କାମିନୀ କଦମ

ଉଇକିପିଡ଼ିଆ‌ରୁ
କାମିନୀ କଦମ
ଜନ୍ମ
ମାଣିକ କଦମ

(1933-08-03)୩ ଅଗଷ୍ଟ ୧୯୩୩
ବମ୍ବେ ରାଜ୍ୟ, ବ୍ରିଟିଶ ଭାରତ
ମୃତ୍ୟୁ୧୮ ଜୁନ ୨୦୦୦(2000-06-18) (ବୟସ ୬୬)
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୫୫–୧୯୬୭
ବୈବାହିକ-ସାଥୀଅନୀଲ ଜି. କଦମ

ମାଣିକ କାମିନୀ କଦମ (୧୯୩୩ – ୨୦୦୦) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି କାମିନୀ କଦମ ଭାବରେ ଜଣାଶୁଣା । ସେ ୧୯୫୦ ଓ ୧୯୬୦ ଦଶକରେ ମରାଠୀ, କନ୍ନଡ଼ ଏବଂ ହିନ୍ଦୀ କଥାଚିତ୍ର ଜଗତରେ ସକ୍ରିୟ ଥିଲେ ।

ଜୀବନୀ[ସମ୍ପାଦନା]

୧୯୫୫ ମସିହାରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ୟେରେ ମାଜିଆ ମାଗାଲିଆ । ତାଙ୍କ ଅଭିନୀତ ଏହି ମରାଠୀ କଥାଚିତ୍ରରେ ତାଙ୍କ ସ୍କ୍ରିନ୍ ନାମ ଥିଲା ସ୍ମିତା, ଯେଉଁ ମାନରେ ସେ କିଛି ମରାଠୀ କଥାଚିତ୍ରରେ କାମ କରିଥିଲେ । ୧୯୫୮ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ, କିନ୍ତୁ ଏହା ପୂର୍ବରୁ ସେ ତାଙ୍କ ସ୍ମିତାରୁ କାମିନୀକୁ ବଦଳେଇ ଥିଲେ । ଅଭିନେତା ରାଜେନ୍ଦ୍ର କୁମାରଙ୍କ ନାୟିକା ଭାବରେ ତାଲାକ (୧୯୫୮) ଜରିଆରେ ସେ ହିନ୍ଦୀ କଥାଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ ।[୧] ତାଙ୍କ ଶ୍ରେଷ୍ଠ ହିନ୍ଦୀ କଥାଚିତ୍ରଗୁଡ଼ିକ ହେଉଛି ସନ୍ତାନ (୧୯୫୯), ସ୍କୁଲ୍ ମାଷ୍ଟର (୧୯୫୯) ଏବଂ ସପ୍ନେ ସୁହାନେ (୧୯୬୧) । ୨୦୦୦ ମସିହାର ଜୁନ ୨୯ ତାରିଖରେ ୬୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ହିନ୍ଦୀ କଥାଚିତ୍ର:[ସମ୍ପାଦନା]

  • ତାଲାକ୍ – ୧୯୫୮
  • ସାନ୍ତାନ – ୧୯୫୯
  • ସ୍କୁଲ୍ ମାଷ୍ଟର – ୧୯୫୯
  • ମାଆ ବାପ୍ – ୧୯୬୦
  • ମିୟା ବିବି ରାଜି – ୧୯୬୦[୨]
  • ସପ୍ନେ ସୁହାନେ – ୧୯୬୧

ମରାଠୀ କଥାଚିତ୍ର:[ସମ୍ପାଦନା]

  • ୟେରେ ମାଜିଆ ମାଗାଲିଆ – ୧୯୫୫
  • ସୁଧାରଲେଲିଆ ବାୟକା – ୧୯୬୫

ଏବଂ ଆହୁରି ଅନେକ

କନ୍ନଡ କଥାଚିତ୍ର:[ସମ୍ପାଦନା]

  • କ୍ରାନ୍ତିବୀର ସାଙ୍ଗୋଲ୍ଲି ରାୟନ୍ନା – ୧୯୬୭

ଆଧାର[ସମ୍ପାଦନା]

  1. Kumar, Anuj (2017-05-25). "Talaq (1958)". The Hindu (in Indian English). ISSN 0971-751X. Retrieved 2023-10-13.
  2. "Veteran actress Seema Deo, famous for her roles in 'Anand' and 'Kora Kagaz' passes away at 81". Newsroom Post (in English). New Delhi. 24 August 2023. Retrieved 13 October 2023.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]