କାନ

ଉଇକିପିଡ଼ିଆ‌ରୁ
କାନ
ମନୁଷ୍ୟର ବାହ୍ୟ କର୍ଣ୍ଣ
ଲାଟିନ ଭାଷାରେ Auris
ବିଭାଗ Auditory system

କାନ ଏକ ଶ୍ରବଣ ଅଙ୍ଗ ଯାହା ଯାହା ସ୍ତନ୍ୟପାୟୀ ପ୍ରାଣୀଙ୍କର ଥାଏ ଓ ଏହଦ୍ୱାରା ସେମାନେ ଶବ୍ଦ ଶୁଣି ପାରନ୍ତି । ଏହାଠାରୁ ଅନେକ ଅଧିକ କାମ କାନଦ୍ୱାରା ସାଧିତ ହୁଏ । ଦେହର ସନ୍ତୁଳନ (Balance) ଓ ପୋଜିସନ ରକ୍ଷା କରିବା ମଧ୍ୟ ଏହାର କାମ । ଶ୍ରବଣ ମଣ୍ଡଳର ଏହା ଏକ ଅଂଶ । ବାହ୍ୟ କର୍ଣ୍ଣର ବାହାରକୁ ଦେଖାଯାଉଥିବା ଅଂଶକୁ ଓଡ଼ିଆ ଭାଷାରେ କାନ କୁହାଯାଏ ଯାହାକୁ ଇଂରାଜୀରେ ପିନ୍ନା ବା ଅରିକ୍ଲ (pinna) କୁହାଯାଏ ଓ ଏହା ମଧ୍ୟରେ ଏକ କେନାଲ ବା ନଳୀ ଦେଖାଯାଏ ଯାହାକୁ କାନ ନଳୀ ବା ଇଅର କେନାଲ ear canal କୁହାଯାଏ । ଅଧିକାଂଶ ପ୍ରାଣୀଙ୍କର ବାହାରକୁ ଦେଖାଯାଉଥିବାରୁ ଏହି ଅଂଶକୁ ମୁଖ୍ୟତଃ କାନ କ‌ହନ୍ତି ।[୧] ଶ୍ରବଣ ଯନ୍ତ୍ରର ଏହା ପ୍ରଥମ ଅଙ୍ଗ । ମୁଣ୍ଡର ଦୁଇ ପାଖରେ ସମ ଭାବ ଅବସ୍ଥିତିରେ ଦୁଇଟି କାନ ଥାଏ ଯାହାଦ୍ୱାରା ଏହି ବ୍ୟବସ୍ଥାଦ୍ୱାରା ଶବ୍ଦ ଆସୁଥିବା ସ୍ଥାନ ଜାଣିହୁଏ ।

ଏକ୍ଟୋଡର୍ମରୁ (ectoderm) ପ୍ରାକ୍ ଭୃଣ ସୃଷ୍ଟି ହୁଏ ଓ ଏଥିରେ ଥିବା ପ୍ରଥମ ଫାରିଞ୍ଜିଆଲ ପାଉଚ (pharyngeal pouch) ଓ ଛଅଟି ଛୋଟ ସ୍ଫୀତିକୁ ଅପ୍ଟିକ ପ୍ଲାକୋଡ (otic placode) କ‌ହନ୍ତି ଯେଉଁଥିରୁ କାନ ତିଆରି ହୁଏ ।

କାନ ଆଘାତପ୍ରାପ୍ତ ଓ ରୋଗାକ୍ରାନ୍ତ ହୋଇପାରେ । କାନରେ ରୋଗ ହେଲେ ଶ୍ରବଣ ହାନୀ, କାନନାଦମୁଣ୍ଡବୁଲା ଭଳି ସନ୍ତୁଳନ ସମସ୍ୟା ହୋଇପାରେ ଯଦିଓ ଏଭଳି ଲକ୍ଷଣମାନ ମସ୍ତିଷ୍କ ଓ ସ୍ନାୟୁପଥମାନଙ୍କର ରୋଗ ହେଲେ ବା ଆଘାତପ୍ରାପ୍ତ ହେଲେ ମଧ୍ୟ ଦେଖାଯାଇପାରେ ।

