ଆଇଜାକ ନିଉଟନ
| ସାର୍ ଆଇଜାକ୍ ନ୍ୟୁଟନ୍ | |
|---|---|
ଗଡଫ୍ରେ ନେଲର୍ଙ୍କ ଦ୍ବାରା ନ୍ଯୁଟନ୍ଙ୍କ ଛବି
(ବୟସ ୪୬) |
|
| ଜନ୍ମ | ୨୫ ଡିସେମ୍ବର ୧୬୪୨ [NS: ୪ ଜାନୁୟାରୀ ୧୬୪୩] ଲିଙ୍କନ୍ସାୟାର୍, ଇଂଲଣ୍ଡ |
| ମୃତ୍ୟୁ | ୨୦ ମାର୍ଚ ୧୭୨୭ (ବୟସ ୮୪) [NS: ୩୧ ମାର୍ଚ୍ଚ ୧୭୨୭]0.3em ଇଂଲଣ୍ଡ |
| ବାସସ୍ଥାନ | ଇଂଲଣ୍ଡ |
| ଜାତୀୟତା | ଇଂରେଜ |
| କ୍ଷେତ୍ର | ପଦାର୍ଥ ବିଜ୍ଞାନ, ଗଣିତ, ଜ୍ଯୋତିର୍ବିଜ୍ଞାନ, ସାଧାରଣ ଦର୍ଶନ, ରସାୟନ, ଖ୍ରୀଷ୍ଟୀୟ ଆଧ୍ଯାତ୍ମିକତା |
| ସଂସ୍ଥାନ | କେମ୍ବ୍ରିଜ୍ ବିଶ୍ବବିଦ୍ଯାଳୟ ରାଜକୀୟ ସମାଜ |
| ମାତୃ ସଂସ୍ଥାନ | ଟ୍ରିନିଟି ମହାବିଦ୍ଯାଳୟ, କେମ୍ବ୍ରିଜ୍ |
| ପାଠକୀୟ ଉପଦେଷ୍ଟା | ଆଇଜାକ୍ ବାରୋ[୧] ବେଞ୍ଜାମିନ୍ ପୁଲେନ୍[୨] |
| ଜଣାଶୁଣା ଛାତ୍ର | ରୋଜର୍ କୋଟ୍ସ୍ ୱ୍ଇଲିୟମ୍ ହ୍ବିଟ୍ସନ୍ |
| ଜଣାଶୁଣା | ନ୍ଯୁଟନୀୟ ଗତି ମାଧ୍ଯାକର୍ଷଣ କାଲ୍କୁଲସ୍ ଆଲୋକ ବିଜ୍ଞାନ ଦ୍ବିଘାତ ପ୍ରଗତି ନ୍ଯୁଟନୀୟ ପ୍ରଣାଳୀ ଫିଲୋସୋଫି ନାଚୁରାଲିସ ପ୍ରିନ୍ସିପିଆ ମାଥମେଟିକା |
| ପ୍ରଭାବିତ କରିଥିଲେ | ହେନ୍ରୀ ମୁର୍ ପୋଲିସ୍ ବ୍ରେଦ୍ରେନ୍ |
| ଆଦର୍ଶ | ନିକୋଲାସ୍ ଫାସିଓ ଡେ ଡୁଲିଅର୍ ଜନ୍ କିଲ୍ |
| ଦସ୍ତଖତ |
|
ସାର ଆଇଜାକ ନିଉଟନ (୪ ଜାନୁଆରୀ ୧୬୪୩ – ୩୧ ମାର୍ଚ୍ଚ ୧୭୨୭) ଜଣେ ଇଂରେଜ ଭୌତିକବିଦ ଏବଂ ଗଣିତଜ୍ଞ ଥିଲେ । ସେ ଗତି, ଆଲୋକ, ମାଧ୍ୟାକର୍ଷଣ, ଏବଂ କାଲ୍କୁଲସ୍ରେ ନିଜର ନୀୟମ ପାଇଁ ଜଣା । ୧୬୮୭ ରେ, ନିଉଟନ ଗୋଟିଏ ବହି ଫିଲୋସୋଫି ନାଚୁରାଲିସ ପ୍ରିନ୍ସିପିଆ ମାଥମେଟିକା (Philosophiae Naturalis Principia Mathematica) ଲେଖିଥିଲେ ଯେଉଁଥିରେ ସେ ତାଙ୍କର ସର୍ବବ୍ୟାପୀ ମାଧ୍ୟାକର୍ଷଣ ଏବଂ ଗତିର ତିନୋଟି ନୀୟମବିଷୟରେ କହିଥିଲେ ।
