲେ । ଗାଲିଲିଓ ଆଧୁନିକ ପ୍ରୟୋଗାତ୍ମକ ବା ପରୀକ୍ଷାମୂଳକ ବିଜ୍ଞାନର ଭିତ୍ତି ସ୍ଥାପନ କରିଗଲେ ।

ସମୟ ରେଖା (Timeline)[ସମ୍ପାଦନା]

  • ୧୫୪୩ – ନିକୋଲସ କପରନିକସ (Nicolaus Copernicus), ଟଲେମୀଙ୍କ ଭୂ-କୈନ୍ଦ୍ରିକ ମଡେଲର ବିକଳ୍ପ ରୂପେ De revolutionibus orbium coelestium ପ୍ରକାଶ କଲେ, ଯାହାକି କପରନିକସଙ୍କ ମୃତ୍ୟୁ ପରବର୍ତ୍ତୀ କାଳରେ ଆରିଷ୍ଟୋଟଲୀୟ ଭୌତିକ-ଶାସ୍ତ୍ର (Aristotelian physics) ଉପରେ ପ୍ରଶ୍ନବାଚୀ ସୃଷ୍ଟିକଲା ।
  • ୧୫୬୩ – ପିତା ଭିନସେଞ୍ଜୋ ଗାଲିଲୀଙ୍କର (Vincenzo Galilei), ଗୁଲିଆ ଆମ୍ମାନାତିଙ୍କ (Giulia Ammannati) ସହ ବିବାହ ।
  • ୧୫୬୪ – ଜନ୍ମ ଇଟାଲୀର ପିସା ସହରରେ ।
  • ~୧୫୭୦ – ଥୋମାସ ଡି‌ଗ୍‌ସ (Thomas Digges), ତାଙ୍କ ପିତା ଲିଓନାର୍ଡ ଡି‌ଗ୍‌ସ ତିଆରି କରିଥିବା ଏକ ଦୂରବୀକ୍ଷଣର (୧୫୪୦-୧୫୫୯ ମଧ୍ୟବର୍ତ୍ତୀ କାଳରେ) ଗଠନ ବର୍ଣ୍ଣନା କରି ପାଣ୍ଟୋମେଟ୍ରିଆ (Pantometria) ପ୍ରକାଶ କଲେ ।
  • ୧୫୭୩ – ଟାଇକୋ ବ୍ରହେ(Tycho Brahe), ଆରିଷ୍ଟୋଟଲଙ୍କ ଅପରିବର୍ତ୍ତନୀୟ ଓ ଶାଶ୍ଵତ ଆକାଶୀୟ କ୍ଷେତ୍ରର ଚିନ୍ତାଧାରାକୁ ଖଣ୍ଡନ କରି De nova stella (ନୂଆ ତରକା ଉପରେ) ପ୍ରକାଶ କଲେ ।
  • ୧୫୭୬ – Giuseppe Moletti Galileo's predecessor in the mathematics chair at Padua, reports falling bodies of the same shape fall at the same speed, regardless of material[୮]
  • ୧୫୮୧ – ତାଙ୍କ ପିତା, ଭିନସେଞ୍ଜୋ ଗାଲିଲି ସଙ୍ଗୀତର ସିଦ୍ଧାନ୍ତ ଗୁଡିକ ସମ୍ପର୍କରେ Dialogo della musica antica et moderna ପ୍ରକାଶ କଲେ ।[୯]
  • ୧୫୮୧ – ଭେଷଜ ବିଜ୍ଞାନର ଛାତ୍ର ଭାବେ ପିସା ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଲେ ।
  • ୧୫୮୨ – ଓଷ୍ଟିଲୀୟ ରିଚି (Ostilio Ricci)ଙ୍କର ଗଣିତ ବ୍ୟାଖ୍ୟାନରେ (leacture) ଉପସ୍ଥିତ ରହିଥିଲେ ଏବଂ ତା'ପରେ ଗଣିତ ଓ ବିଜ୍ଞାନ ପଢିବା ପାଇଁ ନିର୍ଣ୍ଣୟ ନେଲେ ।
  • ୧୫୮୫ – ଡିଗ୍ରୀ ନ'ନେଇ ପିସା ବିଶ୍ୱବିଦ୍ୟାଳୟ ଛାଡିଥିଲେ ଓ ଅନୁଶିକ୍ଷକ (tutor) ଭାବେ କାର୍ଯ୍ୟ କରିଥିଲେ ।
  • 1586 – hydrostatic balance ର ଉଦ୍ଭାବନ; La Balancitta (ଅଳ୍ପ ସନ୍ତୁଳନ) ର ରଚନା ।
  • 1586 – Simon Stevin publishes results for dropping lead weights from 10 meters
  • 1588 – Tycho Brahe publishes work on comets containing a description of the Tychonic system of the world[୧୦]
  • 1589 – appointed to Mathematics Chair, University of Pisa
  • 1590 – partially completes De Motu (On Motion), which is never published
  • 1591 – death of his father, Vicenzo Galilei
  • 1592 – appointed professor of mathematics at University of Padua, remains 18 years
  • ~1593 – invents early thermometer that unfortunately depended on both temperature and pressure
  • ~1595 – invents improved ballistics calculation geometric and military compass, which he later improves for surveying and general calculations and earns income from tutoring on its use
  • 1597 – letter to Kepler indicates his belief in the Copernican System
  • 1600 – first child, Virginia is born; ~1600 Le Meccaniche (Mechanics)
  • 1600 – William Gilbert publishes On the Magnet and Magnetic Bodies, and on That Great Magnet the Earth with arguments supporting the Copernican system
  • 1600 – Roman Inquisition finds Giordano Bruno, Copernican system supporter, guilty of heresy for opinions on pantheism and the eternal plurality of worlds, and for denial of the Trinity, divinity of Christ, virginity of Mary, and Transubstantiation; burned at the stake by civil authorities
  • 1601 – daughter Livia is born
  • 1604 – measures supernova position indicating no parallax for the new star
  • 1605 – sued by brothers-in-law for nonpayment of sisters' dowries
  • 1606 – son Vincenzo born
  • 1606 – publishes manual for his calculating compass