କାନ ଓ ଶ୍ରବଣର ପରିଚୟ[ସମ୍ପାଦନା]

ଶବ୍ଦ ବୋଧ ଶକ୍ତିକୁ ଇଂରାଜୀରେ ଅଡିସନ୍ କହନ୍ତି । ଶବ୍ଦ ଏକ ଶକ୍ତି (Energy) ତଥା ଏକ ରୈଖିକ ଚାପ ତରଙ୍ଗ ଯାହା ବାୟୁ, ଜଳ ଓ ଅନ୍ୟାନ୍ୟ ମାଧ୍ୟମରେ ଗତି କରେ । ଏହାଦ୍ୱାରା ଶୃତିଗତ ଭାବ ଆଦାନ ପ୍ରଦାନ ହୁଏ । କାନ କେବଳ ଶବ୍ଦ ଗ୍ରହଣ କରେ, ମସ୍ତିଷ୍କଦ୍ୱାରା ଶୁଣି ହୁଏ । କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳରେ ଅବସ୍ଥିତ ଶ୍ରବଣ ସ୍ଥାନରେ ସ୍ନାୟୁ ତରଙ୍ଗ ପ୍ରବେଶ ଓ ତାହାର ଚିହ୍ନଟ ଯୋଗୁ ଶୁଣି ହୁଏ । ବାହାରୁ ଆସୁଥିବା ଶବ୍ଦ ତରଙ୍ଗ କାନଦ୍ୱାରା ସ୍ନାୟୁ ତରଙ୍ଗରେ ପରିଣତ ହୁଏ ଯାହା ମସ୍ତିଷ୍କକୁ ପଠାଯାଏ ।
କାନର ବାହାରକୁ ଦେଖା ଯାଉଥିବା ଅଂଶ ଧ୍ୱନୀ ତରଙ୍ଗ ସଂଗ୍ରହ କରେ । ଏହି ତରଙ୍ଗ ମଝି କାନଦ୍ୱାରା ବର୍ଦ୍ଧିତ ହୁଏ ଓ ଅନ୍ତ କର୍ଣ୍ଣରେ ଥିବା ତରଳ ପଦାର୍ଥରେ ଏହା ତରଙ୍ଗ ସୃଷ୍ଟି କରେ । ଏହି ତରଳ ପଦାର୍ଥ ମଧ୍ୟରେ ଏକ ପ୍ରକାର କେଶ ସ୍ନାୟୁ କୋଷ ଥାଏ ଯାହା ଏହି ତରଳ ପଦାର୍ଥ ଥିବା କୋଠରୀର କାନ୍ଥର ଜୀବ କୋଷରୁ (epithelium) ଆସିଥାଏ । ଶବ୍ଦ ଯୋଗୁ ତରଳ ପଦାର୍ଥରେ ସୃଷ୍ଟି ହୋଇଥିବା ତରଙ୍ଗ ଏହି କେଶମାନଙ୍କୁ ଉତ୍ତେଜିତ କରେ । ତରଳ ପଦାର୍ଥର ଚଳନ ଅନୁସାରେ କେଶ ବଙ୍କା ସିଧା ହେଉଥାଏ ଓ ଏହାର କମ୍ପନ ଅନୁସାରେ କେଶ ସ୍ନାୟୁରେ ସ୍ନାୟୁ ତରଙ୍ଗ ସୃଷ୍ଟି କରେ । ଏହି ସ୍ନାୟୁ ତରଙ୍ଗ (Nerve impulse) ମସ୍ତିଷ୍କରେ ପ୍ରବେଶ କରେ । ଏହି କେଶ ଏକ ପ୍ରକାର ମେକାନୋରିସେପ୍ଟର (Mechanoreceptor) କାମ କରେ ।

ଆଧାର[ସମ୍ପାଦନା]

  1. "Ear". Oxford Dictionary. Archived from the original on 18 July 2012. Retrieved 25 February 2016.