ନିଉଟନ ପ୍ରଥମ ପ୍ରାୟୋଗିକପ୍ରତିଫଳନ ଦୂରବୀକ୍ଷଣ ୧୬୬୮ ରେ ତିଆରି କରିଥିଲେ; ସେ ମଧ୍ୟ ଆଲୋକ ଉପରେ ଗୋଟିଏ ତତ୍ତ୍ଵ ପ୍ରଦାନ କରିଥିଲେ ଯେ ଗୋଟିଏ ପ୍ରିଜିମ ଧଳା ଆଲୋକକୁ ଇନ୍ଦ୍ରଧନୁରେ ପରିଣତ କରେ । ସେ ମଧ୍ୟ ଗଟଫ୍ରେଡ଼ ଲେଇବିଞ୍ଜ୍ଙ୍କୁ ସାହାଯ୍ୟ କରିଥିଲେ କାଲକୁଲସ ତିଆରି କରିବା ପାଇଁ । ଆଲବର୍ଟ୍ ଆଇନ୍ଷ୍ଟାଇନ୍ଙ୍କ ଆପେକ୍ଷିକ ତତ୍ତ୍ୱ ପୂର୍ବରୁ ନ୍ୟୁଟନ୍ଙ୍କ ଆଲୋକ, ଗତି ଓ ମାଧ୍ୟାକର୍ଷଣ ନୀୟମ ଭୌତିକ ଶାସ୍ତ୍ରରେ ଅତ୍ୟଧିକ ପ୍ରଚଳିତ ଥିଲା
ଭିତର ଚିଜ |
[ଏହାକୁ ବଦଳାନ୍ତୁ] ବାଲ୍ୟ ଜୀବନ
ଆଇଜାକ୍ ନ୍ୟୁଟନ୍ ୪ ଜାନୁୟାରୀ ୧୬୪୩ ରେ (ସେହି ବର୍ଷ ଗାଲିଲିଓ ଗାଲିଲି ମୃତ୍ୟୁବରଣ କରିଥିଲେ) ଲିଙ୍କନ୍ସାୟାର୍, ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିଲେ ତାଙ୍କ ପିତା ତାଙ୍କ ଜନ୍ମର ତିନି ମାସ ପୂର୍ବରୁ ମୃତ୍ୟୁବରଣ କରିଥିଲେ ଆଇଜାକ୍ ତିନି ବର୍ଷର ହୋଇଥିବା ବେଳେ ତାଙ୍କ ମାତା ପୁନର୍ବିବାହ କଲେ ତେଣୁ ସେ ତାଙ୍କ ଜେଜେ ମା'ଙ୍କ ପାଖରେ ରହିଲେ ଚାଷବାସରେ ଆଗ୍ରହି ନ ଥିବାରୁ ସେ ପାଠ ପଢିବା ପାଇଁ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଗଲେ କୁହାଯାଏ ଯେ ନ୍ୟୁଟନ୍ ଯେତେବେଳେ ଗୋଟିଏ ସେଓ ଗଛ ତଳେ ବସି ପଢୁଥିଲେ ଗୋଟିଏ ସେଓ ଆସି ତାଙ୍କ ମୁଣ୍ଡ ଉପରେ ପଡିଲା ଏହି ଘଟଣା ମାଧ୍ୟାକର୍ଷଣ ପାଇଁ ପ୍ରେରଣା ଦେଲା
[ଏହାକୁ ବଦଳାନ୍ତୁ] ପ୍ରଥମ କାମ