  • 1607 – attempted assassination of his friend Friar Paolo Sarpi
  • 1608 – Hans Lippershey invents a refracting telescope
  • 1609 – independently invents and improves telescopes based on description of invention by Hans Lippershey
  • 1609 – Kepler publishes Astronomia nova containing his first two laws and for the first time demonstrates the Copernican model is more accurate than the Ptolemaic for uses such as navigation and prediction
  • 1609 – Thomas Harriot sketches the Moon from telescopic observations made four months before Galileo's
  • 1610 – publishes Sidereus Nuncius (Starry Messenger); views our moon's mountains and craters and brightest 4 of Jupiter's moons
  • 1610 – Kepler requests one of Galileo's telescopes or lenses, but Galileo replies he is too busy to build one and has no extras[୧୧]
  • 1610 – lifetime appointment to mathematics position at University of Padua, and as mathematician and philosopher for Cosimo II, Grand Duke of Tuscany
  • 1611 – Discovers phases of Venus; granted audience with Pope; made member of Lincean Academy
  • 1611 – David Fabricius publishes Narration on Spots Observed on the Sun and their Apparent Rotation with the Sun prior to Christoph Scheiner and Galileo's published works on the subject
  • 1612 – proposed Jupiter's moons could be used as a universal clock for possible determination of longitude
  • ~1612 or 1613 – Francesco Sizzi discovers annual variations in sunspots' motions
  • 1613 – Letters on Sunspots
  • 1615 – Letter to Grand Duchess Christina (not published until 1636)
  • 1616 – officially warned by the Church not to hold or defend the Copernican System
  • 1616 – the Catholic Church places De revolutionibus orbium coelestium on the List of Prohibited Books
  • 1616 – private letter Discourse on the tides
  • 1617 – moves into Bellosguardo, west of Florence, near his daughters' convent; observes double star Mizar in Ursa Major
  • 1619 – Kepler publishes Harmonices Mundi which introduces his third law
  • 1619 – Discourse on the Comets
  • 1621 – Maffeo Barberini becomes Pope Urban VIII
  • 1623 – publishes The Assayer
  • 1624 – visits Pope who praises and honours him, leaving with assumed permission to publish work on the Copernican vs. Ptolemaic Systems; perfected a compound microscope
  • 1625 – illustrations of insects made using one of Galileo's microscopes published
  • 1630 – completes Dialogue Concerning the Two Chief World Systems and subsequently receives approval of Church censor
  • 1632 – publishes Dialogue Concerning the Two Chief World Systems
  • 1633 – sentenced by the Inquisition to imprisonment, commuted to house arrest, for vehement suspicion of heresy
  • 1633 – Catholic Church places Dialogue Concerning the Two Chief World Systems on the List of Prohibited Books
  • 1638 – publishes Dialogues Concerning Two New Sciences
  • 1642 – death in Arcetri, Italy
  • 1668 – Newton builds his reflecting telescope
  • 1687 – Isaac Newton publishes Philosophiæ Naturalis Principia Mathematica deriving Keplers laws from the Universal Law of Gravitation and the Laws of Motion, uniting the heavens and earth under the same natural laws

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ O'Connor, J. J.; Robertson, E. F.. "Galileo Galilei". The MacTutor History of Mathematics archive. University of St Andrews, Scotland. http://www-history.mcs.st-andrews.ac.uk/Biographies/Galileo.html. Retrieved 2007-07-24. 
  2. F. Vinci, Ostilio Ricci da Fermo, Maestro di Galileo Galilei, Fermo, 1929.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ବୈଜ୍ଞାନିକ ଜୀବନୀ (ପ୍ରଥମ ଭାଗ), ଡ. କୁଳମଣି ସାମଲ , ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣଯନ ଓ ପ୍ରକାଶନ ସଂସ୍ଥା , ୧୯୭୪
  4. ଗାଲିଲିଓଙ୍କ ପିସା ଟାୱାର ପରୀକ୍ଷା ସମ୍ପର୍କରେ
  5. Groleau, Rick. "Galileo's Battle for the Heavens. July 2002". http://www.pbs.org/wgbh/nova/galileo/experiments.html.  Ball, Phil (2005-06-30). "Science history: setting the record straight. 30 June 2005". The Hindu (Chennai, India). http://www.hindu.com/seta/2005/06/30/stories/2005063000351500.htm. 
  6. Drake, Stillman (1978). Galileo At Work. Chicago: University of Chicago Press. ISBN 0-226-16226-5.
  7. Galileo Galilei: The Falling Bodies Experiment.
  8. Giuseppe Moleti, Walter Roy Laird. The unfinished mechanics of Giuseppe Moletti. University of Toronto Press, 1999. p. 5
  9. Robert Henry Herman, Vincenzo Galilei. Dialogo della musica antica et della moderna of Vincenzo Galilei: translation and commentary, Part 1. North Texas State University, 1973. p. 17
  10. Adam, Mosley. "Tycho Brahe". Starry Messenger. History & Philosophy of Science Dept, University of Cambridge. http://www.hps.cam.ac.uk/starry/tycho.html. Retrieved 13 January 2012. 
  11. Timothy Ferris. Coming of Age in the Milky Way. William Morrow & Company, Inc. 1988. p. 95

ପ୍ରସଙ୍ଗରେ ବ୍ୟବହୃତ କିଛି ବ୍ୟକ୍ତିତ୍ଵ[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]

ଗାଲିଲିଓଙ୍କ ଦ୍ଵାରା[ସମ୍ପାଦନା]

ଗାଲିଲିଓଙ୍କ ବିଷୟରେ[ସମ୍ପାଦନା]

ଜୀବନୀ[ସମ୍ପାଦନା]

ଗାଲିଲିଓ ଓ ଗୀର୍ଜା ସମ୍ପର୍କିତ ତଥ୍ୟ[ସମ୍ପାଦନା]