ଗତିକୃଷ୍ଣ ମିଶ୍ର
ଜଷ୍ଟିସ ଗତିକୃଷ୍ଣ ମିଶ୍ର | |
---|---|
ଓଡ଼ିଶାର ମୁଖ୍ୟ ବିଚାରପତି | |
କାର୍ଯ୍ୟକାଳ ୧ ମଇ ୧୯୬୯ – ୩୦ ଅକ୍ଟୋବର ୧୯୭୫ | |
ପୂର୍ବ ଅଧିକାରୀ | ସତ୍ୟ ଭୂଷଣ ବର୍ମନ୍ |
ପର ଅଧିକାରୀ | ଶିବ ନାରାୟଣ ଶଙ୍କର |
ରାଜ୍ୟପାଳ, ଓଡ଼ିଶା (କାର୍ଯ୍ୟକାରୀ) | |
କାର୍ଯ୍ୟକାଳ ୨୧ ଅଗଷ୍ଟ ୧୯୭୪ – ୨୫ ଅକ୍ଟୋବର ୧୯୭୪ | |
ପୂର୍ବ ଅଧିକାରୀ | ଆକବର ଅଲୀ ଖାଁ |
ପର ଅଧିକାରୀ | ବସପ୍ପା ଦନପ୍ପା ଜତ୍ତି |
ରାଜ୍ୟପାଳ, ଓଡ଼ିଶା (କାର୍ଯ୍ୟକାରୀ) | |
କାର୍ଯ୍ୟକାଳ ୧ ଜୁଲାଇ ୧୯୭୨ – ୮ ନଭେମ୍ବର ୧୯୭୨ | |
ପୂର୍ବ ଅଧିକାରୀ | ବସପ୍ପା ଦନପ୍ପା ଜତ୍ତି |
ପର ଅଧିକାରୀ | ଯୋଜେନ୍ଦ୍ର ସିଂହ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଗଇଲୋ, ଢେଙ୍କାନାଳ, ଓଡ଼ିଶା |
ମୃତ୍ୟୁ | ୬ ଜୁଲାଇ ୨୦୦୯ କଟକ | (ବୟସ ୯୭)
ଜାତୀୟତା | ଭାରତୀୟ |
ଶିକ୍ଷା | ବି.ଏ., ଏଲ.ଏଲ.ବି. |
ଶିକ୍ଷାନୁଷ୍ଠାନ | ପାଟଣା ବିଶ୍ୱବିଦ୍ୟାଳୟ |
ଗତିକୃଷ୍ଣ ମିଶ୍ର, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସପ୍ତମ ମୁଖ୍ୟ ବିଚାରପତି ଥିଲେ (୦୧.୦୫.୧୯୬୯ - ୩୦.୧୦.୧୯୭୫) ।[୧] ୧୯୬୯ ମଇ ପହିଲାରେ ସେ ଏହି ଆସନ ଅଳଙ୍କୃତ କରିଥିଲେ । ଏହି ପଦବୀରେ ସେ ଛଅ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିଲେ ।[୨]
ବୃତ୍ତିଗତ ଜୀବନ
[ସମ୍ପାଦନା]ଢେଙ୍କାନାଳ ଜିଲ୍ଲାର ଗଇଲୋ ଗ୍ରାମରେ ଜନ୍ମିତ ଶ୍ରୀ ମିଶ୍ରଙ୍କ ପ୍ରାଥମିକ ଶିକ୍ଷା ନିଜ ଗାଁ ବିଦ୍ୟାଳୟରେ ସମ୍ପନ୍ନ ହୋଇଥିଲା । ପାଟନା ବିଶ୍ୱବିଦ୍ୟାବିଦ୍ୟାଳୟରେ ୧୯୩୭ରେ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରି ହାସଲ କରି ପାଟନାରେ ହିଁ ଆଇନ ଶିକ୍ଷା ସମାପ୍ତ କଲେ ଓ ତାପରେ ସେ ଓଡ଼ିଶା ଫେରିଥିଲେ । ୧୯୪୦ରେ କଟକରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ୧୯୪୩ରେ ସେ ମୁନ୍ସଫ୍ ଭାବେ ସରକାରୀ ଚାକିରିରେ ଯୋଗ ଦେଲେ । ପରେ ସବ୍ ଜଜ୍ ପାହ୍ୟାକୁ ଉନ୍ନିତ ହୋଇ ବିଭିନ୍ନ ସ୍ଥାନରେ ଏହି ଦାୟିତ୍ୱ ତୁଲାଇ ଥିଲେ । ତେବେ ୧୯୫୦ ମସିହାରେ ସରକାରୀ ଚାକିରିରୁ ଇସ୍ତଫା ଦେଇ ଓକିଲାତି ବ୍ୟବସାୟ ଆରମ୍ଭ କରିଥିଲେ । ବାର ବର୍ଷ ପରେ ଅର୍ଥାତ, ୩୦.୦୧.୧୯୬୨ରେ ଓଡ଼ିଶା ଉଚ୍ଚ ନ୍ୟାୟାୟଳରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହେଲେ ।
ମୁଖ୍ୟ ବିଚାରପତି ପଦବୀରେ ଥିବା ବେଳେ ସେ ୧ ଜୁଲାଇ ୧୯୭୨ଠାରୁ ୮ ନଭେମ୍ବର ୧୯୭୨ ଓ ୨୧ ଅଗଷ୍ଟ ୧୯୭୪ଠାରୁ ୨୫ ଅକ୍ଟୋବର ୧୯୭୪ ପର୍ଯ୍ୟନ୍ତ ଦୁଇଥର ଓଡ଼ିଶାର ରାଜ୍ୟପାଳ (କାର୍ଯ୍ୟକାରୀ) ଦାୟିତ୍ୱ ନିର୍ବାହ କରିଥିଲେ ।[୩][୪]
ଜୁଲାଇ ୦୬, ୧୯୯୨ରେ ତାଙ୍କର ଦେହାବସାନ ହେଲା ।[୫] ମୃତ୍ୟୁ ବେଳକୁ ତାଙ୍କର ଦୁଇ ପୁଅ ଏବଂ ଦୁଇ ଝିଅ ଥିଲେ ।
ଆଧାର
[ସମ୍ପାଦନା]- ↑ "Former Chief Justices". orissahighcourt.nic.in. Retrieved 7 July 2015.
- ↑ "ଦୃଢମନା ନିରପେକ୍ଷ ବିଚାରପତି". 6 July 2015. Retrieved 6 July 2015.
- ↑ "Governors List- Odisha". Odisha Info. Archived from the original on 8 July 2015. Retrieved 6 July 2015.
- ↑ Dash, Vivekananda. "Odisha headed by a non-warranted non-notified Governor !". HotnHitNews. Archived from the original on 7 July 2015. Retrieved 6 July 2015.
- ↑ "Former Orissa HC chief justice Gati Krushna Mishra passes away". Hindustan Times. July 06, 2009. Archived from the original on 6 July 2015. Retrieved 6 July 2015.
{{cite news}}
: Check date values in:|date=
(help)