ନ୍ୟୁଟନ୍ ବ୍ରହ୍ମାଣ୍ଡର ସଂରଚନା ଗଣିତ ମାଧ୍ୟମରେ କରିଥିଲେ ସେ ଗତି ଓ ମାଧ୍ୟାକର୍ଷଣର ନୀୟମ ବୁଝାଇଥିଲେ କୌଣସି ବସ୍ତୁ ଉପରେ କିଛି ବଳ ପ୍ରୟୋଗ ହେଲେ ହେଉଥିବା ପରିଣାମ ଏହି ନୀୟମମାନେ ବୁଝାନ୍ତି କେମ୍ବ୍ରିଜ୍ର ଟ୍ରିନିଟି ମହାବିଦ୍ୟାଳୟରେ ଅଧ୍ୟାପକ ଥିବା ସମୟରେ ୧୬୮୭ରେ ସେ ତାଙ୍କର ପ୍ରସିଦ୍ଧ ପୁସ୍ତକ ପ୍ରିନ୍ସିପିଆ ପ୍ରକାଶ କରିଥିଲେ ପ୍ରିନ୍ସିପିଆରେ ସେ ଗତିର ତିନିଟି ମୂଳ ନୀୟମ ବୁଝାଇଥିଲେ ପରେ ସେ ମାଧ୍ୟାକର୍ଷଣ ତତ୍ତ୍ୱ କହିଥିଲେ ସମସ୍ତ ବସ୍ତୁକୁ ତଳକୁ ଟାଣୁଥିବା ବଳ ହେଉଛି ମଧ୍ୟାକର୍ଷଣ ଟେବୁଲ୍ ଉପରୁ ପଡୁଥିବା କଲମ ଚଟାଣରେ ପଡିବ, ଛାତ ଉପରେ ନୁହେଁ ନ୍ୟୁଟନ୍ ନିଜ ପୁସ୍ତକରେ ନୀୟମମାନଙ୍କର ବ୍ୟବହାର କରି ପ୍ରମାଣ କଲେ ଯେ ସୂର୍ଯ୍ୟ ଚତୁର୍ପାର୍ଶ୍ୱରେ ଗ୍ରହମାନଙ୍କର ଗତିପଥ ଗୋଲ ନୁହେଁ, ବରଂ ଅଣ୍ଡାକୃତି
[ଏହାକୁ ବଦଳାନ୍ତୁ] ଗତିର ତିନୋଟି ନୀୟମ
ନିମ୍ନଲିଖିତ ଗୁଡ଼ିକ ଗତିର ତିନୋଟି ନୀୟମ ଅଟନ୍ତି
[ଏହାକୁ ବଦଳାନ୍ତୁ] ପ୍ରଥମ ନୀୟମ (ଜଡ଼ତାର ନୀୟମ)
ନ୍ୟୁଟନ୍ଙ୍କର ଗତିର ପ୍ରଥମ ନୀୟମ ଅନୁଯାୟୀ, କୌଣସି ବସ୍ତୁ ସ୍ଥିର ଥିଲେ ସ୍ଥିର ରୁହେ ଏବଂ ଗତିଶୀଳ ଥିଲେ ସରଳରେଖାରେ ସମବେଗରେ ଗତି କରେ, ଯେ ପର୍ଯ୍ୟନ୍ତ କିଛି ଟଣା ବା ଠେଲା ବଳ ତା ଉପରେ ପ୍ରୟୋଗ ହୋଇ ନାହିଁ ଏ କଥା ବୁଝିବା ପାଇଁ ସହଜ ଯେ କୌଣସି ଠେଲା ବା ଟଣା ବଳ ବିନା ରକେଟ୍ ଗତି କରିବ ନାହିଁ କିନ୍ତୁ ବିନା କାରକରେ ବସ୍ତୁ ଗତି କରିବ ବୋଲି ବୁଝିବା କଷ୍ଟ ରକେଟ୍ କଥା ପୁଣି ଚିନ୍ତା କରାଯାଉ ରକେଟ୍ ରହିବା ପୂର୍ବରୁ ଯଦି ଜଣେ ରକେଟ୍ରୁ ଲମ୍ଫ ଦିଏ, କ'ଣ ହେବ ? ରକେଟ୍ ମହାକାଶ ପର୍ଯ୍ୟନ୍ତ ଯାତ୍ରା କରିବ କୌଣସି ବସ୍ତୁର ସ୍ଥିର ରହିବା ଅଥବା ସରଳରେଖାରେ ସମବେଗରେ ଗତି କରିବାର ପ୍ରବଣତାକୁ ଜଡତା କୁହାଯାଏ
[ଏହାକୁ ବଦଳାନ୍ତୁ] ଦ୍ୱିତୀୟ ନୀୟମ (ତ୍ୱରଣର ନୀୟମ)
ଦ୍ୱିତୀୟ ନୀୟମ ବସ୍ତୁ ଉପରେ ପ୍ରଯୁକ୍ତ ବଳ ବିଷୟରେ ପର୍ଯ୍ୟବେଷିତ ବସ୍ତୁ ସେହି ଦିଗକୁ ଗତି କରେ ଯେଉଁ ଦିଗକୁ ବଳ ପ୍ରୟୋଗ ହୁଏ ଜଣେ ସାଇକେଲରେ ବସି ପେଡାଲ୍ ମାରିଲେ ଗତି କରିବା ଆରମ୍ଭ କରେ ସାଇକେଲକୁ କେହି ଯଦି ପଛରୁ ଠେଲେ, ଗତି ବଢିଯାଏ କେହି ପଛରୁ ଟାଣିଲେ, ଗତି କମିଯାଏ ଚାଳକ ହ୍ୟାଣ୍ଡଲ୍ ମୋଡିଲେ, ସାଇକେଲର ଦିଗ ବଦଳେ
[ଏହାକୁ ବଦଳାନ୍ତୁ] ତୃତୀୟ ନୀୟମ (ପାରସ୍ପରିକ କ୍ରିୟାର ନୀୟମ)
ପ୍ରତ୍ୟେକ କ୍ରିୟାର ସମାନ ବିପରୀତ ପ୍ରତିକ୍ରିୟା ଥିବା କଥା ତୃତୀୟ ନୀୟମ କହେ ଆମେ ଭାର ଉଠାଇବା ବେଳେ ଉପରକୁ ବଳ ପ୍ରୟୋଗ କରୁ ଭାର ସମାନ ବଳ ନିମ୍ନ ଦିଗରେ ପ୍ରୟୋଗ କରୁଥିବାରୁ ଓଜନିଆ ଲାଗେ ଭାର ଉଠାଳୀର ଗୋଡରୁ ଚଟାଣକୁ ଓଜନ ସଂଚରିତ ହୁଏ ଚଟାଣ ସେହି ସମାନ ବଳ ଉପରକୁ ଛାଡେ ଯଦି ଚଟାଣ ଉପରକୁ କମ୍ ବଳ ପ୍ରୟୋଗ କରନ୍ତା, ତେବେ ଭାର ତଳକୁ ଖସି ପଡନ୍ତା ଯଦି ଏହା ଅଧିକ ବଳ ପ୍ରୟୋଗ କରନ୍ତା, ତେବେ ଭାର ଉଠାଳୀ ପକ୍ଷୀ ଶାବକ ଭଳି ଉପରକୁ ଉଡି ଯାଇ ପୁଣି ଖସି ପଡନ୍ତା
[ଏହାକୁ ବଦଳାନ୍ତୁ] ମାଧ୍ୟାକର୍ଷଣ ନୀୟମର ଆବିଷ୍କାର
ଆମେ ଯେତେବେଳେ ଆଇଜାକ୍ ନ୍ୟୁଟନ୍ଙ୍କୁ ମନେ ପକାଉ, ସେ ଗଛ ତଳେ ବସି ପଡନ୍ତା ସେଓକୁ ଦେଖୁଥିବାର ଛବି ଆମ ମନରେ ସୃଷ୍ଟି ହୁଏ କେହି କେହି ଭାବନ୍ତି ଯେ ସେଓ ତାଙ୍କ ମୁଣ୍ଡ ଉପରେ ପଡିଥିଲା ଯେଉଁ ବଳ ସମସ୍ତ ବସ୍ତୁକୁ ତଳକୁ ଟାଣେ ନ୍ୟୁଟନ୍ ତାକୁ ମାଧ୍ୟାକର୍ଷଣ ବୋଲି କହିଥିଲେ ସେ ଭାବିଥିଲେ ଯେ ମାଧ୍ୟାକର୍ଷଣ କୌଣସି ଦୁଇଟି ବସ୍ତୁ, ଯଥା ପୃଥିବୀ ଓ ସେଓ ମଧ୍ୟରେ ଥିବା ଆକର୍ଷଣ ବଳ ତାଙ୍କ ମତରେ ବେଶି ବସ୍ତୁତ୍ୱ ଥିବା ବସ୍ତୁ ବେଶି ବଳ ପ୍ରୟୋଗ କରେ, ଛୋଟ ବସ୍ତୁକୁ ନିଜ ଆଡକୁ ଟାଣେ ସେଥିପାଇଁ ପୃଥିବୀ ସବୁ ବସ୍ତୁକୁ ନିଜ ଆଡକୁ ଟାଣେ ସେଓ ତଳକୁ ପଡିବା, ମଣିଷମାନେ ଉପରେ ନ ଉଡିବା ପଛରେ ମଧ୍ୟ ଏହି କାରଣ ରହିଛି
ଆଇଜାକ୍ ନ୍ୟୁଟନ୍ ମାଧ୍ୟାକର୍ଷଣ ବିଷୟରେ ଭାବି ଚାଲିଲେ ତାଙ୍କ ପୂର୍ବରୁ ଲୋକେ ଭାବୁଥିଲେ ଯେ ପୃଥିବୀ ନିକଟତର ବସ୍ତୁ ହିଁ ଖସି ପଡେ କିନ୍ତୁ ନ୍ୟୁଟନ କହିଲେ ଯେ ମାଧ୍ୟାକର୍ଷଣ ପୃଥିବୀ ଓ ଏହା ଉପରେ ଥିବା ବସ୍ତୁ ଭିତରେ ସୀମିତ ନୁହେଁ ଯଦି ମାଧ୍ୟାକର୍ଷଣକୁ ଜହ୍ନ ଓ ଆଗକୁ ବିସ୍ତାର କରାଯାଏ ?
ନ୍ୟୁଟନ୍ ଦୁଇଟି ବସ୍ତୁର ଆକର୍ଷଣ ବଳ ନିର୍ଣୟ କରିବା ପାଇଁ ଏକ ସୂତ୍ର ଉଦ୍ଭାବନ କଲେ ଏହି ସୂତ୍ର ବ୍ୟବହାର କରି ଜହ୍ନର ପରିକ୍ରମଣ ପାଇଁ ଆବଶ୍ୟକ ବଳ ନିର୍ଣୟ କଲେ ଏହାକୁ ସେଓ ଖସାଉଥିବା ବଳ ସହିତ ତୁଳନା କଲେ ପୃଥିବୀ ଠାରୁ ଜହ୍ନର ଦୂରତା ଓ ଅଧିକ ବସ୍ତୁତ୍ୱ ଥିବା କଥା ହିସାବକୁ ନେଇ ସେ ଜାଣିଲେ ଯେ ଉଭୟ କ୍ଷେତ୍ରରେ ବଳ ସମାନ ପୃଥିବୀର ମାଧ୍ୟାକର୍ଷଣ ଜହ୍ନକୁ ଏକ ପରିକ୍ରମଣ ବଳୟରେ ଧରି ରଖେ
ନ୍ୟୁଟନ୍ଙ୍କ ଦ୍ୱାରା ଉଦ୍ଭାବିତ ଏହି ସୂତ୍ରକୁ ମାଧ୍ୟାକର୍ଷଣ ନୀୟମ କୁହାଯାଏ
[ଏହାକୁ ବଦଳାନ୍ତୁ] ପ୍ରଭାବ
ବିଶ୍ୱବ୍ରହ୍ମାଣ୍ଡ ଉପରେ ଥିବା ଧାରଣାକୁ ଆଇଜାକ୍ ନ୍ୟୁଟନ୍ ବଦଳାଇ ଦେଇଥିଲେ ତାଙ୍କ ପୂର୍ବରୁ କେହି କହି ପାରି ନଥିଲେ କାହିଁକି ଗ୍ରହମାନେ ପରିକ୍ରମଣ ପଥରେ ତିଷ୍ଟି ରହନ୍ତି ସେମାନଙ୍କୁ କିଏ ଧରି ରଖେ ? ଆଇଜାକ୍ ନ୍ୟୁଟନ୍ଙ୍କ ପୂର୍ବରୁ ଧାରଣା ଥିଲା ଯେ ଏକ ଅଦୃଶ୍ୟ ଢାଲ ଗ୍ରହମାନଙ୍କୁ ଧରି ରଖିଛି ଆଇଜାକ୍ ପ୍ରମାଣ କଲେ ଯେ ସେମାନଙ୍କୁ ସୂର୍ଯ୍ୟଙ୍କ ମାଧ୍ୟାକର୍ଷଣ ଧରି ରଖିଛି ମାଧ୍ୟାକର୍ଷଣ ଉପରେ ଦୂରତ୍ୱ ଓ ବସ୍ତୁତ୍ୱର ପ୍ରଭାବ ମଧ୍ୟ ସେ ବୁଝାଇଥିଲେ ଗ୍ରହମାନଙ୍କର ପରିକ୍ରମଣ ପଥ ଅଣ୍ଡାକୃତି ବୋଲି ଜାଣିବାରେ ସେ ପ୍ରଥମ ନ ଥିଲେ ସେ ଏହାର କାର୍ଯ୍ୟକାରିତା ବୁଝାଇଥିଲେ
ମହାନ ଭୌତିକବିଦ୍ ଆଲ୍ବର୍ଟ୍ ଆଇନ୍ଷ୍ଟାଇନ୍ କହୁଥିଲେ ଯେ ନ୍ୟୁଟନ୍ଙ୍କ ମାଧ୍ୟାକର୍ଷଣ ନୀୟମ ସମ୍ପୂର୍ଣ ସଠିକ୍ ନୁହେଁ ନ୍ୟୁଟନ୍ କରିଥିବା ଅନେକ କଥା ସେ ସୁଧାରି ଥିଲେ
[ଏହାକୁ ବଦଳାନ୍ତୁ] ମୃତ୍ୟୁ
ବିଲାତର ଲଣ୍ଡନ ସହରରେ ୩୧ ମାର୍ଚ୍ଚ ୧୭୨୭ ରେ ଆଇଜାକ୍ ନ୍ୟୁଟନ୍ ମୃତ୍ୟୁବରଣ କରିଥିଲେ ତାଙ୍କୁ ୱେଷ୍ଟ୍ମିନିଷ୍ଟର୍ ଆବେ'ରେ ସମାଧି ଦିଆଗଲା ଆଲ୍ବର୍ଟ ଆଇନ୍ଷ୍ଟାଇନ୍, ଜେମ୍ସ୍ ଚାଦ୍ୱିକ୍ ଏବଂ ଷ୍ଟିଫେନ୍ ହକିଙ୍ଗ୍ଙ୍କ ପରି ଅନେକ ଭୌତିକବିଦ୍ଙ୍କ ପାଇଁ ସେ ପ୍ରେରଣା ପାଲଟିଥିଲେ
[ଏହାକୁ ବଦଳାନ୍ତୁ] ଆଧାର
- ↑ Mordechai Feingold, Barrow, Isaac (1630–1677), Oxford Dictionary of National Biography, Oxford University Press, September 2004; online edn, May 2007; accessed 24 February 2009; explained further in Mordechai Feingold " Newton, Leibniz, and Barrow Too: An Attempt at a Reinterpretation"; Isis, Vol. 84, No. 2 (June, 1993), pp. 310–338
- ↑ Dictionary of Scientific Biography, Newton, Isaac, n.4
[ଏହାକୁ ବଦଳାନ୍ତୁ] ଅନ୍ୟ ୱେବ୍ସାଇଟ୍
| ଉଇକିପିଡ଼ିଆ କମନସରେ: Isaac Newton ଉପରେ ମାଧ୍ୟମ ରହିଅଛି |